ଅରବିନ୍ଦ କେଜ୍ରିୱାଲଙ୍କୁ EDର ତୃତୀୟ ସମନ୍‌, ଏଥର ହାଜର ନହେଲେ କରିବେ କଣ ?

1 min read

ନୂଆଦିଲ୍ଲୀ: ଅବକାରୀ ନୀତି ସହ ଜଡିତ ଯାଞ୍ଚ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାନୁଆରୀ ୩ରେ ହାଜର ହେବାକୁ ନୂଆ ସମନ ଜାରି ହୋଇଛି  । ତୃତୀୟ ଥର ପାଇଁ ଆପ୍‌ର ସଂଯୋଜକ କେଜ୍ରିୱାଲଙ୍କୁ ସମନ ଜାରି କରାଯାଇଛି  । ଏହା ପୂର୍ବରୁ ଦୁଇ ଥର କେଜ୍ରିୱାଲଙ୍କୁ ସମନ ଜାରି ହୋଇଥିବାବେଳେ ସେ ହାଜର ହେବାକୁ ମନା କରି ଦେଇଥିଲେ  ।

 

ଯଦି ତୃତୀୟ ଥର ପାଇଁ କେଜ୍ରିୱାଲ ଇଡିରେ ହାଜର ହେବେ ନାହିଁ ତେବେ ଏଜେନ୍ସୀ ତାଙ୍କ ବିରୁଦ୍ଧରେ ସ୍ବତନ୍ତ୍ର କୋର୍ଟରୁ ୱାରେଣ୍ଟ ଜାରି କରିପାରେ  । ତଦନ୍ତରେ ଅସହଯୋଗ କରୁଥିବା ନେଇ କେଜ୍ରିୱାଲଙ୍କ ପାଇଁ ଅଡୁଆ ବଢିପାରେ  । ଧାରା ୧୯ ଆଧାରରେ ତାଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ ହୋଇପାରେ  । ଯଦି ଇଡି ଚାହିଁବେ କେଜ୍ରିୱାଲଙ୍କ ସହ ଜଡିତ ଜାଗାରେ ବି ଚଢାଉ କରିପାରିବେ  । ସେପଟେ ଇଡି ସମନକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ କେଜ୍ରିୱାଲଙ୍କ ପାଖରେ ଅଲଗା ବିକଳ୍ପ ମଧ୍ୟ ରହିଛି  ।

 

ସୋସିଆଲ ମିଡିଆ  X ର ଏକ ପୋଷ୍ଟରେ ଆପ୍‌ ନେତା ସୌରଭ ଭରଦ୍ବାଜ କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବେ ଯୋଗକେନ୍ଦ୍ରରେ ଅଛନ୍ତି  । ଇଡି ବି ଜାଣିଛନ୍ତି ଯେ କେଜ୍ରିୱାଲଙ୍କୁ ଏବେ ସମନ ଦିଆଯାଇ ପାରିବ ନାହିଁ  । କାରଣ ସେ ୧୦ ଦିନ ପର୍ଯ୍ୟନ୍ତ ଯୋଗ କେନ୍ଦ୍ରରେ ରହିବେ  । ସେତେଦିନ ପର୍ଯ୍ୟନ୍ତ ତାଙ୍କ ପାଖରେ ଯୋଗାଯୋଗର କୌଣସି ମାଧ୍ୟମ ରହିବ ନାହିଁ  । ଏହି ସମନ୍‌ ଆଇନ ପ୍ରକ୍ରିୟା ଠୁ ଅଧିକ କେନ୍ଦ୍ର ସରକାରଙ୍କ ରାଜନୈତିକ ଚାଲ୍‌ ବୋଲି ପ୍ରତୀତ ହେଉଛି  ।