spot_img
Home Blog Page 2695

ଇସ୍ରୋ ସେୟାର କଲା ପ୍ରଜ୍ଞାନର ମଜାଳିଆ ଭିଡିଓ, ଯେମିତି କେହି ଜହ୍ନମାମୁଁ ଅଗଣାରେ ଖେଳୁଛି

0

ବେଙ୍ଗାଲୁରୁ: ଭାରତର ଚନ୍ଦ୍ରଯାନ ୩ ମିଶନରେ ନିୟୋଜିତ ପ୍ରଜ୍ଞାନ ରୋଭରର ଏକ ନୂଆ ଭିଡିଓ ସାମନାକୁ ଆସିଛି  । ଏହି ଭିଡିଓରେ ରୋଭରର ମଜାଳିଆ ଅନ୍ଦାଜ ଦେଖିବାକୁ ମିଳିଛି  । ରୋଭର ଗୋଲ୍‌ ଗୋଲ୍‌ ଘୁରୁଥିବାର ଭିଡିଓ ଲ୍ୟାଣ୍ଡର ବିକ୍ରମ ଉତ୍ତୋଳନ କରିଥିବା ଚିତ୍ର ଏବେ ଭାଇରାଲ ହେଉଛି  ।

ଇସ୍ରୋ ୨୪ ସେକେଣ୍ଡର ଏହି ଭିଡିଓ ସେୟାର କରି ସୋସିଆଲ ମିଡିଆରେ ଲେଖିଛନ୍ତି ‘‘ସୁରକ୍ଷିତ ମାର୍ଗର ସନ୍ଧାନରେ ରୋଭରକୁ ବୁଲାଯାଇଛି  । ଏହି ସମୟରେ ଏକ ସ୍ବତନ୍ତ୍ର ମୂହୁର୍ତ୍ତକୁ କ୍ୟାମେରାରେ କଏଦ କରିଛି ଲ୍ୟାଣ୍ଡର ବିକ୍ରମ  । ଏଭଳି ଅନୁଭବ ହେଉଛି ଯେ କେହି ଶିଶୁ ଜହ୍ନମାମୁଁ ଅଗଣାରେ ମସ୍ତି କରୁଛି ଆଉ ମା ତାକୁ ଦେଖୁଛି, ନୁହେଁ କି ’’?

ସେହିପରି  ଇସ୍ରୋକୁ ଆଶା ଦେଲା ରୋଭର ପ୍ରଜ୍ଞାନ । ଭିନ୍ନ ଟେକନିକ ଜରିଆରେ ଚନ୍ଦ୍ରପୃଷ୍ଠରେ ସଲଫର ଥିବାନେଇ ସୂଚନା ଦେଇଛି ପ୍ରଜ୍ଞାନ । ପୂର୍ବରୁ ବି ସଲଫର ଥିବା ନେଇ ସୂଚନା ଦେଇଥିଲା ପ୍ରଜ୍ଞାନ । ରୋଭରରେ ରହିଥିବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପକ୍ଟ୍ରୋସ୍କୋପ ବା APXS ଜରିଆରେ ସଲଫର ଥିବା ନେଇ ପ୍ରଜ୍ଞାନ ସୂଚନା ଦେଇଛି । ସେପଟେ ଏକ ନିରାପଦ ରୁଟ୍ ସମ୍ପର୍କରେ ରୋଭର ଗବେଷଣା କରୁଛି । ପିଆରଏଲ ଅହମ୍ମଦାବାଦର ସହଯୋଗରେ ପିଆରଏଲ ଅହମ୍ମଦାବାଦ ତିଆରି କରିଛି APXS ।

 

ବଦଳିବ ମନ୍ଦିର ରୂପରେଖ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି, ଯାଜପୁରରେ 5T ସଚିବଙ୍କ ପ୍ରତିଶ୍ରୁତି

ଯାଜପୁର: ବିକାଶ ପଥରେ ଆଗଉଛି ଯାଜପୁର । ବଦଳିବ ମହାବିନାୟକ ଓ ଚଣ୍ଡୀ ମନ୍ଦିର ରୂପରେଖ । ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି । ଯାଜପୁର ଗସ୍ତରେ ଯାଇ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ଅବସରରେ ବଡ଼ଚଣା ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ପହଞ୍ଚି ଲୋକଙ୍କ ଠାରୁ ନେଇଛନ୍ତି ଅଭିଯୋଗପତ୍ର । ସବୁ କଲେଜକୁ 5Tରେ ରୂପାନ୍ତର କରୁଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ସହଯୋଗ କଲେ ୬ମାସ ମଧ୍ୟରେ ପିଲାଙ୍କୁ ମିଳିବ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ସୁବିଧା ।

ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସମସ୍ୟାର ହେବ ସମାଧାନ । ସେହିପରି ପାନୀୟ ଜଳ ସମସ୍ୟା ନେଇ ଆଲୋଚନା କରିବେ ଜିଲ୍ଲାପାଳ । ଘରେ ଇଂଜିନିୟର ପହଞ୍ଚି ସମସ୍ତ ବ୍ୟବସ୍ଥା କରିବେ । ମହିଳାଙ୍କ ସହ ଚାଷୀଙ୍କୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବଡଚଣାରେ ୧୮ଟି ପଞ୍ଚାୟତରେ ପହଞ୍ଚିବ ପିଇବା ପାଣି । ଘରେ ଘରେ ପିଇବା ପାଣି ପହଞ୍ଚିବା ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା । ବାଲିକୁଦାରେ ମେଗାଲିଫ୍ଟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୫ କୋଟି ଅନୁଦାନ ଦେଇଛନ୍ତି ।

ମାଧେଇପୁର ଜଳସେଚନ ପାଇଁ ୫କୋଟି, ନାଲିଆପୁର ରାସ୍ତା ପାଇଁ ୬କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ବଦଳିବ ମହାବିନାୟକ ଓ ଚଣ୍ଡୀ ମନ୍ଦିର ରୂପରେଖ । ମହାବିନାୟକ ମନ୍ଦିର ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି 5T ସଚିବ ।

ବଡ଼ଚଣା ପରେ ଧର୍ମଶାଳାରେ ପହଞ୍ଚିଥିଲେ 5T ସଚିବ । ଶଙ୍ଖ ହୁଳହୁଳି ସହ ଫୁଲ ପକାଇ ଭବ୍ୟ ସ୍ବାଗତ କରିଥିଲେ ମହିଳା ଓ ଛାତ୍ରଛାତ୍ରୀ । ସରକାରଙ୍କ ବିଭିନ୍ନ ଯାଜନା ଓ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ 5T ସଚିବ । ୫Tରେ ସାମିଲ ହୋଇଛି ଧର୍ମଶାଳାର ଯୁକ୍ତ ଦୁଇ ଓ ଯୁକ୍ତ ୩ ମହାବିଦ୍ୟାଳୟ । ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର ହୋଇଛି ୩୪୨ କୋଟି ଟଙ୍କା । ଉଠା ଜଳସେଚନ ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ଅନୁଦାନ ମିଳିବ । ସେହିପରି ଜମିଜମା ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ । 5T ସଚିବ ଗସ୍ତକୁ ନେଇ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ସବୁ ଜାଗାରେ ପହଞ୍ଚି ନନଷ୍ଟପ ସମୀକ୍ଷା କରୁଛନ୍ତି 5T ସଚିବ । ବିଞ୍ଝାରପୁର ବରୁଣେଶ୍ବର ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଖୁବଶୀଘ୍ର ମନ୍ଦିରର ରୂପରେଖ ବଦଳିବ ବୋଲି କହିଛନ୍ତି 5T ସଚିବ । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କ ହାତରୁ ଦରଖାସ୍ତ ନେବା ସହ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭି.କେ ପାଣ୍ଡିଆନ୍ । ସବୁ କାମକୁ ସ୍ବଚ୍ଛତାର ସହ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଛନ୍ତି । ଯାଜପୁର ଜିଲ୍ଲାରେ ମିଶନଶକ୍ତି ମହିଳା ଭଲ କାମ କରୁଛନ୍ତି । ସେହିପରି ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି 5T ସଚିବ ।

ସଡ଼କ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ବୁଧବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସଡ଼କ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପରିବହନ କମିଶନର ଅମିତାଭ ଠାକୁର, ଉନ୍ନୟନ କମିଶନର ଅନୁ ଗର୍ଗ, ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ, ଆାଇନ ବିଭାଗ ପ୍ରମୁଖ ଶାସନ ସଚିବ ଧନେଶ୍ବର ମଲ୍ଲିକ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଡ଼କ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପୋଲିସ ବିଭାଗ, ପରିବହନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଇଞ୍ଜିନିୟରିଂ ବିଭାଗ, ଶିକ୍ଷା ବିଭାଗ, ଟ୍ରକ-ବସ ମାଲିକ ସଂଘ, ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ଉପଯୁକ୍ତ ସମନ୍ବୟ ହିଁ ସଡ଼କ ସୁରକ୍ଷା ଦିଗରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ । ଏହାସହ କହିଥିଲେ କି, ସଡ଼କ ସୁରକ୍ଷା ସାରା ଦେଶର ଚିନ୍ତାର ବିଷୟ ମଧ୍ୟ ପାଲଟିଛି ।

କ’ଣ ବିଶେଷ ଅଧିବେଶନରେ ଆସିବ ଏକ ଦେଶ,ଏକ ନିର୍ବାଚନ ବିଲ୍?

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଛି । କିଛିଦିନ ପୂର୍ବରୁ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଥିବାବେଳେ ପୁଣିଥରେ ହଠାତ ଅଧିବେଶନ ଡକାଇବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗକୁ ନିର୍ବାଚନ ଆସୁଥିବାବେଳେ ମୋଦି ସରକାର ନୂଆ ଯୋଜନା ସହ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇପାରନ୍ତି ବୋଲି କୁହାଯାଉଛି । ବିଶେଷ କରି ଏକ୍ ଦେଶ, ଏକ ନିର୍ବାଚନ ବିଲ୍ ଆଗତ କରିପାରନ୍ତି । ନିର୍ବାଚନ ପୂର୍ବରୁ ଶୀତକାଳିନ ଅଧିବେଶନ ବସିବାକୁ ଥିବାବେଳେ ହଠାତ ସ୍ବତନ୍ତ୍ର ଅଧିବେଶନ ଡକାଇବା ପଛରେ ରାଜନୈତିକ କାରଣ ରହିଥିବା ନେଇ ଚର୍ଚ୍ଚା ହେଉଛି ।

ଲୋକସଭାରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।  ଅନ୍ୟପଟେ ନିର୍ବାଚନ ପୂର୍ବରୁ ଜି-୨୦ ବୈଠକ, ଚନ୍ଦ୍ରଯାନ ମିଶନ, ସଂସଦର ନୂତନ ଭବନରେ ପ୍ରବେଶ, ଏକ ଦେଶ, ଏକ ନିର୍ବାଚନ ବିଲ୍ ଆାଗତ କରିପାରନ୍ତି । ତେବେ ଏସବୁ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ଏବଂ ଏହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଶୁଭ ସମୟରେ ନୂଆ ସଂସଦ ଭବନ ଗୃହରେ ପ୍ରବେଶ

କୁହାଯାଉଛି କି, ସ୍ବତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ଯଦିଓ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ । କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୌସୁମୀ ଅଧିବେଶନ ପୂର୍ବରୁ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ନୂଆ ଏବଂ ପୁରୁଣା ସଂସଦ ଭବନର ଫଟୋକୁ ପୋଷ୍ଟ କରିଥିଲେ । କୁହାଯାଉଥିଲା କି, ମୌସୁମୀ ଅଧିବେଶନ ପୂର୍ବରୁ ନୂତନ ସଂସଦ ଭବନରେ ଅଧିବେଶନ ବସିବ । କିନ୍ତୁ ଏହା ହୋଇନଥିଲା । ଶୁଭ ମୁହୂର୍ତ୍ତରେ ସଂସଦ ଭବନର ଉଦଘାଟନ ହୋଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଅଧିବେଶନ ବସିନାହିଁ । ଏଣୁ ଚର୍ଚ୍ଚା ହେଉଛି କି ସ୍ବତନ୍ତ୍ର ଅଧିବେଶନ ଏହି ନୂଆ ସଂସଦ ଭବନରେ ୫ଦିନ ଧରି ଚାଲିପାରେ ।

