ହରିୟାଣା INLD ନେତାଙ୍କ ଘରେ ଇଡି ରେଡ୍ ; ୫ କୋଟି କ୍ୟାସ୍ ସହ ୫ କେଜି ସୁନା ଜବତ

1 min read

ନନ୍ଦିଘୋଷ ବ୍ୟୁରୋ :  ହରିୟାଣା INLD ନେତାଙ୍କ ଘରେ ଇଡି ରେଡ୍ । ଗୁରୁବାର ସକାଳେ ବେଆଇନ୍ ଖଣି ଖନନ ମାମଲାରେ ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପୱାର, ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପୂର୍ବ ବିଧାୟକ ଦିଲବାଗ୍ ସିଂହଙ୍କ ଘରେ ଇଡିର ରେଡ୍ । ତାଙ୍କ ବାସଭବନ ସହ ୨୦ରୁ ଅଧିକ ସ୍ଥାନରେ ରେଡ୍ କରିଥିଲା ଇଡି ।  ଦିଲବାଗଙ୍କ ଘରୁ ପାଖାପାଖି ୫ କୋଟି ନଗଦ ଟଙ୍କା ସହ ବିଦେଶୀ ମାରଣାସ୍ତ୍ର ଓ ଗୁଳି ଜବତ ହୋଇଛି । ଏହା ସହ ତାଙ୍କ ଘରୁ ସୁନା ବିସ୍କୁଟ ମଧ୍ୟ ଜବତ କରିଛି ଇଡି।  ବିଦେଶରେ ଥିବା ତାଙ୍କର ଏକାଧିକ ସମ୍ପତ୍ତିର ଦସ୍ତାବିଜ୍ ମଧ୍ୟ ଜବତ କରାଯାଇଛି  ।

ସୁରେନ୍ଦ୍ର ପୱାର ସୋନିପଥ୍ ବିଧାନସଭା ସଦସ୍ୟ ଥିବାବେଳେ ଦିଲବାଗ୍ ସିଂହ ଯମୁନାନଗର ଆସନରୁ ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପୂର୍ବ ବିଧାୟକ ଥିଲେ । ସୋନିପଥରୁ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପୱାରଙ୍କ ଘରେ ଗତ ୨୪ ଘଣ୍ଟା ଧରି ଚଢଉ ଜାରି ରହିଥିବା ଜଣା ପଡିଛି ।