spot_img
Home Blog Page 2514

ସଲମାନଙ୍କ ସହ ଡେବ୍ୟୁ ଫିଲ୍ମ ହୋଇଥିଲା ହିଟ୍, କିନ୍ତୁ କାହିଁକି ଫିଲ୍ମ ଦୁନିଆରୁ ଦୂରେଇ ଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୧୯୯୧ ମସିହରେ ସଲମାନ ଖାନଙ୍କ ଏକ ଫିଲ୍ମ ଥିଲା ’ସନମ ବେଓ୍ବଫା’ । ଯାହାକି ବ୍ଲକବ୍ଲାଷ୍ଟର ହିଟ୍ ହୋଇଥିଲା । ବକ୍ସ ଅଫିସରେ ଏହି ଫିଲ୍ମ ମଧ୍ୟ ଭଲ ରୋଜଗାର କରିଥିଲା । ସଲମାନଙ୍କ ସହ ଏହି ଫିଲ୍ମରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଚାନ୍ଦିନୀ । ତାଙ୍କ ଅଭିନୟ ସାଙ୍ଗକୁ ସୁନ୍ଦରତାକୁ ଦେଖି ଦର୍ଶକେ ମତୁଆଲା ହୋଇଥିଲେ । ଏହି ଫିଲ୍ମ ପାଇଁ ସେ ରାତାରାତି ଷ୍ଟାର ବନି ଯାଇଥିଲେ । ଫିଲ୍ମରେ ତାଙ୍କ ନାମ ଚାନ୍ଦିନୀ ରହିଥିବାବେଳେ ଦର୍ଶକେ ତାଙ୍କୁ ଏହି ନାମରେ ଜାଣିଥିଲେ । ବାସ୍ତବରେ କିନ୍ତୁ ତାଙ୍କ ନାମ ହେଉଛି ନବୋଦିତା ଶର୍ମା । ଏହି ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିବାବେଳେ ଢ଼େରସାରା ପ୍ରଂଶସା ସାଉଁଟିଥିଲେ ।

ସୌଭାଗ୍ୟ ବଶତଃ ଫିଲ୍ମ ଜଗତରେ ପାଦ ଥାପିଥିଲେ ଚାନ୍ଦିନୀ । ସନମ ବେଓ୍ବଫାରେ ସଲମାନ ଖାନଙ୍କ ବିପକ୍ଷରେ ନିର୍ଦ୍ଦେଶକ ଜଣେ ନୂଆ ଚେହେରା ଖୋଜୁଥିଲେ। ଫିଲ୍ମରେ ନୂଆ ନାୟିକାଙ୍କ ପାଇଁ ଖବରକାଗଜରେ ଏକ ବିଜ୍ଞାପନ ବାହାର କରିଥିଲେ । ଏହି ବିଜ୍ଞାପନ ଦେଖିବା ପରେ ଚାନ୍ଦିନୀ ନିର୍ଦ୍ଦେଶକଙ୍କୁ ତାଙ୍କର ବାୟୋଡାଟା ପଠାଇଥିଲେ । ଏହାପରେ ଅଡିସନ ପାଇଁ ଚାନ୍ଦିନୀ ଯାଇଥିବାବେଳେ ନିର୍ଦ୍ଦେଶକ ତାଙ୍କୁ ବାଛିଥିଲେ । ସୌଭାଗ୍ୟ ବଶତଃ ସେ ନାୟିକା ବନିଥିବାବେଳେ ରାତାରାତି ଫିଲ୍ମ ହିଟ୍ ହୋଇଥିଲା ।

ଏହି ଫିଲ୍ମର ସଫଳତା ପରେ ତାଙ୍କୁ ଅନେକ ଫିଲ୍ମରେ ସୁଯୋଗ ମିଳିଥିଲା । କିନ୍ତୁ କୌଣସି ଫିଲ୍ମ ହିଟ୍ ହୋଇନଥିଲା । ଧିରେ ଧିରେ ସେ ଫ୍ଲପ ହେବା ପରେ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ । ଆଉ ଫିଲ୍ମରେ ନଜର ଆସିନଥିଲେ । ଗଣମାଧ୍ୟମର ରିପୋର୍ଟ ମୁତାବକ ଏବେ ସେ ବିଦେଶରେ ଅଥବା ଆମେରିକାରେ ରହି ଡ୍ୟାନ୍ସ ଶିଖାଉଛନ୍ତି ।

 

 

 

ମିଜୋରାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଦଯାତ୍ରା

ଆଇଜଲ୍: ମିଜୋରାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ଓ ସାଧାରଣ ସଭା। ଆସନ୍ତା ନଭେମ୍ବର ୭ରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ କଂଗ୍ରେସ କରିଛି ଭରପୂର ନିର୍ବାଚନ ପ୍ରଚାର। ରାଜଧାନୀ ଆଇଜଲରେ ଚଣମାରିରୁ ରାଜଭବନ ଯାଏ ପଦଯାତ୍ରା କରିଥିଲେ ରାହୁଲ। ନିଜର ଅଭିଭାଷଣରେ ରାହୁଲ କେନ୍ଦ୍ରର ମଣିପୁର ନୀତିକୁ ସମାଲୋଚନା କରିଛନ୍ତି।

ମଣିପୁରରେ ଯାହା ଘଟିଚାଲିଛି ସେଥିପ୍ରତି ସରକାର ଗୁରୁତ୍ବ ନଦେଇ ଇସ୍ରାଏଲ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ମଣିପୁରରେ ଅନେକ ଶିଶୁଙ୍କ ସମେତ ଲୋକଙ୍କୁ ହତ୍ୟା କରାଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାର ସେଥିପ୍ରତି ଗୁରୁତ୍ବ ଦେଇନଥିବା ଅଭିଯୋଗ କରିଛନ୍ତି ରାହୁଲ। କେନ୍ଦ୍ରର ଜିଏସଟି ନୀତି ଯୋଗୁ ଦେଶର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟିକ ଉଦ୍ୟୋଗ ନଷ୍ଟ ହୋଇଯାଉଛନ୍ତି ବୋଲି କହିଛନ୍ତି ରାହୁଲ।