ଜି 20 ବୈଠକ ଏବଂ ଚନ୍ଦ୍ରଯାନ ମିଶନ ମଧ୍ୟରେ ସଂଯୋଗ

ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଅନୁଷ୍ଠିତ ହେବ । ଯାହାକି ଦେଶ ପାଇଁ ବଡ଼ ଗୌରବର କଥା । ଶିଖର ସମ୍ମିଳନୀରେ ଦେଶର ବିକାଶକୁ ନେଇ ଆଲୋଚନା ହୋଇପାରେ । ସେପଟେ ଭାରତର ଚନ୍ଦ୍ରଯାନ ମିଶନ ସଫଳ ହେବା ଦେଶ ପାଇଁ ଗୌରବର କଥା । ବିଶ୍ବର ପ୍ରଥମ ଦେଶଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏଣୁ ଏହି ସ୍ବତନ୍ତ୍ର ଅଧିବେଶନରେ ମୋଦି ସରକାର ଚନ୍ଦ୍ରଯାନ ମିଶନ ଏବଂ ଜି-୨୦ ବୈଠକ ସମ୍ପର୍କରେ ୧୮ରୁ ୨୨ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ହୋଇପାରେ ।

ଆଗୁଆ ନିର୍ବାଚନ ପ୍ରସଙ୍ଗ ସତ ହେବ କି?

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆାଗୁଆ ନିର୍ବାଚନ ହେବ ଏକ ଦାବି କରିଥିଲେ । ଯାହାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ବିଜେପି ନେତାମାନେ ଅସ୍ବିକାର କରିଛନ୍ତି ।  ଏଣୁ ସ୍ବତନ୍ତ୍ର ଅଧିବେଶନରେ ସରକାର ବିଭିନ୍ନ କିଛି ଗୁରୁତ୍ବପୂର୍ଣ୍ଣ ବିଲ ପାସ କରିପାରନ୍ତି । ଏବଂ ବିଭିନ୍ନ ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଲୋଚନା ହେଉଛି ।

ୟୁସିସି, ଓ୍ବାନ ନେସନ, ଓ୍ବାନ ନିର୍ବାଚନ ଭଳି ବିଲ୍ ଆାଗତ କରିପାରନ୍ତି

କିଛି ମାସ ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଯାଉଛି । ଏଣୁ ସ୍ବତନ୍ତ୍ର ଅଧିବେଶନରେ ଓ୍ବାନ ନେସନ, ଓ୍ବାନ ନିର୍ବାଚନ ବିଲ୍ ଆଗତ କରିପାରନ୍ତି । ଯାହାର ଅର୍ଥ ହେଉଛି ବିଭିନ୍ନ ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକା ସମୟରେ ହେବ । ୟୁସିସି ମଧ୍ୟ ଲାଗୁ କରିପାରନ୍ତି ସରକାର । ଯାହାକି ପ୍ରଥମେ ଉତ୍ତରାଖଣ୍ଡରେ ଲାଗୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରି ଲୋକଙ୍କୁ ସରପ୍ରାଇଜ୍ ଦେଇପାରନ୍ତି । ଯେପରିକି ଗ୍ୟାସ ଦର କମିଥିଲା ସେହିଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ମଧ୍ୟ ନେଇପାରନ୍ତି । ଯାହାକି ସିଧା ସଳଖ ନିର୍ବାଚନ ପୂର୍ବରୁ ଲୋକଙ୍କ ଉପରେ ପ୍ରଭାବ ପକାଇପାରେ ।

ମୁମ୍ବାଇରେ ଇଣ୍ଡିଆ ପକ୍ଷରୁ ବିରୋଧୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ବିରୋଧରେ ବିରୋଧୀମାନେ ଗର୍ଜୁଛନ୍ତି । ସିଧାସଳଖ ଭାବେ ଆଦାନୀ ମାମଲାକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ଟାର୍ଗେଟ କରିଛନ୍ତି । ଏଭଳି ଏକ ସମୟରେ ଲୋକଙ୍କ ନଜରକୁ ହଟାଇବା ପାଇଁ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇବା ନେଇ କହିଛନ୍ତି  ବିରୋଧୀ ।

ଅଗଷ୍ଟରେ ଶିକ୍ଷା ନିଯୁକ୍ତିର ବିପ୍ଲବ

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଅଗଷ୍ଟ ଲେଖିଛି ସଫଳତାର ସ୍ବତନ୍ତ୍ର ଫର୍ଦ୍ଦ। ଶିକ୍ଷାର ବିକାଶ ପାଇଁ ସ୍କୁଲରୁ ଆରମ୍ଭ କରି କଲେଜ ଯାଏଁ ଶିକ୍ଷକ ଓ ଅଧ୍ୟାପକ ପଦ ପୂରଣ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । କନିଷ୍ଠ ଶିକ୍ଷକଙ୍କଠାରୁ ଆରମ୍ଭ କରି ଅଧ୍ୟାପକଙ୍କ ଯାଏଁ ମେଗା ନିଯୁକ୍ତି ସ୍କିମ୍ ଯୋଗୁଁ ଶିକ୍ଷାର ବ୍ୟାପକ ବିକାଶ ଆଡ଼କୁ ଅଗ୍ରସର ହେଉଛି ଓଡ଼ିଶା। ଆଗକୁ ଏହାଦ୍ବାରା ଶିକ୍ଷାଦାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ରଖାଯାଇଛି।

ଅଗଷ୍ଟରେ ଶିକ୍ଷା ନିଯୁକ୍ତିର ବିପ୍ଲବ । ଶିକ୍ଷା ବର୍ଷ ଆରମ୍ଭରୁ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଅଗଷ୍ଟ ଆଣିଛି ଆଶାୟୀ ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଖୁସି ଖବର। ଗତ ୨୨ତାରିଖରେ ଏକା ସଙ୍ଗେ ୨୦ହଜାର କନିଷ୍ଠ ଶିକ୍ଷକ ଯୋଜନାଭିତ୍ତିକଙ୍କୁ କମ୍ପ୍ୟୁଟର ବେସଡ୍ ଟେଷ୍ଟ ଦ୍ବାରା ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତିନି ବର୍ଷ ଭଲ ପ୍ରଦର୍ଶନ ପରେ ଏମାନେ କନିଷ୍ଠ ଶିକ୍ଷକ ହୋଇ ପାରିବେ। ସେହିପରି ଗତ ୨୮ ତାରିଖରେ ସରକାରୀ କଲେଜ ପାଇଁ ୨୬୨ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏଥର ଷ୍ଟେଟ ସିଲେକସନ୍ ବୋର୍ଡ ଦ୍ବାରା ବେସରକାରୀ ଏଡେଡ କଲେଜ ପାଇଁ ହେବ ମେଗା ନିଯୁକ୍ତି। ୧୦୬୫ ଅଧ୍ୟାପକ ପଦ ପାଇଁ ଆବେଦନ କରିବାକୁ ବିଜ୍ଞାପନ ପ୍ରକାଶ ପାଇଛି। ଶିକ୍ଷକ ପଦ ପୂରଣ ହେଲେ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣର ଆହୁରି ବିକାଶ ହେବ। ଏଥିସହ ଶିକ୍ଷକ ଅଭାବ ଯୋଗୁ ଚାପରେ ପଡ଼ି ଏକାଧିକ ବିଷୟକୁ ଜଣେ ପଢାଇବା କଷ୍ଟରୁ ବି ନିବୃତ୍ତ ହେବେ। ସେହିପରି ଅଧ୍ୟାପକ ନିଯୁକ୍ତି ଯୋଗୁଁ କଲେଜର ଗ୍ରେଡେସନ୍ ବି ବଢେ । କାରଣ ନାକ୍ ଆକ୍ରିଡିଏସନର ଗୁରୁତ୍ବପୂର୍ଣ୍ଣ ଦିଗ ହେବ ଖାଲି ପଡ଼ିଥିବା ଅଧ୍ୟାପକ ପଦ ପୂରଣ।

୨୦୧୬-୧୭ରୁ ଏଯାଏଁ ୪ହଜାର ଅଧ୍ୟାପକଙ୍କୁ ବିଭିନ୍ନ ସରକାରୀ କଲେଜରେ ନିଯୁକ୍ତି ଦିଆଯାଇଛି। ତେବେ ଷ୍ଟେଟ ସିଲେକସନ୍ ବୋର୍ଡ ଯେଉଁ ଅଧ୍ୟାପକ ଚୟନ କରିବ, ତାକୁ ସ୍ବାଗତ କରିଛି ଲେକଚରର୍ ସଂଘ । 5T ଅଧୀନକୁ ଆସିବା ସହ ସ୍କୁଲ ଓ କଲେଜର ରୂପାନ୍ତର ହେଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଷ୍ଟେଟ ସିଲେକସନ୍ ବୋର୍ଡ ଲେକଚର୍ ସଂଘ ବର୍ଦ୍ଧିତ ଗ୍ରେଡ-ପେ ପାଇଁ ନିବେଦନ କରିଛନ୍ତି। ସେପଟେ ଦରମା ଓ ଗ୍ରେଡ ପେ ସମସ୍ୟା ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା ନେଇ ବିଭନ୍ନ ସମୟରେ ଅବଗତ କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ।

 

NSSର ରାଜ୍ୟ ପୁରସ୍କାର ନିମନ୍ତେ ବିଜେତାଙ୍କ ନାମ ଘୋଷଣା, ଟ୍ରଫି ସାଙ୍ଗକୁ ମିଳିବ ଅର୍ଥରାଶି

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସେବା ଯୋଜନା (ଏନ୍ଏସ୍‌ଏସ୍)ର ରାଜ୍ୟ ପୁରସ୍କାରଗୁଡ଼ିକ ନିମନ୍ତେ ବିଜେତା ମାନଙ୍କ ନାମ ଘୋଷଣା କରାଯାଇଛି । ୨୦୨୨-୨୩ ମସିହା ପାଇଁ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଜାତୀୟ ସେବା ଯୋଜନାଗୁଡ଼ିକର ପ୍ରୋଗ୍ରାମ ଅଫିସର ଓ ୟୁନିଟ୍ରାମାନଙ୍କୁ ପୁରସ୍କୃତ କରାଯିବ । ଏହା ବ୍ୟତୀତ ବୃକ୍ଷରୋପଣ, ରକ୍ତଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୟୁନିଟ୍‌ଗୁଡ଼ିକୁ ପୁରସ୍କୃତ କରାଯିବ । ଅନୁରୂପ ଭାବରେ ଶ୍ରେଷ୍ଠ ସ୍ଵେଚ୍ଛାସେବୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ।

ବିଜେତା ମାନଙ୍କୁ ଟ୍ରଫି, ନଗଦ ଅର୍ଥରାଶି, ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବ । ବିଭାଗ ପକ୍ଷରୁ ଗଠିତ ବିଶେଷଜ୍ଞ କମିଟି ଦ୍ଵାରା ଚୟନ କରାଯାଇଥ‌ିବା ଏହି ବିଜେତାମାନଙ୍କୁ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ । ତିନିଜଣ ପ୍ରୋଗ୍ରାମ ଅଫିସର, ତିନୋଟି ଶ୍ରେଷ୍ଠ କଲେଜ୍ ୟୁନିଟ୍, ବୃକ୍ଷରୋପଣ, ରକ୍ତଦାନ ପାଇଁ ଦୁଇଟି ୟୁନିଟ୍ ସମେତ ୧୨ ଜଣ ସ୍ଵେଚ୍ଛାସେବୀଙ୍କୁ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସିମିଳି ଝରର ବିକାଶ ପାଇଁ ଲୋକଙ୍କ ଦାବି

ଟାଙ୍ଗୀ: ସବୁଜ ବନାନୀ ସାଙ୍ଗକୁ ପାହାଡ଼ ପର୍ବତ ଘେରରେ ରହିଛି ସିମିଳି ଝରଣା । ଏହି ଘଞ୍ଚ ଜଙ୍ଗଲ ପ୍ରତି ଆକର୍ଷିତ ହେଉଛନ୍ତି ପର୍ଯ୍ୟଟକ । ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ନୟାଗଡ଼ ଜିଲ୍ଲା ଶରଣକୁଳ ବ୍ଲକର ସିମିଳି ଝରରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲେ ସୁଦ୍ଧା ଏହାର ବିକାଶ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି । ସିମିଳି ଝର ଗାଁରେ ରହୁଛନ୍ତି 40ରୁ ଅଧିକ ଆଦିବାସୀ । ଏହି ଗାଁ ନିକଟରେ ରହିଛି  ସିମିଳି ଝର ଜଳପ୍ରପାତ। ଝରଣା ଦେଖିବାକୁ ପ୍ରତିଦିନ ଏଠାକୁ ଛୁଟି ଆସୁଛନ୍ତି ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ।

