ସାଲାର୍ ବନାମ୍ ଡଙ୍କି , ବକ୍ସ୍ ଅଫିସରେ ଚାଲିଲା କାହାର ଯାଦୁ

ମୁମ୍ବାଇ: ରାଜ୍ କୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଡଙ୍କି ରିଲିଜ୍ ହୋଇସାରିଛି  ।  ଡଙ୍କି ହେଉଛି ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନ୍ ଙ୍କର ଏହି ବର୍ଷର ତୃତୀୟ ଫିଲ୍ମ  । ଯାହାକୁ କି ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି  । ଡଙ୍କିର ହୃଦୟସ୍ପର୍ଶୀ କାହାଣୀ ସାରା ବିଶ୍ବର ଦର୍ଶକ ମାନଙ୍କର ହୃଦୟ ଜିତୁଛି  ।  ନ୍ଯୁୟର୍କରେ ଡଙ୍କି କୁ ଏତେ ସାରା ଭଲ ପାଇବା ମିଳିଥିଲା ଯେ ଫିଲ୍ମ ଟିକୁ ଦର୍ଶକ ମାନେ ଛିଡା ହୋଇ ସମ୍ମାନ ଜଣାଇଥିଲେ  । ଫିଲ୍ମ ଟି ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସ୍ ରେ  ୩୦ କୋଟି ଟଙ୍କା ଆୟ କରିଥିଲା  ।  ତେବେ ଡଙ୍କି ଶାହାରୁଖ୍ ଙ୍କ ଅଭିନୀତ ପୂର୍ବ ଫିଲ୍ମ ପଠାନ୍  ଏବଂ ଜବାନ୍ ର ରେକର୍ଡ କୁ ଏବେ ଯାଏଁ ଭାଙ୍ଗି ପାରିନାହିଁ  । ଏହି ଚଳଚ୍ଚିତ୍ରରେ ଶାହାରୁଖ୍ ଙ୍କ ବ୍ଯତୀତ ତାପସୀ ପନ୍ନୁ, ଭିକି କୌଶଲ୍, ବୋମନ୍ ଇରାନୀ , ଅନୀଲ୍ ଗ୍ରୋଭର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି  ।

ଶାହାରୁଖ୍ ଖାନ୍ ଙ୍କ ଫିଲ୍ମ ଡଙ୍କି ପ୍ରଥମ ଦିନରେ ସାରା ବିଶ୍ବରେ  ୫୮ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ  ୨୦ କୋଟି ଟଙ୍କା ଆୟ କରିଥିଲା  । କିନ୍ତୁ ଫିଲ୍ମଟିକୁ ଟକ୍କର ଦେଇଥିଲା ଗତକାଲି ରିଲିଜ୍ ହୋଇଥିବା ପ୍ରଭାସଙ୍କର ଆକ୍ସନ୍ ଫିଲ୍ମ ସାଲାର୍  । ଜବରଦସ୍ତ ଆକ୍ସନ ରେ ସିକ୍ବେନ୍ସ ରେ ଭରପୂର  ସାଲାର୍  ପ୍ରଥମ ଦିନରେ  ୯୫  କୋଟି ଟଙ୍କା ଆୟ କରିଛି  ।  ପ୍ରଭାସ  ଶାହାରୁଖ୍ ଙ୍କ ପଠାନ୍, ଜଓ୍ବାନ୍ ଏବଂ ରଣବୀର ଙ୍କ ଆନିମଲ୍ ର ପ୍ରଥମ ଦିନର ଓପନିଂଙ୍ଗ କୁ ପଛରେ ପକାଇ ଦେଇଛନ୍ତି  ।  ସାଲାର୍  ଏହି ବର୍ଷର ପ୍ରଥମ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ରେ ରେକର୍ଡ ସୃଷ୍ଟି କରିପାରିଛି  । ତେବେ ଦର୍ଶକ ଙ୍କ ମଧ୍ଧରେ  ସାଲାର୍ ର  କ୍ରେଜ୍ ଅଧିକ ଥିବା  ସତ୍ବେ ଶାହାରୁଖ୍ ଙ୍କର ଫ୍ଯାନ୍ସ ମାନେ ଫିଲ୍ମଟିକୁ ଢେର୍ ସାରା ଭଲପାଇବା ଦେଉଛନ୍ତି  ।