ପୁଣି ଚର୍ଚ୍ଚାରେ ଉଦୟନିଧିଙ୍କ ବୟାନ, ରାମ ମନ୍ଦିରକୁ ନେଇ କହିଲେ ଏମିତି କଥା

ଚେନ୍ନାଇ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାବେଳେ ବିରୋଧୀମାନେ ଏହାକୁ ନେଇ ବିରୋଧ କରୁଥିବା ଦେଖିବାକୁ ମିଳିଛି । ରାଜନୀତି ପାଇଁ ସରକାର ଏଭଳି କରୁଥିବା କିଛି ବିରୋଧୀମାନେ ମଧ୍ୟ କହୁଛନ୍ତି । ତେବେ ଏହି କ୍ରମେରେ ପୁଣିଥରେ ସାମିଲ ହୋଇଛନ୍ତି ଉଦୟନିଧୀ ଷ୍ଟାଲିନ୍ ।ରାମ ମନ୍ଦିରକୁ ନେଇ ପୁଣିଥରେ ଦେଲେ ବିବାଦୀୟ ବୟାନ। କହିଲେ ମସଜିଦ୍ ଭାଙ୍ଗି ନିର୍ମାଣ ହୋଇଥିବା ମନ୍ଦିରକୁ ଆମର ସମର୍ଥନ ନାହିଁ । ଆମ ଦଳ କୌଣସି ମନ୍ଦିରକୁ ବିରୋଧ ନାହିଁ । ମାତ୍ର ମସଜିଦକୁ ଭାଙ୍ଗି ତିଆରି କରାଯାଉଥିବା ମନ୍ଦିରକୁ ଆମର ସମର୍ଥନ ନାହିଁ । ଆମ ନେତାମାନେ ପୂର୍ବରୁ ମଧ୍ୟ କହିଛନ୍ତି କି, ଧର୍ମ ଏବଂ ରାଜନୀତିକୁ ମିଶାଅ ନାହିଁ ।

ସେପଟେ ଏହା ପୂର୍ବରୁ ମଧ୍ୟ ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ଷ୍ଟାଲିନ୍ । ସନାତନ ଧର୍ମକୁ ଏକ ବ୍ୟାଧି ବୋଲି କହିଥିଲେ । ସନାତନ ଧର୍ମ ହେଉଛି ମ୍ୟାଲେରିଆ, ଡେଙ୍ଗୁ ସହ ସମାନ ବୋଲି କହିଥିଲେ । ସେପଟେ ଏହି ବିବାଦୀୟ ବୟାନ ପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା ମାଗିବାକୁ କୁହାଯାଇଥିଲା । ମାତ୍ର ସେ କେବେ ମଧ୍ୟ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା । ଗଣମାଧ୍ୟମରେ ହେଡଲାଇନ ମଧ୍ୟ ପାଲଟିଥିଲା ।