ଧୋନୀଙ୍କୁ ପଛରେ ପକାଇଲେ କେ.ଏଲ ରାହୁଲ

ନୂଆଦିଲ୍ଲୀ: ନୁଆଁ ରେକର୍ଡ କରିଛନ୍ତି କେ.ଏଲ ରାହୁଲ । ମାହିଙ୍କୁ ପଛରେ ପକାଇଲେ ଆଗକୁ ବଢିଛନ୍ତି ସେ । ମହେନ୍ଦ୍ର ସିଂ ଧୋନୀଙ୍କ ୫ କ୍ୟାଲେଣ୍ଡର ବର୍ଷର ରେକର୍ଡ ଭାଙ୍ଗିଛନ୍ତି ରାହୁଲ । ୨୦୨୩ କେ.ଏଲ ରାହୁଲଙ୍କ ପାଇଁ ଭଲ ରହିଛି ।  ଯଦି ସେ କିଛି ମାସ ଅସୁସ୍ଥ ଥିଲେ ଆଉ ସୁସ୍ଥ ହୋଇ ଫେରିବା ପରେ ସେ ଭଲ ପ୍ରଦର୍ଶନ କରିଛନ୍ତି । ସେ ଓ୍ବିକେଟ କିପର ଭାବରେ ଉନ୍ନତି କରିବା ସହ ନିଜର କିପିଙ୍ଗ ଦକ୍ଷତାକୁ ମଧ୍ୟ ବଢାଇଛନ୍ତି । ଓ୍ବାଲ୍ଡକପରେ ଭାରତୀୟ ଟିମ ପାଇଁ ଓ୍ବିକେଟ କିପିଂ କରି ରାହୁଲଚମତ୍କାର ପ୍ରଦଶର୍ନ କରିଥିଲେ । ଏହା ବ୍ୟତିତ କେ.ଏଲ ରାହୁଲ ମଧ୍ୟ ୨୦୨୩ରେ ଭଲ ରନ୍ ସ୍କୋର କରିଛନ୍ତି । ଦିନିକିଆ ଫର୍ମାଟରେ କେ.ଏଲ ରାହୁଲ ଓ୍ବିକେଟ କିପର ଭାବରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି  ।

ଏକ କ୍ୟାଲେଣ୍ଡର ବର୍ଷରେ ସେ ସର୍ବାଧିକ ଦିନିକିଆ ରନ ସଂଗ୍ରହ କରିଥିବା ଓ୍ବିକେଟ୍ କିପର ତାଲିକାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି । ୨୦୨୩ରେ ଖେଳା ଯାଇଥିବା ଦିନିକିଆ ମ୍ୟାଚରେ  ସେ ୧୦୦୮ ରନ ସଂଗ୍ରହ କରିଛନ୍ତି  ।  ଯାହାକି ଏକ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଉଇକେଟ୍‌ କିପରଙ୍କ ଦ୍ୱାରା ସବୁଠାରୁ ଅଧିକ ରନ୍ । ଏହା କରି ରାହୁଲ ମହେନ୍ଦ୍ର ସିଂ ଧୋନୀଙ୍କ ପାଞ୍ଚ କ୍ୟାଲେଣ୍ଡର ବର୍ଷର ରେକର୍ଡ ଭାଙ୍ଗିଛନ୍ତି  ।

ଧୋନୀ ତାଙ୍କ କ୍ୟାରିୟରରେ ୨୦୦୫, ୨୦୦୬, ୨୦୦୭, ୨୦୧୧, ଏବଂ ୨୦୧୭ରେ ସର୍ବାଧିକ ରନ ସ୍କୋର କରିଥିଲେ, ଯାହାର ରେକର୍ଡ କେ.ଏଲ ରାହୁଲ ଭାଙ୍ଗିଛନ୍ତି । କିନ୍ତୁ ଧୋନିଙ୍କ ୨୦୦୮ ଏବଂ ୨୦୦୯ରେ ଉଇକେଟ୍‌ କିପର ଭାବରେ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ଦିନିକିଆ ରନ ସ୍କୋର କରିଥିବା ରେକର୍ଡକୁ କେ.ଏଲ ରାହୁଲ ଭାଙ୍ଗି ପାରି ନାହାନ୍ତି  ।