spot_img
Home Blog Page 2591

ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହେଲା ବଲାଙ୍ଗିରର ଗାଇଖାଇ ଡ୍ୟାମ

ବଲାଙ୍ଗିର : ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହେଲା ବଲାଙ୍ଗିରର ଗାଇଖାଇ ଡ୍ୟାମ I ରାଜ୍ୟ ସରକାରଙ୍କ ଜଙ୍ଗଳ ପରିବେଶ ବିଭାଗ ତରଫରୁ ଗାଇଖାଇ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ ସହ ବୋଟିଂ ପାର୍କ, ଗେଷ୍ଟ ହାଉସ ନିର୍ମାଣ କରାଯାଇଛି I ପର୍ଯ୍ୟଟକଙ୍କୁ  ଆକୃଷ୍ଟ କରିବା ପାଇଁ ଜଙ୍ଗଳ ବିଭାଗ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି I ଏନେଇ ଗାଇଖାଇ ଇକୋ ଟୁରିଜିମ୍ ପାର୍କ ଓ ଗେଷ୍ଟ ହାଉସକୁ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଉଦଘାଟନ କରିଛନ୍ତି I ଉଦଘାଟନ ଅବସରରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ,  ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଆରସିସିଏଫ, ଡିଏଫଓ ନୀତିଶ କୁମାରଙ୍କ ସମେତ ଜଙ୍ଗଳ ବିଭାଗର ଅଧିକାରୀ, କର୍ମଚାରୀ ମାନେ ଯୋଗଦେଇଥିଲେ I ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ  ଗାଈଖାଇ ।

ପଢନ୍ତୁ ଏହି ଖବର : ଡି ବ୍ରଦର୍ସ ନାଁରେ ଦାଦାବଟି ମାଗି ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5ଟି ଅଧକ୍ଷ ଭି କେ ପାଣ୍ଡିଆନ୍ ଏହାର ରିଭ୍ୟୁ କରିଥିଲେ I ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଜଙ୍ଗଳ ବିଭଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିନରାତି ଏକ କରି ନିର୍ମାଣ କରାଯାଇଥିଲା I ରାଜ୍ୟ ସରକାରଙ୍କ ଉଦ୍ୟମରେ ନୂଆରୂପ ପାଇଛି  ପର୍ଯ୍ଯଟନସ୍ଥଳୀ ଗାଈଖାଇ I

ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ

କୋଲକାତା: ଭାରତର ଦମଦାର ବ୍ୟାଟିଂ । ଇଡେନ ଗାର୍ଡେନରେ ଭାରତର ବଡ଼ ସ୍କୋର । ୩୨୬ ରନ ସଂଗ୍ରହ କଲା ଭାରତ । ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ । ବିରାଟ କୋହଲିଙ୍କ ଦମଦାର ଶତକ ସାଙ୍ଗକୁ ଶ୍ରେୟସ ଆୟାର ଅର୍ଦ୍ଧଶତକୀୟ ପାଳି ବଳରେ ଦଳ ଏହି ସ୍କୋର କରିପାରିଛି । ସୁପର ସନଡେରେ ସୁପର ଫାଇଟ୍ । ଜନ୍ମଦିନରେ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ବିରାଟ କୋହଲି । ୪୯ ତମ ଶତକ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ । ବିଶ୍ବକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି ମହାଲଢ଼େଇ । ଇଡେନ୍ ଗାର୍ଡେନରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନ ବିଜୟ ଲକ୍ଷ୍ୟ ରଖିଛି ଭାରତ । ଉଭୟ ଦଳ ଏବେ ସେମିଫାନାଲରେ ପ୍ରବେଶ କରିସାରିଛନ୍ତି । ରୋହିତ ଶର୍ମା ୨୪ ବଲରେ ୪୦ ରନ କରିଥିବାବେଳେ ଶୁବମନ ଗିଲ ୨୩ ରନ କରି କେଶବ ମହାରାଜଙ୍କ ଶିକାର ହୋଇଥିଲେ । ତେବେ ଶ୍ରେୟସ ଆୟାରେ ୮୭ ବଲରେ ୭୭ ରନ କରିଥିବାବେଳେ ନେଗିଡିଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ବିରାଟ କୋହଲି ଓ ଲୋକେଶ ରାହୁଲ । ୭ଟି ମ୍ୟାଚରୁ ସବୁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ୭ଟିରୁ ୬ଟିରେ ବିଜୟଲାଭ କରି ଦ୍ବିତୀୟରେ ରହିଛି ସାଉଥଆଫ୍ରିକା । ବିଶ୍ବକପ ଇତିହାସରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ । ଭାରତ ୨ଟିରେ ବିଜୟ ଲାଭ କରିଥିବା ବେଳେ ୩ଟି ମ୍ୟାଚ ଜିତିଛି ଦକ୍ଷିଣ ଆଫ୍ରିକା । ଉଭୟ ଦେଶ ମଧ୍ୟରେ ମୋଟ ୯୦ଟି ଦିନିକିଆ ଖେଳାଯାଇଥିବା ବେଳେ, ଦକ୍ଷିଣ ଆଫ୍ରିକା ୫୦ ଓ ଭାରତ ୩୭ଟିରେ ବିଜୟୀ ହୋଇଛନ୍ତି ।

ଜନ୍ମଦିନରେ ରେକର୍ଡ କଲେ ବିରାଟ କୋହଲି

କୋଲକାତା: କିଙ୍ଗ କୋହଲି ସ୍ଥାପନ କଲେ ନୂଆ ରେକର୍ଡ । ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି । ଦିନିକିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୪୯ ଶତକ ମାରିଛନ୍ତି । ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ଶତକ ହାସଲ କରିବା ସହ ଦିନିକିଆରେ ଶତକୀ ପାଳି ଖେଳିଛନ୍ତି । ସଚିନଙ୍କ ସମକକ୍ଷ ହୋଇଥିବାବେଳେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବିରାଟ । ସଚିନ ୪୬୩ ମ୍ୟାଚ ଖେଳିଥିବାବେଳେ ୪୫୨ ପାଳିରୁ ଦିନିକିଆରେ ୪୯ଟି ଶତକ ହାସଲ କରିଛନ୍ତି । ତେବେ ବିରାଟ ୨୮୮ ମ୍ୟାଚ ଖେଳିଥିବାବେଳେ ୨୭୬ ପାଳିରୁ ଏହି ରେକର୍ଡ ଅର୍ଜନ କରିଛନ୍ତି । ସଚିନଙ୍କଠାରୁ କମ ପାଳି ଖେଳି ଶତକରେ ରେକର୍ଡ କରିଛନ୍ତି କୋହଲି । ତେବେ ଚଳିତ ବିଶ୍ବକପରେ ଦିନିକିଆରେ ୫୦ ଶତକ ହାସଲ କରି ବିଶ୍ବର ସବୁଠାରୁ ଅଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ବନିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଚଳିତ ବିଶ୍ବକପରେ ଦମଦାର ଫର୍ମରେ ରହିଛନ୍ତି କୋହଲି । ସମସ୍ତ ମ୍ୟାଚରେ ବଡ଼ ବଡ଼ ପାଳି ଖେଳିବା ସହ ଟିମ ଇଣ୍ଡିଆର ସଙ୍କଟମୋଚକ ମଧ୍ୟ ସାଜିଛନ୍ତି ।

ବିଳମ୍ବରେ କବାଟ ଖୋଲିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ, ଶେଷରେ ବାପାକୁ ପୁଅମାନେ…

ଲକ୍ଷ୍ନୌ: କୁହାଯାଏ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଦଶଦୋଷ କ୍ଷମା କରିବା ପାଇଁ ହୋମ ବେଦିରେ ସାକ୍ଷୀ ରଖି ସ୍ତ୍ରୀ ମଥାରେ ସିନ୍ଦୁର ଭରିଥାଏ ସ୍ବାମୀ । କିନ୍ତୁ ସାଧାରଣ କବାଟ ଖୋଲିବାରେ ବିଳମ୍ବ ହେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଅଲାୟା ଆପାର୍ଟମେଣ୍ଟରେ ରହୁଥିବା ଆଦିତ୍ୟ କପୁର ତାଙ୍କ ପତ୍ନୀ ଶିବାନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏବେ ଆଦିତ୍ୟ ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଶନିବାର ରାତିରେ ଘଟିଛି ଏହି ଘଟଣା । ଆଦିତ୍ୟଙ୍କ ଏକ ଲୁଗା ଦୋକାନ ଥିବାବେଳେ ଲକଡାଉନ ସମୟରେ ତାଙ୍କର ବ୍ୟବସାୟରେ କ୍ଷତି ହୋଇଥିଲା । ଏହାପରେ ସେ ଏକ ଲୁଗା ଦୋକାନରେ କାମ କରୁଥିବାବେଳେ ସବୁବେଳେ ଚିନ୍ତାରେ ରହୁଥିଲେ । ପ୍ରତିଦିନ ପରିବାର ଝଗଡ଼ା ମଧ୍ୟ ଲାଗି ରହୁଥିଲା । ଆଦିତ୍ୟ ସବୁବେଳେ ମଦ ପିଇ ଘରକୁ ଫେରୁଥିବାବେଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା । ଶନିବାର ଆଦିତ୍ୟ ବିଳମ୍ବରେ ଘରକୁ ଫେରିଥିବାବେଳେ କବାଟ ଖୋଲିବାରେ ବିଳମ୍ବ କରିଥିଲେ ଶିବାନୀ । ଏହାପରେ ଯେତେବେଳେ ସେ ଘରକୁ ପଶିଥିଲେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଝଗଡ଼ା ଏତେ ଉଗ୍ର ରୂପ ନେଇଥିଲା କି, ଆଦିତ୍ୟ ରୋଷେଇ ଘରେ ଥିବା ଛୁରୀକୁ ଆାଣି ଶିବାନୀଙ୍କୁ ଆକ୍ରମଣ କରିଥିଲେ । ସେପଟେ ତାଙ୍କ ପୁଅ ଏହି ଘଟଣା ଦେଖିବା ପରେ ପ୍ରତିବାଦ କରିଥିଲେ । ବାପାଙ୍କୁ ନେଇ ଗୋଟିଏ ଘରେ ବନ୍ଦ କରିଥିଲେ । ପରେ ଆଦିତ୍ୟ ତିନି ମହଲାରୁ ତଳକୁ ଖସି ପଡ଼ିଥିଲେ । ପିଲାମାନେ ପୋଲିସକୁ ଖବର ଦେଇଥିବାବେଳେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଶିବାନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଆଦିତ୍ୟ ଏବେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଦୁଇ ପୁଅଙ୍କ ଦୁଃଖ ଏବେ କହିଲେ ନସରେ । ସେମାନେ ଅଯଥାରେ ଦୁଃଖ ପାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ରୋଜଗାର କରୁଥିବା ବାପା ମେଡିକାଲରେ ମରଣ ସହ ସଂଘର୍ଷ କରୁଥିବା ବେଳେ ମାଆ ଏବେ ଆରପାରିରେ ।

 

 

ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା

ଭୁବନେଶ୍ୱର : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା । ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ସୁନ୍ଦରଗଡ, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ବର୍ଷା ହେବ । ବର୍ଷା ସମୟରେ ରାଜ୍ୟରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ । ବିଶେଷ କରି ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଉପରେ ରହିବ ପାରଦ ।Weather Report: IMD Predicts Light Rain In Pune Till June 20 – Punekar News

ଓଡ଼ିଶାକୁ ପ୍ରବେଶ କରୁଥିବା ତରଙ୍ଗାୟିତ ଶୁଷ୍କ ଗରମ ପବନ ପ୍ରଭାବ ସମେତ ବାୟୁମଣ୍ଡଳରେ ପ୍ରଚୁର ଜଳୀୟବାଷ୍ପ ପାଇଁ ଏଭଳି ପାଗ ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ୩ ଦିନ ପରେ ରାଜ୍ୟକୁ ଫେରିବ ଥଣ୍ଡା । ଉତ୍ତର ଦିଗରୁ ଓଡ଼ିଶାକୁ ଥଣ୍ଡା ବାୟୁ ପ୍ରବାହ ବଢିବ । ଫଳରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଆକଳନ କରାଯାଇଛି ।

ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ପାଖରେ ସିଗ୍ନାଲ ନଥିବାରୁ ଟ୍ରାକରେ ଏକକାଳୀନ ୩ଟି ଟ୍ରେନ

ଭୁବନେଶ୍ୱର : ଗୋଟିଏ ଟ୍ରାକରେ ୩ଟି ଟ୍ରେନ। ଲିଙ୍ଗରାଜ ଷ୍ଟେସନ ରୋଡ଼ ଓ ପଲ୍ଲାସପଲି ଓଭର ବ୍ରିଜ ମଧ୍ୟରେ ଗୋଟିଏ ଟ୍ରାକରେ ତିନିଟି ଟ୍ରେନ୍ ରହିବା ଦେଖି ଭୟଭୀତ ହୋଇ ପଡିଥିଲେ ଲୋକେ। ସିଗ୍ନାଲ ନଥିବାରୁ ଟ୍ରାକରେ ଏକକାଳୀନ ୩ଟି ଟ୍ରେନ ଅଟକି ଯାଇଥିଲା। ଏହାକୁ ଦେଖି ବଡ଼ ଦୁର୍ଘଟଣା ହେବା ନେଇ ଆଶଙ୍କା କରିଥିଲେ ଲୋକେ।

ପଢନ୍ତୁ ଏହି ଖବର :  ଏମ୍ସ ଡାକ୍ତରଙ୍କ ଦେଶୀ ଯୋଗାଡ଼: ୭ ବର୍ଷ ଶିଶୁ ଫୁସଫୁସରୁ ଚୁମ୍ବକ ସାହାଯ୍ୟରେ ବାହାରିଲା ଛୁଞ୍ଚି

ତେବେ ରେଳ ଲାଇନ୍ କାମ ଚାଲିଥିବାରୁ ମଝି ଟ୍ରାକଟି ବନ୍ଦ କରାଯାଇଥିବା ସ୍ପଷ୍ଟ କରିଛନ୍ତି ରେଲୱେ ଲାଇନ କର୍ତ୍ତୃପକ୍ଷ। ଏଥିସହ ଏହାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି। କିଛି ସମୟ ମଧ୍ୟରେ ରେଳବାଇ ପକ୍ଷରୁ ଲାଇନ୍ କ୍ଲିୟର କରାଯାଇଥିଲା।

ଡି ବ୍ରଦର୍ସ ନାଁରେ ଦାଦାବଟି ମାଗି ବନ୍ଧା ହେଲେ ଦୁଇ ଅଭିଯୁକ୍ତ

କଟକ : ଡି ବ୍ରଦର୍ସ ନାଁରେ ଦାଦାବଟି ମାଗି ବନ୍ଧା ହେଲେ ଦୁଇ ଅଭିଯୁକ୍ତ । ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗିବାରୁ ଏହି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ଅନିଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ଗିରଫ ଦୁଇ ଜଣ ହେଲେ ମଣ୍ଟୁ ଓରଫ କମଳାକାନ୍ତ ବାରିକ ଓ ବାବୁ ଓରଫ ଦିଲ୍ଲୀପ କୁମାର ଦାସ । ସେମାନଙ୍କ ନିକଟରୁ ନଗଦ ୯୨ ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍, ଦୁଇଟି ବାଇକ ଜବତ ହୋଇଛି ।

ଉଭୟଙ୍କ ନାଁରେ କଟକ, ଭୁବନେଶ୍ବର ଓ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଉଭୟ ବିଭିନ୍ନ ସମୟରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟରଙ୍କ ନାଁରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫୋନ୍ ଯୋଗେ ଦାଦାବଟି ମାଗିଥାନ୍ତି । ଦାଦାବଟି ନଦେଲେ ଏମାନେ ହତ୍ୟା ଧମକ ଦେଉଥିଲେ ବୋଲି ପୋଲିସ କହିଛି ।

ଏହି ଖବର ଉପରେ ନଜର ପକାନ୍ତୁ : ଜମି ବିବାଦକୁ କେନ୍ଦ୍ର କରି ସୋରରେ ହଣାକଟା, ୧୨ ଆହତ

ବିରାଟଙ୍କ ଜନ୍ମଦିନରେ ଏମିତି ଲେଖି ଓ୍ବିସ୍ କଲେ ଅନୁଷ୍କା

ନୂଆଦିଲ୍ଲୀ: ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ତଥା ରନ ମେସିନ ଭାବେ ଜଣା କିଙ୍ଗ କୋହଲିଙ୍କ ରବିବାର ହେଉଛି ଜନ୍ମଦିନ । ବିଶ୍ବର ବଡ଼ ବଡ଼ ଖେଳାଳିଙ୍କଠାରୁ ଆରମ୍ଭ କରି ସେଲିବ୍ରେଟି ସମସ୍ତେ ଓ୍ବିସ୍ କରୁଛନ୍ତି । ଏହି ଅବସରରେ କୋହଲିଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀଙ୍କ ଜନ୍ମଦିନରେ ଓ୍ବିସ କରିଛନ୍ତି । ସେ କୋହଲିଙ୍କ ଏକ ବୋଲିଂ କରୁଥିବାର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କ୍ୟାପସନରେ ଲେଖିଛନ୍ତି କି, ତୁମେ ଜୀବନରେ ପ୍ରତ୍ୟେକ ଭୂମିକା ଭଲଭାବେ ନିଭାଇପାର । ଏହା ସହ ଆଇ ଲଭ ୟୁ ବୋଲି ମଧ୍ୟ ଲେଖିଛନ୍ତି ।

https://www.instagram.com/p/CzQSyuOoMKR/

ଅନୁଷ୍କାଙ୍କ ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାସହ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେବା ସହ ସେୟାର ମଧ୍ୟ କରୁଛନ୍ତି । ବହୁ ୟୁଜର୍ସ ଜନ୍ମଦିନର ଶୁଭେଚ୍ଛା କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି । ସେପଟେ ଅନୁଷ୍କାଙ୍କ ପ୍ରେମଭରା ପୋଷ୍ଟକୁ ୟୁଜର୍ସମାନେ ମଜାଳିଆ କମେଣ୍ଟ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ସୂଚନା ଥାଉକି, ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି ବିରାଟ କୋହଲି । ଭାରତୀୟ କ୍ରିକେଟ ଜଗତରେ ତାଙ୍କର ଅବଦାନ ଅତୁଳନୀୟ ରହିଥିବାବେଳେ ଅନେକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଅନେକ କିର୍ତ୍ତୀକୁ ମଧ୍ୟ ଭାଙ୍ଗିଛନ୍ତି କୋହଲି । ଆଜି ବିରାଟଙ୍କ ଜନ୍ମଦିନ ହୋଇଥିବାବେଳେ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

 

ଏମ୍ସ ଡାକ୍ତରଙ୍କ ଦେଶୀ ଯୋଗାଡ଼: ୭ ବର୍ଷ ଶିଶୁ ଫୁସଫୁସରୁ ଚୁମ୍ବକ ସାହାଯ୍ୟରେ ବାହାରିଲା ଛୁଞ୍ଚି

ଦିଲ୍ଲୀ: ଦିଲ୍ଲୀ ଏମସରେ ବିରଳ ଅପରେସନ । ଜଣେ ୭ ବର୍ଷ ବୟସ୍କ ପିଲାର ଫୁସଫୁସରୁ ଛୁଞ୍ଚି ବାହାର କରିବାକୁ ଡାକ୍ତରଙ୍କ ଦେଶୀ ଯୋଗାଡ଼ । ଚୁମ୍ବକ ସାହାଯ୍ୟରେ ପିଲାର ଫୁସଫୁସରୁ ବାହାର କରାଗଲା ଛୁଞ୍ଚି । ପେଡିଆଟ୍ରିକ ସର୍ଜରୀ ପକ୍ଷରୁ ଏହି ବିରଳ ଚିକିତ୍ସା କରାଯାଇଛି । ଆଶ୍ଚର୍ଯ୍ୟଜନକ ଉଦ୍ୟମ ପରେ ଶିଶୁର ଫୁସଫୁସରୁ ବାହାର କରାଯାଇଛି ୪ ସେଣ୍ଟିମିଟରର ଏହି ଛୁଞ୍ଚି ।

ସୂଚନାଯୋଗ୍ୟ, ପିଲାଟିର ବାମ ଫୁସଫୁସରେ ଏକ ସିଲେଇ ମେସିନ ଛୁଞ୍ଚି ଅଟକିଯାଇଥିବାରୁ ତାର ରକ୍ତ କ୍ଷରଣ ହେଉଥିଲା । ରେଡିଓଲୋଜିକାଲ ଯାଞ୍ଚରୁ ଫୁସଫୁସରେ ଛୁଞ୍ଚି ଅଟକିଥିବା ଜଣାପଡିଥିଲା । ବଡ଼କଥା ହେଉଛି ଛୁଞ୍ଚିଟି ଏପରି ଗଭୀରରେ ରହିଥିଲା ଯେ ତାହାକୁ ସାଧାରଣ ଅସ୍ତ୍ରୋପଚାର ଜରିଆରେ ବାହାର କରିବା ସମ୍ଭବ ନଥିଲା । ଶେଷରେ ଚୁମ୍ବକ ଜରିଆରେ ଛୁଞ୍ଚି ବାହାର କରିବା ଲାଗି ନିଷ୍ପତ୍ତି ହୋଇଥିଲା ବୋଲି କହିଛନ୍ତି ଡାକ୍ତର ବିଶେଷ ଜୈନ ।

ଚାନ୍ଦିନୀ ଚୌକ ମାର୍କେଟରୁ ଏକ ସ୍ବତନ୍ତ୍ର ଧରଣର ଚୁମ୍ବକ ଅଣାଯାଇଥିଲା ଯାହା ୪ ମିଲିମିଟର ଓସାର ଓ ୧. ୫ ମିଲିମିଟରର ଘନତା ଥିଲା । ଅତ୍ୟନ୍ତ କଷ୍ଟସାଧ୍ୟ ଯୋଜନା ଓ କୌଶଳ ବଳରେ ସର୍ଜିକାଲ ଟିମ, ଟେକନିକାଲ ଷ୍ଟାଫଙ୍କ ସହାୟତାରେ ଶେଷରେ ଛୁଞ୍ଚିଟିକୁ ବାହାର କରାଯାଇଥିଲା । ତେବେ ପିଲାଟିର ଫୁସଫୁସକୁ କିପରି ଛୁଞ୍ଚିଟି ପଶିଯାଇଥିଲା ତାହା ପିଲାଟିର ପରିବାର ସୂଚନା ଦେଇପାରି ନଥିଲେ ।

ଶ୍ବାସନଳିରେ ସୁରକ୍ଷିତ ଚୁମ୍ବକଟିକୁ ଭିତରକୁ ପଠାଇବା କାଷ୍ଟକର ଥିଲା । ଏତିପାଇଁ ବିଶେଷଜ୍ଞ ଟିମ୍ ଏକ ସରଳ ଯନ୍ତ୍ର ତିଆରି କରିଥିଲେ । ଏକ ରବର ବ୍ୟାଣ୍ଡରେ ଚୁମ୍ବକକୁ ବନ୍ଧା ଯାଇ ସୁରଖିତ ଭାବେ ପିଲାର ଫୁସଫୁସକୁ ପଠାଯାଇଥିଲା ।

ଦିନିକିଆ ବିଶ୍ବକପ୍: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଭୁବନେଶ୍ବର: ଦିନିକିଆ ବିଶ୍ବକପରେ ଆଜି ସୁପର ସଣ୍ଡେରେ ସୁପର ମୁକାବିଲା । ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଟିମ ଭାରତ ଓ ଦକ୍ଷିଣ ଆଫ୍ରିକା । ମ୍ୟାଚକୁ ନେଇ ସାରା ବିଶ୍ବରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ୭ଟିରୁ ୭ଟି ଜିତି ଅପରାଜୟ ଥିବା ଭାରତ ବିଜୟ ଧାରା ବଜାଇ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଅନ୍ୟପକ୍ଷରେ ୭ଟି ମ୍ୟାଚରୁ ୬ଟି ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ବି ମ୍ୟାଚ୍ ଜିତିବାକୁ ପୂରା ଦମ ଲଗାଇ ଦେବ ।

ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେପଟେ ଦକ୍ଷିଣ ଆଫ୍ରିକା ପ୍ଲେଇଂ ଇଲେଭେନରେ ଗୋଟିଏ ପରିବର୍ତ୍ତନ କରିଛି । କୋଏଟିଜିଙ୍କ ସ୍ଥାନରେ ଖେଳିବେ ତାବରେଜ ସାମସି ।

ବିଶ୍ବକପ ଇତିହାସରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ । ଭାରତ ୨ଟିରେ ବିଜୟ ଲାଭ କରିଥିବା ବେଳେ ୩ଟି ମ୍ୟାଚ ଜିତିଛି ଦକ୍ଷିଣ ଆଫ୍ରିକା । ଉଭୟ ଦେଶ ମଧ୍ୟରେ ମୋଟ ୯୦ଟି ଦିନିକିଆ ଖେଳାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ୫୦ ଓ ଭାରତ ୩୭ଟିରେ ବିଜୟୀ ହୋଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଭାରତର ପଲ୍ଲା ଭାରି ରହିଛି । ଅନ୍ୟପଟଷ ଆଜି ବିରାଟ କୋହଲିଙ୍କ ୩୫ ତମ ଜନ୍ମଦିନ । ଏହି ଅବସରରେ ଆଜି ଇହେନ୍ ଗାର୍ଡେନରେ ୭୦ ହଜାର ମାସ୍କ ବଣ୍ଯନ କରାଯିବ । ଜନ୍ମଦିନରେ କୋହଲି ଆଜି ଇଡେନ ଗାର୍ଡେନରେ ଶତକ ମାରିବେ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।