spot_img
Home Blog Page 2392

ଅରବିନ୍ଦ କେଜ୍ରିୱାଲଙ୍କୁ EDର ତୃତୀୟ ସମନ୍‌, ଏଥର ହାଜର ନହେଲେ କରିବେ କଣ ?

ନୂଆଦିଲ୍ଲୀ: ଅବକାରୀ ନୀତି ସହ ଜଡିତ ଯାଞ୍ଚ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାନୁଆରୀ ୩ରେ ହାଜର ହେବାକୁ ନୂଆ ସମନ ଜାରି ହୋଇଛି  । ତୃତୀୟ ଥର ପାଇଁ ଆପ୍‌ର ସଂଯୋଜକ କେଜ୍ରିୱାଲଙ୍କୁ ସମନ ଜାରି କରାଯାଇଛି  । ଏହା ପୂର୍ବରୁ ଦୁଇ ଥର କେଜ୍ରିୱାଲଙ୍କୁ ସମନ ଜାରି ହୋଇଥିବାବେଳେ ସେ ହାଜର ହେବାକୁ ମନା କରି ଦେଇଥିଲେ  ।

 

ଯଦି ତୃତୀୟ ଥର ପାଇଁ କେଜ୍ରିୱାଲ ଇଡିରେ ହାଜର ହେବେ ନାହିଁ ତେବେ ଏଜେନ୍ସୀ ତାଙ୍କ ବିରୁଦ୍ଧରେ ସ୍ବତନ୍ତ୍ର କୋର୍ଟରୁ ୱାରେଣ୍ଟ ଜାରି କରିପାରେ  । ତଦନ୍ତରେ ଅସହଯୋଗ କରୁଥିବା ନେଇ କେଜ୍ରିୱାଲଙ୍କ ପାଇଁ ଅଡୁଆ ବଢିପାରେ  । ଧାରା ୧୯ ଆଧାରରେ ତାଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ ହୋଇପାରେ  । ଯଦି ଇଡି ଚାହିଁବେ କେଜ୍ରିୱାଲଙ୍କ ସହ ଜଡିତ ଜାଗାରେ ବି ଚଢାଉ କରିପାରିବେ  । ସେପଟେ ଇଡି ସମନକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ କେଜ୍ରିୱାଲଙ୍କ ପାଖରେ ଅଲଗା ବିକଳ୍ପ ମଧ୍ୟ ରହିଛି  ।

 

ସୋସିଆଲ ମିଡିଆ  X ର ଏକ ପୋଷ୍ଟରେ ଆପ୍‌ ନେତା ସୌରଭ ଭରଦ୍ବାଜ କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବେ ଯୋଗକେନ୍ଦ୍ରରେ ଅଛନ୍ତି  । ଇଡି ବି ଜାଣିଛନ୍ତି ଯେ କେଜ୍ରିୱାଲଙ୍କୁ ଏବେ ସମନ ଦିଆଯାଇ ପାରିବ ନାହିଁ  । କାରଣ ସେ ୧୦ ଦିନ ପର୍ଯ୍ୟନ୍ତ ଯୋଗ କେନ୍ଦ୍ରରେ ରହିବେ  । ସେତେଦିନ ପର୍ଯ୍ୟନ୍ତ ତାଙ୍କ ପାଖରେ ଯୋଗାଯୋଗର କୌଣସି ମାଧ୍ୟମ ରହିବ ନାହିଁ  । ଏହି ସମନ୍‌ ଆଇନ ପ୍ରକ୍ରିୟା ଠୁ ଅଧିକ କେନ୍ଦ୍ର ସରକାରଙ୍କ ରାଜନୈତିକ ଚାଲ୍‌ ବୋଲି ପ୍ରତୀତ ହେଉଛି  ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ୍ କରି ଟୁଇଟ୍ କଲେ ସାଂସଦ ମାନସ ମଙ୍ଗରାଜ, କହିଲେ ଭାଇ, ଡେରିରେ ହେଉ ପଛେ ଠିକ୍ କଥା କହିଛନ୍ତି

ଭୁବନେଶ୍ବର: ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଟୁଇଟ୍ କରି ପରାମର୍ଶ ଦେଲେ ସାଂସଦ ମାନସ ମଙ୍ଗରାଜ। ସୋସିଆଲ୍ ମିଡିଆ ଇନଫ୍ଲୁଏନସର କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଗଲା ଦୁଇଦିନ ହେଲା ରାଜ୍ୟ ବିଜେପି ନେତା ଅଯଥା ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ମିଛ ପ୍ରଚାର ଜରିଆରେ ଓଡ଼ିଶାକୁ ବଦମାନ କରିବାକୁ ଚକ୍ରାନ୍ତ ଚଳାଇ ଆସିଛନ୍ତି। ତେବେ ଏନେଇ ଆଜି ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଯାହାକୁ ନେଇ ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ଡେରିରେ ହେଉ ପଛେ ଆପଣ ଠିକ୍ କଥା କହିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡିଶା ତଥା ଓଡିଶା ବାହାରେ ରହୁଥିବା ସଭିଙ୍କର ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ।

ହେଲେ, ବିଜେପିର କିଛି ନେତା ଗତ ଦୁଇ-ତିନି ଦିନ ଧରି ଓଡିଶାକୁ ଏବଂ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରିଛନ୍ତି ତାକୁ ସଭିଏଁ ଦେଖୁଛନ୍ତି । କାମିଆ ଜାନିଙ୍କୁ କେନ୍ଦ୍ର ସରକାର ଦେଶର ହିନ୍ଦୁ ମନ୍ଦିର ଐତିହ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ। ହେଲେ ଜଗନ୍ନାଥ ଧାମ ଆସି ପରିକ୍ରମା ପ୍ରକଳ୍ପର ଭିଡିଓ କଲେ କାହିଁକି ଅସୁବିଧା ହେଉଛି । କେବଳ ସେତିକି ନୁହେଁ କାହିଁକି ବିଜେପି ନେତା ଫେକ୍ ନ୍ୟୁଜ ଓ ଫେକ୍ ଭିଡିଓ ଜରିଆରେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ୍, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି ରହିଲା? ଫେକ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳିଥିବା ରାଜ୍ୟ ବିଜେପିର ଏହି ନେତାଙ୍କ ବିରୋଧରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି।

ଭିସା ଦୁର୍ନୀତି ମାମଲା, କାର୍ତ୍ତି ଚିଦାମ୍ବରମଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ଭିସା ଦୁର୍ନୀତି ମାମଲା । ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା । ଜେରା କରିବା ଲାଗି ଗତ କିଛି ଦିନ ତଳେ ସମନ ଜାରି କରିଥିଲା ଇଡି । ପଞ୍ଜାବରେ ଏକ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ୨୦୧୧ରେ ତାଲଓ୍ବାଣ୍ଡି ସାବୋ ପାଓ୍ବାର ଲିମିଟେଡ ବା ଟିଏସପିଏଲର ଜଣେ ପ୍ରମୁଖ ପଦାଧିକାରୀଙ୍କ ଦ୍ବାରା କାର୍ତ୍ତି ଓ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଏସ. ଭାସ୍କର ରମଣଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ନେଇ ଅଭିଯୋଗ ହୋଇଥିଲା । ପଞ୍ଜାବରେ ଚୀନର ଏକ କମ୍ପାନି ଜରିଆରେ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା କରାଯାଇଥିଲା ଯେଉଁଥିରେ ଦୁର୍ନୀତିର ବାସ୍ନା ଆସିଥିଲା । ୨୬୩ଜଣ ଚୀନ ଶ୍ରମିକଙ୍କ ଲାଗି ପ୍ରୋଜେକ୍ଟ ଭିସା ପୁନଃ ପ୍ରଦାନ କରିବା ଲାଗି ଟିଏସପିଏଲର କର୍ତ୍ତୃପକ୍ଷ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ଏଫଆଇଆରରେ ଦର୍ଶାଯାଇଥିଲା ।

ଚାଷୀଙ୍କୁ ମିଳିଲା ଆଶ୍ୱସ୍ତି, କଥା ରଖିଲେ ସରକାର

ଉମରକୋଟ: କଥା ରଖିଲେ ସରକାର। ଚାଷୀଙ୍କୁ ମିଳିଲା ଆଶ୍ୱସ୍ତି। ଓଡ଼ିଶା ଉଠା ଜଳସେଚନ ନିଗମ ଦ୍ଵାରା ବିଜୁ କୃଷକ ବିକାଶ ଯୋଜନାରେ ଡିପ୍ ବୋରୱେଲ ସେଚ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟୁତ୍ ସଂଯୋଗ ଓ ସୌର ଶକ୍ତି ପମ୍ପ ଜରିଆରେ ଗଭୀର ନଳକୂପ ପ୍ରକଳ୍ପ ସ୍ଥାପନ କରିବାକୁ ଆବେଦନ ପାଇଁ ଥିବା ଦରଖାସ୍ତ ଓ ପଞ୍ଜିକରଣ ତାରିଖ୍ ଘୁଞ୍ଚିଲା। ଡିସେମ୍ବର ୨୨ ରୁ ୩୦ କୁ ଘୁଞ୍ଚାଇଲେ ସରକାର । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ୍ ରେ ଡିପୋଜିଟ କରି ପାରିବେ ଚାଷୀ।ଚାଷ ଜମିରେ ନଳକୂପ ଖୋଳିବା ପାଇଁ ଅନ ଲାଇନ୍ ଆବେଦନ ତାରିଖ ପ୍ରଥମେ ୧୬ ଥିଲା  । କେବଳ ଗୋଟିଏ ବ୍ୟାଙ୍କରେ ଡିପୋଜିଟ କରିବାକୁ ବିଭାଗ ତରଫରୁ ନିୟମ ଥିଲା । ଏହାପରେ ସମୟ ସୀମାକୁ ୨୨ ତାରିଖ କୁ ସମ୍ପ୍ରସାରଣ କରାଗଲା । କିନ୍ତୁ ଏହି ସମୟ ସୀମା କୁ ଆହୁରି ଅଧିକ ସମୟ ବଢ଼ାଇବା ପାଇଁ ଚାଷୀମାନେ ସରକାର ଙ୍କୁ ଅନୁରୋଧ କରିଥିଲେ । ଶେଷରେ ଆସନ୍ତା ୩୦ ତାରିଖକୁ ଶେଷ ଅବଧି ସମୟ ବୃଦ୍ଧି କରାଯାଇଛି। ସମୟ ସୀମା ବଢାଇଥିବାରୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ପୁଣି ଡରାଇଲାଣି କରୋନା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୫୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କୋଭିଡ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭୫୨ଟି ନୂଆ ମାମଲା  ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି । ଗତ ମେ ୨୧ ତାରିଖଠାରୁ ଏହି ସଂକ୍ରମଣ ସର୍ବାଧିକ ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩ ହଜାର ୪୨୦ ଲୋକ କୋଭିଡ ସଂକ୍ରମିତ ହୋଇଛନ୍ତି । ବିହାରର ପାଟନା, ଗୟା ଓ ଦରଭଙ୍ଗା ବିମାନ ବନ୍ଦରରେ ରାଣ୍ଡମ ଟେଷ୍ଟ ଲାଗି ନିର୍ଦ୍ଦେଶ ଦିଆଯାଇଛି । ସେପଟେ  ବିଶ୍ବରେ ବଢୁଛି ଜେଏନ.1 ସଂକ୍ରମଣ । ଇଂଲଣ୍ଡରେ ସବୁଠାରୁ ଅଧିକ ସଂକ୍ରମଣ ସୃଷ୍ଟି କରୁଛି ଭାରିଆଣ୍ଟ । ଇଂଲଣ୍ଡ ଓ ସ୍କଟଲ୍ଯାଣ୍ଡରେ ପ୍ରତି 24ଜଣରେ ଜଣେ କୋଭିଡ ସଂକ୍ରମିତ ହେଉଛନ୍ତି । ବିଶେଷ କରି ୧୮ରୁ ୪୪ ବର୍ଷ ବୟସ୍କ ଅଧିକ ସଂକ୍ରମିତ ହେଉଛନ୍ତି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସିର ରିପୋର୍ଟ ଅନୁସାରେ ଶୀତ ଋତୁରେ ହିଁ ଏହି ସଂକ୍ରମଣ ବଢୁଛି । ସେମାନଙ୍କୁ ପ୍ରଶ୍ବାସଗତ ସମସ୍ୟା ଦେଖାଦେଉଛି । ଲଣ୍ଡନରେ ସଂକ୍ରମିତଙ୍କ ହାର ହୋଇଛି ୬.୧ ପ୍ରତିଶତ ।

 

ଲଢେଇ କେବଳ ପଡିଆରେ : ଗମ୍ଭୀର

ନୂଆଦିଲ୍ଲୀ: କୋହଲିଙ୍କ ବିଷୟରେ କହି ହୃଦୟ ଜିଣିଲେ ଗମ୍ଭୀର । କହିଲେ, ଲଢେଇ କେବଳ  ପଡିଆରେ ଅଛି । ଯାହା ଆପଣଙ୍କର ମଧ୍ୟ ବିଶ୍ବାସ ହେଉ ନଥିବ  । ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ସହ ଆଇପିଏଲରେ ଦୁଇ ଦୁଇ ଥର ଯୁକ୍ତିତର୍କ ହୋଇଛି  । ଦ୍ୱିତୀୟ ଥର ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଗତ ସିଜିନ୍‌ ଅର୍ଥାତ୍‌ ଆଇପିଏଲ ୨୦୨୩ରେ ହୋଇଥିଲା । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ଗମ୍ଭୀରଙ୍କୁ ମଧ୍ୟ ପ୍ରଶଂସା କରିବେ  । କାରଣ ଭିଡିଓରେ ଗମ୍ଭୀର କହିଛନ୍ତି, ଲଢେଇ କେବଳ ପଡ଼ିଆରେ ଅଛି ।

ବାସ୍ତବରେ ଭାଇରାଲ ହେଉଥିବା ଭିଡିଓରେ ଗମ୍ଭୀର ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ କହିଥିବାର ଦେଖିବାକୁ ମିଳିଛି । ଭିଡିଓରେ ବିରାଟ କେଉଁ ବୋଲରଙ୍କ ବିପକ୍ଷରେ ଦିନିକିଆରେ ନିଜର ୫୦ ତମ ଶତକ ହାସଲ କରିଛନ୍ତି  ବୋଲି ଗମ୍ଭୀରଙ୍କୁ ପଚରାଯାଇଛି । ଯେଉଁଥିରେ ସେ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଲକି ଫର୍ଗୁସନ । ଗମ୍ଭୀର ଆହୁରି କହିଛନ୍ତି, ତୁମେ ବାରମ୍ବାର ଦେଖାଉଛ ଯେ ମୋର ସବୁକିଛି ମନେ ଅଛି। ମୋର ଲଢେଇ କେବଳ ପଡ଼ିଆରେ।

ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିଥିଲା । ଯେଉଁଥିରେ କୋହଲି ଏକ ଶତକ ହାସଲ କରିଥିଲେ, ଯାହାକି ତାଙ୍କ ଦିନିକିଆ କ୍ୟାରିୟରର ୫୦ ତମ ଶତକ ଥିଲା।

