ହାଇଟେକ ବିସ୍ଫୋରଣ ଘଟଣା ଟ୍ୱିଷ୍ଟ : କର୍ତ୍ତୃପକ୍ଷ କହିଲେ, ଦିଲୀପ ସାମନ୍ତରାୟ ଜୀବିତ

1 min read

ଭୁବନେଶ୍ୱର : ହାଇଟେକ ମେଡିକାଲ ବିସ୍ଫୋରଣ ଘଟଣାର ବଡ଼ ଟ୍ବିଷ୍ଟ  । ଦିଲୀପ ସାହୁ ଜୀବିତ ନେଇ ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷ ପ୍ରେସମିଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ଦିଲୀପ ସାମନ୍ତରାୟ ବୋଲି ମେଡିକାଲ କର୍ତ୍ତୃପକ୍ଷ କହୁଛନ୍ତି। ମନସ୍ତତ୍ତ୍ବବିତଙ୍କ ତଦନ୍ତ ପରେ ଜୀବିତ ବ୍ୟକ୍ତି ଦିଲୀପ ସାମନ୍ତରାୟ ବୋଲି ଜାଣାପଡିଛି। ତେବେ ଏହା ସୁନିଶ୍ଚିତ କରିବାକୁ ଆବଶ୍ୟକ ପଡ଼ିଲେ ଡିଏନଏ ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ ମଧ୍ୟ ତାଙ୍କର ବୟାନକୁ ନେଇ ଜୀବିତ ବ୍ୟକ୍ତି ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି।

ସେପଟେ ଦିଲୀପଙ୍କ ପୁତୁରା କହିଛନ୍ତ,ସେ ହସ୍ପିଟାଲରେ ତୁରନ୍ତ ପହଞ୍ଚିବା ଲାଗି ଡାକରା ଆସିବା ପରେ ସେ ସେଠାକୁ ଯାଇଥିଲେ । ୨୯ ତାରିଖରୁ ୩୧ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଆମେ ତାଙ୍କୁ ଦେଖିନାହୁଁ । ଯେତେବେଳେ ବଡି ବାହାରିଲା ଆମେ ସେତିକିବେଳେ ଦେଖିଲୁ । ଜରି ଖୋଲି ଦେଖିବା ପରେ ଶବର ମୁହଁରେ କିଛି ନଥିଲା । ୯୫ ପ୍ରତିଶତ ଜଳିଯାଇଥିଲା । ଯେହେତୁ ଘୋଷଣା ହୋଇଥିଲା ଯେ ଦିଲ୍ଲୀପ ସାମନ୍ତରାୟ ପ୍ରାଣ ହରାଇଛନ୍ତି ଆମେ ମୃତଦେହ ନେଲୁ । ତେଣେ ଦିଲୀପଙ୍କ ଭାଇ ପ୍ରସନ୍ନ କହିଛନ୍ତି- ତାଙ୍କ ଭାଇଙ୍କ ବଞ୍ଚିବାର ୧ ପ୍ରତିଶତ ସମ୍ଭାବନା ନାହିଁ ବୋଲି କହିଥିଲେ ଡାକ୍ତର । ସେହି ମୃତଦେହର ସ୍ଥିତି ଏପରି ଥିଲା ଯେ ତାହାକୁ ଚିହ୍ନିବା ସମ୍ଭବ ନୁହେଁ । ମୁଁ ଭାଇ ବୋଲି ଚିହ୍ନଟ କରିନଥିଲି, ମେଡିକାଲ ମୋତ ଆଇଡେଣ୍ଟିଫାଏ କରି ସାରି ହସ୍ତାନ୍ତର କରିଛି ।

ଏବେ ଜ୍ୟୋତି ମଲ୍ଲିକଙ୍କ ମୃତ୍ୟୁ ନେଇ ସୂଚନା ମିଳିବା ପରେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା କୁଳ ବ୍ରାହ୍ମଣ ସାଇଲୋ ରମେଶ ମଲ୍ଲିକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ରମେଶଙ୍କ ଏକମାତ୍ର ପୁଅ ଜ୍ୟୋତି ଏହି ଘଟଣାରେ ଆହତ ହୋଇଥିବା କୁହାଯାଇଥିଲା l ଜ୍ୟୋତିଙ୍କ ପରିବାର ଆଶା ଆଶଙ୍କାରେ ରହିଛନ୍ତି। ସେପଟେ ଜ୍ୟୋତିଙ୍କ ମା କହିଛନ୍ତି ତାଙ୍କ ପୁଅ ରହିଛି ଜୀବିତ ।