spot_img
Home Blog Page 2498

ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଜମ୍ମୁତାୟି ଏକ୍ସପ୍ରେସ ଲାଇନଚ୍ୟୁତ

ସମ୍ବଲପୁର: ବିଳମ୍ବିତ ରାତିରେ ସମ୍ବଲପୁର ରେଳ ଷ୍ଟେସନ ନିକଟରେ  ଜମ୍ମୁତାୟି ଏକ୍ସପ୍ରେସ  ଲାଇନଚ୍ୟୁତ । ସମ୍ବଲପୁର ଷ୍ଟେସନ ନିକଟରେ ଘଟିଛି ଏହି  ଅଘଟଣ । ଜମ୍ମୁତାୟି ଏକ୍ସପ୍ରେସର  ପେଣ୍ଟ୍ରିକାର ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି ।

ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି ।  ଗାଡିଟି ଖାଲି ଥିବାରୁ କାହାରି କୌଣସି କ୍ଷତି ହୋଇନାହି । ଘଟଣା ସ୍ଥଳରେ ସମ୍ବଲପୁର ରେଳ  ବିଭାଗ କମଚାରୀ ପହ| ଟ୍ରାକ ମରାମତି କରି ରେଳ ଚଳାଚଳ ସ୍ବଭାବିକ କରିଛନ୍ତି ।

ଘରୋଇ ବସ ସଂଘ ଏବଂ ରାଜ୍ୟ ସରକାରଙ୍କ ଆଲୋଚନା ସଫଳ, ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର

ଭୁବନେଶ୍ୱର : ବସ ଧର୍ମଘଟ ପ୍ରତ୍ୟାହୃତ । ଅଲ ଓଡିଶା ଘରୋଇ ବସ ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି । ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଥିଲା । ବସ ମାଲିକ ସଂଘ ନିଜ ଦାବି ଲିଖିତ ଭାବେ ଦେବେ । ତାପରେ ଆଗକୁ ଆଲୋଚନା ହେବ । ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବା ବସ ମାଲିକ ସଂଘ ଆସନ୍ତା ୧ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ବୋଲି କହିଛନ୍ତି । ବୈଠକରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ପରିବହନ ସଚିବ, ଯୁଗ୍ମ ସଚିବ, ମୋ ବସର ପ୍ରତିନିଧି ଉପସ୍ଥିତ ଥିଲେ । ଘରୋଇ ବସ ମାଲିକ ସଂଘ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁନାହାନ୍ତି । ବସ ମାଲିକଙ୍କ ଯାହା ଦାବି ଯାହା ଅଛି ଲିଖିତ ଆକାରରେ ଦିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । 

ଲକ୍ଷ୍ମୀ ଯୋଜନା ଲୋକଙ୍କ ଆର୍ଥିକ ବିକାଶ ଦିଗରେ ସହାୟକ ହେଉଛି । ଆଲୋଚନାରେ ସମସ୍ୟା ସମାଧାନ ହେବ । ଟାୟାର ଟୁରେ ବ୍ଲକରୁ ସଦର ମହକୁମାକୁ ଲକ୍ଷ୍ମୀ ବସ ଗଡ଼ିବାକୁ ଥିବା ବେଳେ କିଛି ରୁଟକୁ ନେଇ ବସ ମାଲିକଙ୍କ ସମସ୍ୟା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ବସମାଲିକ ମାନେ ଲିଖିତ ଭାବେ ନିର୍ଦ୍ଦିଷ୍ଟ ରୁଟ୍କୁ ନେଇ ସରକାରଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବା ପରେ ନିଷ୍ପତି ନିଆଯିବ । ଲକ୍ଷ୍ମୀ ଯୋଜନାରେ ଟାୟାର ଓ୍ବାନ, ଟାୟାର-୨, ଟାୟାର-୩ରେ ବସ ଚଳାଚଳ ପାଇଁ ବ୍ୟବସ୍ଥା ହୋଇଛି ।

