spot_img
Home Blog Page 2513

ମଧ୍ୟପ୍ରଦେଶକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ, ମୋହନ ଯାଦବଙ୍କ ନାମ ଉପରେ ହାଇକମାଣ୍ଡଙ୍କ ମୋହର

ଭୋପାଳ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ଉଜ୍ଜୟନୀ ଦକ୍ଷିଣରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ମୋହନ ଯାଦବ । ସୋମବାର ବିଜେପି ବିଧାୟକ ଦଳର ବୈଠକରେ ତାଙ୍କ ନାମ ଉପରେ ମୋହର ବାଜିଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର,ଦଳର ଓବିସି ମୋର୍ଚ୍ଚା ମୁଖ୍ୟ କେ. ଲକ୍ଷ୍ମଣ ଓ ସଚିବ ଆଶା ଲକଡାଙ୍କ ଉପସ୍ଥିତିରେ ମୋହନଙ୍କ ନାମ ସ୍ଥିର ହୋଇଥିଲା । ମୋହନ ଯାଦବ ମଧ୍ୟପ୍ରଦେଶରେ ବିଜେପିର ଓବିସି ମୁହଁ ଭାବେ ଜଣାଶୁଣା ।

ସୂଚନାଯୋଗ୍ୟ ଯେ, ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶ ବିଜେପିର ଡାର୍କ୍ ହର୍ସ ଭାବେ ଗଣା ଯାଉଛି । କାରଣ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଶିବରାଜ ସିଂ ଚୌହାନ,ଜ୍ୟୋତିରାଦିତ୍ୟ ସିନ୍ଧିଆ,କୈଳାଶ ବିଜୟବର୍ଗୀୟ ଓ ପ୍ରହ୍ଲାଦ ପଟେଲଙ୍କ ନାମ ଥିଲା । କିନ୍ତୁ ମୋହନ ଯାଦବଙ୍କ ନାମ ଦୌଡ଼ରେ ନଥିଲା ।
ଅନ୍ୟପକ୍ଷରେ ମିଳୁଥିବା ସୂଚନା ଅନୁସାରେ ମୋହନଙ୍କୁ ମୁଖ୍ୟମନ୍ତ୍ରୀ ପଦପାଇ ଚୟନ କରାଯିବାକୁ ଅନ୍ୟ ଆଶାୟୀଙ୍କ ସମର୍ଥକ ସହଜରେ ନେଇ ନାହାନ୍ତି । ମିଳୁଥିବା ସୂଚନା ଅନୁସାରେ ବୈଠକ ବାହାରେ ଶିବରାଜଙ୍କ ସମର୍ଥକ ହଟ୍ଟଗୋଳ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ୧୭ ନଭେମ୍ବରରେ ହୋଇଥିବା ନିର୍ବାଚନରେ ବିଜେପି ୨୩୦ ବିଧାନସଭା ଆସନ ମଧ୍ଯରୁ ୧୬୩ ଜିତିଥିଲା । ଯେତେବେଳେ କି କଂଗ୍ରେସ ୬୬ ଆସନରେ ଜିତି ଦ୍ୱିତୀୟ ସ୍ଥାନରେ ଥିଲା । ବିଜେପି ନିର୍ବାଚନରେ କାହାରିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନା କରିନଥିଲା । ଏହି ନିର୍ବାଚନ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭରସାରେ ଲଢିଥିଲା । ମଧ୍ଯପ୍ରଦେଶର ବିଜେପି ଗତ ଦୁଇ ଦଶକ ମଧ୍ଯରେ ପଂଚମ ଥର ପାଇଁ ସରକାର ଗଢିବାକୁ ଯାଉଛି । । ଏହା ପୂର୍ବରୁ ୨୦୦୩,୨୦୦୮,୨୦୧୩ ଓ ୨୦୨୦ରେ ବିଜେପି ସରକାର ଗଠନ କରି ସାରିଛି ।

ଦିଲ୍ଲୀ ମଦ ଘୋଟାଲା ମାମଲାରେ ସଞ୍ଜୟ ସିଂଙ୍କୁ ସୁପ୍ରିମକୋର୍ଟ ଝଟକା, ମିଳିଲାନି ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ: ଅବକାରୀ ନୀତି ଘୋଟାଲା ମାମଲାରେ ଇଡି ଦ୍ବାରା ଗିରଫ ଆପ୍‌ ନେତା ସଞ୍ଜୟ ସିଂଙ୍କ ବଢୁଛି ଅଡୁଆ  । ରିମାଣ୍ଡ ବିରୁଦ୍ଧରେ ଆପ୍‌ ନେତାଙ୍କୁ ଆଶ୍ବସ୍ତି ଦେଲେନି ସୁପ୍ରିମକୋର୍ଟ । କୋର୍ଟ ଏହି ମାମଲାର ଶୁଣାଣି ଆଗାମୀ ଫେବୃଆରୀ ୫ରେ କରିବେ  ।

ନ୍ୟାୟାଧିଶ ସଞ୍ଜୀବ ଖାନ୍ନା ଓ ଏସ.ଏନ.ବି.ଭଟ୍ଟିଙ୍କ ପୀଠ ମାମଲାର ଶୁଣାଣି କରି ସଞ୍ଜୟ ସିଂଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ମନା କରି ଦେଇଛନ୍ତି  । ଗତ ୨୦ ନଭେମ୍ବରରେ ସୁପ୍ରିମକୋର୍ଟ ଏହି ମାମଲାରେ ନୋଟିସ୍‌ ଜାରି କରି କହିଥିଲେ ଯେ କେନ୍ଦ୍ର ତଥା ଇଡି ସଞ୍ଜୟଙ୍କ ଯାଚିକାର ଜବାବ ଦିଅନ୍ତୁ ।

ଏହାରି ମଧ୍ୟରେ ରାଉଜ ଏଭେନ୍ୟୁ କୋର୍ଟର ସ୍ବତନ୍ତ୍ର ନ୍ୟାୟାଧୀଶ ଏମ କେ ନାଗପାଲ ଶନିବାର ଆପ ସାଂସଦଙ୍କ ଦ୍ବାରା ଦାଏର ଜାମିନ ଆବେଦନ ଶୁଣାଣିରେ ରୋକ୍‌ ଲଗାଇ ଆଗାମୀ ଶୁଣାଣି ଡିସେମ୍ବର ୧୨କୁ ନିର୍ଦ୍ଧାରିତ କରିଥିଲେ  । ଏହା ପୂର୍ବରୁ ଇଡି ୬୦ ପୃଷ୍ଠା ସମ୍ବଳିତ ଏକ ଅଭିଯୋଗ ପତ୍ର ଦାଏର କରିଥିଲେ  । ମନି ଲଣ୍ଡରିଂ, ଷଡଯନ୍ତ୍ର ଓ ଅଭିଯୁକ୍ତଙ୍କୁ ସାହାଯ୍ୟ କରିବା ଆଦି ଅଭିଯୋଗ ତାଙ୍କ ବିରୁଦ୍ଧରେ ଥିଲା  ।

 

ଗତ ଅକ୍ଟୋବର ୪ରେ ସଞ୍ଜୟ ସିଂଙ୍କ ବାସଭବନରେ ଯାଞ୍ଚ କରି ତାଙ୍କୁ ଇଡି ଗିରଫ କରିଥିଲା  । ଆପ୍‌ର ବଡ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀ ପରେ ସଞ୍ଜୟ ସିଂଙ୍କ ଗିରଫ ସବୁଠାରୁ ବଡ ଗିରଫ ଥିଲା  ।

ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ଲଢ଼େଇ ଜାରି ରହିବ : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କେନ୍ଦ୍ର ସରକାର ସବୁବେଳେ ଓଡ଼ିଶା ପ୍ରତି ଅବହେଳା କରି ଆସୁଛନ୍ତି । ଓଡ଼ିଶାର ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ଶୁଣୁନାହିଁ । ଚାଉଳରେ ଓଡ଼ିଶା ବଳକା ରାଜ୍ୟ। ୬ଟି ରାଜ୍ୟକୁ ଓଡ଼ିଶା ୨୪ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଦେଉଛି । କିନ୍ତୁ ସେ ବାବଦ ପ୍ରାପ୍ୟ କେନ୍ଦ୍ର ଦେଉନାହିଁ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଦାବିକୁ କେନ୍ଦ୍ର ଉପେକ୍ଷା କରୁଛି।

ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇବାରେ ବି ଓଡ଼ିଶାକୁ ଅବହେଳା କରୁଛି କେନ୍ଦ୍ର । କୋଇଲା କ୍ଷେତ୍ରରେ ମଧ୍ୟ କିଛି କରାଯାଉନାହିଁ । ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଅବହେଳା ମଧ୍ୟ କିଛି କମ୍ ନୁହେଁ। ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ଲଢ଼େଇ ଜାରି ରହିଛି ଓ ରହିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ରାଜ୍ୟରେ ବର୍ଷା କ୍ଷୟକ୍ଷତି ସମ୍ପର୍କରେ ସେ କହିଛନ୍ତି, ରିପୋର୍ଟ ମଗା ଯାଇଛି । କୃଷି ବିଭାଗକୁ ଏସଆରସି ରିପୋର୍ଟ ଦେବେ।

ପଦ୍ମପୁର ଅଞ୍ଚଳରେ ମହାବଳ ବାଘ ପାଦଚିହ୍ନ ଠାବ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ରାଉତରଙ୍ଗା ଅଞ୍ଚଳରେ ମହାବଳ ବାଘ ପାଦଚିହ୍ନ ଠାବ । ବର୍ତ୍ତମାନ ସୁଦ୍ଧା ମହାବଳ ବାଘକୁ ବନ ବିଭାଗ ଦେଖିନାହିଁ । କିନ୍ତୁ ପାଦଚିହ୍ନ ଠାବ କରି ନଜର ରଖିଛି । ଚନ୍ଦ୍ରପୁର ଓ ଗୁଡାରି ପାର୍‌ କରି ପୁଣି ମହାବଳ ଫେରୁଥିବା ଅନୁମାନ କରାଯାଉଛି । ଏନେଇ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ।

କିଛି ଦିନ ପୂର୍ବରୁ ମହାବଳ ମୁନିଗୁଡ଼ା ଦହିଖାଲ ଅଞ୍ଚଳରେ ମଇଁଷି ଛୁଆକୁ ଖାଇଥିଲା । ମହାବଳ ବାଘ ଭୟରେ ଅଞ୍ଚଳରେ ଲୋକ ସନ୍ଧ୍ୟା ହେଲେ ତାଟି କବାଟ ଦେଇ ରହୁଛନ୍ତି। ସତର୍କ ରହିବାକୁ ଡାକବାଜି ଯନ୍ତ୍ର ଦ୍ବାରା ବନ ବିଭାଗ ଲୋକଙ୍କୁ ସଚେତନ କରୁଛି ।

ପେଟ୍ରୋଲ ଢାଳି ହୋଇ ଛାତ୍ରୀଙ୍କ ଆତ୍ମହତ୍ୟା

ଗଞ୍ଜାମ : ଆସିକା କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଈ ଗାଁରେ ଛାତ୍ରୀଙ୍କ ଆତ୍ମହତ୍ୟା । ପେଟ୍ରୋଲ ଢ଼ାଳି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ହେଲେ ବାଲିପଦର ଅହଲ୍ୟା ଦେବୀ କଲେଜରେ ପ୍ରଥମ ବର୍ଷ ଛାତ୍ରୀ ପୂଜା ଗୌଡ଼ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଘରେ କେହି ନଥିବା ବେଳେ ପୂଜା ଆଜି ସକାଳେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, କୋଟିନଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ରାଜଧାନୀରେ ATMରୁ ଲୁଟ୍‌, ଗ୍ୟାସ୍‌ କଟରରେ କାଟି ନେଇଗଲେ ୧୫ ଲକ୍ଷ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏଟିଏମରୁ ଲୁଟ୍ । ଗ୍ୟାସ କଟରରେ କାଟି ନେଇଗଲେ ୧୫ ଲକ୍ଷ ଟଙ୍କା  ।  ଗ୍ୟାସ କଟରରେ କାଟି ନେଇଗଲେ ୧୫ ଲକ୍ଷ । ଲିଙ୍ଗରାଜ ଥାନା ହାଟ ସାହିରେ ଘଟିଛି ଏଭଳି ଅଘଟଣ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଛାନବିନ କରିଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି ।

ATMରେ ରାତି ୧୦ଟାରେ ୧୦ ଲକ୍ଷ ଟଙ୍କା ଲୋଡ଼ ହୋଇଥିଲା । ପରେ କେହି ଦୁର୍ବୃତ୍ତ ଗ୍ୟାସ କଟର ସହାୟତାରେ ଟଙ୍କା ଲୁଟି ନେଇଛନ୍ତି । ଏଟିଏମ ଲୁଟ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛନ୍ତି ଡିସିପି । ଏଟିଏମ ପାଖରେ ଥିବା ସିସିଟିଭିକୁ ଯାଞ୍ଚ କରିଛି ପୋଲିସ । ସେପଟେ ଏହି ଏଟିଏମରେ ସିକ୍ୟୁରିଟି ନଥିବାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଏପରିକି ଆଲର୍ମ ସିଷ୍ଟମ ମଧ୍ୟ ଠିକ ନଥିବା କହିଛନ୍ତି ସ୍ଥାନୀୟ ଲୋକେ ।

କାଦୁଆ ଗାଁରେ ମାତିଛନ୍ତି ମହୁମାଛି, ଦୁଇ ଜଣଙ୍କ ଜୀବନ ନେଇଗଲେ

ଢେଙ୍କାନାଳ: କାମାକ୍ଷାନଗର ଥାନା କାଦୁଆ ଗାଁରେ ଏଭଳି ଅଘଟଣ ଘଟିଛି । ମହୁମାଛି ଆକ୍ରମଣରେ ଦୁଇଜଣ ପ୍ରାଣ ହରାଇଛନ୍ତି । ୨ ମୃତକ ହେଲେ ଝୁମର ସେଠୀ ଏବଂ ମାୟାଧର ଦେହୁରୀ । ମାୟାଧର ନିଜ ଚାଷଜମିରୁ ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ଝୁମର ସେଠୀ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ମହାକାଳପଡ଼ା ବ୍ଲକର ୩ଟି ପଞ୍ଚାୟତ ପାଇଁ ଆଜିଠୁ ଜନଶୁଣାନି

କେନ୍ଦ୍ରାପଡା : ଆଉ ପାଦେ ଆଗକୁ ଗଲା କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରକ୍ରିୟା। ଏଥିପାଇଁ ଆଜିଠାରୁ ଜନଶୁଣାଣି ଆରମ୍ଭ ହୋଇଛି । ମହାକାଳପଡ଼ା ବ୍ଲକର ପ୍ରସ୍ତାବିତ ୩ଟି ପଞ୍ଚାୟତରେ ଆଜିଠୁ ତିନିଦିନ ଧରି ଜନଶୁଣାଣି ଚାଲିବ। ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ଏଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ। କାରଖାନାର ସାମାଜିକ ପ୍ରଭାବ ଉପରେ କରାଯିବ ଜନଶୁଣାଣି।

ପ୍ରଥମ ଦିନରେ ରାମନଗର ପଞ୍ଚାୟତର ଲୁଣି ମାଠିଆ ଖେଳ ପଡ଼ିଆରେ ଜନଶୁଣାଣି ଶିବିର ଆୟୋଜିତ ହୋଇଛି। ରାମନଗର ଓ ବନ ବିହାରୀପୁର ମୌଜାର ସ୍ଥିତିବାନ ପଟ୍ଟା ଥିବା ବ୍ୟକ୍ତିମାନେ ଏଥିରେ ଭାଗନେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ରୁତୁରାଜ, ଜିଲ୍ଲା ବନ ଅଧିକାରୀ, ତହସିଲଦାର, ବିଡିଓ ଏବଂ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲର ପଦାଧିକାରୀମାନେ ଜନଶୁଣାଣି ଶିବିରରେ ଯୋଗଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତିବାନ ପଟ୍ଟା ଥିବା ବ୍ୟକ୍ତିମାନଙ୍କ ପାଇଁ ପାଞ୍ଚଟି ଷ୍ଟଲ୍‌ କରାଯାଇଛି। ଏଥିରେ ସେମାନେ ନାଁ ପଞ୍ଜୀକରଣ କରିବେ। ସୁବିଧାରେ ସେମାନେ ସେମାନଙ୍କ ଜମିର ଖାତା ନମ୍ବର ଓ ପ୍ଲଟ ନମ୍ବର ଦେଇ ନାମ ପଞ୍ଜୀକରଣ କରିବା ସହିତ ନିଜ ନିଜ ମତ ରଖିବେ। ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଖୁବଶୀଘ୍ର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବ ଓ ଜମି ଅଧିଗ୍ରହଣ ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାର ସବୁ ପଦକ୍ଷେପ ନେଇଛନ୍ତି । ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଜିଲ୍ଲାର ଲୋକମାନେ ସ୍ବାଗତ କରିବା ସହିତ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

ପାରାଦ୍ୱୀପ ସମୁଦ୍ରରୁ ଧରାହେଲା ୧୭ଟି ବିରଳ ମାଛ, ୨୫ ଲକ୍ଷ ଟଙ୍କାରେ ବିକ୍ରି

ପାରାଦ୍ୱୀପ : ପାରାଦ୍ୱୀପ ସମୁଦ୍ରରୁ ଧରାହେଲା ୧୭ଟି ବିରଳ ତେଲିଆ ବୋରିହା ମାଛ।। ଏହି ମାଛ ୨୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ପାରାଦ୍ୱୀପ ସମଦ୍ର କୂଳ ଠାରୁ ୨୦ କିଲୋମିଟର ଦୂରରେ ଜାଲରେ ପଡିଥିଲା ଏହି ବିରଳ ମାଛ ।

ବର୍ତ୍ତମାନ ଅଲିଭ୍‌ ରିଡଲେ କଇଁଛଙ୍କ ଅଣ୍ଡାଦାନ ପାଇଁ କୂଳଠାରୁ ୨୦ କିଲୋମିଟର ମଧ୍ୟରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି । ତେଣୁ ବୋଟଗୁଡିକ ଗଭୀର ସମୁଦ୍ରରେ ମାଛ ଧରୁଛନ୍ତି । ପାରାଦୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦରରୁ ଯାଇଥିବା ଏକ ବୋଟ୍‌ ମାଛ ଧରୁଥିବା ବେଳେ ଜାଲରେ ପଡ଼ିଛନ୍ତି ଏହି ବିରଳ ମାଛ। ବୋଟଟି କୂଳରେ ପହଞ୍ଚିବା ପରେ ମାଛଗୁଡ଼ିକୁ ଅଠରବାଙ୍କି ବାଲିପ୍ଲଟକୁ ଅଣାଯାଇ ନିଲାମ କରାଯାଇଥିଲା। କୋଲକୋତାର ଜଣେ ମାଛ ବ୍ୟବସାୟୀ ୧୭ଟି ଯାକ ମାଛକୁ ୨୫ ଲକ୍ଷ ଟଙ୍କାରେ କିଣିଛନ୍ତି । ଏହି ମାଛ ଔଷଧ ପାଇଁ ବ୍ୟବହାର ହେଉଥିବାରୁ ଏହାର ଦର ଅଧିକ ଟଙ୍କା ରହିଛି ।

ମୋତେ ବର୍ଷେ ପାଇଁ ମୁଖ୍ୟମନ୍ତ୍ରୀ କର: ବସୁନ୍ଧରା ରାଜେ

ନୂଆଦିଲ୍ଲୀ: ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଛିଣ୍ଡୁନି ଅଙ୍କ। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନା ଆଉ କୋଉ ନୂଆ ମୁହଁ ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଶାୟୀ ଅଛନ୍ତି ବସୁନ୍ଧରା ରାଜେ । ପୂର୍ବରୁ ବସୁନ୍ଧରାଙ୍କୁ ଦିଲ୍ଲୀ ଡକାଇଥିଲେ କେନ୍ଦ୍ରୀୟ ବିଜେପି ଟିମ । ଏବେ ଏକ ଖବର ସାମନାକୁ ଆସିଛି । ବସୁନ୍ଧରା କହିଛନ୍ତି କି, ତାଙ୍କୁ ଗୋଟିଏ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରାଯାଉ । ଏହପରେ ମୁଁ ନୁହେଁ ପଦବୀ ଛାଡ଼ି ଦେବି ବୋଲି କେନ୍ଦ୍ରୀୟ ନେତାଙ୍କ ଆଗରେ କହିଥିବା ଚର୍ଚ୍ଚା ହେଉଛି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଆଲୋଚନ କରି ଫେରିଛନ୍ତି ବସୁନ୍ଧରା । ତେବେ ବସୁନ୍ଧରା ମୁଖ୍ୟମନ୍ତ୍ରୀ ପଦ ନେବାକୁ ଜିଦରେ ଅଡ଼ି ବସିଥିବା ଜଣାପଡିଛି । ରାଜସ୍ଥାନ ଜୟପୁରରେ ବିଜେପିର ୬୦ ବିଧାୟକଙ୍କୁ ସାକ୍ଷାତ କରିଛନ୍ତି ବସୁନ୍ଧରା ରାଜେ। ମୁଖ୍ୟମନ୍ତ୍ରୀ ପଦ ଲାଗି ବସୁନ୍ଧରା ପରେ ରାଜପରିବାରର ଦୀୟା କୁମାରୀ ମଧ୍ୟ ଅଛନ୍ତି । ଦୀୟା କୁମାରୀ ନା ଆଉ କାହାକୁ ମୁଖ୍ୟମନ୍ତ୍ରୀ କରିବେ ଏନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ। ମଙ୍ଗଳବାର ରାଜସ୍ଥାନରେ ବସୁଛି ରାଜସ୍ଥାନ ବିଜେପି ବିଧାୟକ ଦଳ ବୈଠକ । ଏଥିରେ ବରିଷ୍ଠ ନେତା ରାଜନାଥ ସିଂହଙ୍କ ନେତୃତ୍ବରେ ୩ ଜଣିଆ କେନ୍ଦ୍ରୀୟ ବିଜେପିର ପର୍ଯ୍ୟବେକ୍ଷକ ଦଳ ଉପସ୍ଥିତ ରହିବେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବା ସମ୍ଭାବନା ରହିଛି।