୩୦ ଜିଲ୍ଲା ଗସ୍ତର ତଥ୍ୟ ରଖିଲେ 5T ସଚିବ, ୩୪ ହଜାର ଅଭିଯୋଗର ହୋଇଛି ସମାଧାନ

1 min read

ଭୁବନେଶ୍ବର: ୩୦ ଜିଲ୍ଲା ଗସ୍ତର ତଥ୍ୟ ରଖିଲେ 5T ସଚିବ ଭିକେ ପାଣ୍ଡିଆନ । ଗସ୍ତ ସମୟରେ ୫୬ ହଜାର ୪୨୪ଟି ଅଭିଯୋଗପତ୍ର ମିଳିଥିଲା । ସେଥିରୁ ୩୪ ହଜାର ୨୬୦ଟି ଅଭିଯୋଗର ସମାଧାନ ହୋଇଛି । ଯାହା ମୋଟ ଅଭିଯୋଗର ୬୦.୭୨ ପ୍ରତିଶତ । ଆହୁରି ୨୨ହଜାର ୧୬୪ଟି ଅଭିଯୋଗର ସମାଧନ ବାକି ରହିଛି ।

ଯାହା ଖୁବଶୀଘ୍ର ସମାଧାନ ହେବ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୮୪୬ ଅଭିଯୋଗପତ୍ର ଗ୍ରହଣ କରାଯାଇଛି । ସେଥିରୁ ୫୫୭ଟି ଅଭିଯୋଗର ସମାଧାନ କରାଯାଇଛି । ୬ ମାସ ଧରି ୩୦ଟି ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ଶୁଣିଥିଲେ 5T ସଚିବ ଭିକେ ପାଣ୍ଡିଆନ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ଯାଜପୁର କୋରେଇରେ ଶେଷ ଜନଶୁଣାଣି କରିଥିଲେ 5T ସଚିବ ।