spot_img
Home Blog Page 2626

ଫାଇନାଲରେ ବର୍ଷା ହେଲେ କ’ଣ ହେବ ଫଳାଫଳ?

କଲମ୍ବୋ: ଏସିଆା କପର ଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ସୁପର-୪ର ଶେଷ ମ୍ୟାଚରେ ଭାରତ ବାଲାଂଦେଶଠାରୁ ହାରିଥିବାବେଳେ ଶ୍ରୀଲଙ୍କା ପାକିସ୍ତାନଠାରୁ ରୋମାଞ୍ଚକ ବିଜୟ ହାସଲ କରିଛି । ତେବେ ଏସିଆା କପର ଆାରମ୍ଭରୁ ମ୍ୟାଚରେ ବର୍ଷା ବାଧକ ସାଜିଛି । ପାଣିପାଗ ବିଭାଗର ସୂଚନା ମୁତାବକ ବର୍ଷା ହେବାର ସମ୍ଭାବନା ରହିଛି । ସବୁଠାରୁ ବଡ଼ କତଶ ହେଉଛି କି, ଶନିବାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକି, ରବିବାର ମ୍ୟାଚରେ ମଧ୍ୟ ପ୍ରଭାବ ପକାଇପାରେ ।

୧୭ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । କିନ୍ତୁ ରିଜର୍ଭ ଡେରେ ଖେଳାଯାଇପାରିବ ଫାଇନାଲ ମୁକାବିଲା । ତେବେ ୧୮ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ଯଦି ବର୍ଷା ବାଧକ ସାଜେ ତାହେଲେ ୨୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯିବ । ଯଦି ୧୮ ତାରିଖରେ ମଧ୍ୟ ଖେଳ ନହୁଏ ତାହେଲେ ଉଭୟ ଦଳକୁ ଚାମ୍ପିୟନ ଘୋଷଣା କରାଯିବ । ୨୦୦୨ ମସିହାରେ ଚାମ୍ପିୟନ୍ସ ଟ୍ରଫି ସମୟରେ ମଧ୍ୟ ବର୍ଷା ବାଧକ ସାଜିଥିବାରୁ ଶ୍ରୀଲଙ୍କା ଏବଂ ଭାରତ ଟ୍ରଫି ଭାଗ ବାଣ୍ଟିଥିଲେ ।

ସ୍ତ୍ରୀକୁ ୬ ଖଣ୍ଡ କରି ନଦୀରେ ଫିଙ୍ଗିଦେଲା ସ୍ବାମୀ

ସୋରଡ଼ା: ଓଡ଼ିଶାରେ ଶ୍ରଦ୍ଧା ୱାକର କାଣ୍ଡ । ଗଂଜାମ ସୋରଡା ଥାନା ଭଗବାନପୁରରେ ଚାଞ୍ଚଲ୍ୟ । ନବବିବାହିତା ସ୍ତ୍ରୀକୁ ହତ୍ୟା ପରେ ୬ ଖଣ୍ଡ କରି ନଦୀକୁ ଫିଙ୍ଗିଦେଇଛି ଅଭିଯୁକ୍ତ ସ୍ବାମୀ । ଘଟଣାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ଘରୋଇ କଳିରୁ ନୃଶଂସ ସ୍ୱାମୀ ନାରାୟଣ ମୁଳି ଅତି ନିର୍ମମ ଭାବେ ସ୍ତ୍ରୀ ବୁଲି ମୁଳିକୁ ବେଲ୍ଟ ଯୋଗେ ତଣ୍ଟି ଚିପି ହତ୍ୟା କରିଥିଲା ।

ଏହାପରେ କାନ୍ଧରେ ଋଷିକୁଲ୍ୟା ନଦୀ ପଠା ଯାଏଁ ବୋହିନେଇଥିଲା । ହୁଲୁହୁଲା ଗଣ୍ଡ ନିକଟରେ ମୃତ ସ୍ତ୍ରୀର ଶରୀରକୁ ରଖି କଟୁରିରେ ଛଅ ଖଣ୍ଡ କରି ଗୋଟି ଗୋଟି କରି ନଦୀରେ ଭସାଇ ଦେଇଥିଲା । ଖବର ପାଇ ପୋଲିସ ଛାନବିନ ଜାରି ରଖିଛି । ଏପର୍ଯ୍ୟନ୍ତ ସୁଦ୍ଧା ମୃତକଙ୍କ ଶରୀରର କୌଣସି ଖଣ୍ଡବିଖଣ୍ଡିତ ଅଂଶ ପାଇନାହିଁ ପୋଲିସ । ଏବେ ବି ଅଗ୍ନିଶମ ବାହିନୀ ଓ ପୋଲିସ ମୃତ ବୁଲିଙ୍କର ଶରୀରର ଅଂଶକୁ ଋଷିକୁଲ୍ୟାର ପ୍ରଖର ସ୍ରୋତରୁ ଖୋଜି ବାହାର କରିବାକୁ ଉଦ୍ୟମ ଜାରି ରଖିଛି  । ତିନି ମାସ ତଳେ ନାରାୟଣଙ୍କ ସହ ମୃତ ବୁଲିଙ୍କ ସୋରଡା ଶିବ ମନ୍ଦିରରେ ଉଭୟ ପରିବାରର ଉପସ୍ଥିତିରେ ବିବାହ ହୋଇଥିଲା ।

ପରେ ଉଭୟ ବେଶ ହସ ଖୁସିରେ ଚଳି ଆସୁଥିଲେ । ଗତ କିଛି ଦିନ ହେବ ଉଭୟ ନିଜ ଗାଁ ଭଗବାନପୁରକୁ ଚାଲି ଆସିଥିଲେ । କିଛି ଟଙ୍କା ପାଇଁ ବୁଲି ପିନ୍ଧିଥିବା ଏକ ସୁନା ଚେନକୁ ନାରାୟଣ ବନ୍ଧା ପକାଇବାକୁ ମାଗିଥିଲା । କିନ୍ତୁ ମୁଳି ଏଥିରେ ରାଜି ହୋଇନଥିଲା । ଏଥିରୁ ଉତକ୍ଷିପ୍ତ ହୋଇ ନାରାୟଣ ମୁଳିକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଓ ସାଇଣ୍ଟିଫିକ ଟିମ ବର୍ତ୍ତମାନ  ନାରାୟଣକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ ରିକ୍ରିଏଟ କରିଛି । ପୋଲିସ ହତ୍ୟାରେ ବ୍ୟବହାର କରାଯାଇଥିବା କଟୁରୀ ଓ ଅନ୍ୟ କିଛି ଜିନିଷକୁ ଉଦ୍ଧାର କରି ଜବତ କରିଛି । ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।

ଦୁର୍ଦ୍ଦାନ୍ତ ନକ୍ସଲ ସଞ୍ଜୟ ଦୀପକକୁ ଗିରଫ କଲା ପୋଲିସ

ମାଲକାନଗିରି: ପୋଲିସ ହାତରେ ଧରାପଡିଲା ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ। ମୁଣ୍ଡ ଉପରେ ଥିଲା ୮୦ ଲକ୍ଷ ଟଙ୍କା ପୁରସ୍କାର ରାଶି। ସେଣ୍ଟ୍ରାଲ କମିଟି ମେମ୍ବର ଦୁର୍ଦ୍ଦାନ୍ତ ନକ୍ସଲ ସଞ୍ଜୟ ଦୀପକ ରାଓକୁ ତେଲେଙ୍ଗାନା ପୋଲିସ ଗିରଫ କରିଛି । ତାଙ୍କ ପତ୍ନୀ ମଧ୍ୟ ଗିରଫ ହୋଇଛନ୍ତି । ଦୀର୍ଘ ଦିନରୁ ସଞ୍ଜୟ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ସେ କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁ ଟ୍ରାଇ ଜଙ୍କସନର ସଚିବ ମଧ୍ୟ ଅଛନ୍ତି। ଦଣ୍ଡକାରଣ୍ୟ ଅଞ୍ଚଳରେ ମଧ୍ୟ ଦୀର୍ଘ ଦିନ ଧରି ଥିଲା ସକ୍ରୀୟତା। ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ଚିକିତ୍ସା ପାଇଁ ଆସିଥିଲେ ହାଇଦ୍ରାବାଦ। ତେଲେଙ୍ଗାନା ପୋଲିସ ମେଡିକାଲ ଘେରାଉ କରି ହାର୍ଡକୋର ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି ।

ଭୁବନେଶ୍ୱର ଗସ୍ତରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଏକ ଦେଶ ଏକ ନିର୍ବାଚନ ନେଇ ଗଠିତ କମିଟିର ପ୍ରଥମ ବୈଠକ ବସିବ। ଏ ନେଇ ସୂଚନା ଦେଇଛନ୍ତି କମିଟିର ମୁଖ୍ୟ ତଥା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏକ ଘରୋଇ ଇଞ୍ଜିନିୟରିଂ କଲେଜର କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ବର ଆସିଥିବାବେଳେ ଏ ସଂପର୍କରେ କୋବିନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କିଛି ଦିନ ତଳେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତି କରିଥିଲେ କେନ୍ଦ୍ର ସରକାର। ଏହି କମିଟି ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ। ଆସନ୍ତା ୧୮ ତାରିଖରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସୁଥିବା ବେଳେ ଗୃହରେ କେନ୍ଦ୍ର ସରକାର ଏହି ବିଲ ଆଗତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଏହା ଗୃହିତ ହୁଏ ତେବେ ଦେଶରେ ଗୋଟିଏ ସମୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ହେବ।

