ପାକିସ୍ତାନ ଇରାନ ବିରୋଧରେ କରିଥିବା ଅପରେସନର ନାମ କାହିଁକି ‘ମାର୍ଗ ବାର୍ ସରମାଚର’ରଖିଛି ?

1 min read

ଇରାନର ସର୍ଜିକାଲ ଷ୍ଟ୍ରାଇକର ଜବାବ ପାକିସ୍ତାନ ଦେଇଛି । ଇରାନୀ ସୀମା  ଭିତରେ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ବାୟୁସେନା ପାଲଟା ଆକ୍ରମଣ କରିଛି । ମଙ୍ଗଳବାର ପାକିସ୍ତାନ ସୀମା ଭିତରେ ଇରାନର ଆକ୍ରମଣ ପରେ ଏହି ପଦକ୍ଷେପ ନିଆଯାଇଛି। ଗୁରୁବାର ସକାଳେ ପାକିସ୍ତାନ ଏହି ଆକ୍ରମଣ କରିଥିଲା, ଯାହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ହାମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆର ପରିସ୍ଥିତି ପୂର୍ବରୁ ତିକ୍ତ ହୋଇପଡ଼ିଛି ଏବଂ ଏହି ଆକ୍ରମଣ ସୁରକ୍ଷା ଚିନ୍ତାକୁ ଆହୁରି ବଢାଇଦେଇଛି । ପାକିସ୍ତାନ ଦ୍ୱାରା ନିଆଯାଇଥିବା ଏହି ସାମରିକ କାର୍ଯ୍ୟାନୁଷ୍ଠାନର ନାମ ଅପରେସନ୍ ‘ମାର୍ଗ ବାର୍ ସରମାଚର’ରଖାଯାଇଥିଲା। ଏହି କୋଡେନାମ ସ୍ଥିର କରିବା ପଛରେ ଏକ ବିଶେଷ କାରଣ ରହିଛି । ଆସନ୍ତୁ ଜାଣିବା କଣ ପାଇଁ ପାକିସ୍ତାନ ଏହି  ଅପରେସନର ନାମ ‘ମାର୍ଗ ବାର୍ ସରମାଚର’ରଖିଥିଲା ।

ମାର୍ଗ ବାର୍ ସରମାଚରର ଅର୍ଥ କ’ଣ?

ମାର୍ଗ ବାର୍ ସରମାଚରରେ ବାକ୍ୟରେ ‘ମାର୍ ବାର୍’ ଅର୍ଥ ହେଉଛି ‘ଯେପର୍ଯ୍ୟନ୍ତ କାହାକୁ ଶେଷ କରା ନଯାଇଛି ’ । ସରମାଚରର ଅର୍ଥ ସାହସୀ, ବିଦ୍ରୋହୀ, ଗରିଲା, ସ୍ୱାଧୀନତା ସଂଗ୍ରାମୀ। “ସରମାଚର” ଅର୍ଥ ବାଲୁଚ ଭାଷାରେ ହୋଉଛି ଯୋଦ୍ଧା  ଏବଂ ପାକିସ୍ତାନ-ଇରାନ ସୀମାରେ ସକ୍ରୀୟ ଥିବା  ସଶସ୍ତ୍ର ଗୋଷ୍ଠୀ ନିଜ ସଦସ୍ୟଙ୍କ ପାଇଁ ଏହି ଶବ୍ଦ ବ୍ୟବହାର କରିଥାନ୍ତି । ତେଣୁ ମାର୍ ବାର୍ ସରମାଚରର ଅର୍ଥ ହେଉଛି ସରମାଚରର ବିନାଶ ବା ଯୋଦ୍ଧାଙ୍କ ବିନାଶ ।

କେଉଁ ଦେଶରେ ଏହି ବାକ୍ୟାଂଶ ଅଧିକ ବ୍ୟବହୃତ ହୁଏ?