ସମୁଦ୍ର ପତନ ଠାରୁ 400 ଫୁଟ ଉଚ୍ଚରେ ରହିଛି ସିମିଳି ଝର। ଘଞ୍ଚ ବନାନୀ ସାଙ୍ଗକୁ ପାହାଡ଼ ପର୍ବତ ଘେରରେ  ରହିଛି ସମ୍ପୂର୍ଣ ପରିବେଶ। ଭୋଜି ଭାତ ସାଙ୍ଗକୁ ପାହାଡ଼ ଚଢିବା ପାଇଁ ଏଠାରେ ରହିଛି ବେଶ ସୁବିଧା। ଯେଉଁଥିପାଇଁ ଏଠାରେ ଲୋକଙ୍କ ଭିଡ ଜମୁଛି । ପାହାଡ଼ର ଶିଖରରୁ ବହି ଆସୁଥିବା ଶୀତଳ ଜଳକୁ ଦେଖି ଲୋକେ ଖୁସି ହେବା ସହ ଝରଣା ପାଖେ ସେଲ୍ଫି ନେଉଛନ୍ତି । ତେବେ ପର୍ଯ୍ୟନଟ ସ୍ଥଳରେ  ବିକାଶର ଅଭାବ ଅଛି । ସରକାର ଏହାର ବିକାଶ ପାଇଁ ପହକ୍ଷେପ ନେବା ଆବଶ୍ଯକ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

 

ଶୀଘ୍ର ସାରନ୍ତୁ ବ୍ୟାଙ୍କ କାମ, ସେପ୍ଟେମ୍ବରରେ ୧୬ ଛୁଟି

ନନ୍ଦିଘୋଷ ବ୍ୟୁରୋ: ସେପ୍ଟେମ୍ବର ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ । ସବୁ ରବିବାର ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ହୋଲିଡେ ମଧ୍ୟ ସାମିଲ ରହିଛି । ସେପ୍ଟେମ୍ବରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଓ ଇଦ୍ ଏ ମିଲାଦ ଭଳି ଉତ୍ସବ ସବୁ ଅନୁଷ୍ଠିତ ହେବ। ଏହା ଛଡା ଜାତୀୟ ସ୍ତରର ଛୁଟି ମଧ୍ୟ ପାଳନ ହେବ। ଏଣୁ ସେପ୍ଟେମ୍ବରରେ ବ୍ୟାଙ୍କ ପୁରା ୧୬ ଦିନ ବନ୍ଦ ରହିବ।

୩ ସେପ୍ଟେମ୍ବର ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ

୬ ସେପ୍ଟେମ୍ବର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ ଓ ପାଟନାରେ ବ୍ୟାଙ୍କ ବନ୍ଦ ରହିବ।

୭ ସେପ୍ଟେମ୍ବର  କୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଅହମ୍ମଦାବାଦ, ଚଣ୍ଡିଗଡ଼, ଡେରାଡୁନ, ଗାଙ୍ଗଟକ, ତେଲେଙ୍ଗାନା, ଜୟପୁର, ଜମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚୀ, ସିଲଙ୍ଗ, ଶିମଲା ଓ ଶ୍ରୀନଗରରେ ବ୍ୟାଙ୍କ ଛୁଟି ରହିବ।

୯ ସେପ୍ଟେମ୍ବର  ଦ୍ୱିତୀୟ ଶନିବାର ଯୋଗୁ ଦେଶର ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

୧୦ ସେପ୍ଟେମ୍ବର ରବିବାର ଯୋଗୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।

୧୭ ସେପ୍ଟେମ୍ବର ରବିବାର ଯୋଗୁ ମଧ୍ୟ ଦେଶରେ ବ୍ୟାଙ୍କ ବନ୍ଦ।

୧୮ ସେପ୍ଟେମ୍ବର ବିନାୟକ ଚତୁର୍ଥୀ ନିମନ୍ତେ ବେଙ୍ଗାଲୁରୁ ଓ ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ।

୧୯ ସେପ୍ଟେମ୍ବର ଗଣେଶ ଚତୁର୍ଥୀ ନିମନ୍ତେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର ଓ ପାଣାଜୀରେ ବ୍ୟାଙ୍କ ବନ୍ଦ ରହିବ।

୨୦ ସେପ୍ଟେମ୍ବର  ନୂଆଁଖାଇ ଯୋଗୁ ଭୁବନେଶ୍ୱର ସମେତ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓ ମୁଖ୍ୟାଳୟରେ ବ୍ୟାଙ୍କ ଛୁଟି ରହୁଥିବା ବେଳେ ଏହି ଦିନ କୋଚ୍ଚିରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।

୨୨ ସେପ୍ଟେମ୍ବର ନାରାୟଣଗୁରୁ ସମାଧି ଦିବସ ନିମନ୍ତେ କୋଚ୍ଚି, ପଣାଜୀ ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ।

୨୩ ସେପ୍ଟେମ୍ବର ଚତୁର୍ଥ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।

୨୪ ସେପ୍ଟେମ୍ବର ରବିବାର ପାଇଁ ବ୍ୟାଙ୍କ ଛୁଟି।

୨୫ ସେପ୍ଟେମ୍ବର ଶଙ୍କର ଦେବ ଜୟନ୍ତୀ ନିମନ୍ତେ ଗୌହାଟୀରେ ବ୍ୟାଙ୍କ ବନ୍ଦ ରହିବ

୨୭ ସେପ୍ଟେମ୍ବର ମିଲାଦ ଏ ସରିଫ ନିମନ୍ତେ ଜମ୍ମୁ, ଶ୍ରୀନଗର, କୋଚ୍ଚି ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ଛୁଟି ରହିବ।

୨୮ ସେପ୍ଟେମ୍ବର ଇଦ ଏ ମିଲାଦ ନିମନ୍ତେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।

୨୯ ସେପ୍ଟେମ୍ବର ଇଦ ଏ ମିଲାଦ ଉନ ନବୀ ଯୋଗୁ ଗାଙ୍ଗଟୋକ, ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।

 

ଚାଳ ଛପର ଘରେ ବିତୁଛି ଜୀବନ

ସାଲେପୁର: ମାଟି କାନ୍ଥ ଘରେ ବିତୁଛି ଜୀବନ । ଚାଳ ଛପର ଘରେ ରହୁଛନ୍ତି ଏକାଧିକ ପରିବାର । ବାରୋଗୋଡିଆ ଗାଁ 14 ନମ୍ବର ୱର୍ଡର  ରଞ୍ଜିତ କୁମାର ସ୍ବାଇଁ । ଭଙ୍ଗା କାନ୍ଥକୁ ଚାଳ ସହ ଘୋଡା ଯାଇଛି ପଲିଥିନ୍ । ସ୍ତ୍ରୀ ରୋଗରେ ପଡ଼ି ଚାଲିଗଲା ପରେ ଦୁଇ ପିଲାଙ୍କୁ ନେଇ ଏହି ଘରେ ଚଳୁଛନ୍ତି ରଞ୍ଜିତ । ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଘର ଖଣ୍ଡିକ ପାଇଁ ଅନେକ ଥର ଦରଖାସ୍ତ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେହିପରି ଡମ୍ବରୁ ଧର ,  ମିନାକ୍ଷୀ  ଓ ନିରଜାଙ୍କ ଭଳି ଅନେକ ପରିବାର ଏବେବି ଝାଟି ମାଟି ଘରେ ଚଳୁଛନ୍ତି । ବର୍ଷା ଦିନରେ ନାନା ସମସ୍ୟା ହେଉଛି କିନ୍ତୁ ଏମାନେ ଅସହାୟ । ଘର ଖଣ୍ଡେ ପାଇଁ ଏମାନେ ପଞ୍ଚାୟତରୁ ବ୍ଲକ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି ତଥାପି କେହି ତାଙ୍କ କଥା ଶୁଣୁନଥିବା ହୋଇଛି ଅଭିଯୋଗ ।

ଏହି ୱାର୍ଡର ଅନେକ ଯୋଗ୍ୟ  ଗରିବ ହିତାଧିକାରୀ ସରକାରୀ ଘର ଖଣ୍ଡେ ପାଇବା ପାଇ 10 ରୁ 15 ବର୍ଷ ଧରି ଅପେକ୍ଷା କରିଛନ୍ତି । ତଦନ୍ତ କରି ଘର ଦିଆଯିବ ବୋଲି କହି ଦେଇ ଗଲେଣି କେତେ ସରକାରୀ ବାବୁ। କିନ୍ତୁ କୌଣସି ସମସ୍ୟାର ସମାଧାନ ହେଉନି । ଏପଟେ କେବେ ଘର ଖଣ୍ଡେ ମିଳିବ ଏହି ଆଶାରେ ଲୋକେ । ଅନ୍ୟପଟେ ସମସ୍ୟା ସମ୍ପର୍କରେ ଅବଗତ ହୋଇଛି । ତଦନ୍ତ ଚାଲିଛି ଖୁବ ଶୀଘ୍ର ଘର ଯୋଗାଇ ଦିଆ ଯିବ ବୋଲି କହିଛନ୍ତି ବିଡିଓ  ।

ଏହିସବୁ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା । ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ଢେଙ୍କାନଳ, ଯାଜପୁର, ବାଲେଶ୍ବର, ଭଦ୍ରକ, ପୁରୀ, ଖର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ।