spot_img
Home Blog Page 2643

ଆଳି ଘଟଣାର ରିପିଟ୍ ଟେଲିକାଷ୍ଟ, ଝିଅ ପାଇଁ ଶୁଦ୍ଧି ହେଲେ ପରିବାର

ମୋହନା: ପ୍ରେମ ବିବାହ କରିବାରୁ ଶୁଦ୍ଧି ହେଲେ ପରିବାର । ଆଳି ପରେ ଏବେ ମୋହନାରୁ ଆସିଛି ସମାନ ଖବର । ବଞ୍ଚି ଥାଉ ଥାଉ ଝିଅର ଦଶlହକାର୍ଯ୍ୟ କଲେ ପରିବାର l ଝିଅ ପ୍ରେମ ବିବାହ କଲେ ବୋଲି ପରିବାର ଲୋକେ କଲେ ଶୁଦ୍ଧିକ୍ରିୟା l ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁର ଘଟଣା l ଗାଁର ସହଦେଵ ସାହୁଙ୍କ ଝିଅ ଚାନ୍ଦିନୀ ସାହୁ ଗତ 2 ତାରିଖ ରାତିରେ ଘରୁ କେଉଁ ଆଡେ ଚାଲିଯାଇଥିଲେ l ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ l ତେବେ ଗତ 4 ତାରିଖ ଦିନ ଗାଁର ଜଣେ ପୁଅକୁ କୋର୍ଟରେ ବିବାହ କରିଥିବା ଫୋଟ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ l ଏନେଇ 6 ତାରିଖ ଦିନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝିଅର ବାପା ସହଦେଵ l  ଝିଅ ମରିଗଲା ବୋଲି କହିବା ସହ ତାର ଫଟୋରେ ଫୁଲ ମାଳ ପକାଇ ପୁରୋହିତଙ୍କ ଦ୍ୱାରା ଆଜି ଶୁଦ୍ଧିକ୍ରିୟା କରାଯାଉଥିବା କହିଛନ୍ତି ପରିବାର ଲୋକେ ।

ରାଜନୀତିରେ ରହି ଗର୍ବ ଓ ଅହଙ୍କାର ଦେଖାଇଲେ ଚଳିବ ନାହିଁ: ମାନସ ମଙ୍ଗରାଜ

ଖଣ୍ଡପଡ଼ା: ରାଜନୀତିରେ ରହି ଗର୍ବ ଓ ଅହଙ୍କାରର ସ୍ଥାନ ନାହିଁ । ନାଁ ନନେଇ ସୌମ୍ୟଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ । ଖଣ୍ଡପଡ଼ାର ପୂର୍ବତନ ଲୋକପ୍ରିୟ ବିଧାୟକ ଅରୁଣ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଇ ସେ ପରୋକ୍ଷରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି । ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟ ଆଦୌ ଠିକ ନୁହେଁ । ବିଜେଡିରେ ଥାଇ ସେ ବିଜେଡିକୁ ସମାଲୋଚନା କରୁଛନ୍ତି । ପୂର୍ବରୁ ମଧ୍ୟ କଂଗ୍ରେସ ଓ ବିଜେପିରେ ରହି ମଧ୍ୟ ସେ ସେହି ଦଳକୁ ସମାଲୋଚନା କରୁଥିଲେ ।

ଏହା ଆଦୌ ଠିକ ନୁହେଁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ଅରୁଣ ପଟ୍ଟନାୟକଙ୍କ ସମୟରେ ଖଣ୍ଡପଡାର ବିକାଶ ହୋଇଥିଲା। ଏହାପରେ ତାଙ୍କ ପୁଅ ଅନୁଭବ ପଟ୍ଟନାୟକଙ୍କ ସମୟରେ ବିକାଶ ହୋଇଛି । ଅନୁଭବଙ୍କୁ ବ୍ୟକ୍ତିଗତ ଭାବେ ଜାଣେ । ସେ ଜଣେ, ଭଦ୍ର, ନମ୍ର, ଅମାୟିକ ଓ ଉଚ୍ଚ ଶିକ୍ଷିତ। ସିଏ ସବୁବେଳେ ବିକାଶ କଥା ଚିନ୍ତା କରନ୍ତି। ଲୋକଙ୍କ ସାଙ୍ଗରେ ରୁହନ୍ତି, ତାଙ୍କ ଭଦ୍ର ଓ ନମ୍ର ବ୍ୟବହାର ପାଇଁ ସେ ଜଣାଶୁଣା। ରାଜନୀତିରେ ଅହଂକାରୀଙ୍କ ପାଇଁ ଉଦାହରଣ ହେଉଛନ୍ତି ନମ୍ର, ଉଚ୍ଚ ଶିକ୍ଷିତ ଅନୁଭବ। ଗର୍ବ ଓ ଅହଙ୍କାର ଛାଡି ରାଜନୀତି କରିବା ଉଚିତ ବୋଲି କହିଛନ୍ତି ମାନସ ।

ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ, କଲିକତାର ଦୁଇଟି ଆକାଉଣ୍ଟ ପ୍ରିଜ ପାଇଁ କମିଶନରେଟ ପୋଲିସର ଚିଠି

କଟକ: ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ । ସୌରୀନ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପଦକ୍ଷେପ । ପଦକ୍ଷେପ ଗ୍ରହଣ କଲା କମିଶନରେଟ ପୋଲିସ । କଲିକତାର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ପ୍ରିଜ ପାଇଁ ଲେଖିଲା ଚିଠି । ଗତକାଲି ସୌରୀନଙ୍କ ବିରୁଦ୍ଧରେ ଜାରି ହୋଇଥିଲା ଲୁକ୍ ଆଉଟ୍ ସର୍କୁଲାର୍। କୋଲକାତା ଯାଇଥିଲା ପୋଲିସ ଟିମ୍ ସୌରିନଙ୍କୁ ନପାଇ ଖାଲି ହାତରେ ଫେରିଥିଲା । କୋଲକାତାର ୩ଟି ସ୍ଥାନରେ ସୌରିନଙ୍କୁ ଖୋଜିବାକୁ ପ୍ରୟାସ କରିଥିଲା ପୋଲିସ ।

ଯଦି ସୌରିନ ଭଟ୍ଟ ହାଜର ନହୁଅନ୍ତି, ତେବେ କୋର୍ଟଙ୍କ ଜରିଆରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଥିଲେ । ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ସେହିପରି ସୌରିନ ଭଟ୍ଟ କରିଥିବା ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ହାଇକୋର୍ଟ ।

ଜୁନୈଦ-ନାସିର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନୁ ମାନେସର ଗିରଫ

ଚଣ୍ଡିଗଡ଼: ମୋନୁ ମାନେସରକୁ ଗିରଫ କଲା ହରିୟାଣା ପୋଲିସ । ଭିବାନୀରେ ଜୁନୈଦ-ନାସିର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିଲା ମୋନୁ ମାନେସର । ହରିୟାଣା ପୋଲିସ ତାକୁ ତାର ନିଜ ଗାଁରୁ ଗିରଫ କରିଛି । ଏବେ ତାକୁ ରାଜସ୍ଥାନ ପୋଲସକୁ ହସ୍ତାନ୍ତର କରାଯିବ । ଗତ ୮ ମାସ ହେବ ସେ ଫେରାର ଥିଲା । ହରିୟାଣାର ନୁହ ହିଂସାରେ ପଛରେ ମଧ୍ୟ ତାର ହାତ ଥିବା ନେଇ ଅଭିଯୋଗ ହୋଇଥିଲା । ୧୬ ଫେବ୍ରୁଆରୀ ୨୦୨୩ରେ ହରିୟାଣାର ଭିବାନୀରେ ବୋଲେରୋ ଗାଡ଼ିରେ ଦୁଇଟି ଜଳିଯାଇଥିବା ଶବ ମିଳିଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ ଏହି ଶବ ରାଜସ୍ଥାନର ଭରତପୁର ଜିଲ୍ଲାର ଘାଟମିକା ଗାଁର ଜୁନୈଦ ଏବଂ ନାସିରଙ୍କର ଥିଲା । ଏହାପରେ ରାଜସ୍ଥାନ ଏବଂ ହରିୟାଣାରେ ମାମଲା ରୁଜୁ ହୋଇଥିଲା । ହରିୟାଣାର ଅନେକ ଗୋ-ରକ୍ଷକ ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଥିଲେ । ଏମାନଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚିତ ନାଁ ଥିଲା ମୋନୁ ମାନେସର ଓରଫ ମୋହିତ ଯାଦବ । ଦୀର୍ଘଦିନର ଲୁଚକାଳି ପରେ ଆଜି ତାକୁ ହରିୟାଣା ପୋଲିସ ଗିରଫ କରିଛି ।

ସୌମ୍ୟଙ୍କୁ ଉପସଭାପତି ପଦରୁ ବହିଷ୍କାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ। ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦରୁ ବହିଷ୍କାର କରିଛନ୍ତି । ଗତ କିଛିଦିନ ଧରି ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ ସୌମ୍ୟ। ସଂପାଦକୀୟ ଆଳରେ ମିଛ ତଥ୍ୟ ଦେଇ ଲେଖୁଥିଲେ ଆଲେଖ୍ୟ । ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିଲେ ସୌମ୍ୟ । ତାଙ୍କ ଆଭିମୁଖ୍ୟକୁ ଦଳର ବହୁ ବରିଷ୍ଠ ନେତା ନାପସନ୍ଦ କରିଥିଲେ। ଏପରିକି ଦଳ ଛାଡ଼ି ସଂପାଦକୀୟ ଲେଖିବାକୁ ମଧ୍ୟ ଆହ୍ବାନ ଦେଇଥିଲେ। ବାରମ୍ବାର ସମାଲୋଚନା ପରେ ବି ସଂପାଦକୀୟ ଲେଖୁଥିଲେ ସୌମ୍ୟ । ନିଜ ମାଲିକାନାରେ ଥିବା ଗଣମାଧ୍ୟମକୁ ଅସ୍ତ୍ର କରି ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଥିଲା ।

ଖଣ୍ଡପଡାରେ ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ

ଖଣ୍ଡପଡ଼ା: ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ 27ତମ ଶ୍ରାଦ୍ଧ ଦିବସରେ ଖଣ୍ଡପଡ଼ା ବିକାଶ ସମାବେଶ । ୧୨ ସେପ୍ଟେମ୍ବରକୁ ଖଣ୍ଡପଡ଼ା ଜାଗ୍ରତ ଦିବସ ଭାବେ ପାଳନ କରାଯାଉଛି । ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ସ୍ବର୍ଗତ ଅରୁଣ ପଟ୍ଟନାୟକ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଖଣ୍ଡପଡା ଅଞ୍ଚଳରେ ଖୁବ ଲୋକପ୍ରିୟ ଥିଲେ । ଖଣ୍ଡପଡ଼ାର ବିକାଶ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ ଅରୁଣ ପଟ୍ଟନାୟକ । ଅରୁଣ ପଟ୍ଟନାୟକଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଦୁଇ ଥର ଏଠାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କ ପୁଅ ଅନୁଭବ ପଟ୍ଟନାୟକ ମଧ୍ୟ ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭାପୁର ବ୍ଲକ ବନମାଳିପୁରରେ ଅନୁଷ୍ଠିତ ଖଣ୍ଡପଡା ଜାଗ୍ରତ ଦିବସରେ ସାଂସଦ ମାନସ ମଙ୍ଗରାଜ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ ।

ରାଜ୍ୟରେ ସ୍ଥିର ଅବସ୍ଥାରେ ଅଛି ଡେଙ୍ଗୁ, ଭୁବନେଶ୍ୱରରେ ଦୈନିକ ୮୦ରୁ ୧୦୦ ମାମଲା ଆସୁଛି

ଭୁବନେଶ୍ୱର: ରାଜ୍ୟରେ ବଢ଼ିନି ଡେଙ୍ଗୁ । ସ୍ଥିର ଅବସ୍ଥାରେ ଅଛି । ଭୁବନେଶ୍ୱରରେ ଦୈନିକ ୮୦ରୁ ୧୦୦ ମାମଲା ଆସୁଛି । ସାରା ରାଜ୍ୟରେ ଦୈନିକ ୨୦୦ ମାମଲା ଆସୁଛି । ଗତ ୧୦ ତାରିଖ ରିପୋର୍ଟ ଅନୁସାରେ, ସାରା ରାଜ୍ୟରେ ୬୮ ହଜାର ୬୧୦ ଟେଷ୍ଟିଂ ହୋଇଛି । ଯେଉଁଥିରୁ ୫ ହଜାର ୯୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୩ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗୀକୁ ମଶା କାମୁଡି ଅନ୍ୟ ଜଣଙ୍କୁ କାମୁଡିଲେ ଡେଙ୍ଗୁ ହୁଏ । ଯଦି ଏଡିସ ମଶା ଆଖପାଖରେ ଥିବ, ତେବେ ଡେଙ୍ଗୁ ଆଶଙ୍କା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମହାନ୍ତି ।

ସାବଧାନ! ମାତିଛି ସ୍କ୍ରବ ଟାଇଫସ, ଜ୍ୱର ନକମିଲେ ଶୀଘ୍ର ପରୀକ୍ଷା କରାଇବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ସାବଧାନ! ମାତିଛି ସ୍କ୍ରବ ଟାଇଫସ । ଏହା ଚିଗର ନାମକ କୀଟ କାମୁଡ଼ିଲେ ହେଉଛି । ଯାହାକୁ ଏଚାର ବୋଲି କୁହାଯାଏ । ଚାଷୀ, ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି । ଏହାର ଲକ୍ଷଣ, ଜ୍ୱର ଲାଗି ରହିବ, ଶରୀରର ଯେଉଁ ସ୍ଥାନକୁ କାମୁଡେ, ସେଠାରେ ସ୍କିନ ଡେଡ ହୋଇଯାଏ । ମୃତ୍ୟୁ ସମ୍ଭାବନା ବି ଅଛି । ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର DPHL ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି । ଚିହ୍ନଟ ହେଲେ ଚିକିତ୍ସା ସହଜ । ସାଧାରଣ ଆଣ୍ଟିବାୟୋଟିକ୍‌ କାମ ଦେବ । ଜ୍ବର ନକମିଲେ ଶୀଘ୍ର ପରୀକ୍ଷା କରାଇନିଅନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ପ୍ୟାରକସିଆ ପରନରିଜିନ କୁହାଯାଏ । ପ୍ୟାରକସିଆ ପରନରିଜିନ ମାନଙ୍କୁ ସ୍କ୍ରବ ଟାଇଫସ ଟେଷ୍ଟ ପାଇଁ ନିର୍ଦେଶ ଅଛି । ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଅଛି । ହେଲେ ସର୍ବାଧିକ କେସ୍‌ କେନ୍ଦୁଝରରୁ ଆସୁଛି ।

