spot_img
Home Blog Page 2428

ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ବଢିଲା ଅଡୁଆ

କେନ୍ଦୁଝର : ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ବଢିଲା ଅଡୁଆ। ତାଙ୍କ ବିରୋଧରେ ବେଆଇନ ଅର୍ଥ ହେରଫେର ନେଇ ଚାର୍ଜସିଟ୍ ଦାଖଲ କରିଛି ଇଡି। ବେଆଇନ୍ ଖଣି କାରବାର ଓ ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ଜିତୁ ପଟ୍ଟନାୟକ। ମାମଲାରେ ସଂପୃକ୍ତି ନେଇ ପାର୍ଟନରସିପ୍ ଫାର୍ମ ବିଡି ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ ବେଆଇନ୍ ଅର୍ଥ ନେଣଦେଣ ଆଇନ ଅଧୀନରେ ଅଭିଯୋଗ ଦାଏର ହୋଇଛି। ଗତବର୍ଷ ଜିତୁ ପଟ୍ଟନାୟକଙ୍କ ଘରୁ ୧୩୩କୋଟିର ସଂପତ୍ତି ଜବତ କରିଥିଲା ଇଡି। ଖୋର୍ଦ୍ଧା ଜିଲ୍ଲା ଓ ସେସନସ ଜଜ୍ କୋର୍ଟ ତଥା ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଇଡି। ତଦନ୍ତ ଆଧାରରେ ଉଭୟ ଜିତୁ ପଟ୍ଟନାୟକ ଓ ପାର୍ଟନରସିପ୍ ଫାର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନ କରିଛି।

ଏଥିସହ ଜବତ ହୋଇଥିବା ୧୩୩ କୋଟି ଟଙ୍କା ବାଜ୍ୟାପ୍ତି କରିବାକୁ ଆବେଦନ କରିଛି ଇଡି। ତଦନ୍ତରେ ବିଡି ପଟ୍ଟନାୟକ ଫାର୍ମର ପାର୍ଟନର ଜିତୁ ପଟ୍ଟନାୟକ ରାଜ୍ୟ ସରକାରଙ୍କଠାରୁ ବୈଧ ମାଇନିଂ ଲିଜ୍ କିମ୍ବା କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗରୁ ଆବଶ୍ୟକ ମଂଜୁରୀ ନପାଇ ବେଆଇନ୍ ମାଇନିଂ କରୁଥିବା ଜଣାପଡିଥିଲା। ଏହାଦ୍ବାରା ୧୯୮୯ରୁ ୨୦୦୯ ମଧ୍ୟରେ ରାଜ୍ୟ ସରକାର ୧୩୦ କୋଟି ୩୯ଲକ୍ଷ କ୍ଷତି ସହିଥିଲେ। ବେଆଇନ୍ କାରବାରରେ ମିଳିଥିବା କଳା ଟଙ୍କାକୁ ଅନ୍ୟ ବ୍ୟବସାୟରେ ଲଗାଇଥିଲେ ଜିତୁ । ବେଆଇନ୍ ଖଣି କାରବାର ନେଇ ରାଜ୍ୟ ଭିଜିଲାନସ କରିଥିବା ମାମଲା ଭିତ୍ତିରେ ଇଡି ତଦନ୍ତ କରିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ବିକାଶରରେ ଅନୁପ୍ରାଣିତ ହୋଇ ବିଜେଡିର ସାମିଲ ହେଲେ ରାଇସେନ ମୁର୍ମୁ

ଭୁବନେଶ୍ୱର : ବିଜେଡିର ଯୋଗ ଦେଲେ ରାଇସେନ ମୁର୍ମୁ । ୧୪ ବର୍ଷ ଚାକିରୀ ଥିଲେ ମଧ୍ୟ ପୋଲିସ ଡିଏସପି ପାହ୍ୟା ରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ  ବିକାଶର ଧାରା ରେ ଅନୁପ୍ରାଣିତ ହୋଇ ବିଜେଡିର ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିର ସାମିଲ ହେଲେ ରାଇସେନ ମୁର୍ମୁ ।

ଏହି ଖବର ଉପରେ ନଜର ପକାନ୍ତୁ : ପ୍ରଯୋଜକ ଟୁଟୁ ନାୟକଙ୍କୁ ଆଶ୍ବସ୍ତି , ମିଳିଲା ସର୍ତ୍ତମୂଳକ ଜାମିନ

ନବୀନ ପଟ୍ଟନାୟକ ସ୍ଵଛ, ନିର୍ମଳ ଭାବମୂର୍ତି ସହିତ ବିକାଶର ଧାରା ମତେ ଦଳ ପ୍ରତି ଆକୃଷ୍ଟ କରିଛି। ଜିଲ୍ଲା ପର୍ଯ୍ୟବେକ୍ଷକ ଜନ୍ମେଞ୍ଜୟ ଲେଙ୍କା ବି ଉପସ୍ଥିତ । ଜିଲ୍ଲା ସଭାପତି କାଶୀନାଥ ହେମ୍ବମ ଓ ରାଇରଙ୍ଗପୁର ପୋୖରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଉପସ୍ଥିତ ଅଛନ୍ତି ।

ସ୍ତ୍ରୀ ଫୋନ କଲ ନ ଉଠାଇବାରୁ ୨୩୦କିମି ଦୂରରୁ ଆସି ହତ୍ୟା କଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ : ୧୫୦ଟି କଲର ଉତ୍ତର ଦେଲେନି ସ୍ତ୍ରୀ, ୨୩୦କିମି ଦୂରରୁ ଆସି ହତ୍ୟା କଲା ସ୍ବାମୀ । କର୍ଣ୍ଣାଟକ ହୋସକୋଟେରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍ତ୍ରୀ ପ୍ରତିଭାଙ୍କ ଚରିତ୍ର ଉପରେ ସନ୍ଦେହ କରି ତାଙ୍କୁ ହତ୍ୟା କରିଛନ୍ତି ସ୍ବାମୀ କିଶୋର ଡି। କର୍ଣ୍ଣାଟକର ଚମରାଜପୁରରେ କନଷ୍ଟେବଲ ଭାବେ କାର୍ଯ୍ୟରତ ଥିଲେ କିଶୋର। ୧୧ଦିନ ପୂର୍ବରୁ ହିଁ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ପ୍ରତିଭା। ଏହା ପୂର୍ବରୁ ଚରିତ୍ରକୁ ସନ୍ଦେହ କରି ଫୋନରେ ସ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲେ କିଶୋର। ପରେ ୧୫୦ଟି କଲ୍ କରିଥିଲେ ବି ପ୍ରତିଭା ଉଠାଇନଥିଲେ ।

ରାଗରେ ୨୩୦କିଲୋମିଟର ଦୂରରୁ ଆସି ପ୍ରତିଭାଙ୍କୁ ସୋମବାର ସକାଳେ ତଣ୍ଟି ଚିପି ହତ୍ୟା କରିଛନ୍ତି। ନିଜେ ମଧ୍ୟ କିଶୋର କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି। ଗତବର୍ଷ ଉଭୟଙ୍କ ବିବାହ ହୋଇଥିଲା। ପ୍ରଥମରୁ ହିଁ ପ୍ରତିଭାଙ୍କୁ ସନ୍ଦେହ କରୁଥିଲେ କିଶୋର। ପ୍ରତିଭାଙ୍କ ଫୋନ୍ କଲ୍ ଓ ମେସେଜ୍ ନିୟମିତ ଯାଞ୍ଚ କରୁଥିବା ଅଭିଯୋଗ ହୋଇଛି।

ବାବର ଆଜମଙ୍କୁ ପଛରେ ପକାଇ ଦିନିକିଆରେ ନମ୍ବର ଓ୍ବାନ୍ ବ୍ୟାଟ୍ସମ୍ୟାନ ବନିଲେ ଗିଲ୍, ନଜର ପକାନ୍ତୁ ଆଉ କିଏ କେତେ ନମ୍ବର ସ୍ଥାନରେ ଅଛନ୍ତି

ନୂଆାଦିଲ୍ଲୀ: ଶୁଭମନ ଗିଲ୍ । ଭାରତୀୟ କ୍ରିକେଟ ଦଳର ଏହି ଯୁବ ଓପନର ଏବେ ବିଶ୍ବର ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ ବନିଛନ୍ତି । ଚିରପ୍ରତିଦ୍ବନ୍ଦୀ ବୋଲାଉଥିବା ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛନ୍ତି । ଚଳିତ ବିଶ୍ବକପରେ ଗିଲ୍ ଭଲ ପ୍ରଦର୍ଶନ କରିବା ସହ ଚଳିତ ବର୍ଷ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ତେବେ ଦିନିକିଆରେ ୮୩୦ ପଏଣ୍ଟ ସହ ଟପରେ ରହିଥିବାବେଳେ ବାବର ଆଜମ ୮୨୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକୀୟ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ୍ ଏବେ ତୃତୀୟ ସ୍ଥାନରେ ରହିଛନ୍ତି । ଚଳିତ ବିଶ୍ବକପରେ ଡିକକ୍ ଶତକ ପରେ ଶତକ ହାସଲ କରି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ଡେଭିଡ୍ ଓ୍ବାର୍ଣ୍ଣର ଏବଂ ରୋହିତ ଶର୍ମାଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉତୀର୍ଣ୍ଣ ହୋଇଛନ୍ତି ।

ବିରାଟ କୋହଲି ଭାରତରେ ଆୟୋଜିତ ବିଶ୍ବକପରେ ୫ଶହରୁ ଅଧିକ ସ୍କୋର କରି ସାରିଲେଣି । ନିକଟରେ ତାଙ୍କ ଜନ୍ମଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକୀୟ ପାଳି ଖେଳିବା ସହ ଦିନିକିଆରେ ସଚିନଙ୍କ ସମକକ୍ଷ ହୋଇଛନ୍ତି । ଦିନିକିଆରେ ସଚିନ ତେନ୍ଦୁଲକର ୪୯ ଶତକ ହାସଲ କରି ବିଶ୍ବରେ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶୀର୍ଷରେ ରହିଥିଲେ । କୋହଲି ସଚିନଙ୍କଠାରୁ କମ ପାଳିରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଆଶା କରାଯାଉଛି କି, ଚଳିତ ବିଶ୍ବକପରେ କୋହଲି ସଚିନଙ୍କୁ ଶତକ ମାମଲାରେ ଆଗେଇଯିବେ ।

ପ୍ରଯୋଜକ ଟୁଟୁ ନାୟକଙ୍କୁ ଆଶ୍ବସ୍ତି , ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର : ପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି । ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ । ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସାମ୍ବାଦିକାଙ୍କୁ ମାଡ଼ ମରିବା ଘଟଣାରେ ଶନିବାର ଦିନ ଗିରଫ ହୋଇ ଜେଲରେ ଥିଲେ ଟୁଟୁ ନାୟକ । ଦଫା ୩୫୪, ୩୪୧, ୩୨୩, ୨୯୪ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ରୁଜୁ ହୋଇଥିଲା ମାମଲା । ଘଟଣାର ତଦନ୍ତ କରି ଟୁଟୁଙ୍କୁ ଗିରଫ କରିଥିଲା ଖରବେଳନଗର ଥାନା ପୋଲିସ ।

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂ। ସେ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ସେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ୨୦୧୯ରୁ ଉପବାଚସ୍ପତି ଥିଲେ ରଜନୀକାନ୍ତ ସିଂ ଏବଂ ଅନୁଗୁଳରୁ ସେ ୪ଥର ବିଧାୟକ ହୋଇଛନ୍ତି । ୨୦୧୨ରୁ ୨୦୧୪ ଯାଏଁ ମଧ୍ୟ ସେ ଖଣି ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଥିଲେ  ।

 

 

ଦିଲ୍ଲୀରେ ଥମିବାର ନାଁ ନେଉନି ପ୍ରଦୂଷଣ : ଆସନ୍ତା ୯ରୁ ୧୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ :  ଥମୁନି ପ୍ରଦୂଷଣ , ଦିଲ୍ଲୀ ସ୍କୁଲରେ ଆଗୁଆ ଶୀତକାଳୀନ ଅବକାଶ । ପ୍ରଦୂଷଣ ଲାଗି ଆସନ୍ତା ୯ରୁ ୧୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ଦିଲ୍ଲୀ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି । ରାଜଧାନୀର ଅଧିକାଂଶ ସ୍ଥାନରେ ବାୟୁର ଗୁଣବତ୍ତା ୪୫୦ ଉପରେ ରହିଛି । ଦିଲ୍ଲୀ ପ୍ରଦୂଷଣର ମାତ୍ରା ରୋକିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ପଞ୍ଜାବ,ଦିଲ୍ଲୀ,ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ନଡା ନଜାଳିବା ପାଇଁ ନିର୍ଦେଶ ଦେଇଥିଲେ ।

