୧୬ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶାହିଦ-କରିନା

ମୁମ୍ବାଇ: ଶାହିଦ ଏବଂ କରିନାଙ୍କ ପ୍ରେମ ସମ୍ପର୍କ ଏକଦା ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା । ଅଫସ୍କ୍ରିନ ସାଙ୍ଗ ଅନସ୍କ୍ରିନରେ ମଧ୍ୟ ଦର୍ଶକେ ସେମାନଙ୍କୁ ବେଶ ପସନ୍ଦ କରୁଥିଲେ । ଲାଗୁଥିଲା କି, ସେମାନଙ୍କ ପ୍ରେମ ଭାଙ୍ଗଯିବା ପରେ ଆଉ ଉଭୟ କେବେ ମଧ୍ୟ ଗୋଟିଏ ସ୍କ୍ରିନରେ ନଜର ଆସିବେ ନାହିଁ । କିନ୍ତୁ ଏବେ ପୁଣିଥରେ ଶୁଣିବାକୁ ମିଳୁଛି କି, ଦୀର୍ଷ ୧୬ ବର୍ଷ ପରେ ଉଭୟ ଏକଦା ନଜର ଆସିପାରନ୍ତି ।

ବଲିଉଡର ହିଟ୍ ଚଳଚ୍ଚିତ୍ର ମଧ୍ୟରେ କରିନା ଏବଂ ଶାହିଦଙ୍କ ଅଭିନୀତ ଜବ୍ ଓ୍ବେ ମିଟ୍ ଆସେ । ତେବେ ଏହି ଫିଲ୍ମର ଦ୍ବିତୀୟ ଭାଗ ଆସିବାକୁ ଥିବାବେଳେ ପୁଣିଥରେ ଦମ ଦେଖାଇବେ ଶାହିଦ ଏବଂ କରିନା । ୨୦୦୭ ମସିହାରେ ରିଲିଜ ହୋଇଥିବା ଏହାର ପ୍ରଥମଭାଗ ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବାବେଳେ ଦ୍ବିତୀୟ ଭାଗ ପାଇଁ ଦର୍ଶକମାନେ ଦାବି କରିଥିଲେ । ଏବେ ଏହାର ଦ୍ବିତୀୟ ଭାଗ ପାଇଁ ପ୍ରେଯାଜନା ସଂସ୍ଥା ମଧ୍ୟ ଅଣ୍ଟା ଭିଡିଥିବା ସୂଚନା ମିଳିଛି । କିନ୍ତୁ ଏଯାବତ ପ୍ରେଯାଜାନା ସଂସ୍ଥା ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।