କଳାହାଣ୍ଡି ଓ ମୟୁରଭଞ୍ଜର ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ସେହି ଦୁଇଟି ପ୍ରକଳ୍ପ ହେଉଛି କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୁରଭଞ୍ଜ ଗଙ୍ଗାହର ନଦୀ ଉପରେ ଦାମୋଦରପୁର ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସମୁଦାୟ ୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ କଳାହାଣ୍ଡି ମୁରଲୀଝର ପ୍ରକଳ୍ପ ପାଇଁ ୪୧.୨୫ କୋଟି, ମୟୁରଭଞ୍ଜ ଦାମୋଦରପୁର ପ୍ରକଳ୍ପ ପାଇଁ ୪୫ କୋଟି ମଞ୍ଜୁର ହୋଇଛି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ  5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ ।

ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି  ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଏବଂ ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଲକର ଜନସାଧାରଣ ଉପକୃତ ହେବେ । ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ  ଏହା ବିଶେଷ ସହାୟକ ହେବ ।

ଆଗାମୀ ୫ ବର୍ଷ ଗରିବଙ୍କୁ ମାଗଣା ରାସନ, ମହିଳାଙ୍କୁ ଡ୍ରୋନ ଉଡାଇବାକୁ ଟ୍ରେନିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ । ଏ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଓ ଅନ୍ନ ଯୋଜନାକୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି  । ଏହି ଯୋଜନା ନୂଆବର୍ଷରୁ ଲାଗୁ ହେବ  । ଏହା ଛଡା ଡ୍ରୋନ ସଖୀ ଯୋଜନାକୁ ମଞ୍ଜୁରୀ ମିଳିଛି  । ଏହି ଯୋଜନାରେ ମହିଳାଙ୍କୁ ଡ୍ରୋନ ଉଡାଇବା ପାଇଁ ଟ୍ରେନିଂ ଦିଆଯିବ  । ଡ୍ରୋନ ମାଧ୍ୟମରେ ଚାଷଜମିରେ ସାର ସିଞ୍ଚନ କରାଯିବ  ।

ଡ୍ରୋନ ଉଡାଇବା ପାଇଁ ମହିଳାଙ୍କୁ ପ୍ରତି ମାସରେ ୧୫ ହଜାର ଟଙ୍କା ଓ ତାଙ୍କ ସହଯୋଗୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ୨୦୨୬ ପର୍ଯ୍ୟନ୍ତ ଏହି ଯୋଜନାରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରାଯିବ  । କ୍ୟାବିନେଟ ବୈଠକରେ ୧୬ ତମ ବିତ୍ତ ଆୟୋଗକୁ ମନ୍ତ୍ରିମଣ୍ଡଳ ଟର୍ମ ଅଫ ରେଫରେନ୍ସର ଅନୁମୋଦନ ଦେଇଛି । ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ତ୍ତମାନ ଆୟୋଗର କାର୍ଯ୍ୟକାଳ ରହିଛି ।

ସେହିପରି ମୋଦି ସରକାରଙ୍କ ଅନ୍ନ ଯୋଜନାରେ ଗରିବଙ୍କୁ ୫ କିଲୋଗ୍ରାମ ମାଗଣା ଖାଦ୍ୟସଶ୍ୟ ମିଳିବ  । ଏହା ଦ୍ବାରା ୮୧ କୋଟି ଭାରତୀୟ ଉପକୃତ ହେବେ  । ଆଗାମୀ ୫ ବର୍ଷ ପାଇଁ ସରକାର ଏଥିପାଇଁ ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ  ।

ଦ୍ବିତୀୟ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର କରାଯାଉଛି ଲେଜର ସ୍କାନିଂ

ପୁରୀ : ଦ୍ବିତୀୟ ଦିନରେ ଶ୍ରୀମନ୍ଦିରରେ ଏଏସଆଇ ଟିମ୍ ଓ ସେନଜେନ କମ୍ପାନୀର ଇଞ୍ଜିନିଅର । ରତ୍ନଭଣ୍ଡାରର କରାଯାଉଛି ଲେଜର ସ୍କାନିଂ । ଗତକାଲି ରତ୍ନଭଣ୍ଡାରର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଥିଲା । ତେବେ ଲାଇଟ କମିବାରୁ ଉତ୍ତର ପାର୍ଶ୍ବର ସ୍କାନିଂ କରାଯାଇ ପାରିନଥିଲା । ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ କୋଣର ଲେଜର ସ୍କାନିଂ ସରିଛି । ସେପଟେ ରତ୍ନଭଣ୍ଡାରର ଅମୁହାଁ ଯୋଡ କାନ୍ଥର ଡକୁମେଣ୍ଟେସନ ସରିଯାଇଛି । ଆଜି ରତ୍ନଭଣ୍ଡାରର ଲେଜର ସ୍କାନିଂ ସାରି ଡକୁମେଣ୍ଟେସନ ସରିବ । ରିଭ୍ଯୁ କରାଯାଇ ରତ୍ନଭଣ୍ଡାରର ବାହାର ପାର୍ଶ୍ୱର ସ୍ଥିତି ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ରିପୋର୍ଟର କପି ହାଇକୋର୍ଟ ଓ ରାଜ୍ଯସରକାରଙ୍କ ନିକଟରେ ଦାଖଲ କରାଯିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ । ଆଜି ୧୫ଜଣିଆ କମିଟିର ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ଲେଜର ସ୍କାନିଂ ।  Puri Srimandir Ratna Bhandar inspection concludes

ଅବଶିଷ୍ଟ ସ୍ଥାନରେ ଲେଜର ସ୍କାନିଂ କରାଯିବା ସହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବ ଏଏସଆଇ । ସେପଟେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ସରକାର ସ୍ବାଗତଯୋଗ୍ଯ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୧୮ରେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରୟାସ କରାଯାଇଥିଲା । ମାତ୍ର ତାହା ଅଧାରୁ ବନ୍ଦ ହୋଇଥିଲା । ହେଲେ ଏଥର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏଏସଆଇ ଲେଜର ସ୍କାନିଂ ଓ ନାଟମଣ୍ଡପ ମରାମତି ନେଇ ପଦକ୍ଷେପ ଗ୍ରହଣ କରିଛି । ମାତ୍ର ଏହି କାର୍ଯ୍ଯକୁ ଏଏସଆଇ ସମ୍ପୂର୍ଣ୍ଣ କରୁ ବୋଲି କହିଛନ୍ତି ନେବଳଦାସ ମଠର ମହନ୍ତ ।

ପିଟିଆଇ ସଭାପତି ପାଇଁ ଲଢିବେ ନାହିଁ ଇମ୍ରାନ, କିଏ ହେବେ ନୂଆ ବସ୍ ଜାଣନ୍ତୁ ?

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନରେ ହୋଇଥିବା ନିର୍ବାଚନୀ ଅଶାନ୍ତି ମଧ୍ୟରେ ପାକିସ୍ତାନର ବରିଷ୍ଠ ଉପସଭାପତି ତେହେରିକ-ଇ-ଇନସାଫ (ପିଟିଆଇ)ର ଶେର ଆଫଜାଲ ମାରୱାଟ ସ୍ପଷ୍ଟ କରିଛନ୍ତି ଯେ ବରିଷ୍ଟର ଗୌହର ଖାନ ପାକିସ୍ତାନର ରାଷ୍ଟ୍ରପତି ତେହେରିକ-ଇ-ଇନସାଫ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱୀ ହେବେ। ଆମେ ଆପଣଙ୍କୁ କହିରଖୁଛୁ ଯେ ଇମ୍ରାନ ଖାନ ବାରିଷ୍ଟର ଗୌହରଙ୍କୁ PTI ନେତୃତ୍ୱ ପାଇଁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଛନ୍ତି କାରଣ ଇମ୍ରାନ ଖାନ ଆଉ ପିଟିଆଇର ଚେୟାରମ୍ୟାନ୍ ନୁହଁନ୍ତି। ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପାକିସ୍ତାନର ନିର୍ବାଚନ ଆୟୋଗ ପାକିସ୍ତାନ ତେହେରିକ-ଇ-ଇନସାଫକୁ କହିଛନ୍ତି ଯେ ଯଦି ପିଟିଆଇ ନିଜର ନିର୍ବାଚନ ସଙ୍କେତ ‘ବ୍ୟାଟ୍’ ବଜାୟ ରଖିବାକୁ ଚାହୁଁଛି ତେବେ ୨୦ଦିନ ମଧ୍ୟରେ ଦଳ ଭିତରେ ନିର୍ବାଚନ କରିବାକୁ ପଡିବ। ମଙ୍ଗଳବାର ଦିନ କହିଛନ୍ତି ଯେ ବରିଷ୍ଟର ଗୌହର ଖାନ ପିଟିଆଇ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ।  ଆଇନଗତ ମାମଲା ହେତୁ ଇମ୍ରାନ ଖାନ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଇମ୍ରାନ ଖାନ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି । ତେବେ ମାରୱାଟ ଘୋଷଣା ପରେ ଦଳ ଭିତରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା ଯେତେବେଳେ ପିଟିଆଇ ଦାବି କରିଥିଲା ​​ଯେ ଇମ୍ରାନ ଖାନ ତାଙ୍କ ପଦରୁ ଇସ୍ତଫା ଦେବାର କୌଣସି ଯୋଜନା ନାହିଁ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଜାରି ଏକ ବିବୃତ୍ତିରେ ପିଟିଆଇ ନୂତନ ଦଳର ସଭାପତି ନିର୍ବାଚନକୁ ନେଇ ‘କଳ୍ପନାଜଳ୍ପନା’କୁ ଖଣ୍ଡନ କରିଛି। Imran Khan's 'handpicked Barrister Gohar' to contest for PTI chairman slot

ବାରିଷ୍ଟର ଗୌହର ଖାନ କିଏ?

ଖାଇବର ପାଖ୍ଟନଖୱାର ବନେର ଜିଲ୍ଲାର ବାସିନ୍ଦା ବାରିଷ୍ଟର ଗୌହର ଖାନ ପାକିସ୍ତାନ ସୁପ୍ରିମକୋର୍ଟର ଓକିଲ। ସେ ବ୍ରିଟେନରେ ଆଇନ ଅଧ୍ୟୟନ କରିଥିଲେ ଏବଂ ଆମେରିକାର ୱାଶିଂଟନ୍ ସ୍କୁଲ୍ ଅଫ୍ ଲରୁ LLM ଡିଗ୍ରୀ ହାସଲ କରିଥିଲେ । PTI ରେ ଯୋଗଦେବା ପୂର୍ବରୁ ସେ ପାକିସ୍ଥାନ ପିପୁଲ୍ସ ପାର୍ଟି ସହ ଜଡିତ ଥିଲେ। ବାରିଷ୍ଟର ଗୌହର ଖାନ ନିଜ ସହର ଜିଲ୍ଲା ବୁନେରରୁ ପାକିସ୍ତାନ ପିପୁଲ୍ସ ପାର୍ଟି ଟିକେଟରେ ୨୦୦୮ ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ପ୍ରାୟ ଦୁଇ ହଜାର ଭୋଟରେ ସେହି ନିର୍ବାଚନରେ ​​ହାରି ତୃତୀୟ ସ୍ଥାନ ଅଧିକାର କରିଥିଲେ।

ପତିପତ୍ନୀଙ୍କ ପାଟିତୁଣ୍ଡରେ ରାଗିଗଲେ ପାଇଲଟ, ଅଧାବାଟରେ ଓହ୍ଲାଇଦେଲେ

ନୂଆଦିଲ୍ଲୀ: ମ୍ୟୁନିଚ ଠାରୁ ବ୍ୟାଂକକ୍‌ ଉଡାଣ ଭରିଥିବା ଲୁଫତାନ୍ସା ବିମାନର ଜରୁରୀ ଅବତରଣ  । ନୂଆଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛି ଲୁଫଥାନ୍ସା ବିମାନ  । ଜରୁରୀ ଅବତରଣ ପରେ ଦୁଇ ଜଣ ଯାତ୍ରୀଙ୍କୁ ଜୋର ଜବରଦସ୍ତଚ ଓହ୍ଲାଇ ଦିଆଯାଇଛି  । ଏହାର କାରଣ ଶୁଣିଲେ ଆପଣ ହୁଏତ ହସିହସି ବେଦମ ହୋଇଯିବେ  ।

ଲୁଫଥାନ୍ସା ଉଡାଣ ସଂଖ୍ୟା ଏଲଏଚ ୭୭୨କୁ ସକାଳ ୧୦ଟା ସମୟରେ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଛି  । ଏହା ପୂର୍ବରୁ ପାଇଲଟ ଏଟିସି ସହ ସମ୍ପର୍କ କରି ବିମାନ ଭିତରେ ଉତ୍‌ପାତ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ  ।

ବିମାନରେ ଯାତ୍ରା କରୁଥିବା ଜଣେ ଜର୍ମାନୀର ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କ ପାଟିତୁଣ୍ଡ ପରେ ବିମାନରେ ସ୍ଥିତି ବିଗିଡି ଯାଇଥିଲା  । ଯାହାପରେ ବିମାନ ବନ୍ଦରରେ ଜରୁରୀ ଅବତରଣ ପାଇଁ ଅନୁମତି ମଗାଯାଇଥିଲା  ।

ପ୍ରଥମେ ପତ୍ନୀ ଜଣକ ପତିଙ୍କ ନାଁରେ ଅଭିଯୋଗ କରିଥିଲେ  । ତାଙ୍କ ସ୍ବାମୀ ଧମକାଉଥିବା ସେ ଅଭିଯୋଗ କରିଥିଲେ  । ଏହାପରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା  । ଗଣ୍ଡଗୋଳ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ବାଧ୍ୟ ହୋଇ ଦୁଇ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବାପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ  ।

 

ନାସରୁଲ୍ଲାଙ୍କୁ ପ୍ରେମ କରି ପାକିସ୍ତାନ ଯାଇଥିବା ଅଞ୍ଜୁ ଭାରତ ଫେରିଛନ୍ତି

ନନ୍ଦିଘୋଷ ବ୍ୟୁରୋ : ନାସରୁଲ୍ଲାଙ୍କୁ ପ୍ରେମ କରି ପାକିସ୍ତାନ ଯାଇଥିବା ଅଞ୍ଜୁ ଭାରତ ଫେରିଛନ୍ତି। ଅଞ୍ଜୁ ବୁଧବାର ଅଟାରୀ-ୱାଗା ସୀମାରୁ ଭାରତରେ ପ୍ରବେଶ କରିଛନ୍ତି । ବର୍ତ୍ତମାନ ସେ ବିଏସ୍ଏଫ୍ କ୍ୟାମ୍ପରେ ଅଛନ୍ତି। ତାଙ୍କର ପ୍ରଥମ ଚିତ୍ର ସେଠାରୁ ସାମ୍ନାକୁ ଆସିଛି | ଅଞ୍ଜୁ ତାଙ୍କ ସ୍ୱାମୀ ଅରବିନ୍ଦ ଏବଂ ଦୁଇ ପିଲାଙ୍କ ସହ ରାଜସ୍ଥାନର ଅଲୱାର ଜିଲ୍ଲାର ଭବାଡିରେ ରହୁଥିଲେ। ସେ ଟୁରିଷ୍ଟ ଭିସା ନେଇ ପାକିସ୍ତାନ ଗସ୍ତରେ ଯାଇଥିଲେ, କିନ୍ତୁ ପରେ ଜଣାପଡିଥିଲା ​​ଯେ ସେ ଖାଇବର ପାଖ୍ଟନଖୱାରେ ରହୁଥିବା ନାସରୁଲ୍ଲାଙ୍କୁ ଭେଟିବାକୁ ଯାଇଛନ୍ତି। ବାସ୍ତବରେ, ନାସରୁଲ୍ଲା ଏବଂ ଅଞ୍ଜୁଙ୍କ ମଧ୍ୟରେ ଏକ ପ୍ରେମ ସମ୍ପର୍କ ଚାଲିଥିଲା ​​| ପାକିସ୍ତାନ ଯିବା ପରେ ଅଞ୍ଜୁ ମଧ୍ୟ ନାସରୁଲ୍ଲାଙ୍କୁ ବିବାହ କରିଥିଲେ। ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ବିବାହର ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା । ଅନେକ ବିବାଦ ସେତବେଳେ ସାମ୍ନାକୁ ଆସିଥିଲା । ସତରେ ଲୋକମାନେ ପ୍ରେମରେ ଶପଥ ଏବଂ ପ୍ରତିଜ୍ଞା କରନ୍ତି, ଚନ୍ଦ୍ର ଏବଂ ତାରା ତୋଳିବା ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ପ୍ରେମରେ ସୀମା ଅତିକ୍ରମ କରିବାର କଥାକୁ ନେଇ ବେସ ଚର୍ଚ୍ଚା ହୋଇଥିଲା | ଉତ୍ତରପ୍ରଦେଶର ଅଞ୍ଜୁ ତାଙ୍କ ପ୍ରେମକୁ ପାଇବା ପାଇଁ ପାକିସ୍ତାନରେ ପହଞ୍ଚିଥିଲେ । ଧର୍ମକୁ ଛାଡିଦିଅ, କେବଳ ପ୍ରେମ ପାଇଁ ଦେଶର ସୀମା ଅତିକ୍ରମ କରଥିଲେ | ସେ ପାକିସ୍ତାନରେ ପହଞ୍ଚି ଧର୍ମ ପରିବର୍ତ୍ତନ କରିଥିଲେ। ଅଞ୍ଜୁ ଏବଂ ତାଙ୍କ ପ୍ରେମିକା ନାସରୁଲ୍ଲାଙ୍କ ବିଷୟରେ ପାକିସ୍ତାନରୁ ପ୍ରତିଦିନ ନୂଆ ନୂଆ କାହାଣୀ ବାହାରୁଥିଲା । କିନ୍ତୁ ଏବେ ଅଞ୍ଜୁ ଭାରତ ଫେରିଆସିଛନ୍ତି । 

ଅଞ୍ଜୁ ଭାରତ ଫେରିବା ପରେ ନିଜର ଧର୍ମ ପରିବର୍ତ୍ତନ କରିବେ କି ?

ବାସ୍ତବତା କ’ଣ ଆମେ ଜାଣି ନାହୁଁ, କିନ୍ତୁ ଏହା ନିଶ୍ଚିତ ଯେ ବିବାହ ହୋଇଛି, ଅଞ୍ଜୁ ଦିର୍ଘଦିନ ପରେ ଭାରତ ଫେରିଲେ । କାରଣ ଭିସା ସମାପ୍ତ ହେବା ପରେ ସେ ପାକିସ୍ତାନରେ ରହିପାରିଲେ ନାହିଁ । ତେବେ ପାକିସ୍ତାନର ଏହି ଫାତିମା ଭାରତ ଫେରିବା ପରେ ଅଞ୍ଜୁ ହୋଇଯିବେ କି ? ଅଞ୍ଜୁ ଉତ୍ତରପ୍ରଦେଶ ଆସିବା ପରେ ପୁଣିଥରେ ନିଜର ଧର୍ମ ପରିବର୍ତ୍ତନ କରିବେ କି ? ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ?

ଧାର୍ମିକ ରୂପାନ୍ତରର ପଦ୍ଧତିଗୁଡିକ ଜାଣ

ଧାର୍ମିକ ରୂପାନ୍ତର କ’ଣ ଏବଂ ଏହା କିପରି କରାଯାଇପାରିବ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ଆସୁଥିବ | ପ୍ରଶ୍ନ ଉଠୁଛି ପୂର୍ବ ଭଳି ସମାନ ଧର୍ମ ପୁନର୍ବାର ଗ୍ରହଣ କରାଯାଇପାରିବ କି? ଯଦି ଆମେ ଅଞ୍ଜୁଙ୍କ ବିଷୟରେ ଆଲୋଚନା କରିବା, ସେ ଭାରତ ଆସିବା ପରେ ଇସଲାମ ଛାଡିବାକୁ ଚାହାଁନ୍ତି, ତେବେ ସେ ଏହାକୁ ଛାଡି ପାରିବେ କି ?  ଆପଣଙ୍କୁ କହିରଖୁଛୁ ଯେ ଧାର୍ମିକ ରୂପାନ୍ତରର ଦୁଇଟି ପଦ୍ଧତି ଅଛି | ଗୋଟିଏ ପରିବର୍ତ୍ତନ ଆଇନଗତ ଏବଂ ଅନ୍ୟଟି ଧାର୍ମିକ ଭାବରେ କରାଯାଇପାରିବ |

ଧାର୍ମିକ ରୂପାନ୍ତର କିପରି ହୁଏ ?

ପରିବର୍ତ୍ତନର ଦ୍ୱିତୀୟ ପଦ୍ଧତି ଧାର୍ମିକ ଅଟେ | ସେଠାରେ ଥିବା ନିୟମ ଅନୁଯାୟୀ ଯେକୌଣସି ଧାର୍ମିକ ସ୍ଥାନ ପରିଦର୍ଶନ କରି ଜଣେ ଧର୍ମ ଗ୍ରହଣ କରିପାରିବ। ଏଥିପାଇଁ କୌଣସି ସ୍ଥିର ନିୟମ ନାହିଁ | ଆପଣ ଗ୍ରହଣ କରିବାକୁ ଚାହୁଁଥିବା ଧର୍ମର ନିୟମ ଅନୁଯାୟୀ ଆପଣଙ୍କ ନାମ ଏବଂ ଧର୍ମ ପରିବର୍ତ୍ତନ କରାଯାଇପାରିବ। ବିଭିନ୍ନ କ୍ଷେତ୍ରରେ ଏହା ବିଭିନ୍ନ ଉପାୟରେ କରାଯାଇଥାଏ |

 

 

 

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ, ୪୮ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ଭୟ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର । ଏହା ଆହୁରି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବ । ପରବର୍ତ୍ତି ୪୮ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା ରହିଛି । ଅବପାତର ରୂପ ନେଇ କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଆସନ୍ତା ୨ ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

 

ତେବେ ପାଣିପାଗ ବିଭାଗ ପକ୍ଷରୁ ଏନେଇ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । 1 ତାରିଖରୁ ଗଭୀର ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ‘ମିଗଜାଉଂ’ ରଖାଯିବ । ମିଆଁମାରର ପ୍ରସ୍ତାବ ଅନୁସାରେ ଏହି ବାତ୍ୟାର ନାମକରଣ ଏପରି କରାଯାଇଛି ।

ବର୍ଷା ବାତ୍ୟା ପୂର୍ବରୁ ଆଗୁଆ ମାର୍ଗଦର୍ଶିକା ଜାରି କରିବ କୃଷି ବିଭାଗ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବଢିବାରେ ଲାଗୁଛି । ଫସଲ ସୁରକ୍ଷିତ କରିବାକୁ କୃଷି ବିଭାଗ ମାର୍ଗଦର୍ଶିକା ଜାରି କରିଛି । ଫସଲରେ ରୋଗପୋକ ନ ଲାଗିବା ଉପରେ ଏଥିରେ ଅଧିକ ଗୁରୁତ୍ବ ଦିଆଯାଇଛି । ଏବେ ଅଧିକାଂଶ ସ୍ଥାନରେ ଧାନ କଟା ସରିଲାଣି । ମାର୍ଗଦର୍ଶିକା କାର୍ଯ୍ୟାକାରୀ କରିବାକୁ କ୍ଷେତ୍ରରେ ଅଧିକାରୀ ଅଛନ୍ତି । କୃଷି ଅଧିକାରୀଙ୍କୁ ଆଲର୍ଟ ରଖାଯାଇଛି ।

ଫସଲ ସୁରକ୍ଷିତ ରଖିବାକୁ ସମସ୍ତ ବନ୍ଦୋବସ୍ତ କରୁଛି କୃଷି ବିଭାଗ । ତେବେ ଫସଲ ନଷ୍ଟ ହେଲେ, ନିୟମ ଅନୁସାରେ ମିଳିବ ବୀମା ସହାୟତା । ମୁଖ୍ୟତଃ ଶୀତଦିନିଆ ଫସଲ ହୋଇଥିବାରୁ, ପନିପରିବାରେ ରୋଗପୋକ ଲାଗିବାର ଭୟ ରହିଛି । ମେଘୁଆ ପାଗରେ ମୁଗ, ବିରି ଆଦି ଡାଲିଜାତୀୟ ଫସଲରେ ଜଉ ପୋକ ଓ ଅନ୍ୟାନ୍ୟ ଶୋଷକ କୀଟ ଲାଗିବାର ସମ୍ଭାବନା ଅଛି ।

ସାହେବୀ ରୋଗର ବାହକ ଧଳାମାଛି ନିୟନ୍ତ୍ରଣ କରିବାପାଇଁ ଏକର ପ୍ରତି ୮ରୁ ୧୦ ଗୋଟି ଅଠାଳିଆ ହଳଦିଆ ଯନ୍ତା ବ୍ୟବହାର କରିବାକୁ ଓୟୁଏଟି ପରାମର୍ଶ ଦେଇଛି । ଏଥିସହ ଅନୁମୋଦିତ ଜୈବିକ କୀଟନାଶକ ବ୍ୟବହାର ଉପରେ ବି ଗୁରୁତ୍ବ ଦିଆଯାଇଛି । କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଅମଳ ପରେ ସୁରକ୍ଷିତ ସ୍ଥାନରେ ରଖିବାକୁ ବ୍ୟବସ୍ଥା କରାଯାଉଛି ।