ଭୋପାଳରେ ହେବାକୁ ଥିବା INDIA ମେଣ୍ଟର ରାଲି ରଦ୍ଦ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହେବାକୁଥିବା ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ରଦ୍ଦ ହୋଇଯାଇଛି । ଶନିବାର ମଧ୍ୟପ୍ରଦେଶ ପିସିସି ମୁଖିଆ ତଥା ପୂର୍ବତନ ମୁଖ୍ୟନ୍ତ୍ରୀ କମଲନାଥ କହିଛନ୍ତି ଭୋପାଳରେ ହେବାକୁ ଥିବା ବୈଠକ ରଦ୍ଦ ହୋଇଯାଇଛି । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟପ୍ରଦେଶ ନିର୍ବାଚନୀ ପ୍ରଭାରୀ ରଣଦୀପ ସୁରେଜୱାଲା ଗଣମାଧ୍ୟମର ପ୍ରଶ୍ନରେ କହିଥିଲେ ଯେ ଏହା ଉପରେ ଆଲୋଚନା ଚାଲିଛି ।

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ବୈଠକ ଅଛି, ଏହାପରେ ରାଲି ହେବା ନେଇ ନିଷ୍ପତ୍ତି ହେବ । ଏବେ ରାଲିକୁ ନେଇ କିଛି ଫାଇନାଲ୍ ହୋଇନାହିଁ ବୋଲି ସେ କହିଥିଲେ। ଇଣ୍ଡିଆ ମେଣ୍ଟର କୋଅର୍ଡିନେସନର ଦିଲ୍ଲୀରେ ହୋଇଥିବା ବୈଠକରେ ଭୋପାଳରେ ପ୍ରଥମ ରାଲି କରିବାକୁ ନେଇ ନିର୍ଦ୍ଧାରିତ ହୋଇଥିଲା । ଏହାର ସୂଚନା କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କ ପକ୍ଷରୁ ଦିଆଯାଇଥିଲା । ଏହି ରାଲି ଅକ୍ଟୋବରର ପ୍ରଥମ ସପ୍ତାହରେ ହେବା ନେଇ କୁହାଯାଉଥିଲା । ହେଲେ ଏବେ ରାଲି ରଦ୍ଦ କରିଦିଆଯାଇଛି ।