ଦ୍ବିତୀୟ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର କରାଯାଉଛି ଲେଜର ସ୍କାନିଂ

ପୁରୀ : ଦ୍ବିତୀୟ ଦିନରେ ଶ୍ରୀମନ୍ଦିରରେ ଏଏସଆଇ ଟିମ୍ ଓ ସେନଜେନ କମ୍ପାନୀର ଇଞ୍ଜିନିଅର । ରତ୍ନଭଣ୍ଡାରର କରାଯାଉଛି ଲେଜର ସ୍କାନିଂ । ଗତକାଲି ରତ୍ନଭଣ୍ଡାରର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଥିଲା । ତେବେ ଲାଇଟ କମିବାରୁ ଉତ୍ତର ପାର୍ଶ୍ବର ସ୍କାନିଂ କରାଯାଇ ପାରିନଥିଲା । ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ କୋଣର ଲେଜର ସ୍କାନିଂ ସରିଛି । ସେପଟେ ରତ୍ନଭଣ୍ଡାରର ଅମୁହାଁ ଯୋଡ କାନ୍ଥର ଡକୁମେଣ୍ଟେସନ ସରିଯାଇଛି । ଆଜି ରତ୍ନଭଣ୍ଡାରର ଲେଜର ସ୍କାନିଂ ସାରି ଡକୁମେଣ୍ଟେସନ ସରିବ । ରିଭ୍ଯୁ କରାଯାଇ ରତ୍ନଭଣ୍ଡାରର ବାହାର ପାର୍ଶ୍ୱର ସ୍ଥିତି ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ରିପୋର୍ଟର କପି ହାଇକୋର୍ଟ ଓ ରାଜ୍ଯସରକାରଙ୍କ ନିକଟରେ ଦାଖଲ କରାଯିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ । ଆଜି ୧୫ଜଣିଆ କମିଟିର ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ଲେଜର ସ୍କାନିଂ ।  Puri Srimandir Ratna Bhandar inspection concludes

ଅବଶିଷ୍ଟ ସ୍ଥାନରେ ଲେଜର ସ୍କାନିଂ କରାଯିବା ସହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବ ଏଏସଆଇ । ସେପଟେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ସରକାର ସ୍ବାଗତଯୋଗ୍ଯ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୧୮ରେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରୟାସ କରାଯାଇଥିଲା । ମାତ୍ର ତାହା ଅଧାରୁ ବନ୍ଦ ହୋଇଥିଲା । ହେଲେ ଏଥର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏଏସଆଇ ଲେଜର ସ୍କାନିଂ ଓ ନାଟମଣ୍ଡପ ମରାମତି ନେଇ ପଦକ୍ଷେପ ଗ୍ରହଣ କରିଛି । ମାତ୍ର ଏହି କାର୍ଯ୍ଯକୁ ଏଏସଆଇ ସମ୍ପୂର୍ଣ୍ଣ କରୁ ବୋଲି କହିଛନ୍ତି ନେବଳଦାସ ମଠର ମହନ୍ତ ।