ଇସ୍ରୋ ସେୟାର କଲା ପ୍ରଜ୍ଞାନର ମଜାଳିଆ ଭିଡିଓ, ଯେମିତି କେହି ଜହ୍ନମାମୁଁ ଅଗଣାରେ ଖେଳୁଛି

1 min read

ବେଙ୍ଗାଲୁରୁ: ଭାରତର ଚନ୍ଦ୍ରଯାନ ୩ ମିଶନରେ ନିୟୋଜିତ ପ୍ରଜ୍ଞାନ ରୋଭରର ଏକ ନୂଆ ଭିଡିଓ ସାମନାକୁ ଆସିଛି  । ଏହି ଭିଡିଓରେ ରୋଭରର ମଜାଳିଆ ଅନ୍ଦାଜ ଦେଖିବାକୁ ମିଳିଛି  । ରୋଭର ଗୋଲ୍‌ ଗୋଲ୍‌ ଘୁରୁଥିବାର ଭିଡିଓ ଲ୍ୟାଣ୍ଡର ବିକ୍ରମ ଉତ୍ତୋଳନ କରିଥିବା ଚିତ୍ର ଏବେ ଭାଇରାଲ ହେଉଛି  ।

ଇସ୍ରୋ ୨୪ ସେକେଣ୍ଡର ଏହି ଭିଡିଓ ସେୟାର କରି ସୋସିଆଲ ମିଡିଆରେ ଲେଖିଛନ୍ତି ‘‘ସୁରକ୍ଷିତ ମାର୍ଗର ସନ୍ଧାନରେ ରୋଭରକୁ ବୁଲାଯାଇଛି  । ଏହି ସମୟରେ ଏକ ସ୍ବତନ୍ତ୍ର ମୂହୁର୍ତ୍ତକୁ କ୍ୟାମେରାରେ କଏଦ କରିଛି ଲ୍ୟାଣ୍ଡର ବିକ୍ରମ  । ଏଭଳି ଅନୁଭବ ହେଉଛି ଯେ କେହି ଶିଶୁ ଜହ୍ନମାମୁଁ ଅଗଣାରେ ମସ୍ତି କରୁଛି ଆଉ ମା ତାକୁ ଦେଖୁଛି, ନୁହେଁ କି ’’?

ସେହିପରି  ଇସ୍ରୋକୁ ଆଶା ଦେଲା ରୋଭର ପ୍ରଜ୍ଞାନ । ଭିନ୍ନ ଟେକନିକ ଜରିଆରେ ଚନ୍ଦ୍ରପୃଷ୍ଠରେ ସଲଫର ଥିବାନେଇ ସୂଚନା ଦେଇଛି ପ୍ରଜ୍ଞାନ । ପୂର୍ବରୁ ବି ସଲଫର ଥିବା ନେଇ ସୂଚନା ଦେଇଥିଲା ପ୍ରଜ୍ଞାନ । ରୋଭରରେ ରହିଥିବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପକ୍ଟ୍ରୋସ୍କୋପ ବା APXS ଜରିଆରେ ସଲଫର ଥିବା ନେଇ ପ୍ରଜ୍ଞାନ ସୂଚନା ଦେଇଛି । ସେପଟେ ଏକ ନିରାପଦ ରୁଟ୍ ସମ୍ପର୍କରେ ରୋଭର ଗବେଷଣା କରୁଛି । ପିଆରଏଲ ଅହମ୍ମଦାବାଦର ସହଯୋଗରେ ପିଆରଏଲ ଅହମ୍ମଦାବାଦ ତିଆରି କରିଛି APXS ।