ବିରାଟ କୋହଲି ତାଙ୍କ କ୍ୟାରିୟର ମଧ୍ୟରେ ୧୧୧ ଟେଷ୍ଟ, ୨୯୨ ଦିନିକିଆ ଏବଂ ୧୧୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି  । ସେ ଟେଷ୍ଟରେ ୨୯ ଶତକ, ଦିନିକିଆରେ ୫୦ ଶତକ ଏବଂ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଗୋଟିଏ ଶତକ ହାସଲ କରିଛନ୍ତି ।

କ’ଣ ଦଉଡ଼ି ଦେଇଦେବି କି ? ଜାଣନ୍ତୁ କାହିଁକି ଏମିତି କହିଲେ ବ୍ରିଜ୍ ଭୂଷଣ

ନୂଆଦିଲ୍ଲୀ: ତୁଟୁନି ବିବାଦ । ଦିନକୁ ଗୋଳିଆ ହେଉଛି ରେସଲରଙ୍କ ବିବାଦ । ବିଜେପି ସାଂସଦ ତଥା ପୂର୍ବତନ ରେସଲର ଆସୋସିଏସନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କୁ ନେଇ ଏବେ ମଧ୍ୟ ଦୃଢ଼ ନିନ୍ଦା କରୁଛନ୍ତି କୁସ୍ତିଯୋଦ୍ଧା । ନିକଟରେ ହୋଇଥିବା କୁସ୍ତିସଂଘ ନିର୍ବାଚନରେ ସଞ୍ଜୟ ସିଂ ଅଧ୍ୟକ୍ଷ ହୋଇଥିବାବେଳେ ଏହାକୁ ବିରୋଧ କରୁଛନ୍ତି କୁସ୍ତିଯୋଦ୍ଧା । ସାକ୍ଷୀ ମଲ୍ଲିକ ଏହାପରେ ଅବସର ଘୋଷଣା କରିଥିବାବେଳେ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପଦକକୁ ପୁଥପାଥରେ ଥୋଇ ଆସିଛନ୍ତି । ଯାହାକୁ ନେଇ ପୁଣି ଚର୍ଚ୍ଚା ହେଉଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ବ୍ରିଜଭୂଷଣ । ସେ କହିଛନ୍ତି କି, ଏହି ବିରୋଧ ପାଇଁ କଣ ମୁଁ ଦଉଡ଼ି ଦେବି କି? ୧୧ ମାସ ହେବ ଲାଗି ରହିଥିବା ଏହି ବିବାଦ ପାଇଁ କଣ ମୋତେ କ’ଣ ଫାଶୀ ଦିଆଯିବା ଉଚିତ କି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।

ସେପଟେ ସାକ୍ଷୀ ମଲ୍ଲିକ କହିଛନ୍ତି କି, ଆମର ଏହି ଲଢ଼େଇ ବ୍ରିଜଭୂଷଣଙ୍କ ବିରୋଧରେ । ସେ ଯେଭଳିଭାବେ ମହିଳା ରେସଲରଙ୍କୁ ଦୁର୍ବ୍ୟବହାର କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଆମେ ଆବେଦନ କରିଥିଲୁ କି, ଜଣେ ମହିଳାଙ୍କୁ ଅଧ୍ୟକ୍ଷ କରାଯାଉ ମାତ୍ର ସଞ୍ଜୟ ବିଜୟ ଅତି ନିଜର ଲୋକ । ସେପଟେ ଆଜି ମଧ୍ୟ ସେମାନେ ଆମକୁ ଦୁର୍ବବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ସାକ୍ଷୀ । ଦୀର୍ଘଦିନ ଧରି ଯେଉଁ ପ୍ରତିବାଦ କରିଥିଲୁ ତାହାଫଳ କ’ଣ ଏଇଆ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ସେପଟେ ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ । ଏଣୁ ଚର୍ଚ୍ଚା ହେଉଛି କି, ସେ ରାଜନୀତି କରିପାରନ୍ତି ।

ଧୋନୀଙ୍କୁ ପଛରେ ପକାଇଲେ କେ.ଏଲ ରାହୁଲ

ନୂଆଦିଲ୍ଲୀ: ନୁଆଁ ରେକର୍ଡ କରିଛନ୍ତି କେ.ଏଲ ରାହୁଲ । ମାହିଙ୍କୁ ପଛରେ ପକାଇଲେ ଆଗକୁ ବଢିଛନ୍ତି ସେ । ମହେନ୍ଦ୍ର ସିଂ ଧୋନୀଙ୍କ ୫ କ୍ୟାଲେଣ୍ଡର ବର୍ଷର ରେକର୍ଡ ଭାଙ୍ଗିଛନ୍ତି ରାହୁଲ । ୨୦୨୩ କେ.ଏଲ ରାହୁଲଙ୍କ ପାଇଁ ଭଲ ରହିଛି ।  ଯଦି ସେ କିଛି ମାସ ଅସୁସ୍ଥ ଥିଲେ ଆଉ ସୁସ୍ଥ ହୋଇ ଫେରିବା ପରେ ସେ ଭଲ ପ୍ରଦର୍ଶନ କରିଛନ୍ତି । ସେ ଓ୍ବିକେଟ କିପର ଭାବରେ ଉନ୍ନତି କରିବା ସହ ନିଜର କିପିଙ୍ଗ ଦକ୍ଷତାକୁ ମଧ୍ୟ ବଢାଇଛନ୍ତି । ଓ୍ବାଲ୍ଡକପରେ ଭାରତୀୟ ଟିମ ପାଇଁ ଓ୍ବିକେଟ କିପିଂ କରି ରାହୁଲଚମତ୍କାର ପ୍ରଦଶର୍ନ କରିଥିଲେ । ଏହା ବ୍ୟତିତ କେ.ଏଲ ରାହୁଲ ମଧ୍ୟ ୨୦୨୩ରେ ଭଲ ରନ୍ ସ୍କୋର କରିଛନ୍ତି । ଦିନିକିଆ ଫର୍ମାଟରେ କେ.ଏଲ ରାହୁଲ ଓ୍ବିକେଟ କିପର ଭାବରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି  ।

ଏକ କ୍ୟାଲେଣ୍ଡର ବର୍ଷରେ ସେ ସର୍ବାଧିକ ଦିନିକିଆ ରନ ସଂଗ୍ରହ କରିଥିବା ଓ୍ବିକେଟ୍ କିପର ତାଲିକାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି । ୨୦୨୩ରେ ଖେଳା ଯାଇଥିବା ଦିନିକିଆ ମ୍ୟାଚରେ  ସେ ୧୦୦୮ ରନ ସଂଗ୍ରହ କରିଛନ୍ତି  ।  ଯାହାକି ଏକ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଉଇକେଟ୍‌ କିପରଙ୍କ ଦ୍ୱାରା ସବୁଠାରୁ ଅଧିକ ରନ୍ । ଏହା କରି ରାହୁଲ ମହେନ୍ଦ୍ର ସିଂ ଧୋନୀଙ୍କ ପାଞ୍ଚ କ୍ୟାଲେଣ୍ଡର ବର୍ଷର ରେକର୍ଡ ଭାଙ୍ଗିଛନ୍ତି  ।

ଧୋନୀ ତାଙ୍କ କ୍ୟାରିୟରରେ ୨୦୦୫, ୨୦୦୬, ୨୦୦୭, ୨୦୧୧, ଏବଂ ୨୦୧୭ରେ ସର୍ବାଧିକ ରନ ସ୍କୋର କରିଥିଲେ, ଯାହାର ରେକର୍ଡ କେ.ଏଲ ରାହୁଲ ଭାଙ୍ଗିଛନ୍ତି । କିନ୍ତୁ ଧୋନିଙ୍କ ୨୦୦୮ ଏବଂ ୨୦୦୯ରେ ଉଇକେଟ୍‌ କିପର ଭାବରେ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ଦିନିକିଆ ରନ ସ୍କୋର କରିଥିବା ରେକର୍ଡକୁ କେ.ଏଲ ରାହୁଲ ଭାଙ୍ଗି ପାରି ନାହାନ୍ତି  ।

ପାକିସ୍ତାନର ହିନ୍ଦୁ ମହିଳା DSPଙ୍କ ସଂଘର୍ଷମୟ କାହାଣୀ

ଇସଲାମବାଦ: ଭାରତର ପାରମ୍ପରିକ ଶତୃ୍ କୁହାଯାଉଥିବା ପାକିସ୍ତାନରେ ହିନ୍ଦୁ ସଂଖ୍ୟାଲଘୁ ଭାବେ ବାସ କରୁଛନ୍ତି । ପୁରୁଷ ପ୍ରଧାନ୍ୟ ଦେଶଭାବେ ଏଠାରେ ନାରୀମାନେ ବଡ଼ ଅଫିସର ବନିବା ଏବଂ ଜଣେ ହିନ୍ଦୁ ଝିଅ ପୋଲିସ ଡିଏସପି ବନିବା ପାଇଁ ପାଇଁ କେତେ ଯେ ସଂଘର୍ଷ ତାହା ଆପଣ କଳ୍ପନା କରିପାରୁଥିବେ । ମାତ୍ର ୨୬ ବର୍ଷ ବୟସରେ ପାକିସ୍ତାନର ସିନ୍ଧପ୍ରଦେଶର DSP ବନିଛନ୍ତି ପାକିସ୍ତାନୀ ହିନ୍ଦୁ ମହିଳା ମନୀଷା ରୋପେଟା । ସେ କହିଛନ୍ତି ଏଠାରେ ମହିଳାମାନେ ଦଳିତଙ୍କ ଭଳି ଜୀବନ ଯାପନ କରନ୍ତି । ପିଲାବେଳୁ ଶିଖାଯାଏ କି, ଝିଅ ଘରେ ରହିବ । କିନ୍ତୁ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ଉପଲବ୍ଧୀ କରିପାରିଛନ୍ତି ।

କେବଳ ଏତିକି ନୁହେଁ । ନିଜେ ଏଭଳି ବଡ଼ ପୋଷ୍ଟର ଅଧିକାରିଣୀ ହେବା ସହ ତାଙ୍କର ଅନ୍ୟ ଦୁଇ ଭଉଣୀ ମଧ୍ୟ ଉଚ୍ଚ ଶିକ୍ଷିତା । ଜଣେ ଭଉଣୀ ମେଡିକାଲରେ ଡାକ୍ତର ଅଛନ୍ତି । ସାନ ଭୁଣୀ ମଧ୍ୟ ମେଡିକାଲ ପାଠ ପଢ଼ୁଥିବାବେଳେ ଉଚ୍ଚ ଶିକ୍ଷିତା ଅଟନ୍ତି । ସେ କହିଛନ୍ତି କି, ମହିଳା ଶସକ୍ତିକରଣ ଏବଂ ମହିଳାଙ୍କୁ ଦୁର୍ବଳା ଭାବୁଥିବା ଭାବନାକୁ ଦୂର କରିବେ । ଏପରିକି ନିଜର କାର୍ଯ୍ୟଶୈଳୀ ପାଇଁ ପାକିସ୍ତାନୀ ଗଣମାଧ୍ୟମରେ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି ।

ସାଲାର୍ ବନାମ୍ ଡଙ୍କି , ବକ୍ସ୍ ଅଫିସରେ ଚାଲିଲା କାହାର ଯାଦୁ

ମୁମ୍ବାଇ: ରାଜ୍ କୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଡଙ୍କି ରିଲିଜ୍ ହୋଇସାରିଛି  ।  ଡଙ୍କି ହେଉଛି ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନ୍ ଙ୍କର ଏହି ବର୍ଷର ତୃତୀୟ ଫିଲ୍ମ  । ଯାହାକୁ କି ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି  । ଡଙ୍କିର ହୃଦୟସ୍ପର୍ଶୀ କାହାଣୀ ସାରା ବିଶ୍ବର ଦର୍ଶକ ମାନଙ୍କର ହୃଦୟ ଜିତୁଛି  ।  ନ୍ଯୁୟର୍କରେ ଡଙ୍କି କୁ ଏତେ ସାରା ଭଲ ପାଇବା ମିଳିଥିଲା ଯେ ଫିଲ୍ମ ଟିକୁ ଦର୍ଶକ ମାନେ ଛିଡା ହୋଇ ସମ୍ମାନ ଜଣାଇଥିଲେ  । ଫିଲ୍ମ ଟି ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସ୍ ରେ  ୩୦ କୋଟି ଟଙ୍କା ଆୟ କରିଥିଲା  ।  ତେବେ ଡଙ୍କି ଶାହାରୁଖ୍ ଙ୍କ ଅଭିନୀତ ପୂର୍ବ ଫିଲ୍ମ ପଠାନ୍  ଏବଂ ଜବାନ୍ ର ରେକର୍ଡ କୁ ଏବେ ଯାଏଁ ଭାଙ୍ଗି ପାରିନାହିଁ  । ଏହି ଚଳଚ୍ଚିତ୍ରରେ ଶାହାରୁଖ୍ ଙ୍କ ବ୍ଯତୀତ ତାପସୀ ପନ୍ନୁ, ଭିକି କୌଶଲ୍, ବୋମନ୍ ଇରାନୀ , ଅନୀଲ୍ ଗ୍ରୋଭର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି  ।

ଶାହାରୁଖ୍ ଖାନ୍ ଙ୍କ ଫିଲ୍ମ ଡଙ୍କି ପ୍ରଥମ ଦିନରେ ସାରା ବିଶ୍ବରେ  ୫୮ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ  ୨୦ କୋଟି ଟଙ୍କା ଆୟ କରିଥିଲା  । କିନ୍ତୁ ଫିଲ୍ମଟିକୁ ଟକ୍କର ଦେଇଥିଲା ଗତକାଲି ରିଲିଜ୍ ହୋଇଥିବା ପ୍ରଭାସଙ୍କର ଆକ୍ସନ୍ ଫିଲ୍ମ ସାଲାର୍  । ଜବରଦସ୍ତ ଆକ୍ସନ ରେ ସିକ୍ବେନ୍ସ ରେ ଭରପୂର  ସାଲାର୍  ପ୍ରଥମ ଦିନରେ  ୯୫  କୋଟି ଟଙ୍କା ଆୟ କରିଛି  ।  ପ୍ରଭାସ  ଶାହାରୁଖ୍ ଙ୍କ ପଠାନ୍, ଜଓ୍ବାନ୍ ଏବଂ ରଣବୀର ଙ୍କ ଆନିମଲ୍ ର ପ୍ରଥମ ଦିନର ଓପନିଂଙ୍ଗ କୁ ପଛରେ ପକାଇ ଦେଇଛନ୍ତି  ।  ସାଲାର୍  ଏହି ବର୍ଷର ପ୍ରଥମ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ରେ ରେକର୍ଡ ସୃଷ୍ଟି କରିପାରିଛି  । ତେବେ ଦର୍ଶକ ଙ୍କ ମଧ୍ଧରେ  ସାଲାର୍ ର  କ୍ରେଜ୍ ଅଧିକ ଥିବା  ସତ୍ବେ ଶାହାରୁଖ୍ ଙ୍କର ଫ୍ଯାନ୍ସ ମାନେ ଫିଲ୍ମଟିକୁ ଢେର୍ ସାରା ଭଲପାଇବା ଦେଉଛନ୍ତି  ।