ଦେଶର ଅର୍ଥନୀତି ଏବେ ବି ସୁଧୁରି ନାହିଁ ବୋଲି ସେ କହିଛନ୍ତି। ସେପଟେ ମିଜୋରାମ ଲାଗି କଂଗ୍ରେସ ପକ୍ଷରୁ ୩୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପିସିସି ସଭାପତି ଲାଲସଓ୍ବତା ଆଇଜଲ ଓ୍ବେଷ୍ଟରୁ ଲଢିବେ ବୋଲି ଜଣାଯାଇଛି।

ଜାଣନ୍ତୁ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନକୁ କିଏ ଦେଇଥିଲେ ଗୁରୁମନ୍ତ୍ର?

ନୂଆାଦିଲ୍ଲୀ: ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ରବିବାର ଦେଖିବାକୁ ମିଳିଥିଲା । ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । କେହି କେବେ କଳ୍ପନା ମଧ୍ୟ କରି ନଥିଲେ କି, ଗତ ବିଶ୍ବକପର ଉପବିଜେତା ଇଂଲଣ୍ଡ ଭଳି ଶକ୍ତିଶାଳି ଦେଶକୁ ଆଫଗାନିସ୍ତାନ ଭଳି ଦେଶ ପରାସ୍ତ କରିବ । ଯଦି କେହି ଆଫଗାନିସ୍ତାନ ସପକ୍ଷରେ ଯୁକ୍ତି ବାଢ଼ିଥାନ୍ତା ତାହେଲେ ଏହା ଜେକ ଅଫ ଦ ଇୟର ମଧ୍ୟ ହୋଇଥାନ୍ତା । କିନ୍ତୁ ଇଂଲଣ୍ଡ ଭଳି ଶକ୍ତିଶାଳି ଦେଶକୁ ପରାସ୍ତ କରିଛି ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନର ଏହି ସଫଳତା ପଛରେ ଜଣେ ଇଂଲଣ୍ଡର ପୂର୍ବତନ କ୍ରିକେଟର ବଡ଼ ଅବଦାନ ରହିଛି ।

ଆଫଗାନିସ୍ତାନ ଦଳର ମୁଖ୍ୟ କୋଚ୍ ହେଉଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର ଜୋନାଥ ଟ୍ରଟ୍ । ଯାହାଙ୍କ ଗୁରୁମନ୍ତ୍ର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଫଳପ୍ରଦ ହୋଇଛି । ତେବେ ୮ ବର୍ଷ ପୂର୍ବେ ଅର୍ଥାତ ୨୦୧୫ ବିଶ୍ବକପରେ ଯେତେବେଳେ ଆଫଗାନିସ୍ତାନ ଭାଗ ନେଇଥିଲା ଆଉ ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଥିଲା ସେବେଠାରୁ ଏହି ଦଳ ଆଗକୁ ଉନ୍ନତି କରିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଥିଲେ । ଇଂଲଣ୍ଡ ଭଳି ବହୁ ଶକ୍ତିଶାଳି ଦଳକୁ ମଧ୍ୟ ଆଫଗାନିସ୍ତାନ ହରା ସାରିଛି । କିନ୍ତୁ ଭାରତରେ ଆୟୋଜିତ ବିଶ୍ବକପରେ ଭାଗ ନେବା ପୂର୍ବରୁ ବହୁ ଅସୁବିଧା ମଧ୍ୟ ଆଫଗାନିସ୍ତାନ ଦଳ ଥିଲା ।

ଆଫଗାନିସ୍ତାନରେ ତାଲିବାନ ଶାସନ ଏବଂ ଦୁର୍ବିପାକ ଭିତରେ ଗତି କରୁଥିବା ଦେଶରେ ଟ୍ରଟ ହେଡ କୋଚ ହୋଇଥିବାବେଳେ ଖେଳାଳିଙ୍କୁ ଏକତ୍ର କରି ଗୁରୁମନ୍ତ୍ର ଦେଇଥିଲେ । ଖେଳାଳିଙ୍କ ମନେବାଳକୁ ମଧ୍ୟ ବଢ଼ାଇଥିଲେ । ତେବେ ଏହି ବିଜୟ ପରେ ଟ୍ରଟ କହିଛନ୍ତି କି, ଦିନିକିଆ ବିଶ୍ବକପରେ ଇଂଲଣ୍ଡ ଭଳି ଶକ୍ତିଶାଳି ଦେଶ ଅଥବା ଗତ ବିଶ୍ବକପର ଉପବିଜେତାକୁ ହରାଇବା ଆମ ପାଇଁ ଏକ ଖୁସିର ଖବର । ଏହି ବିଜୟ ପରେ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ିଛି । ଯାହାକି ଆାଗାମି ମ୍ୟାଚରେ ପ୍ରେରଣା ଯୋଗାଇବ । ଇଂଲଣ୍ଡକୁ ହରାଇବା ପରେ ଖେଳାଳିମାନେ ଦୃଢ଼ତା ସହ ମଇଦାନକୁ ଓହ୍ଲାଇବେ । ପୂର୍ବ ଅପେକ୍ଷା ଏବେ ଆଫଗାନିସ୍ତାନ ଦଳର ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିରେ ବହୁ ପରିବର୍ତ୍ତନ ହୋଇଛି ।

 

