ଫାଇନାଲରେ ବର୍ଷା ହେଲେ କ’ଣ ହେବ ଫଳାଫଳ?

1 min read

କଲମ୍ବୋ: ଏସିଆା କପର ଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ସୁପର-୪ର ଶେଷ ମ୍ୟାଚରେ ଭାରତ ବାଲାଂଦେଶଠାରୁ ହାରିଥିବାବେଳେ ଶ୍ରୀଲଙ୍କା ପାକିସ୍ତାନଠାରୁ ରୋମାଞ୍ଚକ ବିଜୟ ହାସଲ କରିଛି । ତେବେ ଏସିଆା କପର ଆାରମ୍ଭରୁ ମ୍ୟାଚରେ ବର୍ଷା ବାଧକ ସାଜିଛି । ପାଣିପାଗ ବିଭାଗର ସୂଚନା ମୁତାବକ ବର୍ଷା ହେବାର ସମ୍ଭାବନା ରହିଛି । ସବୁଠାରୁ ବଡ଼ କତଶ ହେଉଛି କି, ଶନିବାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକି, ରବିବାର ମ୍ୟାଚରେ ମଧ୍ୟ ପ୍ରଭାବ ପକାଇପାରେ ।

୧୭ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । କିନ୍ତୁ ରିଜର୍ଭ ଡେରେ ଖେଳାଯାଇପାରିବ ଫାଇନାଲ ମୁକାବିଲା । ତେବେ ୧୮ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ଯଦି ବର୍ଷା ବାଧକ ସାଜେ ତାହେଲେ ୨୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯିବ । ଯଦି ୧୮ ତାରିଖରେ ମଧ୍ୟ ଖେଳ ନହୁଏ ତାହେଲେ ଉଭୟ ଦଳକୁ ଚାମ୍ପିୟନ ଘୋଷଣା କରାଯିବ । ୨୦୦୨ ମସିହାରେ ଚାମ୍ପିୟନ୍ସ ଟ୍ରଫି ସମୟରେ ମଧ୍ୟ ବର୍ଷା ବାଧକ ସାଜିଥିବାରୁ ଶ୍ରୀଲଙ୍କା ଏବଂ ଭାରତ ଟ୍ରଫି ଭାଗ ବାଣ୍ଟିଥିଲେ ।