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଆର୍‌.ଆଇ ଧରାପଡ଼ିଛନ୍ତି। ଜଗତସିଂହପୁର ଜିଲ୍ଲା ବାହାରଣା ସର୍କଲ ଆର୍‌.ଆଇ ରମାକାନ୍ତ ବେହେରାଙ୍କୁ ଭିଜିଲାନ୍ସ‌ ଗିରଫ କରିଛି। ଏକ ଜମି ମାମଲାର ସମାଧାନ ପାଇଁ ସେ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଲାଞ୍ଚ ଟଙ୍କା ଜବତ ସହ ଆର୍‌.ଆଇ ରମାକାନ୍ତ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରମାକାନ୍ତ ବେହେରାଙ୍କ ଦୁଇଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

ସୌରଭ ଗାଙ୍ଗୁଲି ଆରମ୍ଭ କରିବେ ନୂଆ କ୍ୟାରିୟର!

ନନ୍ଦିଘୋଷ ବ୍ୟୁରୋ: ବସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିବେ ବୋଲି ଅନେକ ଚର୍ଚ୍ଚା ହେଉଥିଲା । କେତେବେଳେ ଚର୍ଚ୍ଚା ହୁଏ କି, ସେ ବିଜେପିରେ ଯୋଗ ଦେବେ ତ ଆଉ କେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆସିଛନ୍ତି ନଜର । ଏବେ ମମତା ବାନାର୍ଜୀଙ୍କ ସହ ସ୍ପେନରେ ଅଛନ୍ତି । ଏଣୁ ସେ ଆାଗକୁ ନିର୍ବାଚନ ଆସୁଥିବାବେଳେ ରାଜନୀତି ମଇଦାନରେ ପାଦ ଦେବେ ବୋଲି କୁହାଯାଉଥିଲା । କିନ୍ତୁ ଗାଙ୍ଗୁଲି ବ୍ୟବସାୟ କ୍ଷେତ୍ରରେ ପାଦ ଦେବାକୁ ଯାଉଛନ୍ତି । ସ୍ପେନରୁ ସେ ଏହି ବଡ଼ ଘୋଷଣା କରିଛନ୍ତି ।

ମାମ୍ରିଡରେ ବେଙ୍ଗଲ ଗ୍ଲୋବାଲ ବିଜନେସ ମିଟିଙ୍ଗରେ ଯୋଗ ଦେଇ ଗାଙ୍ଗୁଲି ବ୍ୟବସାୟ କ୍ଷେତ୍ରରେ ଯୋଗ ଦେବାକୁ ଘୋଷଣା କରିଛନ୍ତି । ସେ ଏକ ଇସ୍ପାତ କାରଖାନା ଖୋଲିବା ନେଇ ସୂଚନା ଦେଇଛନ୍ତି । ଆସନ୍ତା ୬ରୁ ୧୨ ମଧ୍ୟରେ କାମ ଶେଷ ହେବ ବୋଲି କହିଛନ୍ତି । ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ସାଲବୋନିରେ ଏହି କାରଖାନା ଖୋଲିବାକୁ ଯାଉଛନ୍ତି । ୨୦୦୭ ମସିହାରୁ ଏକ ଛୋଟ ଇସ୍ପାତ କାରଖାନା ଚଳାଉଥିଲେ ଗାଙ୍ଗଲି । ଯାହାକି ସେ ନିଜେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପାଇଁ ଏହା ଗଢ଼ି ଉଠିଥିବା ଗାଙ୍ଗୁଲି କହିବା ସହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Z1 ପ୍ରକଳ୍ପରେ ସାଙ୍ଘାତିକ ତ୍ରୁଟି ମାମଲା; ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ Z ଇଷ୍ଟେଟ ଏମଡି

ଭୁବନେଶ୍ୱର: ଜେଡ ଇଷ୍ଟେଟର ଜେଡ୍‌ ୱାନ ପ୍ରକଳ୍ପରେ ସାଙ୍ଘାତିକ ତ୍ରୁଟି ମାମଲା। ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ Z ଇଷ୍ଟେଟ ଏମଡି।  Z ଇଷ୍ଟେଟ ଏମଡି ତପନ ମହାନ୍ତି EOW ରେ ହାଜର ହୋଇଛନ୍ତି। Z ୱାନ୍ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଠକେଇ ନେଇ ଅଭିଯୋଗ କରିଥିଲା।

ଉଭୟ ଇନଫୋସିଟି ଥାନା ଓ EOWରେ ମାମଲା ହୋଇଥିଲା । ତଦନ୍ତ ପାଇଁ Z ଇଷ୍ଟେଟ ଏମଡିଙ୍କୁ EOW ଡାକିଛି। ଆପାର୍ଟମେଣ୍ଟ ନିର୍ମାଣ ନିୟମରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ଘର ମାଲିକଙ୍କ ବିନା ସମ୍ମତିରେ ଜେଡ୍‌ ଇଷ୍ଟେଟର ବାରମ୍ବାର ପ୍ଲାନ ପରିବର୍ତ୍ତନ ହେଉ କି ବେଆଇନ ଭାବେ ପ୍ରକଳ୍ପ ପରିସରରେ ଥିବା କମନ ଆମେନିଟିଜକୁ ପ୍ରମୋଟର ଏରିଆ କହି କ୍ରେତାଙ୍କୁ ଠକିବା ଯାଏଁ ସବୁଠି ଜେଡ ଇଷ୍ଟେଟର ଦାଦାଗିରି ଦେଖିବାକୁ ମିଳିଥିଲା।

ଏନେଇ ଘର ମାଲିକ ସଂଘ ବାରମ୍ବାର ଅଭିଯୋଗ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ଅର୍ଥବଳ, ବାହୁବଳ ସାଙ୍ଗକୁ ମିଡିଆ ପାୱାର ଦେଖାଇ ଜେଡ୍‌ ଇଷ୍ଟେଟ ମାଲିକ ନାନା ପ୍ରକାର ହଇରାଣ କରୁଥିବା ଅଭିଯୋଗ ଆସିଛି। ଏପଟେ ଜେଡ ଇଷ୍ଟେଟ ବିରୋଧରେ ମାଲିକ ସଂଘର ସ୍ୱର ତୀବ୍ର ହୋଇଛି। କୋଟି କୋଟି ଟଙ୍କାରେ ଘର କିଣିବା ପରେ ବି ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ଘର ମାଲିକମାନେ ଏକାଠି ହୋଇଛନ୍ତି।

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ବାରମୁଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିପାତ । ଶନିବାର ସକାଳୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସେନା ଓ ଜାମ୍ମୁକାଶ୍ମୀରର ମିଳିତ ବାହିନୀ ବାରାମୁଲାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏନକାଉଣ୍ଟର ଅପରେସନରେ ପ୍ରଥମେ ଏକ ଆତଙ୍କବାଦୀକୁ ହତ୍ୟା କରାଯାଇଥିବାବେଳେ ପରେ ଆଉ ଜଣକୁ ଖୋଜି ଖୋଜି ମାରି ଦିଆଯାଇଛି । ପରେ ପରେ ତୃତୀୟ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ସୁରକ୍ଷାକର୍ମୀ । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସେପଟେ ଅନନ୍ତନାଗ କୋକରାନାଗରେ ଚତୁର୍ଥ ଦିନରେ ମଧ୍ୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି । ପାହାଡି ଇଲାକାରେ ଲୁଚିଥିବା ଆତଙ୍କବାଦୀଙ୍କୁ ଖୋଜି ବାହର କରିବା ପାଇଁ ଡ୍ରୋନ ଓ ହେଲିକପ୍ଟରର ସାହାଯ୍ୟ ନିଆଯାଉଛି । ତେବେ ଆତଙ୍କବାଦୀଙ୍କ ଆଡ୍ଡାକୁ ସୁରକ୍ଷାକର୍ମୀ ବୋମା ମାଡ କରି ଧ୍ବସ୍ତ କରିଦେଇଛନ୍ତି । ତେବେ ଟାର୍ଗେଟ ପାଖରେ ସୁରକ୍ଷାକର୍ମୀ ପହଞ୍ଚିଗଲେଣି ବୋଲି କହିଛନ୍ତି କାଶ୍ମୀର ଜୋନର ଏଡିଜିପି । ଏହି ଇଲାକାରେ ଲସ୍କର କମାଣ୍ଡର ଉଜୈର ଖାନ, ଅନ୍ୟ ଏକ ଆତଙ୍କୀ ସହ ଲୁଚି ରହିଛି । ଏହି ଆତଙ୍କବାଦୀମାନେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଧନୌକ ଓ ଜାମ୍ମୁକାଶ୍ମୀର ପୋଲିସ ଡିସିପି ହୁମାୟୁନ ଭଟ୍ଟଙ୍କୁ ଫାୟାରିଙ୍ଗ କରି ସହିଦ କରିଦେଇଥିଲେ ।

ସ୍କ୍ରବ୍‌ ଟାଇଫସ୍‌ ସନ୍ଦେହ ଥିଲେ ତୁରନ୍ତ ଚିକିତ୍ସା କରାଇବାକୁ ପରାମର୍ଶ

ଭୁବନେଶ୍ୱର: ସବୁ ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍‌ ପରୀକ୍ଷା ବ୍ୟବସ୍ଥା ଅଛି। ଯେଉଁଠି ସନ୍ଦେହ ହେଉଛି, ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଙ୍କୁ କୁହାଯାଇଥିବା
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସବୁ ମୃତ୍ୟୁ ନେଇ ତଦନ୍ତ ଚାଲିଛି। କୀଟନାଶକ ସିଞ୍ଚନ ମାର୍ଗଦର୍ଶିକାରେ ନାହିଁ।

ସବୁ କୀଟନାଶକର ପରିବେଶ ଉପରେ କୁପ୍ରଭାବ ଅଛି । ଛୋଟ ଜାଗାରେ କୀଟ ଥିଲେ କୀଟନାଶକ ସିଞ୍ଚନ ହୋଇପାରିବ। ହେଲେ ବିସ୍ତୃତ ଅଞ୍ଚଳରେ କୀଟନାଶକ ସିଞ୍ଚନ ହୋଇପାରିବ ନାହିଁ। ତେଣୁ କୀଟନାଶକ ସିଞ୍ଚନ ସେତେଟା ପ୍ରଭାବଶାଳୀ ନୁହେଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ କାମ ହେଉଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

୧୬ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶାହିଦ-କରିନା

ମୁମ୍ବାଇ: ଶାହିଦ ଏବଂ କରିନାଙ୍କ ପ୍ରେମ ସମ୍ପର୍କ ଏକଦା ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା । ଅଫସ୍କ୍ରିନ ସାଙ୍ଗ ଅନସ୍କ୍ରିନରେ ମଧ୍ୟ ଦର୍ଶକେ ସେମାନଙ୍କୁ ବେଶ ପସନ୍ଦ କରୁଥିଲେ । ଲାଗୁଥିଲା କି, ସେମାନଙ୍କ ପ୍ରେମ ଭାଙ୍ଗଯିବା ପରେ ଆଉ ଉଭୟ କେବେ ମଧ୍ୟ ଗୋଟିଏ ସ୍କ୍ରିନରେ ନଜର ଆସିବେ ନାହିଁ । କିନ୍ତୁ ଏବେ ପୁଣିଥରେ ଶୁଣିବାକୁ ମିଳୁଛି କି, ଦୀର୍ଷ ୧୬ ବର୍ଷ ପରେ ଉଭୟ ଏକଦା ନଜର ଆସିପାରନ୍ତି ।

ବଲିଉଡର ହିଟ୍ ଚଳଚ୍ଚିତ୍ର ମଧ୍ୟରେ କରିନା ଏବଂ ଶାହିଦଙ୍କ ଅଭିନୀତ ଜବ୍ ଓ୍ବେ ମିଟ୍ ଆସେ । ତେବେ ଏହି ଫିଲ୍ମର ଦ୍ବିତୀୟ ଭାଗ ଆସିବାକୁ ଥିବାବେଳେ ପୁଣିଥରେ ଦମ ଦେଖାଇବେ ଶାହିଦ ଏବଂ କରିନା । ୨୦୦୭ ମସିହାରେ ରିଲିଜ ହୋଇଥିବା ଏହାର ପ୍ରଥମଭାଗ ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବାବେଳେ ଦ୍ବିତୀୟ ଭାଗ ପାଇଁ ଦର୍ଶକମାନେ ଦାବି କରିଥିଲେ । ଏବେ ଏହାର ଦ୍ବିତୀୟ ଭାଗ ପାଇଁ ପ୍ରେଯାଜନା ସଂସ୍ଥା ମଧ୍ୟ ଅଣ୍ଟା ଭିଡିଥିବା ସୂଚନା ମିଳିଛି । କିନ୍ତୁ ଏଯାବତ ପ୍ରେଯାଜାନା ସଂସ୍ଥା ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।