ତେବେ ଇରାନ, ଆଫଗାନିସ୍ତାନ, ଲେବାନନ୍, ୟେମେନ, ଇରାକ ଏବଂ ପାକିସ୍ଥାନରେ ‘ମାର୍ ବାର୍’ ବାକ୍ୟ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ପ୍ରଥମ ସର୍ବୋଚ୍ଚ ନେତା ରୁହୁଲ୍ଲା ଖୋମେନି ଏହି ଶବ୍ଦକୁ ଲୋକପ୍ରିୟ କରିଥିଲେ।

ସରମାଚାରା ଉପରେ ପାକିସ୍ତାନ କ’ଣ କହିଲା?

ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ସମଗ୍ର ବିଶ୍ୱକୁ କହିଛି ଯେ ‘ଆଜି ସକାଳେ ପାକିସ୍ତାନ ଇରାନର ସିସ୍ତାନ-ଓ-ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଟାର୍ଗେଟ ଉପରେ ନିର୍ଦ୍ଦିଷ୍ଟ ଭାବରେ ସାମରିକ ଆକ୍ରମଣ ଆରମ୍ଭ କରିଛି। ଏହି ଗୁପ୍ତ ଅପରେସନ ସମୟରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାର କୋଡ୍ ନାମ ଥିଲା ‘ମାର୍ଗ୍ ବାର୍ ସରମାଚର୍’ । ପାକିସ୍ତାନ ଆହୁରି ମଧ୍ୟ କହିଛି ଯେ ଗତ କିଛି ବର୍ଷ ଭିତରେ ଇରାନରେ ସକ୍ରୀୟ ଥିବା ବଲୁଚ ଆତଙ୍କବାଦୀ ବାବଦରେ ଆମେ ବାରମ୍ବାର ତେହେରାନକୁ ଅବଗତ କରାଇଛି । ଏନେଇ ଆମେ ଇରାନକୁ ବଳିଷ୍ଠ ପ୍ରମାଣ ସହିତ ଡୋଜେୟର ମଧ୍ଯ ଦେଇଥିଲୁ । କିନ୍ତୁ ଇରାନ ଏନେଇ କୌଣସି ବଳିଷ୍ଟ ପଦକ୍ଷେପ ନେଇ ନାହିଁ । ଏହି କାରଣରୁ ଆତଙ୍କବାଦୀମାନେ ନିର୍ଭୟରେ ପାକିସ୍ତାନରେ ହିଂସାକାଣ୍ଡ ଭିଆଉଛନ୍ତି । ଏହି ଆତଙ୍କବାଦୀଙ୍କ ଆଡ୍ଡା ବାବଦରେ ନିର୍ଦ୍ଧିଷ୍ଟ ଓ ନିର୍ଭରଯୋଗ୍ୟ ସୂଚନା ମିଳିବା ପରେ ପାକିସ୍ତାନୀ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ପାକିସ୍ତାନ କହିଛି ।

ଆକ୍ରମଣ ପରେ ମଧ୍ୟ ଇରାନ ସହିତ ସମ୍ପର୍କରେ ସନ୍ତୁଳନ ବଜାୟ ରଖିବାକୁ ପ୍ରୟାସ

ପାକିସ୍ତାନ କହିଛି ଯେ,ଇରାନର ସାର୍ବଭୋମତ୍ୱ ଓ  ଅଖଣ୍ଡତାକୁ ଆମେ ପୂର୍ଣ୍ଣ ସମ୍ମାନ କରୁ । ଆଜି ହୋଇଥିବା ଏହି ଆକ୍ରମଣର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପାକିସ୍ତାନର ନିଜର ସୁରକ୍ଷା ତଥା ଜାତୀୟ ସ୍ୱାର୍ଥର ରକ୍ଷା । ନିଜ ସ୍ୱାର୍ଥ ସହିତ ଆମେ ସାଲିସ କରିପାରିବୁ ନାହିଁ । ପାକିସ୍ତାନର ଲୋକମାନଙ୍କ ମନରେ ଇରାନବାସୀଙ୍କ ପ୍ରତି ବହୁତ ସମ୍ମାନ ଓ ସ୍ନେହ ରହିଛି । ଆତଙ୍କବାଦର ମୁକାବିଲା ପାଇଁ ଆମେ ପାରସ୍ପାରିକ ସହଯୋଗରେ ବିଶ୍ୱାସ କରୁ ।