ଘରୋଇ ବସ ସଂଘ ଏବଂ ରାଜ୍ୟ ସରକାରଙ୍କ ଆଲୋଚନା ସଫଳ, ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର

1 min read

ଭୁବନେଶ୍ୱର : ବସ ଧର୍ମଘଟ ପ୍ରତ୍ୟାହୃତ । ଅଲ ଓଡିଶା ଘରୋଇ ବସ ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି । ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଥିଲା । ବସ ମାଲିକ ସଂଘ ନିଜ ଦାବି ଲିଖିତ ଭାବେ ଦେବେ । ତାପରେ ଆଗକୁ ଆଲୋଚନା ହେବ । ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବା ବସ ମାଲିକ ସଂଘ ଆସନ୍ତା ୧ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ବୋଲି କହିଛନ୍ତି । ବୈଠକରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ପରିବହନ ସଚିବ, ଯୁଗ୍ମ ସଚିବ, ମୋ ବସର ପ୍ରତିନିଧି ଉପସ୍ଥିତ ଥିଲେ । ଘରୋଇ ବସ ମାଲିକ ସଂଘ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁନାହାନ୍ତି । ବସ ମାଲିକଙ୍କ ଯାହା ଦାବି ଯାହା ଅଛି ଲିଖିତ ଆକାରରେ ଦିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । 

ଲକ୍ଷ୍ମୀ ଯୋଜନା ଲୋକଙ୍କ ଆର୍ଥିକ ବିକାଶ ଦିଗରେ ସହାୟକ ହେଉଛି । ଆଲୋଚନାରେ ସମସ୍ୟା ସମାଧାନ ହେବ । ଟାୟାର ଟୁରେ ବ୍ଲକରୁ ସଦର ମହକୁମାକୁ ଲକ୍ଷ୍ମୀ ବସ ଗଡ଼ିବାକୁ ଥିବା ବେଳେ କିଛି ରୁଟକୁ ନେଇ ବସ ମାଲିକଙ୍କ ସମସ୍ୟା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ବସମାଲିକ ମାନେ ଲିଖିତ ଭାବେ ନିର୍ଦ୍ଦିଷ୍ଟ ରୁଟ୍କୁ ନେଇ ସରକାରଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବା ପରେ ନିଷ୍ପତି ନିଆଯିବ । ଲକ୍ଷ୍ମୀ ଯୋଜନାରେ ଟାୟାର ଓ୍ବାନ, ଟାୟାର-୨, ଟାୟାର-୩ରେ ବସ ଚଳାଚଳ ପାଇଁ ବ୍ୟବସ୍ଥା ହୋଇଛି ।