ଗତକାଲି ଦିଲ୍ଲୀ ସମେତ ଏହାର ପଡୋଶୀ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । ଏଥି ସହିତ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ହଟସ୍ପଟ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟ , କାନ୍ନଟ ପ୍ଲେସରେ ୨୮କୋଟିର ସ୍ମଗ ଟାୱାର ସ୍ଥାପନ, ଧୂଳି କମ୍ କରିବା ପାଉଡର ସହିତ ବ୍ୟାପକ ଜଳ ସିଞ୍ଚନ କରାଯାଉଛି । ନିର୍ମାଣ କାର୍ଯ୍ୟର ତଦାରଖ କରିବା ପାଇଁ ୧୧୦୦ରୁ ଅଧିକ ଅଧିକାରୀଙ୍କ ସହିତ ୫୧୭ ସର୍ଭେଲାନ୍ସ ଟିମ୍ ନିୟୋଜିତ କରାଯାଇଛି ।

ସେପଟେ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୪୫୨ , ଆରକେ ପୁରମରେ ୪୩୩,ପଞ୍ଜାବୀ ବାଗରେ ୪୬୦, ଇଣ୍ଡିଆ ଗେଟରେ ୪୦୦ ରହିଛି । ଗତକାଲି ରାତିରେ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୯୯୯ ଅତି ସଂକଟାପନ୍ନ ଅବସ୍ଥାରେ ଥିଲା ।

ଏସି ସିଟ୍ ଟିକେଟ ଲାଗି ଯାତ୍ରୀଙ୍କଠାରୁ ଟିଟିଇ ନେଲେ ଲାଞ୍ଚ

ଲକ୍ଷ୍ନୌ :  ଚଳନ୍ତା ଟ୍ରେନରେ ଏସି ସିଟ ଟିକେଟଟିଏ ଲାଗି ଟିଟିଇ ନେଉଛନ୍ତି ଲାଞ୍ଚ । ଭିଡିଓ ଭାଇରାଲ ହେବା ପରେ ଧରାପଡିଛନ୍ତି ଲାଞ୍ଚୁଆ ଟିଟିଇ । ଘଟଣା ଘଟିଛି ଉତ୍ତରପ୍ରଦେଶ ମୋରାଦାବାଦରେ । ଭିଡିଓ ଅନୁସାରେ ଜଣେ ଯାତ୍ରୀଙ୍କ ସହ ଟିଟିଇ କଥା ହେଉଛନ୍ତି । ସେ ହାପୁର ନା ମିରଟ ନା ମୁଜାଫରନଗର ଯାଏଁ ଯିବେ କି ବୋଲି ଯାତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି ଟିଟିଇ ।

ଶେଷରେ ଯାତ୍ରୀଙ୍କଠାରୁ ଟଙ୍କା ଗ୍ରହଣ କରି ଥାର୍ଡ ଏସିରେ ଆରାମରେ ଯାତ୍ରା କରିବା ଲାଗି ଟିଟିଇ ଯାତ୍ରୀଙ୍କୁ କହୁଛନ୍ତି । ଏପରିକି ଟଙ୍କା ଗ୍ରହଣ ପରେ ସେ ଯାତ୍ରୀଙ୍କୁ ନିଜର ଟାବଲେଟଟି ବି ଦେଖାଇ ସିଟ୍ କନଫର୍ମ ହେବା ବିଷୟ କହୁଛନ୍ତି । ବାଟରେ କେହି ଆଉ ହଇରାଣ କରିବେ କି ବୋଲି ଯାତ୍ରୀଙ୍କ ପ୍ରଶ୍ନରେ ଟିଟିଇ କହୁଛନ୍ତି- ସେ ଗ୍ୟାରେଣ୍ଟି ଦେଉଛନ୍ତି ଯେ ବାଟରେ ଆଉ କେହି ହଇରାଣ କରିବେ ନାହିଁ । ପ୍ରୟାଗରାଜରୁ ଶାହାରନପୁର ଯାଉଥିବା ନୌଚାନ୍ଦୀ ଏକ୍ସପ୍ରେସରେ ଏହି ଘଟଣା ଘଟିଥିବା କୁହାଯାଉଛି । ଭିଡିଓ ସତ ବୋଲି ଜଣାପଡିବା ପରେ ଏହି ଟିଟିଇଙ୍କୁ ସସପେଣ୍ଡ କରାଯାଇ ଅଧିକ ତଦନ୍ତ କରାଯାଉଛି ।

୪ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ରାହାମାରୁ ଅଭିଯୁକ୍ତ ଦାଦାକୁ ଗିରଫ କଲା ପୋଲିସ

ଭୁବନେଶ୍ୱର :  ରାଜଧାନୀରେ ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ । ରାହାମାରୁ ହତ୍ୟାକାରୀ ଦାଦା ଘନିଆ ଦାସକୁ ଗିରଫ କରିଛି ପୋଲିସ । ହତ୍ୟା କରିବା ପରେ ଜଗତସିଂହପୁର ବାଲିକୁଦା ସ୍ଥିତ ଶ୍ବଶୁର ଘର ଓ ପରେ ବୋରିକିନା ଯାଇଥିଲା ଅଭିଯୁକ୍ତ । ସେଠାରୁ ରାହାମା ଷ୍ଟେସନ ଯାଇ ଚେନ୍ନାଇ ଯିବା ପାଇଁ ଟିକେଟ କାଟୁଥିଲା । ଠିକ୍ ଏହି ସମୟରେ ଘନିଆର ଜଣେ ସମ୍ପର୍କୀୟଙ୍କ ଜରିଆରେ ଅଭିଯୁକ୍ତ ପାଖରେ ପହଞ୍ଚି ଗିରଫ କରିଥିଲା ।

ଏହି ଘଟଣାରେ ୧୫ ଦିନ ମଧ୍ୟରେ ଚାର୍ଜସିଟ୍ ପ୍ରଦାନ ଓ ୩ ମାସ ମଧ୍ୟରେ ଦୋଷୀକୁ ଦଣ୍ଡ ବିଧାନ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ ହୋଇଛି । ଫରେନସିକ ଟିମ୍ ପକ୍ଷରୁ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ ଓ ସାମ୍ପୁଲ କଲେକସନ କରିଛି ।

ନିଶା ନିବାରଣ କେନ୍ଦ୍ରରୁ ଫେରି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା ଅଭିଯୁକ୍ତ । ଅଭିରାମ ବସ୍ତିର କେଳା ସାହିରେ ଘଟିଥିଲା ହତ୍ୟାକାଣ୍ଡ । କୁନି ଝିଅକୁ ଚକୋଲେଟ୍ ଦେବାକୁ କହି ଦୁଷ୍କର୍ମ କରିଥିଲା ଯୌନ ପିପାଶୁ । କାହାକୁ କହିଦେବା ଭୟରେ ଦୁଷ୍କର୍ମ ପରେ କାଟିଥିଲା ତଣ୍ଟି ।

ଭାରତରେ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ: ନିୟନ୍ତ୍ରଣ ରେଖାରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ସକ୍ରିୟ

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି । ନିୟନ୍ତ୍ରଣ ରେଖାରେ ଅତି ସକ୍ରିୟ ହୋଇଛନ୍ତି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଲସକର-ଇ-ତଏବା ଓ ଜୈସ-ଏ. ମହମ୍ମଦ । ଯୁଦ୍ଧ ପରଠାରୁ ପାକିସ୍ତାନ ସମର୍ଥିତ ଏହି ଦୁଇ ସଂଗଠନ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜୋରଦାର ଲିପ୍ତ ରହିଛନ୍ତି । ସ୍ପର୍ଶକାତର ସୀମାରେଖାରେ ଏହି ଦୁଇ ସଂଗଠନର କାର୍ଯ୍ୟକଳାପ ନେଇ ଚିନ୍ତିତ ରହିଛି ନିରାପତ୍ତା ବାହିନୀ ।

କୌଣସି ତୃତୀୟ ରାଷ୍ଟ୍ରର ସହାୟତା ବିନା ସେମାନେ କାର୍ଯ୍ୟକରୁଥିବା ନେଇ ସୂଚନା ମିଳୁ ନଥିବାବେଳେ ନିଜର ସ୍ଥିତି ଜାହିର ଲାଗି ସେମାନେ ଏଲଓସିରେ ସକ୍ରିୟ ରହିଥିବା ଦେଖାଯାଉଛି । ପାକିସ୍ତାନରେ ଦେଖାଦେଇଥିବା ଶରଣାର୍ଥୀ ସମସ୍ୟା ତଥା ତେହରିକ-ଇ-ଜିହାଦ ପାକିସ୍ତାନ ବା ଟିଜେପି ଓ ତେହରିକ ଇ ତାଲିବାନ ପାକିସ୍ତାନ ବା ଟିଟିପି ଆକ୍ରମଣ ବଢାଇ ଚାଲିଥିବାବେଳେ ନିଜର ସ୍ଥିତି ପ୍ରତି ଚାଲେଞ୍ଜ ସମ୍ମୁଖୀନ କଲେଣି ଲସ୍କର ଓ ଜୈସ ସଂଗଠନ ।

ଏହି ଦୁଇ ସଂଗଠନ ନିକଟକୁ ମଧ୍ୟ ପାଣ୍ଠି ଆସିବାରେ ବ୍ୟାପକ ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି । ହମାସ, ହେଜବୁଲ୍ଲା, ଟିଜେପି, ଟିଟିପି ସହ ସମକକ୍ଷ ହେବା ଲାଗି ଲସକର ଓ ଜୈସ ସଂଗଠନ ଏଲଓସିରେ ଜୋରଦାର ଆକ୍ରମଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଏଥିଲାଗି ଗତ ମାସରେ ଏଲଓସିରେ ଡ୍ରୋନ କାର୍ଯ୍ୟକଳାପ ଅଧିକ ହୋଇଛି ଏବଂ ଦିନରେ ଭାରତ ସୀମାରେ ୨ରୁ ୩ଟି ଡ୍ରୋନ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି ।

ଏପରିକି ସେମାନେ ଆନ୍ତର୍ଜାତିକ ସୀମା ପାର ହେବା ସହ ଅମୃତସର ଦିଗକୁ ଡ୍ରୋନ ଛାଡୁଛନ୍ତି ବୋଲି କୁହାଯାଇଛି । ଏହି ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ପଠାଯାଉଛି । ଆତଙ୍କୀ କାର୍ଯ୍ୟକଳାପରେ ଅସ୍ତ୍ରଶସ୍ତ୍ର ବ୍ଯବହୃତ ହେଉଥିବାବେଳେ ପାଣ୍ଠି ସଂଗ୍ରହ ଲାଗି ଡ୍ରଗ୍ସ ବ୍ୟବହୃତ ହେଉଛି । ଚିନ୍ତାର ବିଷୟ ଏହା ଯେ ହମାସର ଆକ୍ରମଣ ପରି ଜୈସ ଓ ଲସ୍କର ସଂଗଠନ ଆକ୍ରମଣ ସମାନ ରହିଛି । ବର୍ତ୍ତମାନ କାଶ୍ମୀରରେ ୬୦ରୁ ଅଧିକ ବିଦେଶୀ ଆତଙ୍କବାଦୀ ଲୁଚି ରହିଥିବାବେଳେ ସେମାନଙ୍କ ପତ୍ତା ମିଳିପାରୁ ନାହିଁ ବୋଲି ଗୁଇନ୍ଦା ବିଭାଗ କହିଛି । ତେଣେ ଏଲଓସିରେ ଆତଙ୍କୀମାନେ ସେମାନଙ୍କ ଲଞ୍ଚିଙ୍ଗ ପ୍ୟାଡ୍ ପରିବର୍ତ୍ତନ କରୁଥିବା ଜଣାଯାଇଛି ।