ସ୍ବଳ୍ପ ବଜେଟରେ କେମିତି ବନିଲା ଚନ୍ଦ୍ରଯାନ-୩, ଭାରତକୁ ଫର୍ମୁଲା ମାଗିଲା ନାସା: ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ: ଭାରତକୁ ଚନ୍ଦ୍ରଯାନ-୩ର ଜ୍ଞାନ କୌଶଳ ମାଗିଲା ନାସା। ସ୍ବଳ୍ପ ବଜେଟ ଓ ସ୍ବଦେଶୀ ଜ୍ଞାନ କୌଶଳରେ ଚନ୍ଦ୍ର ଅଭିଯାନରେ ନୂଆ ଇତିହାସ ଲେଖିଥିବା ଭାରତକୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ମାଗିଛି ଟେକନିକ। ନାସା ଏହାକୁ ଭୂୟସୀ ପ୍ରଶଂସା କରିବା ସହିତ ସଫଳତାର ଫର୍ମୁଲା ମାଗିଛି। ଦିନେ ଆମେରିକା ଭାରତକୁ ସ୍ପେଶ ରିସର୍ଚ୍ଚରେ ସହଯୋଗ କରିବାକୁ ମନା କରିଦେଇଥିଲା। ଏବେ କିନ୍ତୁ ସମୟ ବଦଳିଯାଇଛି।

ଆମେରିକା ବୈଜ୍ଞାନିକମାନେ ଇସ୍ରୋ ବୈଜ୍ଞାନିକଙ୍କୁ ଜ୍ଞାନକୌଶଳ ବିକ୍ରି କରିବାକୁ କହିଛନ୍ତି। ଇସ୍ରୋ ମୁଖ୍ୟ ଏସ ସୋମନାଥ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଭାରତ ଏବେ ମହାକାଶ ଗବେଷଣାରେ ଭଲ ଉପକରଣ ଓ ରକେଟ ବନାଇବାରେ ସକ୍ଷମ। ଏଥିପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ସାମିଲ କରାଯାଇଛି। ଇସ୍ରୋ ଚନ୍ଦ୍ରଯାନ-୩କୁ ବିକଶିତ କରି ସାରିବା ପରେ ନାସା ଜେଟ ପ୍ରପଲସନ ଲାବୋଟୋରୀର ବୈଜ୍ଞାନିକଙ୍କୁ ଆମେରିକା ନିମନ୍ତ୍ରଣ କରିଥିଲା।

ଏଥିରେ ଅଗଷ୍ଟ ୨୩ ତାରିଖରେ କିପରି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ତାହା ଭାରତୀୟ ବୈଜ୍ଞାନିକ ବୁଝାଇଥିଲେ। ଡିଜାଇନ, ପ୍ରସ୍ତୁତି ଓ ଗଠନ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ। ଏଥିରେ ପ୍ରଭାବିତ ହୋଇ ଆମେରିକା ଏହାକୁ କିଣିବାକୁ ଆଗ୍ରହ ଦେଖାଇଛି।

’ନବୀନ ଓଡ଼ିଶା’ର ଜନନେତା ନବୀନ

ଭୁବନେଶ୍ୱର : ଚାଲେଞ୍ଜରୁ ସେ ସୁଯୋଗ ସାଉଁଟନ୍ତି । ସଫଳତା ପାଇଁ କଠିନ ପରିଶ୍ରମ, ଟିମଓ୍ବାର୍କକୁ ଶ୍ରେୟ ଦିଅନ୍ତି । ରାଜନୈତିକ କ୍ୟାରିୟରରେ ନିଜେ ରେକର୍ଡ ତିଆରି କରୁଛନ୍ତି । ନିଜ ରେକର୍ଡକୁ ନିଜେ ଭାଙ୍ଗୁଛନ୍ତି। ରାଜ୍ୟ ରାଜନୀତି ମଇଦାନରେ ସେ ଦୀର୍ଘ ୨୬ ବର୍ଷ ହେବ ବାଟ ଚାଲୁଛନ୍ତି । ମାତ୍ର ଏଯାଏ ସେ ଥକି ନାହାନ୍ତି । ଦୀର୍ଘ ଅଢ଼େଇ ଦଶନ୍ଧି ହେବ ରାଜ୍ୟ ରାଜନୀତିର ମେରିଖୁଣ୍ଟ ସାଜିଛନ୍ତି । ନିଜ ନିର୍ମର୍ଳ ଭାବମୂର୍ତ୍ତି ଓ ନିରଳସ ଜୀବନଯାପନ ପାଇଁ ସାରା ଦେଶରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ଜନ୍ମଦିନରେ ଛୁଟିଛି ଶୁଭେଛାର ସୁଅ । ସମସ୍ତେ କହୁଛନ୍ତି ନବୀନ ତୁ ସି ଗ୍ରେଟ ହୋ ।

ଅଟଳ, ଅପରାଜେୟ, ଅସାଧାରଣ। ଆତ୍ମବିଶ୍ୱାସଭରା ମିଜାଜ୍ ଫିକା ପଡ଼ିନି । ସେଇ ଦମ୍ଭ ସାଙ୍ଗକୁ ସେଇମିତି ଦୃଢ଼ୋକ୍ତି।ଆଞ୍ଚଳିକ ଦଳ ବିଜେଡିର ମୁଖିଆ ଭାବେ ଜାତୀୟ ରାଜନୀତିରେ ସେ ଏବେ ବଡ଼ ବ୍ରାଣ୍ଡ୍ । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଚଢ଼ି ଚାଲିଛି ପାହାଚ ପରେ ପାହାଚ । ଅଢ଼େଇ ଦଶନ୍ଧିର ରାଜ୍ୟ ଓ ଜାତୀୟ ରାଜନୀତିକୁ ବ୍ୟବଚ୍ଛେଦ କଲେ ଜଳଜଳ ଯେ, ନବୀନଙ୍କ ନିର୍ମଳ ଭାବମୂ୍‌ର୍ତ୍ତି ପାଇଁ ବିଜେଡି ଆଜି ଏକ ଅପରାଜେୟ ଶକ୍ତି  । ଓଡ଼ିଶାବାସୀଙ୍କ ସମର୍ଥନ ଓ ଆଶୀର୍ବାଦରେ ବିଜୁ ଜନତା ଦଳ କ୍ରମାଗତ ୫ ପାଳି ରାଜ୍ୟର ଶାସନ ଡୋରି ଧରିଛି । ଗୋଟିଏ ଆଞ୍ଚଳିକ ଦଳର ଏଭଳି ଈର୍ଷଣୀୟ ସଫଳତା ପଛର ମହାନାୟକ ହେଉଛନ୍ତି ସ୍ୱୟଂ ନବୀନ ।

ସମୟର ପାହୁଣ୍ଡ ଆଗକୁ ଆଉ ଆଗକୁ । ନବୀନଙ୍କ ଜନ୍ମଦିନରେ ନବରଙ୍ଗପୁରରୁ ନବୀନ ନିବାସ ଯାଏ ଉତ୍ସାହ, ଖୁସି ଆଉ ସେଲିବ୍ରେସନର ମାହୋଲ । ନିକଟରେ ଭଉଣୀଙ୍କ ପରଲୋକ ପାଇଁ ନବୀନ ଜନ୍ମଦିନ ପାଳୁ ନାହାନ୍ତି ସତ ମାତ୍ର ସାରା ରାଜ୍ୟରେ ତାଙ୍କ ପାଇଁ କେକ କଟା ସହ ଠାକୁରଙ୍କ ନିକଟରେ ପ୍ରାର୍ଥନା । ଓଡ଼ିଶାବାସୀଙ୍କ ବଳ ବିଜୁ ଜନତା ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ସାକାର କରିବାକୁ ବିଜେଡି ସୁପ୍ରିମୋ ଗତ ଅଢ଼େଇ ଦଶନ୍ଧିରେ କଠିନ ପରିଶ୍ରମ କରିଛନ୍ତି । ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଓଡ଼ିଶା ଆଜି ‘ରୋଲ ମଡେଲ’ । ବିଶ୍ବ ଶୁଣୁଛି ଓଡ଼ିଶା ସଫଳତାର କାହାଣୀ । ଏ ସମସ୍ତ ସଫଳତାର କ୍ରେଡିଟ୍ ହିଁ ସାଉଁଟିବେ ବିଜେଡି ‘କମାଣ୍ଡର ଇନ ଚିଫ୍‌’ ସ୍ୱୟଂ ନବୀନ ।

ଅଟଳ ଅପରାଜେୟ

୧୯୯୭ରେ ପଳଟିକାଲ କ୍ୟାରିୟର ଆରମ୍ଭ କରିଥିବା ନବୀନ ପାଇଁ ବିଜେଡି ଆଜି ବଳୁଆ ଦଳ । ଜାତୀୟ ରାଜନୀତିରେ ବିଜେଡିର ଦବଦବା କାହିଁରେ କ’ଣ । ଦଳରେ ସେ ହିଁ ଆରମ୍ଭ, ସେ ହିଁ ଶେଷ । ରାଜ୍ୟ ରାଜନୈତିକ ଇତିହାସରେ ସେ ନୂଆ ନୂଆ ମାଇଲଖୁଣ୍ଟ ବସାଉଛନ୍ତି। ୫ମ ପାଳି ମୁଖ୍ୟମନ୍ତ୍ରୀ କୁର୍ସି ସମ୍ଭାଳି ନିଜେ ନିଜ ରେକର୍ଡ ଭାଙ୍ଗିଛନ୍ତି । ବିଜୁଙ୍କ ଦାୟାଦ ନବୀନ ରାଜନୀତିରେ ପ୍ରଥମରୁ ରୁଚି ରଖିନଥିଲେ। ମାତ୍ର ପିତାଙ୍କ ଦେହାନ୍ତ ପରେ ଓଡ଼ିଶା ପଲଟିକାଲ ସର୍କଲକୁ ଏଣ୍ଟ୍ରି ମାରିଲେ। ୧୯୯୭ରୁ କୌଣସି ନିର୍ବାଚନ ହାରିନଥିବା ନବୀନ ନିଜକୁ ଅଟଳ ଓ ଅପରାଜେୟ ବୋଲି ପ୍ରମାଣିତ କରିଛନ୍ତି। ତାଙ୍କର ବ୍ରାଣ୍ଡଭାଲ୍ୟୁ ହିଁ ବିଜେଡିର ସବୁଠାରୁ ବଡ଼ ବଳ। ଅବିବାହିତ ନବୀନଙ୍କ ଭାବମୂର୍ତ୍ତି ଯେତିକି ନିର୍ମଳ, ସେତିକି କଳଙ୍କମୁକ୍ତ।

ଦୀର୍ଘ ଅଢ଼େଇ ଦଶନ୍ଧିର ଲମ୍ବା କ୍ୟାରିୟରରେ ତାଙ୍କ ସଫେଦ କୁର୍ତ୍ତାରେ କଳା ଦାଗ ଲାଗିନି । ଏହା ହିଁ ତାଙ୍କର ସବୁଠାରୁ ବଡ଼ ପୁଂଜି । ପ୍ଲସ ପଏଣ୍ଟ। ବିରୋଧୀ ଯେ ତାଙ୍କୁ କ୍ଷତାକ୍ତ କରିବାକୁ ବାଣ ଛାଡ଼ି ନାହାନ୍ତି, ତା ନୁହେଁ । ମାତ୍ର ସବୁ ଫ୍ଲପ୍ । ତାଙ୍କ ବିଶାଳ ଭାବମୂର୍ତ୍ତି ଆଗରେ ସବୁ ବାଏଁ ବାଏଁ ଉଡିଛି । ରାଜ୍ୟ ରାଜନୀତି ଇତିହାସରେ ନବୀନ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ୨୦୧୪ ଓ ୨୦୧୯ ଭୋଟରେ କାଶ୍ମୀରରୁ କନ୍ୟାକୁମାରୀ ଯାଏ ମୋଦି ମନ୍ତ୍ର କାଟୁ କଲା । ମାତ୍ର ଓଡ଼ିଶାରେ ହଜିଗଲା ମୋଦି ୱେଭ୍ । ଜନତା ନବୀନ ମାୟାରେ ବାୟା । ସ୍ୱୟଂ ନବୀନ ପ୍ରମାଣ କରିଦେଲେ ଯେ, ସେ ମୋଦିଙ୍କ ଠାରୁ ଢ଼େର ଲୋକପ୍ରିୟ। ତାଙ୍କୁ ଲୋକ ପସନ୍ଦ କରୁଥିଲେ, କରୁଛନ୍ତି ଆଉ କରିବେ। ସେ ନିରଙ୍କୁଶ ନାୟକ ଭାବେ ନିଜ ସାମ୍ରାଜ୍ୟ ବଢ଼ାଇ ଚାଲିଛନ୍ତି । ସଫଳତା ପାଇଁ କଠିନ ପରିଶ୍ରମ ଓ ଟିମ୍ ୱାର୍କକୁ ଶ୍ରେୟ ଦିଅନ୍ତି ।

ସେବା କର, ହୃଦୟ ଜିତ

“ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା, ସମ୍ମାନ ଓ ସମ୍ପତ୍ତିର କିଛି ମୂଲ୍ୟ ନାହିଁ । ଏହି ଭଲ ପାଇବା ହିଁ ଗାନ୍ଧିଜୀଙ୍କୁ ଅମର କରିଛି । ଆଉ ବିଜୁ ବାବୁଙ୍କୁ ମହାନ କରିଛି । ସେବା ଆଉ କ୍ଷମତା ଭିତରେ ସେବା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସେବା ଜରିଆରେ ଲୋକଙ୍କ ହୃଦୟ ଜିତି ହୁଏ । ଲୋକଙ୍କ ସେବା କର, ହୃଦୟ ଜିତ । ” ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ଏହି ମନ୍ତ୍ର ଦେଇଛନ୍ତି । ଓଡ଼ିଆ ଭାବେ ସେ ଗର୍ବିତ ବୋଲି କହି ଆହ୍ୱାନ ଦେଇଛନ୍ତି, ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ଦରିଣତ କରିବାକୁ ଆସ ସଂକଳ୍ପ ନେବା । ବିଶ୍ୱ ଇତିହାସରେ ଓଡ଼ିଶା ପାଇଁ ସ୍ଥାନ ଗଢ଼ିବା । ଆମେ ଶ୍ରେଷ୍ଠ ହେବା ।

ବିଜେଡିର ଆଖି ତରାଟିଲା ଭଳି ସଫଳତା ପଛର ବଡ଼ ରହସ୍ୟ ହେଉଛି ନବୀନଙ୍କ ସରଳ ଜୀବନଯାପନ ସହ ଶାସନର କେନ୍ଦ୍ରବିନ୍ଦୁରେ ସାଧାରଣ ଲୋକ। ବିଜେଡି କର୍ମୀଙ୍କୁ ନବୀନଙ୍କ ମନ୍ତ୍ର ହେଉଛି, ସାଧାରଣ ଜୀବନରେ ସରଳତା ହେଉଛି ସବୁଠୁ ବଡ଼ କଥା । ଏହା ସେବା ପାଇଁ ପ୍ରେରଣା ଦେଇଥାଏ । ସାଧାରଣ ଜୀବନ ଶୈଳୀ ଓ ଉଚ୍ଚ ଚିନ୍ତାଧାରା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ । ସରଳତାରେ ଏମିତି ଶକ୍ତି ରହିଛି, ଯାହା ଲୋକଙ୍କ ସହ ଯୋଡ଼ି ଦିଏ । ଆଣମାନେ ସରଳ ଜୀବନଯାପନ କରନ୍ତୁ । ଲୋକଙ୍କ ଭରସାକୁ ସମ୍ମାନ ଦିଅନ୍ତୁ । ଜନତା ଆମର ପଭୁ । ଏଣୁ ନମ୍ରତାର ସହ ସେମାନଙ୍କ ସେବା କରନ୍ତୁ । ବିଜେଡି ମୁଖିଆଙ୍କ ଏ ମନ୍ତ୍ର ଦଳକୁ ଦେଇଛି ଅସମ୍ଭବ ସଫଳତା ।

ଅଭିନବ ଯୋଜନା, ଓଡ଼ିଶାର ନୂଆ ପରିଚୟ

ବିଜେଡିର ୨୫ ବର୍ଷର ସଫଳତା ପଛରେ ଲୁଚି ରହିଛି ସରକାରର ଅଭିନବ ଯୋଜନା ବର୍ଷା । ସାଧାରଣ ଓ ଗରିବ ଲୋକଙ୍କ ପାଇଁ ନବୀନ ଯେତିକି ଯୋଜନା ଆପଣାଇଛନ୍ତି ତାହା ତାଙ୍କ ଦଳ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ବହୁ ଗୁଣିତ କରିଛି । ଟଙ୍କିକିଆ ଚାଉଳରୁ ଆରମ୍ଭ କରି, କାଳିଆ, ବଳରାମ, ମମତା, ଆହାର, ନବୀନ ଓଡ଼ିଶା ଓ ଲକ୍ଷ୍ମୀ ବସ୍ ଯୋଜନା ଗରିବଙ୍କ ମୁହଁରେ ହସ ଆଣିଛି । ସ୍ୱତନ୍ତ୍ର କୃଷି ବଜେଟ୍‌, ସ୍ୱତନ୍ତ୍ର କୃଷି ଓ ଐତିହ୍ୟ କ୍ୟାବିନେଟ୍‌, ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କୁ ୫୦% ସ୍ଥାନ ସଂରକ୍ଷଣ, ମିଶନଶକ୍ତି ଆନ୍ଦୋଳନରେ ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା, ବିଏସକେୱାଇ ହେଲଥ କାର୍ଡରେ ଗୁଣାତ୍ମକ ମାଗଣା ସ୍ୱାସ୍ଥ୍ୟସେବା, ୧୦ ନୂଆ ମେଡିକାଲ କଲେଜ, ସ୍କୁଲ ରୂପାନ୍ତରୀକରଣ ବିଜେଡିର ମାଇଲଖୁଣ୍ଟ ।

ରାଜ୍ୟରେ ବିକାଶର ଗତିଶୀଳତାକୁ ଆଗକୁ ନେବାକୁ ‘୫ ଟି’ ଦଳଗତ କାର୍ଯ୍ୟ, ସ୍ୱଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ (ଟିମ୍ ୱାର୍କ, ଟ୍ରାନସ୍‌ପରେନ୍ସି, ଟେକ୍‌ନୋଲୋଜି, ଟ୍ରାନସଫରମେସନ, ଟାଇମ୍‌) ଅନୁସାରେ କାମ ଆରମ୍ଭ ହୋଇଛି । ଜନସାଧାରଣଙ୍କୁ ତ୍ୱରିତ ସେବା ଦେବାରେ ଏହା ବହୁତ ସହାୟକ ହେଉଛି । ସରକାରୀ ସେବା ପାଇଁ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବାକୁ ପଡୁନି । ଘରେ ବସି କଂପ୍ୟୁଟର କି-ବୋର୍ଡ କିମ୍ବା ମୋବାଇଲ୍ ଆପରେ ମିଳୁଛି ସେବା । ମଧ୍ୟସ୍ଥି, ଦଲାଲଙ୍କ ଶୋଷଣରୁ ମିଳିଛି ମୁକ୍ତି । ରାଜ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ । ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଲୋକ ହେଉଛନ୍ତି ପ୍ରକୃତ ସରକାର ଓ ମାଲିକ । ତେଣୁ ସରକାରୀ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ବୃତ୍ତିଗତ ଓ ସେବା ମନୋଭାବ ଦେଖାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ ‘ମୋ ସରକାର’ ଆରମ୍ଭ କରିଥିଲା ବେଳେ ଏବେ ସମସ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିଛନ୍ତି ।

ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟନଗରୀ କରିବା ସହ ଏକାମ୍ରକ୍ଷେତ୍ରକୁ ନୂଆ ରୂପ ଦେବାର କାମ ଜୋରସୋର ଆଗେଇ ଚାଲିଛି । ବିକାଶଶୀଳ ଦେଶ ଭଳି ରାଜ୍ୟରେ ଘରେ ମିଳୁଛି ଜୀବାଣୁଶୂନ୍ୟ ପାଇପ୍ ପାଣି । କଟକ ବଡ଼ ମେଡିକାଲକୁ ‘ଏମ୍ସ ପ୍ଲସ୍‌’ଭାବେ ଗଢିବାକୁ କାମ ଆଗେଇଛି । ମହାମାରୀ ‘କରୋନା’ ଚକ୍ରବ୍ୟୁହ ଭିତରେ ସରକାର ଫସି ମଧ୍ୟ ସଫଳ ମୁକାବିଲା କରିପାରିଥିଲେ । ବିପର୍ଯ୍ୟୟର ମୁକାବିଲାର ରୋଲ ମଡେଲ ନବୀନ କରୋନା କାଳରେ ‘ସଂକଟମୋଚକ’ ଭାବେ ମଧ୍ୟ କାନ୍ଥ ଭଳି ଉଭା ହେଲେ । ‘ହକି’ ପାଇଁ ନବୀନ ସାଜିଛନ୍ତି ଲକି ମାସ୍କଟ । ‘ହକି’ର ତମାମ ସଫଳତା ପଛରେ ଗୋଟିଏ ନାଁ ନବୀନ ପଟ୍ଟନାୟକ । ହଁ….ସମଗ୍ର ବିଶ୍ୱ ଦରବାରରେ ଓଡ଼ିଶାର ଏବେ ନୂଆ ପରିଚୟ । ବିକାଶର ରାସ୍ତାରେ ଏବେ ଓଡ଼ିଶା । ବିଜେଡିର ଏ ୨୬ ବର୍ଷର ଲମ୍ବା ଯାତ୍ରାରେ ଓଡ଼ିଶା ଦେଖିଛି ବହୁ ପରିବର୍ତ୍ତନ । ଏ ପରିବର୍ତ୍ତନର ପୁରୋଧା ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା  ନବ ଓଡ଼ିଶାର ବିନ୍ଧାଣୀ ନବୀନ ପଟ୍ଟନାୟକ ।

ବିଜେଡିରେ ମିଶିଲେ ବିଜେପି କର୍ମୀ

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଓ NACର ବହୁ କର୍ମୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି। ସେମାନଙ୍କ ଯୋଗଦାନ ଯୋଗୁଁ ବିଜେଡି ସଂଗଠନ ଆହୁରି ମଜଭୁତ ହେବ। ବାଣପୁର NACରୁ ବିଜେପିର ପୂର୍ବତନ କାଉନସିଲର ପ୍ରଣତି ମାର୍ଥା, ପୂର୍ବତନ କାଉନସିଲର ରବି ପ୍ରଧାନ, ୱାର୍ଡ ସଭାପତି ବିଶ୍ୱନାଥ ଦଳେଇଙ୍କ ପରି ଅନେକ ନେତା ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସେମାନଙ୍କ ନେତୃତ୍ୱରେ ଆନେକ ସାଧାରଣ ଲୋକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ଚିଲିକା ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ରଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ହୋଇଛି । ଏହାଦ୍ବାରା ବିଜେଡି ଆହୁରି ସଶକ୍ତ ଓ ସୁଦୃଢ ହେବ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି।

ନବୀନଙ୍କ ପାଇଁ ଓଡ଼ିଶାର ପ୍ରଗତିକୁ ନୂଆ ବେଗ ଦେବେ ମା’ମାନେ

ଭୁବନେଶ୍ୱର : ମା’ମାନେ ଆଗକୁ ବଢିବେ ସ୍ୱାବଲମ୍ବି ହେବେ । ଅଜି ମିଶନ ଶକ୍ତି ମାଧ୍ୟମରେ ମା’ମାନେ ଆଗକୁ ବଢୁଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ପୁରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ। ୭୦ ଲକ୍ଷ ମା’ମାନଙ୍କର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜବୁତ ହେବ। ମା’ମାନଙ୍କ ଗତିଶୀଳତା ଓଡ଼ିଶାର ପ୍ରଗତିକୁ ନୂଆ ବେଗ ଦେବ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅତୁଟ ବିଶ୍ୱାସ ଓଡ଼ିଶାକୁ କରିଛି ଅଧିକ ସଶକ୍ତ ଓ ସ୍ୱାବଲମ୍ବୀ।

ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ସୁଧମୁକ୍ତ ଋଣ ପ୍ରଦାନ, ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ବ୍ୟାପକ ସରକାରୀ ପ୍ରୋତ୍ସାହନ ସର୍ବୋପରି ବିଭିନ୍ନ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ କାର୍ଯ୍ୟନ୍ୱୟନରେ ମହିଳାଙ୍କୁ ଦାୟିତ୍ୱ ପ୍ରଦାନ କରି ନବୀନ ସାରାଦେଶରେ ଏକ୍ଷେତ୍ରରେ ଉଦାହରଣ ସୃଷ୍ଟି କରିପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତି ଫଳରେ ଆଜି ଓଡ଼ିଶାର ମହିଳା ସାମାଜିକ ଜୀବନରେ ଅଭିବୃଦ୍ଧି, ପ୍ରଗତିର ନୂଆ ନୂଆ କାହାଣୀ ଲେଖୁଥିବା ବେଳେଏହା ଏବେ ସାରା ଦେଶରେ ପରିବର୍ତ୍ତନର ବାର୍ତ୍ତାବହ ସାଜିଛି।

ଉତ୍ତମ ପରିବହନ ବ୍ୟବସ୍ଥା ହିଁ ସାମାଜିକ ଓ ଅର୍ଥନୈତିକ ପ୍ରଗତିର ଚାବି କାଠି। ନବୀନ ପଟ୍ଟନାୟକ ଏହାକୁ ଠିକ୍‌‌ ବୁଝିଛନ୍ତି ଓ ଏଥିପାଇଁ ପ୍ରଣୟନ ହୋଇଛି ‘ଲକ୍ଷ୍ମୀ’ ଯୋଜନା। ଏହି ଯୋଜନା କେବଳ ପରିବହନ ନୁହେଁ ବରଂ ପ୍ରତ୍ୟେକ ଗ୍ରାମାଞ୍ଚଳରେ ରୂପାନ୍ତରଣ ଆଣିବ। ଆମ ଅର୍ଥନୀତିକୁ ସୁଦୁୃଢ଼ କରିବ, ଗାଁ ଗାଁରେ ସମୃଦ୍ଧି ଆଣିବ। ଗତ ୧୨ ତାରିଖରେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ଓଡ଼ିଶାର ସମୃଦ୍ଧ ଭବିଷ୍ୟତକୁ ଇଙ୍ଗିତ କରିଛି।

 

ବ୍ୟାଟେରୀ ଚୋରକୁ ଧରି ଗାଁରେ ବସିଲା କଙ୍ଗାରୁ କୋର୍ଟ

ମୟୂରଭଞ୍ଜ : ବ୍ୟାଟେରୀ ଚୋରକୁ ଧରି ଗାଁରେ ବସିଲା କଙ୍ଗାରୁ କୋର୍ଟ । କଙ୍ଗାରୁ କୋର୍ଟରେ ଚୋରକୁ ପ୍ରବଳ ମାଡ଼ । ଯାହାର ଭିଡିଓ ଭାଇରାଲ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗାଁରେ ଶନିବାର ରାତିରେ ଏକ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରୁଥିବା ବେଳେ ଜଣକ ସହ ଏକ ବାଇକକୁ ଲୋକମାନେ ଧରିଥିଲେ  । ଘଟଣାସ୍ଥଳରୁ ଅନ୍ୟ କେତେଜଣ ଚୋର ଖସି ପଳାଇ ଯାଇଥିଲେ। କଙ୍ଗାରୁ କୋର୍ଟରେ ଧରା ପଡ଼ିଥିବା ଚୋରକୁ ପ୍ରବଳ ମାଡ଼ ମାରିଥିଲେ ଲୋକ ।

ସକାଳେ ଟ୍ରାକ୍ଟର ମାଲିକ ମହୁଲଡ଼ିହା ଥାନାକୁ ଖବର ଦେବା ପରେ ଲୋକମାନେ ଚୋର ସହିତ ଚୋରି ବ୍ୟାଟେରୀ ଓ ବାଇକକୁ ଥାନାକୁ ନେଇଥିଲେ । ଧରା ପଡ଼ିଥିବା ଚୋର ଜଣକ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖୁଣ୍ଟାପୋଷି ଗାଁର  ସୁଚାରୁ ପାତ୍ରଙ୍କ ପୁଅ  ସୁଶୀଲପାତ୍ର ବୋଲି ଜଣାପଡ଼ିଛି । ମହୁଲଡ଼ିହା ଥାନା ପୋଲିସ ସୁଶୀଲକୁ ଥାନାରେ ଅଟକ ରଖି ଏହି ଚୋରି ସହିତ ଆଉ କିଏ ସଂପୃକ୍ତ ସେନେଇ ଅଧିକ ତଦନ୍ତ ଜାରି ରଖିଛ ।

ମୋବାଇଲ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ

ଚାନ୍ଦବାଲି : ମୋବାଇଲ ପାଇଁ ମର୍ଡର । ମୋବାଇଲ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ  ।  ଭଦ୍ରକ ଜିଲ୍ଲା ଚନ୍ଦବାଲି ବ୍ଳକ ଅଣଖାସାହି ଗାଁରେ ଏହି ଘଟଣା ଘଟିଛି । ଦୁଇ ଦିନ ଧରି ନିଖୋଜ ଥିବା ସୁକାନ୍ତ ଦାସଙ୍କ ମୃତଦେହ ନଟିଆ ଜୋରରୁ ଉଦ୍ଧାର କରାଯାଇଛି । ଚନ୍ଦବାଲି ପୋଲିସ ଘଟଣାର ତଦନ୍ତ କରୁଥିଲା । ସୁକାନ୍ତଙ୍କ ସାଙ୍ଗ ଜୟଦେବଠାରୁ  ପୋଲିସ ମୋବାଇଲ ଜବତ କଲା ପରେ ଘଟଣାର ସତ୍ୟତା  ପଦାକୁ ଆସିଛି । ଗତ ଶୁକ୍ରବାର ସନ୍ଧ୍ୟାରେ ନଟିଆ ଜୋର ପୋଲ ନିକଟରେ  ମୋବାଇଲ ପାଇଁ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାରୁ ହାତାହାତି, ଆଉ ତା’ପରେ ଜୟଦେବ ଏକ କାଠ ଫାଳିଆରେ ସୁକାନ୍ତଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା  ।

ଫଳରେ ସୁକାନ୍ତର ମୃତ୍ୟୁ ଘଟିଥିଲା । ସୁକାନ୍ତର ମୃତ୍ୟୁ ହେବା ଜାଣି ଜୟଦେବ ତାକୁ ନଟିଆ ଜୋରକୁ ଠେଲି ଦେଇ ତା’ ମୋବାଇଲ ନେଇ ଘରକୁ ପଳାଇଯାଇଥିଲା । ଧରାପଡ଼ିଯିବା ଭୟରେ ସୁକାନ୍ତଙ୍କ ମୋବାଇଲକୁ ବିଲରେ ପୋତିଥିଲା ଜୟଦେବ । ଯାହାକୁ ଚନ୍ଦବାଲି ପୋଲିସ ଜବତ କରି ଅଭିଯୁକ୍ତ ଜୟଦେବକୁ ଗିରଫ କରିଛି ।  ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ ଏହି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ସାଧାରଣ ଦୁର୍ଘଟଣା। ରୋଗ ହେଉ ବା ମହାମାରୀ । ପ୍ରତ୍ୟେକ ସମୟରେ ସାଧାରଣ ଜୀବନର ମୂଲ୍ୟ ତାଙ୍କ ପାଇଁ ଅମୂଲ୍ୟ। ମଣିଷ ସହ ସାଧାରଣ ପଶୁପକ୍ଷୀଙ୍କ ଜୀବନ ବି ତାଙ୍କ ପାଇଁ ସମାନ ଗୁରୁତ୍ୱ ବହନ କରିଥାଏ। ବିଭିନ୍ନ ସମୟରେ ତାଙ୍କ କାର୍ଯ୍ୟଧାରାକୁ ଅନୁଧ୍ୟାନ କଲେ ଏହା ଅତ୍ୟନ୍ତ ସ୍ପଷ୍ଟ। ନିଃଶୁଳ୍ପ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ହିଁ ଆମ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଆଭିମୁଖ୍ୟର ମୂଳ ଆଧାର। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଧନୀ ହେଉ ଅବା ଗରିବ, ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ବିନା କାହାରି ପ୍ରାଣ ଯିବ ନାହିଁ। ଟଙ୍କା ଅଭାବରୁ କେହି ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେବେ ନାହିଁ। ଏହି ଉଦ୍ଦେଶ୍ୟ ସାଧନ ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରୁଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ଦୁଇ ପଦ କହିବାକୁ କଦାପି ଭୁଲି ନଥାନ୍ତି। ଏହା କେବଳ କହି ନାହାନ୍ତି ବରଂ କାମରେ ବି କରି ଦେଖାଇଛନ୍ତି। ବିଏସ୍‌‌କେୱାଇ, ନିଃଶୁଳ୍କ ନିଦାନ, ଜିଲ୍ଲା ସ୍ତରରେ କେମୋ ଥେରାପି ହେଉ ଅବା ଜନନୀ ସୁରକ୍ଷା, ଆମ୍ବୁଲାନ୍ସ ସେବା ଅବା ବିନା ମୂଲ୍ୟରେ ଟ୍ରମା କେୟାର ସୁବିଧା ସୁବିଠି ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରତିବଦ୍ଧତା ସ୍ପଷ୍ଟ ବାରି ହୋଇ ପଡ଼ିଛି। ଅନୁରୂପ ଭାବରେ ମହାମାରୀ କାଳରେ ପଶୁପକ୍ଷୀମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରି ସେ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ ।

୧୯୯୯ ମସିହା ମହାବାତ୍ୟାରେ ରାଜ୍ୟରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବା ପରେ ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସୃଷ୍ଟି କରିଛି ସଫଳତା । ଫାଇଲିନ୍‌‌ ଓ ଫନି ସମୟରେ ରେକର୍ଡ଼ ଅବଧିରେ ରେକର୍ଡ଼ ସଂଖ୍ୟକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସୃଷ୍ଟି କରିଛି ନୂଆ ଇତିହାସ । ୧୯୯୯ ମସିହା ମହାବାତ୍ୟାରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ରାଜ୍ୟ ସରକାର ଇତି ମଧ୍ୟରେ ପାଖାପାଖି ୯୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ସାରିଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ବଡ଼ ଉପଲବ୍ଧିକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନତା ଓ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’କୁ ଆଧାର କରି ଓଡ଼ିଶା ପ୍ରଶାସନ ଏହି ସଫଳତା ପାଇଛି। ଯେଉଁଥିପାଇଁ ଜାତିସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି।