spot_img
Home Blog Page 2661

ଆଜିଠୁ ଦୁଇ ଦିନ ଜି-୨୦ ଶିଖର ସମ୍ମିଳନୀ, ନୂଆଦିଲ୍ଲୀରେ ପହଞ୍ଚିସାରିଲେଣି ବିଶ୍ବନେତା

ନୂଆଦିଲ୍ଲୀ: ଶନିବାରଠାରୁ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ବିଶ୍ୱର କୋଣ ଅନୁକୋଣରୁ ରାଜନୈତିକ ପ୍ରତିନିଧି, ଆନ୍ତର୍ଜାତିକ ସଂଗଠନର ପ୍ରତିନିଧି ଓ ଅନ୍ୟ ବିଶ୍ୱ ନେତୃବୃନ୍ଦ ଯୋଗ ଦେଉଛନ୍ତି ।  ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଅତିଥିମାନେ ପ୍ରାୟ ଆସିସାରିଲେଣି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣାଣ୍ଡିଜ, ନାଇଜେରିଆର ରାଷ୍ଟ୍ରପତି, ମରିସସ ପ୍ରଧାନମନ୍ତ୍ରୀ, ଇଟାଲୀ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରମୁଖ ନୂଆଦିଲ୍ଲୀରେ ପହଂଚି ସାରିଛନ୍ତି। ଅନ୍ୟପକ୍ଷରେ ମେକ୍ସିକୋର ଅର୍ଥମନ୍ତ୍ରୀ, ୟୁରୋପ କମିଶନର ଅଧ୍ୟକ୍ଷ, ୟୁରୋପ ପରିଷଦର ଅଧ୍ୟକ୍ଷ, ଓଇସିଡି ମହାସଚିବ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ମହାନିର୍ଦ୍ଦେଶକ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସି ପହଂଚିଛନ୍ତି ।

ସମସ୍ତ ଅତିଥିମାନଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯିବା ସହ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ୟୁକ୍ରେନ ଯୁଦ୍ଧ, ସ୍ବଚ୍ଛ ଶକ୍ତି, ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଦୂରୀକରଣ ଆଦି ପ୍ରସଙ୍ଗରେ ବିଶ୍ବ ନେତା ଆଲୋଚନା କରିବେ । ଭାରତ ଓ ଆମେରିକା ମଧ୍ୟରେ ଜିଇ ଇଞ୍ଜିନ, ପ୍ରିଡେଟର ଡ୍ରୋନ, ୫ଜି ଓ ୬ଜି ସ୍ପେକ୍ଟ୍ରମ, ଆଧୁନିକ ପ୍ରଯୁକ୍ତି, ବେସାମରିକ ଆଣବିକ କ୍ଷେତ୍ର ପ୍ରସଙ୍ଗରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ।

ଜି 20 ଶିଖର ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ବିଶ୍ବ ନେତା

ନୂଆଦିଲ୍ଲୀ: ଗ୍ରୁପ-୨୦ ସମ୍ମିଳନୀ ଲାଗି ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ବିଶ୍ବ ନେତା। ଆଜି ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବେର୍ଟୋ ଫର୍ଣ୍ଣାଣ୍ଡିଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଆଫ୍ରିକା ୟୁନିଅନ ରାଷ୍ଟ୍ରପତି ଆଜାଲି ଆସୁମନି।
ସେହିପରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ, ଋଷ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରୋଭ ପ୍ରମୁଖ ପହଞ୍ଚିଛନ୍ତି ।

ଏହି ସମ୍ମିଳନୀରେ ବିଶ୍ବ ରାଜନୈତିକ ସ୍ଥିତି, ଅର୍ଥନୈତିକ ବ୍ୟବସ୍ଥା, ଖାଦ୍ୟ ଓ ଶକ୍ତି ପ୍ରସଙ୍ଗ, ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲିଥିବା ଉତ୍ତେଜନା ଆଦି ପ୍ରସଙ୍ଗରେ ଆଲୋଚନା ହେବ। ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ସ୍ପେନ ରାଷ୍ଟ୍ରପତି ପେଦ୍ରୋ ସାଞ୍ଚେଜ, ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ ମାନୁଏଲ ଲୋପେଜ ଯୋଗଦେବେ ନାହିଁ।

ଏହି ସମ୍ମିଳନୀରେ ସମ୍ମିଳନୀରେ ୩୦ଟି ଦେଶର ରାଷ୍ଟ୍ରମୁଖ୍ୟ, ୧୪ଟି ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ଯୋଗଦେଉଛନ୍ତି। ଏହି ସମ୍ମିଳନୀରେ ଆମେରିକା, ସାଉଦିଆରବ, ଭାରତ ଓ ୟୁନାଇଟେଡ ଆରବ ଏମିରେଟସ ପକ୍ଷରୁ ଭିତ୍ତିଭୂମି ସଂକ୍ରାନ୍ତ ଚୁକ୍ତି ହେବା ଆଶା ରହିଛି। ଉପସାଗରୀୟ ରାଷ୍ଟ୍ରକୁ ରେଳଲାଇନ ସଂଯୋଗ ନେଇ ଏହି ଚୁକ୍ତିରେ କ୍ଷେତ୍ର ପ୍ରସ୍ତୁତ କରାଯିବ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୃଷ୍ଟିବାଧିତ କ୍ରିକେଟର, ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ଜିତି ଫେରିଲେ ଓଡିଶା

ଭୁବନେଶ୍ବର: ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଓଡ଼ିଶାକୁ ଗର୍ବିତ କରିଥିବା ଏହି ୪ ଦୃଷ୍ଟିବାଧିତ ମହିଳା ଓ ୩ ଜଣ ପୁରୁଷ କ୍ରିକେଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏତେ ବଡ଼ ସଫଳତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଲ କ୍ୟାରିଅର ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମହିଳା କ୍ରିକେଟରଙ୍କୁ ୨୦ ଲକ୍ଷ ଓ ପୁରୁଷ କ୍ରିକେଟରଙ୍କୁ ୧୫ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଇଂଲଣ୍ଡର ବର୍ମିଂହାମରେ ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରି ସ୍ୱର୍ଣ୍ଣପଦକ ଜିତିଥିଲା ଭାରତ । ଆଉ ଏହି ଦଳରେ ଥିଲେ ଓଡ଼ିଶାର ଫୁଲ ସୋରେନ, ବାସନ୍ତୀ ହାଂସଦା, ଝିଲି ବିରୁଆ ଓ ପଦ୍ମିନୀ ଟୁଡୁ । ଓଡ଼ିଶା ଫେରିଲା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା ।

ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ପୁରୁଷ ଟିମ୍‌ ରୌପ୍ୟ ପଦକ ହାସଲ କରିଥିଲେ । ଟିମ୍‌ରେ ତିନି ଜଣ ଓଡ଼ିଆ ଥିଲେ । ସେମାନେ ହେଲେ ଜାଫର ଇକବାଲ, ନାକୁଲା ବଡ଼ନାୟକ ଏବଂ ପଙ୍କଜ ଭୁଏ । ଏମାନଙ୍କର କଠିନ ପରିଶ୍ରମ ଏବଂ ସଫଳତା ପାଇଁ ଆଜି ସାରା ଓଡ଼ିଆ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ବ୍ଲାଇଣ୍ଡ କ୍ରିକେଟ ଆସୋସିଏସନ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଛି । ଅଭାବ ଅନଟନରେ ଦିନ କାଟିବା ସତ୍ୱେ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି କ୍ରିକେଟର । ଗରିବ ପରିବାରରୁ ଆସିଥିବା ଏହି ପ୍ରତିଭା ଭୋକ ଉପବାସରେ ସମୟ ବିତାଇଛନ୍ତି । ବାପା, ମାଆ ମୂଲ ଲାଗି ପରିବାର ଚଳାଇଛନ୍ତି । କିନ୍ତୁ କ୍ରିକେଟ ଖେଳିବା ପରଠାରୁ ଏମାନଙ୍କ ଜୀବନରେ ଅନେକ ପରିବର୍ତନ ଆସିଛି ।

୩୦ ଜିଲ୍ଲା ଗସ୍ତର ତଥ୍ୟ ରଖିଲେ 5T ସଚିବ, ୩୪ ହଜାର ଅଭିଯୋଗର ହୋଇଛି ସମାଧାନ

ଭୁବନେଶ୍ବର: ୩୦ ଜିଲ୍ଲା ଗସ୍ତର ତଥ୍ୟ ରଖିଲେ 5T ସଚିବ ଭିକେ ପାଣ୍ଡିଆନ । ଗସ୍ତ ସମୟରେ ୫୬ ହଜାର ୪୨୪ଟି ଅଭିଯୋଗପତ୍ର ମିଳିଥିଲା । ସେଥିରୁ ୩୪ ହଜାର ୨୬୦ଟି ଅଭିଯୋଗର ସମାଧାନ ହୋଇଛି । ଯାହା ମୋଟ ଅଭିଯୋଗର ୬୦.୭୨ ପ୍ରତିଶତ । ଆହୁରି ୨୨ହଜାର ୧୬୪ଟି ଅଭିଯୋଗର ସମାଧନ ବାକି ରହିଛି ।

ଯାହା ଖୁବଶୀଘ୍ର ସମାଧାନ ହେବ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୮୪୬ ଅଭିଯୋଗପତ୍ର ଗ୍ରହଣ କରାଯାଇଛି । ସେଥିରୁ ୫୫୭ଟି ଅଭିଯୋଗର ସମାଧାନ କରାଯାଇଛି । ୬ ମାସ ଧରି ୩୦ଟି ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ଶୁଣିଥିଲେ 5T ସଚିବ ଭିକେ ପାଣ୍ଡିଆନ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ଯାଜପୁର କୋରେଇରେ ଶେଷ ଜନଶୁଣାଣି କରିଥିଲେ 5T ସଚିବ ।

ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଆଜି ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ:ଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ  । ଗ୍ରୁପ-୨୦ ସମ୍ମିଳନୀରେ ଯୋଗ ଦେବେ ବାଇଡେନ  । ବାଇଡେନଙ୍କ ଲାଗି ଅଭୁତପୂର୍ବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
। ବାଇଡେନଙ୍କ ଗସ୍ତ ଉପରେ ସାରା ବିଶ୍ବର ନଜର ଭାରତ ଓ ଆମେରିକା ମଧ୍ୟରେ ଅନେକ ପ୍ରସଙ୍ଗରେ ହେବା ଆଲୋଚନା ।

ୟୁକ୍ରେନ ଯୁଦ୍ଧ, ସ୍ବଚ୍ଛ ଶକ୍ତି, ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଦୂରୀକରଣ ଆଦି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହେବ ଆଲୋଚନା । ଭାରତ ଓ ଆମେରିକା ମଧ୍ୟରେ ଜିଇ ଇଞ୍ଜିନ, ପ୍ରିଡେଟର ଡ୍ରୋନ, ୫ଜି ଓ ୬ଜି ସ୍ପେକ୍ଟ୍ରମ, ଆଧୁନିକ ପ୍ରଯୁକ୍ତି, ବେସାମରିକ ଆଣବିକ କ୍ଷେତ୍ର ପ୍ରସଙ୍ଗରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ।

୧୬ରେ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ

କଟକ: ବସ୍ ଯାତ୍ରୀଙ୍କୁ ମିଳିବ ଅନ୍ତର୍ଜାତୀୟ ସ୍ତରର ସୁବିଧା। ଲୋକାର୍ପଣ ଅପେକ୍ଷାରେ କଟକ ନେତାଜୀ ବସ୍ ଟର୍ମିନାଲ। ଗୋଟିଏ ସ୍ଥାନରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଡ଼ିବ ବସ୍। ଏୟାରପୋର୍ଟ ପରି ଅନୁଭୂତି ପାଇବେ ଯାତ୍ରୀ ଓ କର୍ମଚାରୀ। କଟକବାସୀଙ୍କ ଅପେକ୍ଷାର ହେବ ଅନ୍ତ। ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ ଟର୍ମିନାଲ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୮୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଅନ୍ତର୍ଜାତୀୟ ସ୍ତରର ବସ୍ ଟର୍ମିନାଲ। ପାଞ୍ଚଟି ବସ-ବେ ସାଙ୍ଗକୁ ୧୯୧ଟି ବସ୍ ପାର୍କିଙ୍ଗ, ଯାତ୍ରୀ ବିଶ୍ରାମଗାର, ଆହାର କେନ୍ଦ୍ର, ମିଶନଶକ୍ତି କେନ୍ଦ୍ର ସହ ବସ ଚଳାଚଳ ନେଇ ଏଲେକ୍ଟ୍ରୋନିକ ସୂଚନା ବ୍ୟବସ୍ଥା କରାଯାଇଛି। ବସ୍ ଟର୍ମିନାଲ ସହ ମୁଖ୍ୟମନ୍ତ୍ରୀ ସେହିଦିନ ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ, ରାଣୀହାଟ କ୍ଲକ ଟାଓ୍ବାର, ତାଳଦଣ୍ଡା ପାର୍ଶ୍ବ ଫୁଡକୋର୍ଟ, ସିଲଭର ସିଟି ବୋଟ କ୍ଲବ ଏବଂ ଛତ୍ର ବଜାର ଅର୍ବାନ ହାଟ ସହ ୧୫ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ସିଡିଏ ଅଧ୍ୟକ୍ଷ । ୧୩ ତାରିଖରୁ ବସ୍ ଟର୍ମିନାଲରୁ ହେବ ଟ୍ରାଏଲ ରନ। ଟର୍ମିନାଲ ମଧ୍ୟକୁ ବସ୍ ପ୍ରବେଶ ଓ ପ୍ରସ୍ଥାନ ସହ ରୁଟ ଲାଇନିଂ ଏବଂ ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯିବ।

ଏସିଆ କପ ୨୦୨୩: ଭାରତ ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ, ରିଜର୍ଭ ଡେ’ ହୋଇପାରେ

କଲମ୍ବୋ: ଏସିଆ କପ ସୁପର ୪ ଷ୍ଟେଜରେ ଭାରତ ଓ ପାକିସ୍ତାନ ମଧ୍ୟରେ କଲୋମ୍ବୋରେ ମ୍ୟାଚ୍‌ ଖେଳାଯାଇ ପାରିନଥିଲା  । ଯାହାକି ଆଗାମୀ ସେପ୍ଟେମ୍ବର ୧୧କୁ ରିଜର୍ଭ ଡେ’ ରଖାଯାଇଛି  । ସୁପର ଷ୍ଟେଜ ୪ ର ତୃତୀୟ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୦ରେ ଶ୍ରାଲଙ୍କାର କଲମ୍ବୋରେ ଖେଳାଯିବ  । ହେଲେ ସୁପରସଣ୍ଡେରେ ଏହି ସୁପରମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ  । କଲମ୍ବୋରେ ଆଗାମୀ ୧୦ ତାରିଖରେ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି  । ଏହି ସମୟରେ ତାପମାତ୍ରା ୨୬ ରୁ ୩୨ ଡିଗ୍ରୀ ସେଲସିଅସ ରହିବ  ।

ମିଡିଆ ରିପୋର୍ଟ ମୁତାବକ ଭାରତ ଓ ପାକିସ୍ତାନ ମଧ୍ୟରେ ସୁପର ୪ ଷ୍ଟେଜ ମ୍ୟାଚ ପାଇଁ ୧୧ ସେପ୍ଟେମ୍ବର କୁ ରିଜର୍ଭ ଡେ ରଖାଯାଇଛି  । ସେପ୍ଟେମ୍ବର ୧୦ ରେ ମ୍ୟାଚ ଯେଉଁଠି ଅଟକିବ ୧୧ ରେ ସେଠାରୁ ହିଁ ମ୍ୟାଚ ଆରମ୍ଭ ହେବ  । ଏହା ପୂର୍ବରୁ ସେପ୍ଟେମ୍ବର ୨ରେ ଭାରତ ପାକିସ୍ତାନ ମଧ୍ୟରେ ବର୍ଷା କାରଣରୁ ମ୍ୟାଚ ରଦ୍ଦ ହୋଇଯାଇଥିଲା  ।

ତେବେ ଆଉ କୌଣସି ସୁପର ୪ ମ୍ୟାଚ ପାଇଁ ରିଜର୍ଭ ଡେ ଉପଲବ୍ଧ ନାହିଁ  । ସେହିଭଳି କୌଣସି ମ୍ୟାଚ ବେଳେ ବର୍ଷା ହେଉଥିଲେ ଏହାକୁ ରଦ୍ଦ କରିଦିଆଯାଏ  । କିନ୍ତୁ ଭାରତ ପାକିସ୍ତାନ ମ୍ୟାଚ ଓ ଏସିଆ କପ ୨୦୨୩ ଫାଇନାଲ ପାଇଁ ରିଜର୍ଭ ଡେ ରଖାଯାଇଛି  ।

ତେବେ ଶ୍ରୀଲଙ୍କା ପାଣିପାଗ ବିଭାଗ ଅନୁସାରେ ରବିବାର ଦିନ କଲୋମ୍ବୋରେ ମ୍ୟାଚ ସମୟରେ ଦିନ ୨ଟା ବେଳେ ପ୍ରବଳ ବର୍ଷାର ସମ୍ଭାବନା ରହିଛି  । ଭାରତ ଓ ପାକିସ୍ତାନ ମ୍ୟାଚ ଭାରତୀୟ ସମୟାନୁସାରେ ଦିନ ୩ଟାରେ ଖେଳାଯିବ  । ଦିନ ୨ଟା ୩୦ରେ ଟସ୍‌ ପଡିବ  ।

 

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ। ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ କେନ୍ଦ୍ର ସହାୟକ ହେବ। ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ, ଗବେଷଣା ଓ ଛାତ୍ରବୃତ୍ତି ବ୍ୟବସ୍ଥା ରହିବ। ଖୋର୍ଦ୍ଧା ଗସ୍ତ ସମୟରେ 5T ସଚିବଙ୍କୁ ଭେଟି ଦାବି ଜଣାଇଥିଲେ ବିଭିନ୍ନ ପାଇକ ସଂଗଠନ।

ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ। ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ପାଇକ ମାନଙ୍କ ସାମୁହିକ ବିକାଶ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ। ଶିକ୍ଷାର୍ଥୀ ମାନଙ୍କ ପାଇଁ ଛାତ୍ର ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହି କେନ୍ଦ୍ର ଗଡ ଖୋର୍ଦ୍ଧା ଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବ। ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡି.ପି.ଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

5T ସଚିବ ଭି କେ ପାଣ୍ଡିଆନ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ପାଇକ ସଂଗଠନର ସଦସ୍ୟମାନଙ୍କୁ ଭେଟିଥିଲେ ଏବଂ ପାଇକ ପରମ୍ପରାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ। ଓଡିଶା ଇତିହାସରେ ପାଇକ ପରମ୍ପରାକୁ ଗୌରବମୟ ଅଧ୍ୟାୟ ଭାବରେ ଭିକେ ପାଣ୍ଡିଆନ ବର୍ଣ୍ଣନା କରିଥିଲେ । ଏହାର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ପରେ ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଛାତ୍ରୀ ନିର୍ଯ୍ଯାତନା ଘଟଣା, ସମ୍ବଲପୁର ବିଶ୍ବବିଦ୍ଯାଳୟର ସହକାରୀ ପ୍ରଫେସର ନିଲମ୍ବିତ

ସମ୍ବଲପୁର: ଛାତ୍ରୀ ନିର୍ଯ୍ଯାତନା ଘଟଣାରେ ସମ୍ବଲପୁର ବିଶ୍ବବିଦ୍ଯାଳୟର ସହକାରୀ ପ୍ରଫେସର ନିଲମ୍ବିତ । ଓଡିଆ ବିଭାଗର ସହକାରୀ ପ୍ରଫେସର ଶୁକମୁନି ମେହେର ନିଲମ୍ବିତ ହୋଇଛନ୍ତି | ନିଲମ୍ବନ କଲେ ସମ୍ବଲପୁର ବିଶ୍ବବିଦ୍ଯାଳୟ ରେଜିଷ୍ଟାର ଡକ୍ଟର ନୃପରାଜ ସାହୁ । ଓଡିଆ ବିଭାଗର ଜଣେ ନବାଗତ ଛାତ୍ରୀଙ୍କୁ ନିର୍ଯ୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରାଜ୍ୟ ବାହାରେ ଓଡ଼ିଆଙ୍କ ଦୁଃଖ ବୁଝିଲା ସିଏମଓ

ଭୁବନେଶ୍ୱର: ସବୁ ଅଭିଯୋଗର ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ରାଜ୍ୟ ଭିତରେ ନୁହେଁ ବରଂ ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ସମସ୍ୟା ସମାଧାନ ହେଉଛି। କୋଲକାତାରେ ଥିବା ଓଡ଼ିଆ ସ୍କୁଲ ଶିକ୍ଷକମାନଙ୍କ ଦରମା ସମସ୍ୟା ନେଇ ଅଭିଯୋଗ ପାଇବାର ମାତ୍ର ୫ ଦିନ ମଧ୍ୟରେ ସମାଧାନ କରିଛନ୍ତି ଫାଇଭ-ଟି ସଚିବ।

କୋଲକାତାରେ ଥିବା ଓଡ଼ିଆମାନଙ୍କ ପିଲାମାନେ ପାଠ ପଢିବା ପାଇଁ ଉତ୍କଳୀୟ ମିଳିତ ମଞ୍ଚର ୧୮ଟି ସଂଗଠନ ଓଡ଼ିଆ ସ୍କୁଲ ପରିଚାଳନା କରୁଛନ୍ତି । ଏହି ସ୍କୁଲରେ ୩୬୦୦ ଓଡ଼ିଆ ଛାତ୍ରଛାତ୍ରୀ ପାଠ ପଢନ୍ତି । ଏଥିପାଇଁ ୮୦ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ୨୦୧୬ ମସିହାରେ ସଂଗଠନର ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକମାନଙ୍କ ଦରମା ୩ହଜାର ଟଙ୍କା ଦେବାକୁ ମଞ୍ଜୁର କରିଥିଲେ । ସେବେଠାରୁ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ଦରମା ପ୍ରଦାନ କରି ଆସୁଥିଲେ । କିନ୍ତୁ ଗତ ବର୍ଷେ ହେଲା କିଛି କାରଣରୁ ଶିକ୍ଷକମାନଙ୍କ ଦରମା ବନ୍ଦ ହୋଇଯାଇଥିଲା ।

ଉତ୍କଳୀୟ ମିଳିତ ମଞ୍ଚ ଏନେଇ ଫାଇଭ-ଟି ସଚିବଙ୍କୁ ଦରଖାସ୍ତ ପ୍ରଦାନ କରିଥିଲେ । ଦରଖାସ୍ତ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୁରନ୍ତ ମଞ୍ଚ ସହ ଆଲୋଚନା କରି ମାତ୍ର ୫ ଦିନ ମଧ୍ୟରେ ବକେୟା ଅର୍ଥ ପ୍ରଦାନ କରିଛନ୍ତି । ଅର୍ଥ ମିଳିବା ପରେ ଉତ୍କଳୀୟ ମଞ୍ଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ଦରମା ବୃଦ୍ଧି ନେଇ ସଚିବ ସକାରାତ୍ମକ ଆଲୋଚନା କରିଥିବା ମଞ୍ଚ ସାଧାରଣ ସମ୍ପାଦକ କହିଛନ୍ତି ।