ଏସିଆ କପ ୨୦୨୩: ଭାରତ ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ, ରିଜର୍ଭ ଡେ’ ହୋଇପାରେ

କଲମ୍ବୋ: ଏସିଆ କପ ସୁପର ୪ ଷ୍ଟେଜରେ ଭାରତ ଓ ପାକିସ୍ତାନ ମଧ୍ୟରେ କଲୋମ୍ବୋରେ ମ୍ୟାଚ୍‌ ଖେଳାଯାଇ ପାରିନଥିଲା  । ଯାହାକି ଆଗାମୀ ସେପ୍ଟେମ୍ବର ୧୧କୁ ରିଜର୍ଭ ଡେ’ ରଖାଯାଇଛି  । ସୁପର ଷ୍ଟେଜ ୪ ର ତୃତୀୟ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୦ରେ ଶ୍ରାଲଙ୍କାର କଲମ୍ବୋରେ ଖେଳାଯିବ  । ହେଲେ ସୁପରସଣ୍ଡେରେ ଏହି ସୁପରମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ  । କଲମ୍ବୋରେ ଆଗାମୀ ୧୦ ତାରିଖରେ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି  । ଏହି ସମୟରେ ତାପମାତ୍ରା ୨୬ ରୁ ୩୨ ଡିଗ୍ରୀ ସେଲସିଅସ ରହିବ  ।

ମିଡିଆ ରିପୋର୍ଟ ମୁତାବକ ଭାରତ ଓ ପାକିସ୍ତାନ ମଧ୍ୟରେ ସୁପର ୪ ଷ୍ଟେଜ ମ୍ୟାଚ ପାଇଁ ୧୧ ସେପ୍ଟେମ୍ବର କୁ ରିଜର୍ଭ ଡେ ରଖାଯାଇଛି  । ସେପ୍ଟେମ୍ବର ୧୦ ରେ ମ୍ୟାଚ ଯେଉଁଠି ଅଟକିବ ୧୧ ରେ ସେଠାରୁ ହିଁ ମ୍ୟାଚ ଆରମ୍ଭ ହେବ  । ଏହା ପୂର୍ବରୁ ସେପ୍ଟେମ୍ବର ୨ରେ ଭାରତ ପାକିସ୍ତାନ ମଧ୍ୟରେ ବର୍ଷା କାରଣରୁ ମ୍ୟାଚ ରଦ୍ଦ ହୋଇଯାଇଥିଲା  ।

ତେବେ ଆଉ କୌଣସି ସୁପର ୪ ମ୍ୟାଚ ପାଇଁ ରିଜର୍ଭ ଡେ ଉପଲବ୍ଧ ନାହିଁ  । ସେହିଭଳି କୌଣସି ମ୍ୟାଚ ବେଳେ ବର୍ଷା ହେଉଥିଲେ ଏହାକୁ ରଦ୍ଦ କରିଦିଆଯାଏ  । କିନ୍ତୁ ଭାରତ ପାକିସ୍ତାନ ମ୍ୟାଚ ଓ ଏସିଆ କପ ୨୦୨୩ ଫାଇନାଲ ପାଇଁ ରିଜର୍ଭ ଡେ ରଖାଯାଇଛି  ।

ତେବେ ଶ୍ରୀଲଙ୍କା ପାଣିପାଗ ବିଭାଗ ଅନୁସାରେ ରବିବାର ଦିନ କଲୋମ୍ବୋରେ ମ୍ୟାଚ ସମୟରେ ଦିନ ୨ଟା ବେଳେ ପ୍ରବଳ ବର୍ଷାର ସମ୍ଭାବନା ରହିଛି  । ଭାରତ ଓ ପାକିସ୍ତାନ ମ୍ୟାଚ ଭାରତୀୟ ସମୟାନୁସାରେ ଦିନ ୩ଟାରେ ଖେଳାଯିବ  । ଦିନ ୨ଟା ୩୦ରେ ଟସ୍‌ ପଡିବ  ।