ଉଦଳା: ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ସ୍ୱାମୀ ଏବଂ ପ୍ରେମିକ ଦିଅର ମଧ୍ୟରେ ଝଗଡା ହେବାରୁ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ମାରିଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ଉଦଳା ଥାନା ନୟାରଙ୍ଗାମାଟିଆ ଗାଁରେ। ରାଇସେନ ମୁର୍ମୁଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି ସ୍ତ୍ରୀ ପାନ ମୁର୍ମୁ । ଗାଁରେ ଚାଲିଥିଲା ଜାହିରା ପୂଜା । ଜାହିରା ପୂଜାରେ କୁକୁଡ଼ା ଆଣିବାରେ ବିଳମ୍ବ କରିଥିଲେ ମୃତକ ରାଇସେନ ମୁର୍ମୁ । ଏନେଇ ପ୍ରେମିକ ଦିଅର ଚନ୍ଦ୍ରମୋହନ ହେମ୍ବ୍ରମ ସହିତ ରାଇସେନଙ୍କର ଝଗଡା ହୋଇଥିଲା। ଏହି ଝଗଡା ସମୟରେ ରାଇସେନଙ୍କ ସ୍ତ୍ରୀ ପାନ ମୁର୍ମୁ ସେଠାରେ ପହଞ୍ଚି ଚନ୍ଦ୍ରମୋହନଙ୍କ ସପକ୍ଷରେ ରହିଥିଲେ । ଏପରିକି ସେ ନିଜ ସ୍ୱାମୀକୁ ବିରୋଧ କରିଥିଲେ। ଚନ୍ଦ୍ରମୋହନଙ୍କ ସହିତ ପାନଙ୍କର ଅନୈତିକ ସମ୍ପର୍କ ରହିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଉଦଳା ପୋଲିସ ଉଭୟ ସମ୍ପର୍କୀୟ ଭାଇ ଓ ସ୍ତ୍ରୀ କୁ ଗିରଫ କରିଛି। ଅନ୍ୟପଟେ ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ କୁ ତ୍ୱରାନ୍ୱିତ କରିଛି।
୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଏମିତି ଠକୁଥିଲେ ମହିଳା
ଭୁବନେଶ୍ବର: ନୟାପଲ୍ଲୀ ପୋଲିସ ଜାଲରେ ଲେଡି 420 । ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଠକିଛନ୍ତି ଏହି ମହିଳା । ଶୁଭଶ୍ରୀ ବାରିକଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ଓଲା ଗାଡି ଭଡାରେ ନେଇ ରାଜଧାନୀରେ ଘୁରି ବୁଲେ, ବିଭିନ୍ନ ପ୍ରକାର ବାହାନା ଦେଖାଇ ଛୁ ମାରେ । ପାଖାପାଖି ମାସେ ହେବ ଏଭଳି ତରିକା ଆପଣାଇ ଓଲା ଡ୍ରାଇଭରଙ୍କୁ ଠକୁଥିଲା ଏହି ଠକ । ଶେଷରେ ଆଜି କିଛି ଓଲା ଡ୍ରାଇଭର ଏହି ଠକ ଯୁବତୀଙ୍କୁ ଧରି ପୋଲିସ ଜିମାରେ ଦେଇଛନ୍ତି । ଏକାଧିକ ଓଲା ଡ୍ରାଇଭର ଆଜି ନୟାପଲ୍ଲୀ ଥାନାରେ ଦ୍ୱାରସ୍ଥ ହୋଇ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ!
ନନ୍ଦିଘୋଷ ବ୍ୟୁରୋ: ପ୍ଲାଷ୍ଟିକ ବୋତଲରୁ ଆମେ ଅନେକ ସମୟରେ ପାଣି ପିଉଥାଉ। ତେବେ ଜାଣିଛନ୍ତି କି ଏହି ପ୍ଲାଷ୍ଟିକ ବୋତଲରେ ଥିବା ପାଣି ମନୁଷ୍ୟ ଶରୀର ଲାଗି କେତେ କ୍ଷତିକାରକ। ପ୍ଲାଷ୍ଟିକ ବୋତଲରେ ଥିବା ୧ ଲିଟର ପାଣିରେ ରହିଛି ପାଖାପାଖି ୨ ଲକ୍ଷ ୪୦ ହଜାର କଣିକା। ଏହି ନାନୋପ୍ଲାଷ୍ଟିକ କଣିକାଯୁକ୍ତ ପାଣି ମଣିଷ ପିଇବା ଦ୍ବାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋପ୍ଲାଷ୍ଟିକ ତୁଳନାରେ ଅତି ସୂକ୍ଷ୍ମ ହୋଇଥିବାରୁ ଏହା ସହଜରେ ଶରୀରରେ ଖାଦ୍ୟନଳୀ ଏବଂ ଫୁସଫୁସ ଦେଇ ରକ୍ତକଣିକା ମଧ୍ୟକୁ ପ୍ରବେଶ କରିଥାଏ। ଆଉ ରକ୍ତକଣିକା ଦେଇ ଏହି ନାନୋ ପ୍ଲାଷ୍ଟିକ ହୃଦୟ ଏବଂ ମସ୍ତିସ୍କକୁ ମଧ୍ୟ ପ୍ରବେଶ କରେ ।
ନାନା ପ୍ଲାଷ୍ଟିକ ଜଣେ ମହିଳାଙ୍କ ଗର୍ଭରେ ଥିବା ଶିଶୁ ଶରୀରକୁ ମଧ୍ୟ ପ୍ରବେଶ କରିପାରେ । ମନୁଷ୍ୟର ଜୀବକୋଷକୁ ମଧ୍ୟ ପ୍ରବେଶ କରିଥାଏ ଏହି ପ୍ଲାଷ୍ଟିକ କଣିକା। । ପୂର୍ବରୁ ପାଣିବୋତଲ ମଧ୍ୟରେ ମାଇକ୍ରୋ ପ୍ଲାଷ୍ଟିକ ଠାବ କରାଯାଇଥିଲା। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ଅଧିକ କ୍ଷତିକାରକ । ଶରୀର ଉପରେ ଏହାର ଅଧିକ କୁପ୍ରଭାବ ରହିଛି। ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ନାନୋ ପ୍ଲାଷ୍ଟିକ କଣିକାର ପ୍ରଭାବ ପ୍ରାୟ ୧୦ରୁ ୧୦୦ ଗୁଣା ଅଧିକା। ଏହା ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରଭାବିତ କରିଥାଏ । ପୂର୍ବରୁ ପ୍ଲାଷ୍ଟିକ ବୋତଲରେ ଥିବା ପିଇବା ପାଣିରେ ଏହି ସବୁ କଣିକା ରହିଥିବା ନେଇ ସନ୍ଦେହ କରି ଆସୁଥିଲେ ବୈଜ୍ଞାନିକ । ତେବେ ଜ୍ଞାନକୌଶଳ ଅଭାବରୁ ଏହି ସବୁ ନାନୋପ୍ଲାଷ୍ଟିକ କଣିକୁ ଗୁଡିକୁ ଠାବ କରାଯାଇ ପାରିନଥିଲା।
ଆମେରିକାରେ ହୋଇଥିବା ଏକ ଗବେଷଣାରେ ୩ଟି ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ ବୋତଲରେ ଥିବା ପାଣିକୁ ନେଇ ଏହି ପରୀକ୍ଷା କରାଯାଇଥିଲା । ୩ ବୋତଲରେ ଥିବା ପାଣିରେ ୧ ଲକ୍ଷ ୧୦ ହଜାରରୁ ୩ ଲକ୍ଷ ୧୦ ହଜାର ନାନୋପ୍ଲାଷ୍ଟିକ କଣିକା ଥିବା ଜଣାପଡିଥିଲା । ସେଥିମଧ୍ୟରୁ ୯୦ ପ୍ରତିଶତ ନାନୋ ପ୍ଲାଷ୍ଟିକ ହୋଇଥିବାବେଲେ ୧୦ ପ୍ରତିଶତ ମାଇକ୍ରୋପ୍ଲାଷ୍ଟିକ ଥିବା ଜଣାପଡିଥିଲା । ସ୍ବାସ୍ଥ୍ୟ ଉପରେ ପ୍ଲାଷ୍ଟିକର ପ୍ରଭାବକୁ ଭିତ୍ତିକରି ଏହି ସୂଚନା ଦେଇଛନ୍ତି ଗବେଷକ। ଆମେରିକାର ପ୍ରୋସିଡିଂ ଅପ ଦି ନେସନାଲ ଏକାଡେମି ଅଫ୍ ସାଇନ୍ସ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।
ରାଗିଂ ଅଭିଯୋଗ ଆସିଲେ ଦାୟୀ ରହିବେ ସମ୍ପୃକ୍ତ କଲେଜ କିମ୍ବା ବିଶ୍ଵବିଦ୍ୟାଳୟ
ଭୁବନେଶ୍ବର: ରାଗିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ- ୟୁଜିସି ଆହୁରି ସଶକ୍ତ ନିୟମ ଆଣିଛି । ରାଗିଂ ଅଭିଯୋଗ ଆସିଲେ, ଦାୟୀ ରହିବେ ସମ୍ପୃକ୍ତ କଲେଜ କିମ୍ବା ବିଶ୍ଵବିଦ୍ୟାଳୟ । ରାଗିଂ ସମ୍ପର୍କରେ ସମ୍ପୃକ୍ତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସବୁବେଳେ ସାଇଟରେ ଦିଆଯାଇଥିବା ଫର୍ମାଟରେ ଅପଲୋଡ୍ କରିବେ ।
ରାଗିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ । ସମ୍ପୃକ୍ତ କଲେଜ କିମ୍ବା ବିଶ୍ବବିଦ୍ୟାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସେମାନେ ହିଁ ଶିକ୍ଷାର ବାତାବରଣରେ ପରିବର୍ତ୍ତନ ଆଣି ପାରିବେ । ନହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ।

