spot_img
Home Blog Page 2553

ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର: କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ। ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି।

ଗତ ନଭେମ୍ବର ୧୪ରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଥିଲା। କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଆଦିବାସୀ ଜମି ହସ୍ତାନ୍ତର ପାଇଁ ଆଇନରେ ସଂଶୋଧନ ହୋଇଥିଲା। ଏହାଦ୍ୱାରା ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ। ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ। ତେବେ ରାଜ୍ୟ ସରକାର ସବୁବେଳେ ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ତ୍ରିପୁରାରେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଓଡ଼ିଆ ଯବାନ ସହିଦ। ଡ୍ୟୁଟିରେ ଥିବା ସମୟରେ ଗାଡି ଦୁର୍ଘଟଣାରେ ଓଡ଼ିଆ ଯବାନ ସହୀଦ ହୋଇଥିବା ଜଣାପଡିଛି। ସହିଦ ଯବାନଙ୍କ ନାଁ ଈଶ୍ୱର ଚନ୍ଦ୍ର ଦୋରା । ସେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ବିଏସଏଫରେ କାର୍ଯ୍ୟରତ ଥିଲେ । ରାଜସ୍ତାନରେ ନିଯୁକ୍ତ ହୋଇ ସେ ତ୍ରିପୁରାକୁ ଡେପୁଟେସନରେ ଯାଇଥିଲେ।

ସେଠାରେ କାର୍ଯ୍ୟରତ ଥିବା ସମୟରେ ଗାଡି ଦୁର୍ଘଟଣାରେ ସହିଦ ହୋଇଛନ୍ତି। ତାଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗାଁ। ଏହି ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏଣିକି ରାତିରେ ଖୋଲିବ ଆହାର କେନ୍ଦ୍ର, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର: ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ପାଇଁ ଖୁସି ଖବର। ଆଜିଠାରୁ ଏମ୍ସ ନିକଟରେ ରାତିରେ ଖୋଲିବ ଆହାର କେନ୍ଦ୍ର। ବିଏମସି ପକ୍ଷରୁ ଏହି କେନ୍ଦ୍ରକୁ ରାତିରେ ଖୋଲାଯିବ। ଯାହାକୁ ଉଦଘାଟନ କରିବେ ମେୟର ସୁଲୋଚନା ଦାସ। ରାତିରେ ରୋଗୀଙ୍କ ପରିବାର ଲୋକଙ୍କୁ ସହାୟ ହେବ ଏହି ଆହାର କେନ୍ଦ୍ର।

୭ ଦିନ ଯାକ ରାତିରେ ଖାଦ୍ୟ ମିଳିବ। ଦୁଇଟି ସେଣ୍ଟରରେ ରାତିରେ ମିଳିବ ୮ଶହ ମିଲ୍। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ବହୁମାତ୍ରାରେ ରୋଗୀ ଆସୁଛନ୍ତି। ରାତିରେ ହୋଟେଲ ବନ୍ଦ ରହୁଥିବାରୁ ରୋଗୀ ଏବଂ ତାଙ୍କ ସାଥିରେ ଆସୁଥିବା ଆଟେଣ୍ଡାଣ୍ଟଙ୍କ ଖାଇବାରେ ଅସୁବିଧା ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାତିରେ ଆହାର କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଏମସି ପକ୍ଷରୁ ଖୋଲିବାକୁ ଥିବା ରାତି ଆହାର କେନ୍ଦ୍ରକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ପୂର୍ବରୁ ଏଠାରେ ଦିନବେଳା ମଧ୍ୟ ଆହାର କେନ୍ଦ୍ର ଖୋଲାଯାଇ ସେବା ଯୋଗାଇ ଦିଆଯାଉଛି। ରାଜ୍ୟରେ ମୋଟ ୧୬୭ଟି ଆହାର କେନ୍ଦ୍ର ଥିବା ବେଳେ ସେଥିରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି। ଏହି ୮୨ଟିରୁ ୫୮ଟିରେ ରାତ୍ରକାଳିନ ପରିବେଷଣ ସୁବିଧା ରହିଛି।ଏହି ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହେଉଛନ୍ତି।

ଆସିଲା ଚାଞ୍ଚଲ୍ୟକର ଖବର; ପଣବନ୍ଦୀଙ୍କୁ ହତ୍ୟା କରୁଛି ହମାସ!

ଗାଜା: ପଣବନ୍ଦୀଙ୍କୁ ହତ୍ୟା କରୁଛି ହମାସ। ଏନେଇ ଆସିଲା ଚାଞ୍ଚଲ୍ୟକର ଖବର। ଗତ ଅକ୍ଟୋବର ୭ରେ ହମାସ ଦ୍ବାରା ଅପହୃତ ଜଣେ  ମହିଳାଙ୍କ ଶବକୁ ପାଇଛନ୍ତି ଇସ୍ରାଏଲ ବାହିନୀ। ସେହି ମହିଳାଙ୍କ ନାମ ୟେହୁଦିତ ଓ୍ବେସ ଏବଂ ତାଙ୍କର ବୟସ ୬୫ ବର୍ଷ । ତାଙ୍କର ୫ ଜଣ ସନ୍ତାନ ଅଛନ୍ତି। ସେ ଏକ କିଣ୍ଡରଗାର୍ଟନରେ କାର୍ଯ୍ୟ କରୁଥିଲେ । ଦକ୍ଷିଣ ଇସ୍ରାଏଲର କିବୁଜ ଅଞ୍ଚଳରୁ ତାଙ୍କୁ ହମାସ ଆତଙ୍କବାଦୀ ଅପହୃତ କରିଥିଲେ। ଶିଫା ହସ୍ପିଟାଲ ନିକଟରୁ ତାଙ୍କ ଶବ ମିଳିଛି।

ଇସ୍ରାଏଲ ବାହିନୀ ଠିକ୍ ସମୟରେ ସେହି ସ୍ଥାନରେ ପହଞ୍ଚି ନପାରିବାରୁ ହମାସ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ ବୋଲି କୁହାଯାଇଛି। ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ତାଙ୍କ ଘରେ ହମାସ କର୍ମୀ ହତ୍ୟା କରିଥିଲେ। ହମାସ ଦ୍ବାରା ଅପହୃତ ୨୪୦ ବ୍ୟକ୍ତି ମଧ୍ୟରେ ଅନ୍ୟତମ ଥିଲେ ଓ୍ବେସ। ବର୍ତ୍ତମାନ ଅଲ ଶିଫା ହସ୍ପିଟାଲକୁ ଆଇଡିଏଫ ବୁଲଡୋଜର ସାହାଯ୍ୟରେ ଅକ୍ତିଆର କରିବା ସହ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ହସ୍ପିଟାଲ ଭିତରେ ୨ ହଜାର ୩ ଶହ ରୋଗୀ, ଷ୍ଟାଫ, ସାଧାରଣ ନାଗରିକ, ୩୬ ଜଣ ନବଜାତ ରହିଛନ୍ତି ବୋଲି କହିଛି ଜାତିସଂଘ। ଉପଯୁକ୍ତ ଯତ୍ନ ଅଭାବରୁ ଅନେକ ନବଜାତକଙ୍କ ମୃତ୍ୟୁ ହୋଇଛି। ତେଣେ ଯୁଦ୍ଧ, ସାମଗ୍ରୀ ଅଭାବ, ଯନ୍ତ୍ରପାତି ନଷ୍ଟ ଯୋଗୁ ଗାଜାର ଅନେକ ହସ୍ପିଟାଲରେ ଚିକିତ୍ସା ସେବା ଠପ୍ ହୋଇଛି। ଯୁଦ୍ଧରେ ପ୍ରାୟ ୧୫ ଲକ୍ଷ ଲୋକ ବାସଚ୍ୟୁତ ହେଲେଣି। ଖାଦ୍ୟାଭାବ ଚରମସୀମାରେ ପହଞ୍ଚିଥିବା ରିପୋର୍ଟରୁ ପ୍ରକାଶ।

ଓଡ଼ିଶା ସହ ଏକାଧିକ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଠକିଥିବା ସଂସ୍ଥା ମୁଖ୍ୟ ସନ୍ଦୀପ ଚୌଧୁରୀ ଗିରଫ

ଭୁବନେଶ୍ୱର : ପୋଞ୍ଜି ସ୍କାମରେ ୨୦୦କୋଟିର ଠକେଇ ମାମଲା  । ୟେସ ଓ୍ବାର୍ଲ୍ଡ କ୍ରିପ୍ଟୋ ଟୋକନ ମୁଖ୍ୟ ସନ୍ଦୀପ ଚୌଧୁରୀ ଗିରଫ  । ରାଜସ୍ଥାନ ଜୟପୁର ବିମାନବନ୍ଦରରୁ ଗିରଫ କଲା EOW  । ଭାରତରୁ ଦୁବାଇ ଖସି ଯିବା ପାଇଁ ଉଦ୍ୟମ ବେଳେ ସନ୍ଦୀପଙ୍କୁ ଧରିଲା EOW  । ରାଜସ୍ଥାନ ଝୁନଝୁନୁରେ ସନ୍ଦୀପ ଚୌଧୁରୀଙ୍କ ଘର  । BOIର ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ଜାରି ହୋଇଥିଲା ଲୁକ୍ ଆଉଟ୍ ନୋଟିସ । ଗିରଫ ପରେ ସନ୍ଦୀପଙ୍କୁ ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି EOW  । ପୂର୍ବରୁ ବସନ୍ତ ପ୍ରଧାନ ଓ ମନୋଜ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି  ।

ପୁରୀର ସ୍ବାଗତ ନାୟକଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି ଇଓଡବ୍ଲୁ  । ସ୍ବାଗତଙ୍କଠାରୁ ୮୫ହଜାର ଠକେଇ କରିଥିଲେ ଅଭିଯୁକ୍ତ  । ଓଡ଼ିଶା ସହ ଏକାଧିକ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଠକିଛି ସଂସ୍ଥା  । କ୍ରିପ୍ଟୋ କଏନ, ପୋଞ୍ଜି ଜରିଆରେ ଲୋକଙ୍କୁ ଠକୁଥିଲେ  । ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ଠକିଥିଲେ ଅଭିଯୁକ୍ତ  ।

କଂଗ୍ରେସ ଛାଡି ବିଜେଡିର ମିଶିଲେ ଜଗତସିଂହପୁରର ବରିଷ୍ଠ ନେତା ନାରାୟଣ ଜେନାଙ୍କ ସହ ତାଙ୍କ ସମର୍ଥକ

ଭୁବନେଶ୍ୱର : ଶଙ୍ଖ ଭବନରେ ମିଶ୍ରଣ ପର୍ବ । କଂଗ୍ରେସ ଛାଡି ବିଜେଡିର ମିଶିଲେ ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନେତା ନାରାୟଣ ଜେନା। ନାରାୟଣଙ୍କ ସହ ତାଙ୍କର ଅନେକ ସମର୍ଥକ ବି ବିଜେଡିର ମିଶିଛନ୍ତି। ଦଳରେ ଏମାନଙ୍କୁ ସ୍ୱାଗତ କରିଛନ୍ତି ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀ ମଧ୍ୟ ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିଲେ। ତିର୍ତ୍ତୋଲ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ ପରିଚିତ ନାରାୟଣ ଜେନା  । ଛାତ୍ର ରାଜନୀତିରେ ପାଦ ଦେଇ କଂଗ୍ରେସର ବହୁ ପଦପଦବୀରେ ରହି ସୂଚାରୁରୂପେ ଦାୟିତ୍ୱ ତୁଲାଇଛନ୍ତି  । ତେବେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ପ୍ରଭାବିତ ହୋଇ ୨୫ ବର୍ଷ ପରେ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବୋଲି କହିଛନ୍ତି ନାରାୟଣ  । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିକାଶର ଗାଡି ଆଗକୁ ଗଡି ଚାଲିଛି ବୋଲି ସେ ସେହି ଧାରାରେ ସାମିଲ ହେବାକୁ ଚାହିଁଲେ ବୋଲି ନାରାୟଣ କହିଛନ୍ତି ।

ପଢନ୍ତୁ ଏହି ଖବର : ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ ହାବିଲଦାର

ନାରାୟଣଙ୍କ ସମର୍ଥକଙ୍କ ମଧ୍ୟରେ ତିର୍ତ୍ତୋଲ କନକପୁର ପୂର୍ବତନ ସମତି ସଭ୍ୟ ଅଜୟ ରାଉଳ, ପର୍ଶୁରାମ ଭଟ୍ଟ, କନକପୁର କଂଗ୍ରେସ ସରପଞ୍ଚ ପ୍ରାର୍ଥୀ ସତ୍ୟଭୂଷଣ ଦାସ, ପୂର୍ବତନ ନାଏବ ସରପଞ୍ଚ କ୍ଷୀରୋଦ ଚନ୍ଦ୍ର ସେଠୀ, ଗୋବିନ୍ଦପୁର ପାଣି ପଞ୍ଚାୟତ ସଭାପତି ରଶ୍ମିରଞ୍ଜନ ପରିଜା, ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ଉପସଭାପତି ସଞ୍ଜୟ ମହାନ୍ତି, ତିର୍ତ୍ତୋଲ ବ୍ଲକ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ମହାନ୍ତି ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି  । ସେହିପରି ନୃସିଂହ ଲେଙ୍କା, ଶୁଭ୍ରଜିତ ଲେଙ୍କା, ଅଶୋକ ସାହୁ, ଦେବୀ ପ୍ରସାଦ ରାଉଳ, ଦିନେଶ ମହାନ୍ତି ପ୍ରମୁଖ ନାମୀ ନେତା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି  ।

ବିଶ୍ବକପ ଫାଇନାଲରେ ରଣକୌଶଳ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

ନନ୍ଦିଘୋଷ ବ୍ୟୁରୋ : କ୍ରିକେଟରେ ଦମ୍ ଦେଖାଉଛି ଭାରତ । ବିଶ୍ବକପ ଫାଇନାଲରେ ବି ଦେଖାଇବ ଦମ୍ । ସେପଟେ ଫାଇନାଲ ଅବକାଶରେ ବି ରଣକୌଶଳ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା । ଆଇଏଏଫର ସୂର୍ଯ୍ୟକିରଣ ଟିମ କରିବ ଅହମ୍ମଦଦାବାଦ ନରନ୍ଦ୍ର ମୋଦି ଷ୍ଟାଡିୟମରେ ଏୟାର ସୋ ।  ଏରୋବେଟିକ ଟିମର ୯ଟି ବିମାନ ଆକାଶ ମାର୍ଗରେ ଦେଖାଇବେ ରଣକୌଶଳ । ୧୯ ନଭେମ୍ବର ବିଶ୍ୱକପ ଫାଇନାଲ ମ୍ୟାଚର ୧୦ମିନିଟ ପୂର୍ବରୁ ଏୟାର ଶୋ ହେବ।

ଏହି ଖବର ଉପରେ ନଜର ପକାନ୍ତୁ : ଅନ୍ତର୍ଜାତୀୟ ସ୍ତରରେ ଗୈାରବ ଆାଣିଥିବା ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ଏନେଇ ଗୁଜୁରାଟର ଡିଫେନ୍ସ ପିଆରଓ ଘୋଷଣା କରିଛନ୍ତି  ସୂର୍ଯ୍ୟ କିରଣ ଟିମ ମୋଟେରାରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଆରମ୍ଭର ୧୦ମିନିଟ ପୂର୍ବରୁ ଲୋକଙ୍କୁ ସୋ ଜରିଆରେ ରୋମାଞ୍ଚିତ କରିବ  । ଭାରତ ବୁଧବାର ଦିନ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ୱାଲର୍ଡ କପ ଫାଇନାଲରେ ପହଞ୍ଚି ସାରିଛି  ।

ଅନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଥିବା ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଅନ୍ତର୍ଜାତୀୟ ସ୍ତରରେ ଗୈାରବ ଆାଣିଥିବା ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା । ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନନ୍ଦ, କୋନେରୁ ହମ୍ପି, କେ. ଶଶୀକିରଣ, ଏସ.ଏସ. ଗାଙ୍ଗୁଲୀ ଓ ଅଭିଜିତ କୁନ୍ତେଙ୍କ ସମେତ ଅନେକ ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର । କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଏହି ତାରକା ମାନଙ୍କୁ ସମ୍ମାନିତ କରିଛନ୍ତି । କଳିଙ୍ଗ ଷ୍ଟାଡ଼ିୟମରେ ଆାୟୋଜିତ ଉତ୍ସବରେ ସଦ୍ୟ ସମାପ୍ତ ଅଲ ଓଡ଼ିଶା ଓପନ ସ୍କୁଲ ପ୍ରୋ ଚେସ ରାପିଡ ଟୁର୍ଣ୍ଣାମେଣ୍ଟରେ ବିଜେତାଙ୍କୁ ମଧ୍ୟ ଏହି ଚେସ ତାରକା ପୁରସ୍କାର ପ୍ରଦାନ କରିଛନ୍ତି ।ଏହି ଅବସରରେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପେର ବେଶ ଗୁରୁତ୍ବ ଦେଇୃାସୁଛନ୍ତି । କେବଳ ଅଲମ୍ପିକ ନୁହେଁ ବରଂ ଖୋ ଖୋ ଓ ଚେସ ପରି ସ୍ବେଦଶୀ ଖେଳର ବିକାଶକୁ ଅଗ୍ରାଧିକାର ଦିଆଯାଉଛି । ନିକଟେର ରାଜ୍ୟରେ ଏକ ଚେସ ଏକାଡେମୀ ଖୋଲାଯାଇଛି ଓ  ଆାଗକୁ ରାଜ୍ୟରେ ଏହି ଖେଳର ବିକାଶ ପାଇଁ ସମସ୍ତ ସହେଯାଗ କରାଯିବ । ସାରା ବିଶ୍ବରେ ବର୍ତ୍ତମାନ ଚହଳ ପକାଇଥିବା ଚେସ ଟାଇକୁନ ଆର. ପ୍ରଜ୍ଞାନନ୍ଦ ଓଡ଼ିଶା ସରକାରଙ୍କ କ୍ରୀଡ଼ା ପ୍ରତି ଥିବା ପ୍ରତିବଦ୍ଧତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

ସମ୍ବର୍ଦ୍ଧିତ ଅନ୍ୟ ଗ୍ରାଣ୍ଡ ମାଷ୍ଟରଙ୍କ ମଧ୍ୟରେ ଏମ.ଆାର. ଭେଙ୍କଟେଶ,ଜି.ଏନ.ଗୋପାଳ,ଭିଦିତ ଗୁଜରାଟୀ, ଏସ.ପି.ସେଥୁରମଣ,ଦୀପ ସେନଗୁପ୍ତା,ପି.କୋଙ୍ଗୁଭେଲ,ବି. ଅଧିବନ,ମୁରଲୀ କାର୍ତ୍ତିକେୟନ,ରୈାନକ ସାଧଓ୍ବାନୀ,ଆର. ପ୍ରଣବ, ସୈାବ୍ୟା ସ୍ବାମୀନାଥନ,ପଦ୍ମିନୀ ରାଉତ,ଈଶା କରାବଡେ ଓ ନିଶା ମହୋତ ରହିଛନ୍ତି ।

କାଜୋଲଙ୍କ ଡିଜିଟାଲ ଫେକ ଭିଡିଓ ଏବେ ହେଉଛି ଭାଇରାଲ

ମୁମ୍ବାଇ : ବଢୁଛି ଡିପଫେକ ଭିଡିଓ କାରନାମା । ରଶ୍ମିକା ମନ୍ଦନ୍ନା, କାଟ୍ରିନା କୈଫଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ କାଜୋଲ । କାଜୋଲଙ୍କ ଡିଜିଟାଲ ଫେକ ଭିଡିଓ ଏବେ ହୋଇଛି ଭାଇରାଲ । କାଜୋଲଙ୍କ ମୁହଁ ପରି ଦେଖାଯାଉଥିବା ଜଣେ ମହିଳା କ୍ୟାମେରା ଆଗରେ ପୋଷାକ ବଦଳାଉଥିବାର ଦୃଶ୍ୟ ଭାଇରାଲ ହୋଇଛି । ତେବେ ଫ୍ୟାକ୍ଟଚେକିଂ ପ୍ଲାଟଫର୍ମ ବୁମ୍ ଲାଇଭ ଅନୁସାରେ ପ୍ରକୃତରେ ଏହା ଏକ ଇଂରାଜୀ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ଭିଡିଓ ଏବଂ ଏହାକୁ ଟିକଟକରେ ପୋଷ୍ଟ କରାଯାଇଥିଲା । ଆର୍ଟିଫିସିଆଲ ଇଣ୍ଟେଲିଜେନସ ଜରିଆରେ କାଜୋଲଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇଛି ।  Kajol's Deepfake Video Changing Clothes Goes Viral Amid Rashmika Mandanna's  Video Controversy | India.com

ମୂଳ ଭିଡିଓଟି ଗତ ଜୁନ ୫ରେ ଟିକଟକରେ ଅପଲୋଡ କରାଯାଇଥିଲା । ସେଥିରେ ଇଫ୍ଲୁଏନସର ରୋଜି ବ୍ରିନ ଥିଲେ । ମାତ୍ର ସେହି ଭିଡିଓକୁ ଏଡିଟ କରାଯାଇ କାଜୋଲଙ୍କ ଫେସକୁ ଲଗାଯାଇଛି । ରଶ୍ମିକାଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ ଏକ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ । ରଶ୍ମିକାଙ୍କ ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲା ଦାୟର ହୋଇସାରିଛି । ପୋଲିସ ବିହାରର ଜଣେ ୧୯ ବର୍ଷ ବୟସ୍କ  ଯୁବକକୁ ଜେରା କରିଛି ।

ସଫେଇ କର୍ମଚାରୀଙ୍କୁ ବିଜେପି କର୍ପୋରେଟର ସ୍ବାମୀଙ୍କ ଦୁର୍ବ୍ୟବହାର

ଭୁବନେଶ୍ୱର : ସ୍ତ୍ରୀ ବିଜେପି କର୍ପୋରେଟର, ସ୍ବାମୀଙ୍କ ଦାଦାଗିରି। ସଫେଇ କର୍ମଚାରୀଙ୍କୁ ବିଜେପି କର୍ପୋରେଟରଙ୍କ ସ୍ବାମୀଙ୍କ ଦୁର୍ବ୍ୟବହାର ଅଭିଯୋଗ । ଭୁବନେଶ୍ୱର ୬୩ ନମ୍ବର ଓ୍ବାର୍ଡ଼ ବିଜେପି କର୍ପୋରେଟରଙ୍କ ସ୍ବାମୀ ଲିଙ୍ଗା ଛୋଟରାୟଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ହୋଇଛି । ସଫେଇ ମଜଦୁର ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସଫେଇ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଗାଳିଗୁଳଜ କରିଥିବା ନେଇ ଅଭିଯୋଗ ହୋଇଛି । ଲିଙ୍ଗା ଛୋଟରାୟ ନିଜକୁ କର୍ପୋରେଟର ବୋଲି କହିବା ସହ ମନଇଚ୍ଛା ଲୋକଙ୍କୁ ଛଟେଇ କରିଥିଲେ ।

ଏହାର ପ୍ରତିବାଦ କରିବାରୁ ମଜଦୁର ସଂଘର ସାଧାରଣ ସମ୍ପାଦକ କେଦାରପଲ୍ଲୀର ସହଦେବ ନାୟକଙ୍କୁ ଦୁର୍ବ୍ୟବହାର କରିଥିଲେ ଲିଙ୍ଗା  । ତୁରନ୍ତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଥାନା ଘେରାଉ କରିଛନ୍ତି ୨୫୦ରୁ ଅଧିକ ସଫେଇ କର୍ମଚାରୀ ।