କେରଳରେ ହେଉଥିବା ମୃତ୍ୟୁ ପଛରେ ନିପାହ ଭାଇରସ୍, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

ଥିରୁଅନନ୍ତପୁରମ: କେରଳରେ ପୁଣି ଗୋଟେଥ ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁଇଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୋମବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତେବେ ଏହି ଦୁଇ ମୃତ୍ୟୁ ଏକ ଘରୋଇ ହସ୍ପିଟାଲରେ ହୋଇଛି ଏବଂ ନିପାହ ଭାଇରସ୍ କୁ ମୃତ୍ୟୁର କାରଣ କୁହାଯାଉଛି ।

ସ୍ୱାସ୍ଥ୍ୟ ବିଭାଗ ମୁତାବିକ ମୃତକଙ୍କ ମଧ୍ୟରୁ ଜଣଙ୍କ ସମ୍ପର୍କୀୟଙ୍କ ସ୍ଥିତି ମଧ୍ୟ ଗମ୍ଭୀର ରହିଛି ଏବଂ ତାଙ୍କୁ ଆଇସିୟୁରେ ଆଡମିଟ୍ କରାଯାଇଛି । ଜ୍ୱରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବାଣା ଜର୍ଜ କହିଛନ୍ତି ଯେ, ମୃତକଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ମୃତକଙ୍କ ସମ୍ପର୍କୀୟ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଜଣେ ମୃତକଙ୍କ ବୟସ ୯ ବର୍ଷ ହୋଇଥିବା ବେଳେ ଆଉଜଣଙ୍କ ବୟସ ୪ ବର୍ଷ ରହିଛି । ବର୍ତ୍ତମାନ ଉଭୟ ମୃତକଙ୍କ ଶବକୁ ଶବାଗାରରେ ରଖାଯାଇଛି । ରିପୋର୍ଟ ଆସିବା ପରେ ଅନ୍ତିମ ସଂସ୍କାର କରାଯିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁସାରେ, ନିପାହ ଭାଇରସ୍ ଏକ ଜିନୋଟିକ୍ ଭାଇରସ୍ ଅଟେ । ଅର୍ଥାତ ପଶୁଙ୍କ ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପିଥାଏ । ଅନେକଥର ଖାଦ୍ୟ-ପାନୀୟ ଜରିଆରେ ଏବଂ ମଣିଷରୁ ମଣିଷକୁ ମଧ୍ୟ ବ୍ୟାପିଥାଏ । ନିପାହର ସର୍ବପ୍ରଥମ ମାମଲା ୧୯୯ରେ ମାଲେସିଆର ଏକ ଗାଁ ସୁନଗଇ ନିପାହରେ ସାମ୍ନାକୁ ଆସିଥିଲା । ଏହି କାରଣରୁ ଏହି ଭାଇରସର ନାଁ ନିପାହ ରଖାଯାଇଛି । ନିପାହ ଭାଇରସର ଲକ୍ଷଣ ହେଉଛି ଗଭୀର ଜ୍ୱର ହେବା, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ସମସ୍ୟା, ଗଳାରେ ଦରଜ, ଏଟିପିକର ନିମୋନିଆ ଭଳି ଲକ୍ଷଣ ଦେଖାଯାଇଥାଏ ।

ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ, ହେଉଛି ବିଭାଗୱାରୀ ସମୀକ୍ଷା

ଭୁବନେଶ୍ୱର: ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଥିବା ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିଭାଗଓ୍ବାରୀ ସମୀକ୍ଷା ହେଉଛି । କେଉଁ ବିଭାଗ କେତେ ପ୍ରତିଶତ କାମ କରିଛନ୍ତି । 5T ସଚିବଙ୍କ ଜନ ଶୁଣାଣି ସମୟରେ ଆସିଥିବା ଅଭିଯୋଗର କେତେ ସମାଧାନ ହୋଇଛି । ଆଉ କେତେ ବାକି ରହିଛି, ସେସବୁର ଅନୁଧ୍ୟାନ କରାଯାଉଛି । ଏହାସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହେଉଛି ।