ବିଶ୍ବକପ ପରେ ଟି-୨୦ ସିରିଜକୁ ନେଇ ପ୍ରଶ୍ନ ଉଠାଇଲେ ଅଷ୍ଟ୍ରେଲିୟ କ୍ରିକେଟର

1 min read

ବିଶାଖାପାଟଣା: ଗୁରୁବାରଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ସିରିଜ। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜର ଆଜି ହେଉଛି ପ୍ରଥମ ମ୍ୟାଚ। ନିକଟରେ ବିଶ୍ବକପ ସରିଥିବାବେଳେ ସଙ୍ଗେ ସଙ୍ଗେ ଟି-୨୦ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଷ୍ଟ୍ରେଲିୟ କ୍ରିକେଟର ଲାମ୍ବୃସେନ। ସେ ହକିଛନ୍ତି ସଙ୍ଗେ ସଙ୍ଗେ ସିରିଜ ଆରମ୍ଭ ହେବା ଆଶ୍ଚର୍ଯ୍ୟଜନକ। ଏହି ସରିଜକୁ ବୁଝିବା କଷ୍ଟସାଧ୍ୟ । ଏହାସହ ପାକିସ୍ତାନ ବିପକ୍ଷ ଟେଷ୍ଟ ସିଜିଜକୁ ନେଇ ମଧ୍ୟ ସେ କହିଛନ୍ତି କି, ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଆମ ପାଖରେ ୩ ସପ୍ତାହ ସମୟ ଅଛି। ସେତେବେଳକୁ ଆମେ ପ୍ରସ୍ତୁତ ହୋଇଥିବୁ।  କିନ୍ତୁ ବିଶ୍ବକପ ସରିବା ମାତ୍ର ସାଙ୍ଗେ ଟି-୨୦ ସିରିଜ୍ ଆମପାଇଁ କଷ୍ଟସାଧ୍ୟ ହୋଇଛି ।

ସୂଚନା ଥାଉକି, ନିକଟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ ଫାଇନାଲ ମୁକାବିଲା ଖେଳା ଯାଇଥିବାବେଳେ ଭାରତକୁ ହରାଇ ବିଶ୍ବକପ ବିଜେତା ବନିଛି କଙ୍ଗାରୁ ଦଳ। ଭାରତରେ ଘରୋଇ ଦଳକୁ ପରାଜିତ କରି ଷଷ୍ଠଥର ବିଶ୍ବକପ ଜିତିଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ପ୍ରଥମ ଟି-୨୦ ସିରିଜ ଖେଳିବାକୁ ଯାଉଛି । ଭାରତର ସିନିୟର ଖେଳାଳି ତଥା ବିରାଟ ଏବଂ ରୋହିତଙ୍କ ଭଳି ଖେଳାଳିମାନେ ବିଶ୍ରାମ ନେଇଛନ୍ତି । ସୂର୍ଯ୍ୟକୁମାର ଯାଜବଙ୍କ ଅଧିନାୟକତ୍ବରେ ଯୁବ ଦଳ ମଇଦାନକୁ ଓହ୍ଲାଉଥିବାବେଳେ ବିଜୟ ହୋଇ ଦିନିକିଆ ବିଶ୍ବକପର ବଦଲା ନେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।