spot_img
Home Blog Page 2625

ବଢ଼ିଲା ଜେଡ଼୍ ଇଷ୍ଟେଟ୍ ମାଲିକଙ୍କ ଅଡୁଆ

ଭୁବନେଶ୍ବର: ବଢ଼ିଲା ରିଏଲ ଇଷ୍ଟେଟ ଡେଭଲପର ଜେଡ଼୍ ଇଷ୍ଟେଟ ମାଲିକଙ୍କ ଅଡୁଆ । ଅର୍ଥନୈତିକ ଅପରାଧ ଶାଖାରେ ହାଜର ତପନ ମହାନ୍ତି ଓ ପୁଅ । ରାଜଧାନୀର ଛାତି ଉପରେ ଜେଡ଼୍ ଇଷ୍ଟେଟ ଲୋକଙ୍କୁ ଦିନ ଦ୍ବିପ୍ରହରରେ ଠକିଚାଲିଛି। ଜେଡ଼୍ ଓ୍ବାନ୍ ହାଉସିଂ ପ୍ରକଳ୍ପରୁ କୋଟି କୋଟି ଟଙ୍କାର ଘର କିଣି ଏବେ ପସ୍ତାଉଛନ୍ତି ଘରମାଲିକ । ରଙ୍ଗ ଡ଼େମୋ ଦେଖାଇ ଘରମାଲିକଙ୍କୁ କରୁଛି ଲୁଟ୍ । ଘର ମାଲିକଙ୍କ ପ୍ରଶ୍ନ, କାହା ବଳରେ ବଳୀୟାନ ଜେଡ଼୍ ଇଷ୍ଟେଟ?

ବଢ଼ିଲା ରିଏଲ ଇଷ୍ଟେଟ ଡେଭଲପର ଜେଡ଼୍ ଇଷ୍ଟେଟର ଅଡ଼ୁଆ । ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖାରେ ହାଜର ହୋଇଛନ୍ତି ମାଲିକ ଓ ପୁଅ । ଜେଡ଼୍ ଓ୍ବାନ ହାଉସିଂ ପ୍ରକଳ୍ପ ମାଲିକ ସଂଘର ଅଭିଯୋଗ ପରେ ଇଓଡ଼ବ୍ଲୁରେ ହାଜର ତପନ ମହାନ୍ତି ଓ ପୁଅ ସତ୍ୟଜ୍ୟୋତି । ତେବେ ହାଜର ସତ୍ତ୍ବେ ଗଣମାଧ୍ୟମ ଆଗରେ ଖୋଲିନଥିଲେ ମୁହଁ । ଦୀର୍ଘ ୬ବର୍ଷ ଧରି ହକ୍ ପାଇଁ ସଂଘର୍ଷ କରୁଛନ୍ତି ଜେଡ଼୍ ଓ୍ବାନ ପ୍ରକଳ୍ପର ୪୪୦ ମାଲିକ । ହେଲେ ଚୁପ୍ ରହିଛନ୍ତି କର୍ତ୍ତୃପକ୍ଷ । ଘର ମାଲିକଙ୍କ ଅଧିକାର ଛଡ଼ାଇନେଇଛି ଜେଡ଼୍ ଇଷ୍ଟେଟ । ଅଧିକାର ମାଗିଲେ ମିଳୁଛି ମାଡ଼ । ଗାଳି ଆଉ ମିଛ କେସରେ ଫସୁଛନ୍ତି ଘର ମାଲିକ । ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ବରିଷ୍ଠ ନାଗରିକ ହୋଇଥିବାବେଳେ କଷ୍ଟଲବ୍ଧ ଧନରେ କିଣିଛନ୍ତି ଘର । ହେଲେ ସ୍ବପ୍ନକୁ ଚୂରମାର୍ କରିବାକୁ ତୟାର ଜେଡ ଇଷ୍ଟେଟ ।

ଚନ୍ଦ୍ରଶେଖର ଭଟ୍ଟାଚାର୍ଯ୍ୟ। ଘର କୋଲକାତା । ସ୍ବାମୀ ଓ ସ୍ତ୍ରୀ ଉଭୟେ ଇନଫୋସିସରେ ସଫ୍ଟଓ୍ବେର ଡ଼େଭଲପର ଭାବେ କାମ କରନ୍ତି । ଭୁବନେଶ୍ବରରେ ଚାକିରି ହେବା ପରେ ମନ୍ଦିରମାଳିନୀ ସହରରେ ରହିବାକୁ ଚାହିଁଲେ । ଜେଡ଼୍ ଓ୍ବାନ ପ୍ରକଳ୍ପରେ ଘର ଖଣ୍ତିଏ କିଣିଲେ । କୋଲକାତାସ୍ଥିତ ଘରବାଡ଼ି ବିକ୍ରି କରି ୭୦ବର୍ଷୀୟା ମାଙ୍କୁ ସାଙ୍ଗରେ ଧରି ଆସି ଭୁବନେଶ୍ବରେ ରହିଲେ । ହେଲେ ଏଠାରେ ରହିବା ପରେ ମାନସିକ ଅଶାନ୍ତି ବଢିଚାଲିଲା । ଅଧିକାର ପାଇଁ କୋର୍ଟ କଚେରୀ ଦୌଡ଼ିଲେ । ପ୍ରତି ମୁହୂର୍ତ୍ତରେ ଚାଲିଲା ସଂଗ୍ରାମ । ଜେଡ଼୍ ଇଷ୍ଟେଟରେ ଘର କିଣି ଏବେ ପସ୍ତାଉଛନ୍ତି ବୋଲି କହିଛନ୍ତି ଚନ୍ଦ୍ରଶେଖର ।

ଠିକା ନିଯୁକ୍ତି ନେଇ ରାଜ୍ୟ ବିଜେପି ଓ କଂଗ୍ରେସକୁ ବିଜେଡିର କଡ଼ା ଜବାବ

ଭୁବନେଶ୍ବର: ଠିକା ନିଯୁକ୍ତି ନେଇ ରାଜ୍ୟ ବିଜେପି ଓ କଂଗ୍ରେସକୁ ବିଜେଡିର କଡ଼ା ଜବାବ । ଉଭୟ ଦଳକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଠିକା ନିଯୁକ୍ତି ପାଇଁ ଗୁଜରାଟ ସରକାରଙ୍କ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ବର୍ଷିଛନ୍ତି ସସ୍ମିତ । ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ହେଉଥିବା ବେଳେ ଓଡ଼ିଶାରେ ଦୁଇ ଦଳ କାହିଁକି ପ୍ରଶ୍ନ କରୁଛନ୍ତି ବୋଲି ବିଜେଡି ପାଲଟା ପ୍ରଶ୍ନ କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି ।

ଠିକା ନିଯୁକ୍ତି ନେଇ ଧରାପଡ଼ିଲା ବିରୋଧୀଙ୍କ ଦୋମୁହିଁ ନୀତି ।  ଧରା ପଡ଼ିଲା ରାଜନୀତି । ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟରେ ଠିକା ନିଯୁକ୍ତି ହେଉଛି । ଓଡ଼ିଶାରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଗୁଜରାଟ ସରକାରଙ୍କ ଠିକା ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ବିଜେଡି ସାଂସଦ ସସ୍ମିତ ପାତ୍ର ବର୍ଷିଛନ୍ତି  । ଏ ହେଉଛି ସେହି ବିଜ୍ଞାପନ । ଗୁଜରାଟ ସରକାର ଜ୍ଞାନ ସହାୟକ ଠିକା ନିଯୁକ୍ତି ପାଇଁ ଏହି ବିଜ୍ଞାପନ ପ୍ରକାଶ ପାଇଛି । କେବଳ ଗୁଜରାଟ ନୁହେଁ, ବିଜେପି ଓ କଂଗ୍ରେସ ଶାସିତ ବିଭିନ୍ନ ରାଜ୍ୟରେ ଠିକା ନିଯୁକ୍ତି କରାଯାଉଛି । ସେସବୁ ରାଜ୍ୟରେ ଠିକା ନିଯୁକ୍ତି ନେଇ ବିଜେପି ଓ କଂଗ୍ରେସ ଆପତ୍ତି ଉଠାଉନଥିବା ବେଳେ ଓଡ଼ିଶାରେ ଏହି ଦୁଇ ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛି ବିଜେଡି ।

ସେପଟେ ଠିକା ନିଯୁକ୍ତି ନେଇ ରାଜ୍ୟ ବିଜେପିର ହୀନ ରାଜନୀତି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଜେପି ଶାସିତ ରାଜ୍ୟରେ ସରକାର ଠିକା ନିଯୁକ୍ତି ଦେଉଥିବା ବେଳେ ଓଡ଼ିଶାରେ ଏ ପ୍ରସଙ୍ଗକୁ ନେଇ ବିଜେପି ରାଜନୀତି କରିବା ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଛି  । ବିଜେପି ନେତା ଏଥିରୁ ବିରତ ରହିବାକୁ ସୁର ପରାମର୍ଶ ଦେଇଛନ୍ତି ।

ବିକାଶର ସ୍ପର୍ଶରେ ଝଲସିଲା ସିଲଭର ସିଟି

କଟକ: ହଜାରେ ବର୍ଷର କଟକ ସହର ମାଟିରେ ଶନିବାର ଲେଖା ହୋଇଛି ନୂଆ ଇତିହାସ । ଉଦଘାଟନ ହୋଇଛି ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ନେତାଜୀଙ୍କ ଜନ୍ମଭୂମି ଓ ଉତ୍କଳ ଗୌରବଙ୍କ କର୍ମଭୂମି କଟକ ସହର ପାଇଁ ଆଜି ଉତ୍ସବର ଦିନ । କଟକ ବାଲିଯାତ୍ରା ଓ ବାରବାଟୀ କ୍ରିକେଟ ମ୍ୟାଚ୍‌ ଓଡ଼ିଶାର ବଡ଼ ପରିଚୟ । କଟକ ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର ହୋଇରହିଛି, ଆଗକୁ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସହରର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ । ଅତ୍ୟାଧୁନିକ ବସ୍ ଟର୍ମିନାଲ ଶୁଭାରମ୍ଭ ସହ ଓଡ଼ିଶାର ଯାତ୍ରୀସେବାରେ ନୂଆଯୁଗ ଆରମ୍ଭ ହୋଇଛି । ବସ୍ ଟର୍ମିନାଲ ଲୋକାର୍ପଣ ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳ୍ୟାନ୍ୟାସ କରିଛନ୍ତି ।

ବିକାଶର ସ୍ପର୍ଶରେ ଝଲସିଲା ସିଲଭର ସିଟି । ରୌପ୍ୟ ନଗରୀର ରୂପାନ୍ତରଣରେ ଯୋଡିହେଲା ନୂଆଫର୍ଦ୍ଦ ।  କଟକ ସହରରେ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୧୫ ଏକର ଜମିରେ ନିର୍ମିତ ହୋଇଛି ଏହି ବିଶାଳ ବସ୍‌ ଟର୍ମିନାଲ ।  ଖର୍ଚ୍ଚ ହୋଇଛି ୯୦ କୋଟିରୁ ଅଧିକ ଟଙ୍କା । ଏଠାରେ ଏକାସାଙ୍ଗରେ ୧୯୨ଟି ବସ୍‌ ରହଣି ଓ ଯାତାୟାତ ବ୍ୟବସ୍ଥା ରହିଛି  । ବସ ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରହିଛି ହାଇଟେକ୍ ସୁବିଧା । ହାଇଫାଇ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ରହିଛି । ରହିଛି ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା । ସିସିଟିଭି ସହ ଟର୍ମିନାଲରେ ଏକ ପୋଲିସ ଆଉଟ ପୋଷ୍ଟ ରହିବ ।

ବସ୍‌ ଟର୍ମିନାଲ ସହ ୩୪୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୨ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି । ରେଭେନ୍ସା ବିଶ୍ବବିଦ୍ୟାଳୟର ମହାନଦୀ କ୍ୟାମ୍ପସ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଲାଇବ୍ରେରୀ ଏବଂ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ ଉଦଘାଟିତ ହୋଇଛି  । ସେହିଭଳି ନରଣପୁରରେ ୫୫୦ଟି ଇଡବ୍ଲଏସ୍‌ ଏବଂ ୩୨୦ଟି ଏଲଆଇଜି ବାସଗୃହ, ସିଲଭର ସିଟି ବୋଟ୍‌ କ୍ଲବ, ତାଳଦଣ୍ଡା କେନାଲ ସମ୍ମୁଖର ବିକାଶ, ଅର୍ବାନ ହାଟ, ଫୁଡକୋର୍ଟ ଏବଂ ଜଳକ୍ରୀଡ଼ା କେନ୍ଦ୍ର, ରାଣୀହାଟଠାରେ କ୍ଲକ ଟାଓ୍ବାର, ତାଳଦଣ୍ଡା କେନାଲ ବ୍ରିଜ୍‌ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପରିସରରେ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଭିତ୍ତିଭୂମି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମାରକୀ, ତାଳଦଣ୍ଡା କେନାଲରେ ଜନ ସୁବିଧା କେନ୍ଦ୍ର, ରେଳ ଷ୍ଟେସନର ପୂର୍ବ ଫାଟକରୁ ୪ ଲେନ ବିଶିଷ୍ଟ ରୋଡ୍‌ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

କର୍ମଚାରୀଙ୍କୁ ଶୋଷଣ କରୁଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ !

ଭୁବନେଶ୍ବର: ରାଜ୍ୟର ନମ୍ବର ଓ୍ବାନ୍ ଖବରକାଗଜ ବୋଲାଉଥିବା ସମ୍ବାଦ ଖବରକାଗଜରେ କିଭଳି କର୍ମଚାରୀଙ୍କୁ ଶୋଷଣ କରାଯାଇଛି, ତାହା ଏବେ ପଦାକୁ ଆସିଛି । କେବଳ କର୍ମଚାରୀଙ୍କୁ ଶୋଷଣ ନୁହେଁ, ଏହି ଖବରକାଗଜର ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ କିଭଳି ନିଜ ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ମାନବ ସମ୍ବଳ ବିଭାଗ ଏବଂ ବିତ୍ତ ବିଭାଗ ଜରିଆରେ ବ୍ୟାଙ୍କରେ ମଧ୍ୟ ଘୋଟାଲା କରିଛନ୍ତି, ଏହା ସାମ୍ନାକୁ ଆସିଛି । ବ୍ୟାଙ୍କ ଘୋଟାଲା ସାଙ୍ଗକୁ କର୍ମଚାରୀଙ୍କୁ ଶୋଷଣ ବର୍ଷ ବର୍ଷ ଧରି ଚାଲି ଆସୁଥିଲେ ମଧ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏନେଇ କେହି ମୁହଁ ଖୋଲୁନଥିଲେ ।

ସମ୍ବାଦ ତଥା ଇଷ୍ଟର୍ଣ୍ଣ ମିଡିଆର ଜଣେ ପୂର୍ବତନ ଜିଲ୍ଲା ପ୍ରତିନିଧି ଶନିବାର EOWରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗକାରୀଙ୍କ ଅନୁସାରେ, ଇଷ୍ଟର୍ଣ୍ଣ ମିଡିଆର ତତକାଳୀନ ଏମଡି ତଥା ବର୍ତ୍ତମାନର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ଫେକ୍ ସାଲାରି ସାର୍ଟିଫିକେଟ୍ ଜରିଆରେ କର୍ମଚାରୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାନ୍ତି । ଏହି ଋଣ ଟଙ୍କା ସୌମ୍ୟରଞ୍ଜନ ପଟ୍ଟନାୟକ ହଡ଼ପ କରିନିଅନ୍ତି । କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦିଆଯାଇଥାଏ ବୋଲି ସଂପୃକ୍ତ ଅଭିଯୋଗକାରୀ EOWକୁ ଜଣାଇଛନ୍ତି ।

ପାଖାପାଖି ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ଲିମଟେଡ ୫୦ କୋଟି ଟଙ୍କାରୁ ଅଧିକ ଋଣ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏହି ଘୋଟାଲା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଏହି ବ୍ୟାଙ୍କର ମ୍ୟାନେଜରମାନଙ୍କ ମଧ୍ୟରେ ଅପରାଧିକ ମଧୁଚନ୍ଦ୍ରିକା ଯୋଗୁ ସମ୍ଭବ ହୋଇଛି ବୋଲି କୁହାଯାଉଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ଜୟଦେବ ବିହାର ଶାଖା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖା, କଟକ ଅରୁଣୋଦୟ ମାର୍କେଟ୍ ଶାଖା, ବ୍ରହ୍ମପୁର ଭାପୁର ଶାଖା, ସମ୍ବଲପୁର ଇଭିନିଂ ଶାଖା, ବାଲେଶ୍ବର ଇଣ୍ଡଷ୍ଟ୍ରିଆଲ ବ୍ରାଞ୍ଚ, ଜୟପୁର ଇଭିନିଂ ବ୍ରାଞ୍ଚ, ଅନୁଗୁଳ, ରାଉରକେଲା ଶିଳ୍ପାଞ୍ଚଳ ଆଦି ବ୍ରାଞ୍ଚରେ ଏହି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି ।

ଏପରିକି କଟକ ଅରୁଣୋଦୟ ମାର୍କେଟ୍ ଶାଖାର ଜଣେ ବ୍ୟାଙ୍କ ମ୍ୟାନେଜର ଏହି ଘୋଟାଲା ଲାଗି ଏକ ମାରୁତି ଏଇଟ୍ ହଣ୍ଡ୍ରେଡ କାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ନେଇଥିବା ଅଭିଯୋଗ ହୋଇଛି । କର୍ମଚାରୀଙ୍କୁ ଲୋନ୍ ଦେବା ପାଇଁ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗର ଅଧିକାରୀ ଶ୍ରୀମତୀ ବୈଜୟନ୍ତୀ କର ବାଧ୍ୟ କରିବା ସହ ଚାକିରି ନେଇଯିବାର ଧମକ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଏଥିରେ ମାନବ ସମ୍ବଳ ବିଭାଗ ଓ ବିତ୍ତ ବିଭାଗର କିଛି କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହି ଅଭିଯୋଗକୁ EOW ତଦନ୍ତ ପାଇଁ ଗ୍ରହଣ କରିଥିବା ଜଣାପଡିଛି । EOW ତଦନ୍ତରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ଅଭିଯୋଗକାରୀ ଆଶା ରଖିଛନ୍ତି । ଯେଉଁ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି ତାଙ୍କ କହିବା ଅନୁସାରେ ସେ ୨୦୧୫ ମସିହାରେ ସମ୍ବାଦରେ ଜିଲ୍ଲା ପ୍ରତିନିଧି ଭାବେ ଯୋଗ ଦେଇଥିଲେ  ।

ସେତେବେଳେ ତାଙ୍କ ଦରମା ଥିଲା ୧୨ ହଜାର ୬୦୦ଟଙ୍କା । ସମ୍ବାଦରେ ଯୋଗ ଦେବାର ଅଳ୍ପ ଦିନ ଭିତରେ ମାନବ ସମ୍ବଳ ବିଭାଗର ଅଧିକାରୀ ବଜୟନ୍ତୀ କର ତାଙ୍କୁ ଫୋନରେ ଏକ ଲୋନ କରିବା ଲାଗି କହିଲେ । ଏହି ଜିଲ୍ଲା ପ୍ରତିନିଧି ତାଙ୍କର ଲୋନ କରିବା କିଛି ଆବଶ୍ୟକ ନାହିଁ ବୋଲି କହିଥିଲେ । ଫଳରେ ବୈଜୟନ୍ତୀ ତାଙ୍କୁ ଧମକ ଦେଇ କହିଥିଲେ ଯେ, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି । ସେଥିପାଇଁ ସେ ଲୋନ କରିବାକୁ ବାଧ୍ୟ । ଲୋନ ନକଲେ ଚାକିରିରୁ ବିଦା ହେବ । ଏମିତି ଧମକ ପାଇବାପରେ ଅଭିଯୋଗକାରୀ ସମ୍ବାଦରେ ଥିବା ତାଙ୍କ ସହକର୍ମୀଙ୍କ ସହ କଥା ହୋଇ ଜାଣିଥିଲେ ଯେ, ଅଧିକାଂଶଙ୍କୁ ଏଭଳି ଧମକ ଦିଆଯାଇଛି ଓ ସେମାନେ ସବୁ ଭୟରେ ବ୍ୟାଙ୍କରୁ ଋଣ ମଧ୍ୟ କରିଛନ୍ତି ।

ଏହା ପରେ ପରେ ବୈଜୟନ୍ତୀ କର ତାଙ୍କୁ ଭୁବନେଶ୍ବର ରସୁଲଗଡରେ ଥିବା ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟକୁ ଡାକିଥିଲେ । ସମ୍ବାଦରେ ଜଣେ କର୍ମଚାରୀ ତାଙ୍କୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଜୟଦେବ ବିହାର ଶାଖାକୁ ନେଇଯାଇଥିଲେ । ସେଠାରେ ତାଙ୍କ ଅନିଚ୍ଛା ସତ୍ତେ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରିବାକୁ କହିଥିଲେ  । ଏପରିକି ଦସ୍ତଖତ ଥିବା ଏସବିଆଇର ୬ଟି ବ୍ଲାଙ୍କ ଚେକ ମଧ୍ୟ ତାଙ୍କଠୁ ସଂପୃକ୍ତ ସମ୍ବାଦ କର୍ମଚାରୀ ନେଇଯାଇଥିଲେ । ଏହାପରେ ଲୋନ ପାସ ହୋଇଥିଲା ଆଉ ତାଙ୍କୁ ଗୋଟେ ଚେକ ବହି ମଧ୍ୟ ମିଳିଥିଲେ । ତେବେ ନୂଆ ମିଳିଥିବା ଚେକ ଗୁଡିକରେ ତାଙ୍କ ଦସ୍ତଖତ କରାଇ ସାଂଗରେ ଯାଇଥିବା ସଂପୃକ୍ତ ସମ୍ବାଦ କର୍ମଚାରୀ ନେଇଯାଇଥିଲେ ।

ତେବେ ତାଙ୍କ ନାଁରେ କେତେ ଟଙ୍କା ଋଣ ହୋଇଛି ଓ ଋଣ ଟଙ୍କା କଣ ହେବ ସେ ସମ୍ପର୍କରେ ଅଭିଯୋଗକାରୀଙ୍କୁ ଅନ୍ଧାରରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ନିଜ ଉଦ୍ୟମରେ ବ୍ୟାଙ୍କ କର୍ମଚାରୀଙ୍କଠୁ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାଁ ରେ ୫ଲକ୍ଷ ଟଙ୍କାର ଋଣ ହୋଇଛି । ଏହାପରେ ତାଙ୍କୁ ପୁଣି ସମ୍ବାଦ ଅଫିସକୁ ଡକାଇ ଆକାଉଣ୍ଟସ ବିଭାଗର ମୁଖ୍ୟ ୪୦ ହଜାର ଟଙ୍କା ଦେଇଥିଲେ । ଏ ଟଙ୍କା କାହିଁକି ଦିଆଯାଉଛି ବୋଲି ସେ ଜାଣିବାକୁ ଚାହିଁଥିଲେ । ଆକାଉଣ୍ଟସ ବିଭାଗ କହିଥିଲା ଯେ, ଏ ଟଙ୍କାରେ ସେ ଗୋଟେ ମଟର ସାଇକେଲ କିଣନ୍ତୁ ବୋଲି ସୋମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ।

ତେବେ ପୂର୍ବରୁ ତାଙ୍କର  ମୋଟର ସାଇକେଲ ଅଛି ଓ ସେ ଏ ଟଙ୍କା ଚାହାନ୍ତି ନାହିଁ ବୋଲି କହିଥିଲେ ମଧ୍ୟ ଆକାଉଣ୍ଟ ବିଭାଗ ଏସବୁ କିଛି ଶୁଣି ନଥିଲେ । କିନ୍ତୁ ତା ପରବର୍ତ୍ତୀ ସମୟରେ ତାଙ୍କ ମାସିକ ଦରମାରୁ ଋଣ କିସ୍ତି କଟିବା ଆରମ୍ଭ କରିଥିଲା । ଏ ସମ୍ପର୍କରେ ସେ ଜାଣିବାକୁ ଚାହିଁଥିଲେ ମଧ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ବରଂ ବାରମ୍ବାର ଚାକିରି ହରେଇବାର ଭୟ ଦେଖାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଏମିତି ଚାଲିଥିବା ବେଳେ ପୁଣି ତାଙ୍କୁ ଆଉ ଏକ ଲୋନ କରିବା ଲାଗି କୁହାଯାଇଥିଲା । ଏଥର ତାଙ୍କୁ ନିଜେ ବୈଜୟନ୍ତୀ କର ସାଂଗରେ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖାକୁ ଯାଇଥିଲେ । ସେଠାରେ ମଧ୍ୟ ସମାନ ଢଙ୍ଗରେ ଆଉ ଏକ ଋଣ କରାଯାଇଥିଲା । କିନ୍ତୁ ସେ ଜାଣି ପାରିନଥିଲେ ଯେ, ତାଙ୍କ ନାଁରେ କେତେ ଟଙ୍କାର ଋଣ କରି ହଡପ କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ସୂତ୍ରରୁ ସେ ଜାଣିବାକୁ ପାଇଥିଲେ ଯେ, ଜାଲିଆତି କରି ଲୋନ ଗ୍ରହିତାଙ୍କ ନାଁ ବଦଳାଯାଇ ଇଷ୍ଟର୍ଣ୍ଣ ମିଡିଆ ବୋଲି କରି ଦିଆଯାଇଛି।

 

ପାକିସ୍ତାନ ସହ କ୍ରିକେଟ ଖେଳକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଅସଦୁଦ୍ଦୀନ ଓୱେସୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ସେନାର ୩ ଯବାନ ଶହୀଦ ହେବାପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ତମାମ ବିରୋଧୀ କେନ୍ଦ୍ର ସରକାରଙ୍କ ବିଫଳତା ପାଇଁ ଏପରି ଘଟଣା ଘଟୁଥିବା କହିଛନ୍ତି । ସେହିପରି ପାକିସ୍ତାନକୁ ମୁଁହତୋଡ଼ ଜବାବ ଦେବା ପାଇଁ ଦାବି କରିଛନ୍ତି । ଏମିତି କି କିଛି ନେତା ପାକିସ୍ତାନ ସହ କ୍ରିକେଟ୍ ମ୍ୟାଚ୍ ନଖେଳିବା ପାଇଁ ମଧ୍ୟ କହିଛନ୍ତି । ଏହି କ୍ରମରେ ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦୀନ ଓୱେସୀ ପାକିସ୍ତାନ ସହ କ୍ରିକେଟ ଖେଳିବା ଉପରେ ଅସନ୍ତୋଷ ବ୍ୟକ୍ତ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ଭାରତର ଯବାନମାନଙ୍କ ସହ ତାଙ୍କ ଜୀବନର ଖେଳ ଖେଳାଯାଉଛି । ପାକିସ୍ତାନ ସହ ଭାରତୀୟ ଦଳ କ୍ରିକେଟ ଖେଳୁଛି । ସେମାନେ ଆମ ଲୋକଙ୍କ ଜୀବନ ନେଉଛନ୍ତି । ଗୁଳିରେ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରାଯାଉଛି । ପ୍ରଥମେ ଏହି ଖେଳକୁ ସମାପ୍ତ କରିଦେବାର ଆବଶ୍ୟକତା ରହିଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସେ କାହିଁକି ଚୁପ୍ ବସିଛନ୍ତି । ଓୱେସୀ ସରକାରଙ୍କ କାଶ୍ମୀର ପଲିସିକୁ ବିଫଳ ବୋଲି କହିଛନ୍ତି । ଓୱେସୀ କହିଛନ୍ତି, ପାକିସ୍ତାନ ଭାରତୀୟ ସୈନିକଙ୍କ ଜୀବନ ସହ ଖେଳ ଖେଳୁଛି । ରାଜୌରୀରେ ଗୁଳିର କ୍ରିକେଟ ମ୍ୟାଚ୍ ଚାଲିଛି ।

ଆମ ଲୋକ ମୃତ୍ୟୁବରଣ କରୁଛି । କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରାଯାଉଛି । କ୍ରିକେଟ ମ୍ୟାଚ୍ ପୂର୍ବରୁ ଏହି ଖେଳକୁ ସମାପ୍ତ କରାଯିବ ଆବଶ୍ୟକ । ଯଦି ବିଜେପି କ୍ଷମତାରେ ନଥାନ୍ତା ତେବେ କଣ କହିଥାନ୍ତା? ଆପଣ କ୍ଷମତାରେ ଅଛନ୍ତି ପ୍ରଥମେ ଏହି ଗୁଳିମାଡ଼ର ଖେଳକୁ ବନ୍ଦ କରନ୍ତୁ । ସେ ଆଗକୁ କହିଛନ୍ତି, ପାକିସ୍ତାନରୁ ଆସି ଆତଙ୍କୀ ଆମ ଯବାନ ମାନଙ୍କୁ ମାରୁଛନ୍ତି । ଏହାଉପରେ ସରକାର ନିରବ କାହିଁକି ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରଶ୍ନ ଯେ ପୁଲୱାମା ଯେବେ ହୋଇଥିଲା ସେ କ୍ରୋଧ ଦେଖାଇଥିଲେ । ହେଲେ ଏହାପରେ ଏବେ କର୍ଣ୍ଣଲ, ଡେପୁଟି ଏସପି ଶହୀଦ ହୋଇଛନ୍ତି । ଏବେ ସେ କ୍ରୋଧ କାହିଁକି ଦେଖାଉ ନାହିନ୍ତି । ପ୍ରଧାନମନ୍ତ୍ରୀ ମୋଦି କାହିଁକି ମଉନବ୍ରତ ଧାରଣ କରିଛନ୍ତି ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି ।

ସ୍ପେନରୁ ବାହାରିଲା C-295, ପରାକ୍ରମ ଦେଖାଇବ ଭାରତୀୟ ବାୟୂସେନା

ନନ୍ଦିଘୋଷ ବ୍ୟୁରୋ: ପରାକ୍ରମ ଦେଖାଇବା c-295 ବିମାନ । ଶନିବାର ସ୍ପେନରୁ ଭାରତ ଅଭିମୁଖେ ଉଡ଼ାନ ଭରିଛି c-295 । ଏହି ବିମାନକୁ ଗ୍ରୁପ୍ କ୍ୟାପଟେନ୍ ପିଏମ ନେଗି ନେଇ ଆସୁଛନ୍ତି । କିଛିଦିନ ମଧ୍ୟରେ ଏହା ଭାରତରେ ପହଞ୍ଚିବାକୁ ଥିବାବେଳେ ତିନୋଟି ଷ୍ଟପେଜରେ ରହିବ । ମାଲ୍ଟା, ମିଶ୍ର ଏବଂ ବହରିନରେ ଅଟକିବା ପରେ ଭାରତରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

ସେପ୍ଟେମ୍ବର ୧୩ ତାରିଖରେ ଏୟାରଚିଫ୍ ମାର୍ଶଲ ବି ଆାର ଚୌଧୁରୀ ରିସିଭ୍ କରିଛନ୍ତି । ଏହି ଏୟାରବସ୍ ବାୟୂସେନାର ଶକ୍ତି ବଢ଼ାଇବ । ଭାରତୀୟ ବାୟୂ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହା କେବଳ ବାୟୂସେନାର ଶକ୍ତି ବଢ଼ାିବନି ବରଂ ଦେଶର ଟେକ୍ନିକାଲ କ୍ଷମତା ମଧ୍ୟ ବୃଦ୍ଧି ପାଇବ । ଏହା ଆତ୍ମନିର୍ଭର ଭାରତର ପରିଚୟ ଦେବ । ଗତବର୍ଷ ସେପ୍ଟେମ୍ବର ମାସରେ ଭାରତୀୟ ବାୟୂ ସେନାରୁ ପୁରୁଣା ଏବରୋ-୭୪୮ ବିମାନକୁ ବଦଳାଇ ୫୬-ସି- ୨୯୫ କିଣିବା ପାଇଁ ଏୟାରବେସ ଡିଫେନ୍ସ ଏବଂ ସ୍ପେସ ସହ ୨୧,୦୦୦ କୋଟି ଟଙ୍କାର ଚୁକ୍ତି କରିଛି ।

ଏହି ଚକ୍ତିନାମା ଅନୁଯାୟୀ, ଏୟାରବସ ୪ ବର୍ଷ ମଧ୍ୟରେ ସ୍ପେନରୁ ଭାରତକୁ ଫ୍ଲଏାଏ ଓ୍ବେ ପ୍ରଥମ ୧୬ ବିମାନ ବିତରଣ କରିବ । ଯଦି C295 ବିମାନ ସମ୍ପର୍କରେ କହିବା ତାହେଲେ ଏହା ୨୬୦ କିଲୋମିଟର ବେଗରେ ଗତି କରିବା ସହ ୯ ଟନ ପେଲୋଡ ଏବଂ ୭୧ ଜଣ ସୌନିକଙ୍କୁ ନେଇ ଯିବାର ସକ୍ଷମ ରହିଛି । ହେଲିକପ୍ଟର ଏୟାର ଟୁ ଏୟାର ରିଫିଲିଙ୍ଗ ସକ୍ଷମ ରହିଛି । ବାୟୂ ସେନାର ଆବଶ୍ୟକତା ଅନୁଯାୟୀ ସ୍ବଳ୍ପ ରନଓ୍ବେରେ ମଧ୍ୟ ଏହା ଅବତରଣ ଏବଂ ଉଡ଼ାଣ କରିବ ପାରିବ । ଏହି ବିମାନ ବାୟୂସେନାରେ ସାମିଲ ହେଲେ ଶକ୍ତି ବଢ଼ିବ ।

ତେବେ ଯଦି ଏହି ବିମାନର ଗତି ସମ୍ପର୍କରେ କହିବା ତାହେଲେ ଏହା ଘଣ୍ଟା ପ୍ରତି ୪୮୦ କିଲୋମିଟର ବେଗରେ ୧୧ ଘଣ୍ଟା ପ୍ରତି ନିରନ୍ତରରେ ଉଡ଼ିପାରେ । ବିମାନ ଉଡ଼ାଣ ପାଇଁ ୬୭୦ ମିଟର ରନଓ୍ବେ ଏବଂ ଅବତରଣ ପାଇଁ ମାତ୍ର ୩୨୦ ମିଟର ଆବଶ୍ୟକ ।

 

 

କଟକ ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ୩୪୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ୩୪୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ୨ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକାର୍ପିତ ହୋଇଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ । ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ ଟର୍ମିନାଲ ସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା 14 ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

15 ଏକର ପରିମିତ ଜମି ଉପରେ ନିର୍ମିତ ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି 90 କୋଟି ଟଙ୍କା । ଏଠାରେ 192 ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା ମଧ୍ୟ କରାଯାଇଛି । ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଏକ ପୋଲିସ ଆଉଟ ପୋଷ୍ଟ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବ ।

ସେହିପରି ୬୬.୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ରେଭେନ୍ସା ବିଶ୍ବବିଦ୍ୟାଳୟର ମହାନଦୀ କ୍ୟାମ୍ପସ, ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଲାଇବ୍ରେରୀ, ୨୩.୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ, ୮୮.୩୧ କୋଟି ଟଙ୍କା ବ୍ୟୟରେ ନରଣପୁରଠାରେ ନିର୍ମିତ ୫୫୦ଟି EWS ଏବଂ ୩୨୦ଟି ଏଲଆଇଜି ବାସଗୃହ, ୯.୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ସିଲଭର ସିଟି ବୋଟ କ୍ଲବ, ୫.୨୩ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲ ସମ୍ମୁଖ ବିକାଶ, ଖାଦ୍ୟ କୋର୍ଟ ଏବଂ ଜଳକ୍ରୀଡା କେନ୍ଦ୍ର, ୩.୨୨ କୋଟି ଟଙ୍କାରେ ନିର୍ମିତ ତାଳଦଣ୍ଡା କେନାଲ ନିକଟରେ ଅର୍ବାନ ହାଟ, ୦.୫୪ କୋଟି ଟଙ୍କା ବ୍ୟୟରେ ରାଣୀହାଟଠାରେ ନିର୍ମିତ କ୍ଲକ ଟାଓ୍ବାର, ୨୩.୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ବ୍ରିଜର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ୨୨୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପରିସରରେ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଭିତ୍ତିଭୂମି, ୨୨.୩୯ କୋଟି ଟଙ୍କା ବ୍ୟୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମାରକୀ, ୪୫.୧୯ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲ ଠାରେ ଜନ ସୁବିଧା କେନ୍ଦ୍ର, ୮.୯୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ରେଳଷ୍ଟେସନର ପୂର୍ବ ଫାଟକରୁ ୪ ଲେନ ବିଶିଷ୍ଟ ରୋଡର ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଭୋପାଳରେ ହେବାକୁ ଥିବା INDIA ମେଣ୍ଟର ରାଲି ରଦ୍ଦ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହେବାକୁଥିବା ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ରଦ୍ଦ ହୋଇଯାଇଛି । ଶନିବାର ମଧ୍ୟପ୍ରଦେଶ ପିସିସି ମୁଖିଆ ତଥା ପୂର୍ବତନ ମୁଖ୍ୟନ୍ତ୍ରୀ କମଲନାଥ କହିଛନ୍ତି ଭୋପାଳରେ ହେବାକୁ ଥିବା ବୈଠକ ରଦ୍ଦ ହୋଇଯାଇଛି । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟପ୍ରଦେଶ ନିର୍ବାଚନୀ ପ୍ରଭାରୀ ରଣଦୀପ ସୁରେଜୱାଲା ଗଣମାଧ୍ୟମର ପ୍ରଶ୍ନରେ କହିଥିଲେ ଯେ ଏହା ଉପରେ ଆଲୋଚନା ଚାଲିଛି ।

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ବୈଠକ ଅଛି, ଏହାପରେ ରାଲି ହେବା ନେଇ ନିଷ୍ପତ୍ତି ହେବ । ଏବେ ରାଲିକୁ ନେଇ କିଛି ଫାଇନାଲ୍ ହୋଇନାହିଁ ବୋଲି ସେ କହିଥିଲେ। ଇଣ୍ଡିଆ ମେଣ୍ଟର କୋଅର୍ଡିନେସନର ଦିଲ୍ଲୀରେ ହୋଇଥିବା ବୈଠକରେ ଭୋପାଳରେ ପ୍ରଥମ ରାଲି କରିବାକୁ ନେଇ ନିର୍ଦ୍ଧାରିତ ହୋଇଥିଲା । ଏହାର ସୂଚନା କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କ ପକ୍ଷରୁ ଦିଆଯାଇଥିଲା । ଏହି ରାଲି ଅକ୍ଟୋବରର ପ୍ରଥମ ସପ୍ତାହରେ ହେବା ନେଇ କୁହାଯାଉଥିଲା । ହେଲେ ଏବେ ରାଲି ରଦ୍ଦ କରିଦିଆଯାଇଛି ।

କଟକରେ ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ୍ ଟର୍ମିନାଲ । ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ବସଷ୍ଟାଣ୍ଡରୁ ପୁରୀକୁ ଗଡ଼ିଲା ପ୍ରଥମ ବସ୍  । ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।୧୫ ଏକର ପରିମିତ ଜମି ଉପରେ ନିର୍ମିତ ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି ୯୦.୨ କୋଟି ଟଙ୍କା ।

ଏଠାରେ ୧୯୨ ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା ମଧ୍ୟ କରାଯାଇଛି । ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଏକ ପୋଲିସ ଆଉଟ ପୋଷ୍ଟ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବ । ଟର୍ମିନାଲରେ ମିଶନ ଶକ୍ତି କାଫେ, ଆହାର କେନ୍ଦ୍ର, ଏଟିଏମ୍ ,ମୋବାଇଲ ଚାର୍ଜିଂ ପଏଣ୍ଟ ଭଳି ସୁବିଧା ରହିଛି ।

 

କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ୫ଟି ରାଜ୍ୟକୁ ଫୋକସ

ହାଇଦ୍ରାବାଦ: କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବା ସିଡବ୍ଲୁସି ବୈଠକରେ ୫ଟି ରାଜ୍ୟକୁ ଫୋକସ । ହାଇଦ୍ରାବାଦରେ ବସିଥିବା ସିଡବ୍ଲୁସି ବୈଠକରେ ୫ଟି ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ପ୍ଲାନ ପ୍ରସ୍ତୁତ ହୋଇଛି । ଏହା ସହ ତେଲଙ୍ଗାନା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଦେଶରେ ଗଣତନ୍ତ୍ର, ସାମାଜିକ ନ୍ୟାୟ, ସମାନତା ପ୍ରତିଷ୍ଠା ଲାଗି କଂଗ୍ରେସ ଚେଷ୍ଟିତ ହେବ ବୋଲି କହିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏହା ସହ ଦଳର ବିଜୟ ତଥା ଦଳକୁ ସୁଦୃଢ କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି ।

ତେଲଙ୍ଗାନାର ପ୍ରଗତି ଓ ବିକାଶ ଲାଗି କଂଗ୍ରେସ ଦୃଷ୍ଟି ରଖିବା ସହ ତେଲଙ୍ଗାନାବାସୀ ଓ ଦେଶବାସୀଙ୍କ ସ୍ବାଭିମାନ ବଜାୟ ରଖିବା ଲାଗି ଦଳ ଆଭିମୁଖ୍ୟ ରଖିଛି ବୋଲି ସେ କହିଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ କଂଗ୍ରେସ ସରକାର ଗଠନ କରିବା ନିଶ୍ଚିତ ବୋଲି ଜୋର ଦେଇ କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଆସନ୍ତା ନିର୍ବାଚନରେ କଂଗ୍ରେସ ବହୁମତ ଲାଭ କରିବ ।