ଚାଷୀଙ୍କୁ ମିଳିଲା ଆଶ୍ୱସ୍ତି, କଥା ରଖିଲେ ସରକାର

1 min read

ଉମରକୋଟ: କଥା ରଖିଲେ ସରକାର। ଚାଷୀଙ୍କୁ ମିଳିଲା ଆଶ୍ୱସ୍ତି। ଓଡ଼ିଶା ଉଠା ଜଳସେଚନ ନିଗମ ଦ୍ଵାରା ବିଜୁ କୃଷକ ବିକାଶ ଯୋଜନାରେ ଡିପ୍ ବୋରୱେଲ ସେଚ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟୁତ୍ ସଂଯୋଗ ଓ ସୌର ଶକ୍ତି ପମ୍ପ ଜରିଆରେ ଗଭୀର ନଳକୂପ ପ୍ରକଳ୍ପ ସ୍ଥାପନ କରିବାକୁ ଆବେଦନ ପାଇଁ ଥିବା ଦରଖାସ୍ତ ଓ ପଞ୍ଜିକରଣ ତାରିଖ୍ ଘୁଞ୍ଚିଲା। ଡିସେମ୍ବର ୨୨ ରୁ ୩୦ କୁ ଘୁଞ୍ଚାଇଲେ ସରକାର । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ୍ ରେ ଡିପୋଜିଟ କରି ପାରିବେ ଚାଷୀ।ଚାଷ ଜମିରେ ନଳକୂପ ଖୋଳିବା ପାଇଁ ଅନ ଲାଇନ୍ ଆବେଦନ ତାରିଖ ପ୍ରଥମେ ୧୬ ଥିଲା  । କେବଳ ଗୋଟିଏ ବ୍ୟାଙ୍କରେ ଡିପୋଜିଟ କରିବାକୁ ବିଭାଗ ତରଫରୁ ନିୟମ ଥିଲା । ଏହାପରେ ସମୟ ସୀମାକୁ ୨୨ ତାରିଖ କୁ ସମ୍ପ୍ରସାରଣ କରାଗଲା । କିନ୍ତୁ ଏହି ସମୟ ସୀମା କୁ ଆହୁରି ଅଧିକ ସମୟ ବଢ଼ାଇବା ପାଇଁ ଚାଷୀମାନେ ସରକାର ଙ୍କୁ ଅନୁରୋଧ କରିଥିଲେ । ଶେଷରେ ଆସନ୍ତା ୩୦ ତାରିଖକୁ ଶେଷ ଅବଧି ସମୟ ବୃଦ୍ଧି କରାଯାଇଛି। ସମୟ ସୀମା ବଢାଇଥିବାରୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି