spot_img
Home Blog Page 2342

କ୍ୟାମ୍ପସ ହେବ ସମ୍ପୂର୍ଣ ନିଶାମୁକ୍ତ

ନନ୍ଦିଘୋଷ ବ୍ୟୁରୋ: କ୍ୟାମ୍ପସ ହେବ ସମ୍ପୂର୍ଣ ନିଶାମୁକ୍ତ। କେବଳ ଛାତ୍ରଛାତ୍ରୀ ନୁହେଁ ଅଧ୍ୟାପକ ମାନେ ବି ଏଣିକି ଦାଖଲ କରିବେ ଆଣ୍ଟି ଡ୍ରକ ଡିକ୍ଲାରେସନ । ନିଶା ମୁକ୍ତ ଅଭିଯାନ କ୍ୟାମ୍ପେନ୍କୁ ଅଧିକ ସଫଳ କରିବାକୁ ବିଧାନସଭାର ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ଏପରି ସୁପାରିଶ କରିଛି। ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି, ବିଶ୍ଵବିଦ୍ୟାଳୟ ଓ ଅଧ୍ୟାପକଙ୍କ ପାଇଁ ସୁପାରିସ କରିଛି କମିଟି। କମିଟିର ସୁପାରିସକୁ ଅଧ୍ୟାପକମାନେ ସ୍ବାଗତ କରିଛନ୍ତି।

ନିଶାମୁକ୍ତ ହେବ ଶିକ୍ଷାନୁଷ୍ଠାନ । ଛାତ୍ରଛାତ୍ରୀଙ୍କ ପରେ ଅଧ୍ୟାପକ ବି ଦେବେ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ । ସରକାରଙ୍କୁ ସୁପାରିସ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି । ରାଜ୍ୟର ସବୁ +2, +3 ଓ ବିଶ୍ଵବିଦ୍ୟାଳୟରେ ହେବ ଲାଗୁ । କ୍ୟାମ୍ପସ ହେବ ସମ୍ପୂର୍ଣ ନିଶା ମୁକ୍ତ। ଛାତ୍ରୀଛାତ୍ରୀଙ୍କୁ ନିଶା ବଳୟରୁ ଦୂରେଇ ରଖିବାକୁ ସାରା ଦେଶରେ ଓଡ଼ିଶା ହେବ ରୋଲ ମଡେଲ। ଆଡ଼ମିଶନ ସମୟରେ ଛାତ୍ରଛାତ୍ରୀ ତେବେ ଆଣ୍ଟିଡ୍ରଗ୍ ଡିକ୍ଲାରେସନ ।ଏ ନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ସଚିବଙ୍କ ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଗଣଶିକ୍ଷା ବିଭାଗକୁ ଲେଖିଛି ଚିଠି ।କେବଳ ଛାତ୍ରଛାତ୍ରୀ ନୁହନ୍ତି, ଅଧ୍ୟାପକ ବି ଦାଖଲ କରିବେ ଆଣ୍ଡି ଡ୍ରଗ୍ ଡିକ୍ଲାରେସନ। ବିଧାନ ସଭା ଷ୍ଡାଡିଂ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ କରିଛି। ଅଧ୍ୟାପକଙ୍କ ଆଣ୍ଟିଡ୍ରଗ୍ ଡିକ୍ଲାରେସନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତୀଙ୍କ ପାଇଁ ଆଦର୍ଶ ହେବ ବୋଲି କମିଟି ଅଧ୍ୟକ୍ଷ ଭୁପିନ୍ଦର ସିଂହ କହିଛନ୍ତି। ରାଜ୍ୟର ସବୁ +2, +3 ଓ ବିଶ୍ଵବିଦ୍ୟାଳୟ ଓ ଅଧ୍ୟାପକଙ୍କ ପାଇଁ ଏପରି ସୁପାରିସ କରିଛି କମିଟି ।..

ସେପଟେ କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ସରକାରଙ୍କ ଉଦମ୍ୟକୁ ପ୍ରଶଂସା କରିଛି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ। ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଥିବାବେଳେ ଏବେ ଅଧ୍ୟାପକଙ୍କ ପାଇଁ ଲାଗୁହେବା ସ୍ବାଗତ ଯୋଗ୍ୟ। ଅଧ୍ୟାପକମାନେ ମାର୍ଜିତ ହେଲେ ଛାତ୍ରଛାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡିବ ।ଏଥିଲାଗି ବିଧାନସଭା ଷ୍ଟାଣ୍ଡିଂ କମିଟିକୁ ଧନ୍ୟବାଦ ଦେଇଛି ଅଧ୍ୟାପକ ସଂଘ।

ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଉଛି ଭାରତ

ନନ୍ଦିଘୋଷ ବ୍ୟୁରୋ: ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଉଛି ଭାରତ। ସୋମବାର DRDO ଲଞ୍ଚ କରିଛି ଉଗ୍ରମ ନାମକ ରାଇଫଲ୍ । 7.62 x 51 ମିଲିମିଟର କ୍ୟାଲେବରର  ଅତ୍ୟାଧୁନିକ ରାଇଫଲ ଉଗ୍ରମ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ରାଇଫଲର ପରିସର ୫୦୦ ମିଟର ଏବଂ ଏହାର ଓଜନ ଚାରି କିଲୋଗ୍ରାମରୁ କମ୍ ଅଟେ ।  ଏଥିପାଇଁ ପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରିଛି DRDO ।

DRDOର ପୁଣେ-ଆଧାରିତ ଆର୍ମାମେଣ୍ଟ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ARDE) ଏବଂ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ସଂସ୍ଥା ସହଯୋଗରେ ଏହାକୁ ବିକଶିତ କରାଯାଇଛି। ଏହାକୁ ସଶସ୍ତ୍ର ବାହିନୀ, ସାମରିକ ବାହିନୀ ଏବଂ ରାଜ୍ୟ ପୋଲିସ୍ ୟୁନିଟ୍ ବ୍ୟବହାର କରିବାକୁ ଡିଜାଇନ୍ କରାଯାଇଛି। ଏହା ସମସ୍ତ ବାହୀନର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ।  ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ AK-203 ରାଇଫଲ ଆମଦାନୀ ପ୍ରଭାବିତ ହୋଇଛି । ରାଇଫଲ ଉଗ୍ରମ ଭାରତୀୟ ସେନାଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ।

ବୁଲା କୁକୁରଙ୍କର ହେବ ବନ୍ଧ୍ୟାକରଣ, ହାଇକୋର୍ଟରୁ ବିଏମସିକୁ ମିଳିଲା ଗ୍ରୀନ ସିଗନାଲ

ଭୁବନେଶ୍ବର: ବୁଲା କୁକୁରଙ୍କର ହେବ ବନ୍ଧ୍ୟାକରଣ । ଦୀର୍ଘ ୭ମାସରୁ ଉର୍ଦ୍ଦ ସମୟର ବ୍ୟବଧାନ ପରେ ରାଜଧାନୀରେ ଥିବା ବୁଲା କୁକୁରଙ୍କର ହେବ ବନ୍ଧ୍ୟାକରଣ। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଏନେଇ ଆରମ୍ଭ ହେବ ପ୍ରକ୍ରିୟା। ହାଇକୋର୍ଟଙ୍କ ବନ୍ଧ୍ୟାକରଣକୁ ନେଇ ରହିତାଦେଶ ଉଠିବା ପରେ ବିଏମସି ଏବେ ବନ୍ଧ୍ୟାକରଣକୁ ନେଇ ତତ୍ପରତା ଦେଖାଇଛି ।

ବୁଲା କୁକୁର, ବିଏମସି ଓ ବନ୍ଧ୍ୟାକରଣ। ହାଇକୋର୍ଟରୁ ବିଏମସିକୁ ମିଳିଲା ଗ୍ରୀନ ସିଗନାଲ। ହାଇକୋର୍ଟଙ୍କ ରହିତା ଦେଶ ଉଠିବା ପରେ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । ଗଳି କନ୍ଦି ହେଉ କି ସହର, ଯେଉଁଠାରେ ବି ବୁଲା କୁକୁର ଦେଖିବ ଉଠାଇ ନେବ ବିଏମସି। କମିବ ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସହରିଆଙ୍କୁ ମିଳିବ ଆଶ୍ୱସ୍ତି । ଗତ ଜୁଲାଇ ମାସରୁ କୁକୁର ବନ୍ଧ୍ୟାକରଣ ଉପରେ ହାଇକୋର୍ଟଙ୍କ ଥିବା ରହିତାଦେଶ ଗତକାଲି ଉଠିବା ପରେ ଏବେ ତତ୍ପର ବିଏମସି । ଆଜି ବିଏମସି କାର୍ଯ୍ୟାଳୟରେ ଏକ ବୈଠକ  ଡକାଇ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ମଞ୍ଚେଶ୍ୱରରେ ପ୍ରାୟ ଏକ କୋଟି ଟଙ୍କା  ଖର୍ଚ୍ଚରେ ବିଏମସି ତିଆରି କରିଛି ଡଗ୍ କେନେଲ୍ ।ଏଠାରେ ପ୍ରତିଦିନ ୧୦୦ କୁକୁରଙ୍କ କରାଯିବ ବନ୍ଧ୍ୟାକରଣ । ସେଥିପାଇଁ ମୋଟ୍ ୧୦ଟି କେଭ୍ ସହ ଅପରେସନ୍ ଥିଏଟର୍ ଓ ଅନ୍ୟାନ୍ୟ ଯନ୍ତ୍ରାଶଂ କ୍ରୟ କରିଛି ବିଏମସି । ହୋଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ବନ୍ଧ୍ୟାକରଣ ପକ୍ରିୟା ଯୋରଦାର ହେବ ବୋଲି କହିଛନ୍ତି କମିଶନର ।

କୁକୁର ବନ୍ଧ୍ୟାକରଣ ପାଇଁ ବିଏମସି ଭିତ୍ତିଭୂମି ଯୋଗାଇବା ସହ ଭେଟ୍ ଫର୍ ଆନିମଲ୍ସ ସଂସ୍ଥା କୁକୁର ଧରିବା, ବନ୍ଧ୍ୟାକରଣ ଓ ଟୀକା ଦେବା ପର୍ଯ୍ୟନ୍ତ  ସମସ୍ତ ଦାୟିତ୍ୱ ବହନ କରିବ ପାଇଁ ଚୁକ୍ତି ନାମା ସ୍ବାକ୍ଷର କରିଛି । ଏନେଇ ପ୍ରତି କୁକୁର ପିଛା ବିଏମସି ସଂପୃକ୍ତ ସଂସ୍ଥାକୁ ୧,୬୫୦ଟଙ୍କା ଦେବ । ବର୍ତ୍ତମାନ ଭୁବନେଶ୍ବରରେ ପାଖାପାଖି ୬୦ହଜାର କୁକୁର ରହିଛନ୍ତି । ଆଉ ଏତେ ସଂଖ୍ୟକ କୁକୁର ବନ୍ଧ୍ୟାକରଣ ବିଏମସି ପାଇଁ ବଡ ଚ୍ୟାଲେଞ୍ଜ।

 

 

କାନ୍ଥରେ ଓଡିଶୀ, ଜଗନ୍ନାଥଙ୍କ ଚିତ୍ର, ନୂଆ ରୂପ ଦେଇଛନ୍ତି ଅଧ୍ୟାପିକା

ପଟାଙ୍ଗୀ: ଅଧ୍ୟାପିକାଙ୍କ ଅନନ୍ୟ କଳାକୃତ୍ତି। ପାଚେରୀରେ ଦେବା ଦେବୀ ସହ ଲୋକ କଳାର ଝଲକ। ଅବସର ସମୟ ମିଳିଲେ ତୂଳୀ ଧରି ବସିପଡନ୍ତି । ସେମିଲିଗୁଡା ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ବିଦ୍ୟୁତପ୍ରଭା ରାଉତ କାନ୍ଥରେ ସୁନ୍ଦର ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଛନ୍ତି। ତାଙ୍କର ପେନସିଲ ଆର୍ଟ, ଅଏଲ ପେଣ୍ଟିଂ, ମଡ଼ର୍ଣ୍ଣ  ଆର୍ଟର ସୌନ୍ଦର୍ଯ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ।

କାନ୍ଥରେ ଓଡିଶୀ, ଜଗନ୍ନାଥଙ୍କ ଚିତ୍ର । ଢୋଲ ସହ ମନ୍ଦିର ଚିତ୍ର ବି ହୋଇଛି । ଏଭଳି ଅନନ୍ୟ କଳାକୃତି ପ୍ରଦର୍ଶନ କରିଛନ୍ତି ଜଣେ ଅଧ୍ୟାପିକା । ସେମିଲିଗୁଡା ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ବିଦ୍ୟୁତପ୍ରଭା ରାଉତ କାନ୍ଥରେ ସୁନ୍ଦର ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଛନ୍ତି। ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରିବା ପରେ ଟିକେ ଅବସର ସମୟ ମିଳିଲେ ତୂଳୀ ଧରି ବସିପଡନ୍ତି। ତାଙ୍କର ପେନସିଲ ଆର୍ଟ, ଅଏଲ ପେଣ୍ଟିଂ, ମଡ଼ର୍ଣ୍ଣ  ଆର୍ଟର ସୌନ୍ଦର୍ଯ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ଚିତ୍ରକଳାରେ ବିଧିବଦ୍ଧ ଭାବେ କୌଣସି ଡିଗ୍ରୀ ହାସଲ କରିନଥିଲେ ମଧ୍ୟ ସୁନ୍ଦର ଚିତ୍ର ଆଙ୍କିପାରନ୍ତି । ସେମିଳିଗୁଡ଼ା ମହାବିଦ୍ୟାଳୟର ପ୍ରାୟ ଦେଢ଼ ଶହ ମିଟର ଦୀର୍ଘ ପାଚେରୀକୁ ଏକୁଟିଆ  ନିଜର ଚିତ୍ରକଳାରେ ସଜ୍ଜିତ କରିଛନ୍ତି ।

ପିଲାଟି ବେଳରୁ  ଅଧ୍ୟାପିକା ଡକ୍ଟର ବିଦ୍ୟୁତପ୍ରଭା ରାଉତଙ୍କ ନିଶା ହେଉଛି ଚିତ୍ର ଆଙ୍କିବା । ଆଗରୁ ଘରେ ଚିତ୍ର ଆଙ୍କୁ ଥିଲେ । ରାଜ୍ୟ ସରକାର ଙ୍କ ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଏବେ ନିଜ କଲେଜ କାନ୍ଥରେ ଚିତ୍ର ଆଙ୍କିବା ପାଇଁ ସୁଯୋଗ ପାଇଲେ । ନିଜେ କଲେଜ କାନ୍ଥରେ ଚିତ୍ର ଆଙ୍କିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଚିତ୍ର ଆଙ୍କିବା ପାଇଁ ଉତ୍ସାହିତ କରୁଛନ୍ତି । କଲେଜ କାନ୍ଥ ଗୁଡିକ ଏବେ  ବିଭିନ୍ନ  ଚିତ୍ର ରେ ପରିପୂର୍ଣ୍ଣ ।

 

 

ମା’ଙ୍କ ଅନନ୍ୟ ମହିମା, ଡାକିଲେ ଶୁଣନ୍ତି ମା’ ପିଙ୍ଗଳାକ୍ଷୀ

ନିମାପଡ଼ା: ନିମାପଡା ଡେଣୁଅଁ ଗାଁର ଅଧିଷ୍ଠାତ୍ରି ଦେବୀ “ମା ପିଙ୍ଗଳାକ୍ଷୀ” । ୬୦୦ ବର୍ଷର ପୁରାତନ ମନ୍ଦିର। ମନ୍ଦିର ବର୍ଣ୍ଣନା କରୁଛି ଅନେକ କାର୍ତ୍ତିରାଜି। ପୁରୀ ରାଜା ପ୍ରତାପରୁଦ୍ର ଦେବଙ୍କ ସମୟରୁ ସ୍ଥାପିତ ହୋଇଥିଲା ଏହି ମନ୍ଦିର। ପୂରାତନ ମନ୍ଦିର ଦର୍ଶନ ପାଇଁ ପହଞ୍ଚନ୍ତି ଭକ୍ତ।

ପ୍ରାଚୀନ ଐତିହ୍ୟର କିମ୍ବଦନ୍ତୀ । ପୁରୀ ନିମାପଡା ବ୍ଲକ ଅଧିନ ଡେଣୁଅଁ ଗାଁର ଅଧିଷ୍ଠାତ୍ରି ଦେବୀ “ମା ପିଙ୍ଗଳାକ୍ଷୀ” । ୬୦୦ ବର୍ଷର ପୁରାତନ ମନ୍ଦିର । ମନ୍ଦିର ବର୍ଣ୍ଣନା କରୁଛି ଅନେକ କାର୍ତ୍ତିରାଜି । ପୁରୀ ରାଜା ପ୍ରତାପରୁଦ୍ର ଦେବଙ୍କ ସମୟରୁ ସ୍ଥାପିତ ହୋଇଥିଲା ଏହି ମନ୍ଦିର । ମନ୍ଦିରର ଉଚ୍ଚତା ୪୨ ଫୁଟ ରହିଥିବା ବେଳେ ଏହାର ମୁଖସାଳାର ଉଚ୍ଚତା ୨୭ ଫୁଟ ରହିଛି । ମା’ ପିଙ୍ଗଳାକ୍ଷୀଙ୍କ ମନ୍ଦିରଟି ୧୫୦୬ ମସିହା ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ପୋଥିରେ ଉଲ୍ଲେଖ ରହିଛି ।

ମାଆଙ୍କ ଅପାର ମହିମା। ଭକ୍ତ ଡାକିଲେ ମାଆ ଶୁଣନ୍ତି ବୋଲି ବିଶ୍ବାସ । ପୂର୍ବରୁ ମାଆଙ୍କର ନାମ ପିଙ୍ଗଳା ରହିଥିବା ନେଇ ସ୍ୱପ୍ନାଦେଶ ହୋଇଥିଲାରୁ ମା ପିଙ୍ଗଳାକ୍ଷୀ ନାମରେ ନାମିତ ବୋଲି ଅନୁମାନ କରାଯାଏ । ମାଆଙ୍କ ପାଖରେ ଦହିପଖାଳ ଭୋଗ କରାଯାଏ । ଅନ୍ୟନ୍ୟ ଦେବୀଙ୍କ ମନ୍ଦିରରେ ଆମିଷ ଭୋଗ ବ୍ୟବସ୍ତା ଥିଲେ ମଧ୍ୟ ଏଠାରେ ତାହାର ବିତିକ୍ରମ ଦେଖା ଯାଏ। ଏହି ସ୍ଥାନରେ ନିରାମିଷ ଭୋଗ ଲାଗି ହୁଏ।

 

ଭାରତରେ ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି ପ୍ରାୟ ୧୩ ଲକ୍ଷ ନୂଆ କ୍ୟାନସର ରୋଗୀ

ନନ୍ଦିଘୋଷ ବ୍ୟୁରୋ: ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ ସେମିନାରେ ସାଂଘତିକ ତଥ୍ୟ । ଭାରତରେ ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି ପ୍ରାୟ ୧୩ ଲକ୍ଷ ନୂଆ କ୍ୟାନସର ରୋଗୀ । ଦିନ କୁ ଦିନ କର୍କଟ ରୋଗ ବଢିବାରେ ଲାଗିଛି ଏବଂ ପ୍ରାୟ 193 ଲକ୍ଷ ନୂତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ 50% ଏସୀୟ ଦେଶରୁ ଆସିଛି। ଅଧିକାଂଶ ସାଧାରଣ କର୍କଟ ହେଉଛି ପାଟି, ସ୍ତନ,ପାକସ୍ଥଳୀ,ଝାଡାନଳୀ, ସ୍ତ୍ରୀ ରୋଗ ଏବଂ ଫୁସଫୁସ କର୍କଟ।

ଉତ୍କଳ କର୍କଟ କନକ୍ଲେଭ 2024 ନାମରେ ଏକ ଦିବସୀୟ ସେମିନାରରେ ହୋଇଥିଲା ଆଲୋଚନା । କର୍କଟ ରୋଗର କାରଣ ହେଉଛି ଜୀବନ ଶୈଳୀର ପରିବର୍ତ୍ତନ, ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ, ତମାଖୁ ଅଭ୍ୟାସ, ମୋଟାପଣ ଏବଂ ବ୍ୟାୟାମର ଅଭାବ । ଜନସାଧାରଣ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତା,କର୍କଟ ରୋଗର ପ୍ରାଥମିକ ଅବସ୍ଥାରେ ନିରାକରଣ ଏବଂ ଚିହ୍ନଟ କରିବାରେ ବହୁ ଅବଦାନ ଦେଇପାରେ ।

ମିଶନ ଶକ୍ତି କରିଛି ମହିଳାଙ୍କୁ ସ୍ବାବଲମ୍ବୀ

ନୂଆପଡ଼ା: ମିଶନ ଶକ୍ତି କରିଛି ମହିଳାଙ୍କୁ ସ୍ବାବଲମ୍ବୀ। ନୂଆପଡା ଖଡିଆଳ ବ୍ଲକ ସାନଦୋହେଲ ଗାଁରେ ଏସଏଚଜି ମହିଳା ମାନେ ବସ୍ତାରୁ ସୂତା କାଢି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ଦେଉଛନ୍ତି ତାଲିମ । କାମକୁ ନେଇ ମହିଳା ମାନେ ବେସ୍ ଖୁସି ଥିବାବେଳେ ଭଲ  ରୋଜଗାର ହେଉଥିବା ପ୍ରକାଶ କରିଛନ୍ତି।

ମିଶନ ଶକ୍ତି ବଦଳାଇ ଦେଇଛି ଗାଁର ଚିତ୍ର। ବଞ୍ଚାଇ ରଖୁଛି ଲୋକଙ୍କ କୌଳିକ ବୃତ୍ତି। ସ୍ୱାବଲମ୍ବୀ ହେଉଛନ୍ତି ଗାଁ ମହିଳା। ସିମେଣ୍ଟ ବସ୍ତାରୁ ସୁତା କାଢି ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ ହେଉଛି । ନୂଆପଡା ଜିଲ୍ଲା ଖଡିଆଳ ସାନଦୋହେଲ ଗାଁରେ ଏସଏସଜି ମହିଳା ମାନେ କୌଳିକ ବୃତ୍ତିକୁ ବଞ୍ଚାଇବା ସହ ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ ଏହି କାମ ପାଇଁ ତାଲିମ ଦେଉଛନ୍ତି। ଏହି କାର୍ଯ୍ୟକୁ ନେଇ ମହିଳା ମାନେ ବେସ୍ ଖୁସି ଥିବାବେଳେ ଭଲ ରୋଜଗାର ହେଉଥିବା ପ୍ରକାଶ କରିଛନ୍ତି।

ସାନଦୋହେଲ ଗାଁର ୧୧ ଜଣ ମହିଳା ମା ମଙ୍ଗଳା ଏସଏସଜି ଗଠନ କରି ପ୍ରଥମେ ଦେଢ଼ ଲକ୍ଷ ଟଙ୍କା ଋଣ ଆଣି ନିଜ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଋଣ ପରିଶୋଧ ପରେ ପୁଣି ୩ ଲକ୍ଷ ଟଙ୍କା ଆଣି କାର୍ଯ୍ୟକୁ ବୃଦ୍ଧି କରିଛନ୍ତି। ମହିଳା ମାନେ ନିଜ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟସ୍ଥଳୀରୁ ସିମେଣ୍ଟ ବସ୍ତାକୁ କିଣି ଆଣିବା ସହ ସେହି ବସ୍ତାରୁ ସୂତା କାଢି ସେଥିରୁ ଦଉଡ଼ି କରୁଛନ୍ତି । ଘର ପାଇଁ ବ୍ୟବହାର ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରି ଗାଁ ବଜାର ରେ ବିକ୍ରି କରୁଛନ୍ତି। ଗାଁର ଏସଏସଜି ମହିଳା ମାନେ ଏକାଠି ବସି ଏହି ସାମଗ୍ରୀ ପ୍ରସ୍ତୁତ କରୁଥିବା ବେଳେ ଏହି କାର୍ଯ୍ୟକୁ ବଞ୍ଚାଇ ରଖିବା ପାଇଁ ଅନ୍ୟ ମହିଳାମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି।

କମିଶନରେଟ ପୋଲିସର ୧୬ତମ ରେଜିଂ ଡେ ଉତ୍ସବ, ଇ-ଆବେଦନ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସର ୧୬ତମ ରେଜିଂ ଡେ ଉତ୍ସବ। ମଙ୍ଗଳବାର ୧୭ ବର୍ଷରେ ପାଦ ଥାପିଛି କମିଶନରେଟ ପୋଲିସ । ଭୁବନେଶ୍ବର ସପ୍ତମ ବାଟାଲିଅନ ପଡିଆରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟରେ ଉଲ୍ଲେଖନୀୟ  ପ୍ରଦର୍ଶନ କରିଥିବା ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଇ-ଆବେଦନ ପୋର୍ଟାଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୋର୍ଟାଲ ଦ୍ବାରା ପୋଲିସ ଲୋକଙ୍କ ଅଧିକ ବିଶ୍ବାସଭାଜନ ହୋଇପାରିବ। ଡିଜିଟାଲ ସେବା ଦ୍ୱାରା ପୋଲିସ ଅଧିକ ସଶକ୍ତ ହେବ। କମିଶନରେଟ ପୋଲିସ ୧୬ ବର୍ଷ ଧରି ଲକ୍ଷ୍ୟ ପଥରେ ଆଗେଇ ଚାଲିଛି । ଏହା ଅଧିନରେ ୫୨ଟି ଥାନା କାର୍ଯ୍ୟ କରୁଛି।

ସାଇବର ଅପରାଧ ବିଷୟରେ ବିଭିନ୍ନ ଶିକ୍ଷାନୁଷ୍ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ମହିଳା, ଶିଶୁ ଏବଂ ବରିଷ୍ଠ ନାକରିଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୋଲିସ କମିଶନରେଟ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ । ପୋଲିସକୁ ଦକ୍ଷ ଓ ଉତ୍ତରଦାୟୀ କରିବାରେ ମୁଖ୍ୟମନ୍ତ୍ରୀଙ୍କ ରହିଛି ପ୍ରମୁଖ ଭୂମିକା। ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତା ଯୋଗୁଁ ପୋଲିସ ଲୋକାଭିମୁଖୀ ହୋଇଛି । ପୋଲିସ ବ୍ୟବସ୍ଥା ପରିଚାଳନାରେ ବଡ ସଫଳତା ମିଳିଛି । ଗୁଣାତ୍ମକ ପୋଲିସ ସେବା ଆମର ମୂଳମନ୍ତ୍ର ବୋଲି କହିଛନ୍ତି  ଡିଜିପି ଅରୁଣ ଷଡଙ୍ଗୀ।

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ୟାଚର ପିଚ ପାଇଁ ଆଇସିସିର ଆକ୍ସନ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ତେବେ ଦ୍ବିତୀୟ ଟେଷ୍ଟ ମ୍ୟାଚ ସବୁଠାରୁ ଅଧିକ ରୋମାଞ୍ଚକ ହୋଇଥିଲା । ଏହି ମ୍ୟାଚରେ ପ୍ରଥମ ଦିନରେ ଉଭୟ ଦଳ ଅଲଆଉଟ ହୋଇଥିଲେ । ଲୋସ୍କୋରିଂ ମ୍ୟାଚ ହୋଇଥିବାବେଳେ ପ୍ରଦର୍ଶନ ସାଙ୍ଗକୁ ପିଚକୁ ନେଇ ଚର୍ଚ୍ଚା କମିବାର ନାଁ ନେଉନାହିଁ । ଟେଷ୍ଟ କ୍ରିକେଟ ଇତିହାସରେ ଏହି ମ୍ୟାଚ ରେକର୍ଡ କରିଛି । କମ ସଭର ଖେଳାଯାଇଥିବା ମ୍ୟାଚରେ ଏହା ରେକର୍ଡ କରିଛି । ମାତ୍ର ୧୦୭ ଓଭରରେ ମ୍ୟାଚ ଫଳାଫଳ ଜଣାପଡ଼ିଛି । ଯାହାକୁ ନେଇ ଆଇସିସି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ପିଚକୁ ନେଇ ପ୍ରଶ୍ନ ଉଠିଥିବାବେଳେ ରେଫରି କ୍ରିସ୍ ବ୍ରଡ ରିପୋର୍ଟ ଦାଖଲ କରିଛନ୍ତି । ଏହାସହ ସେ କହିଛନ୍ତି କି, ନ୍ୟୁଜିଲାଣ୍ଡ ପିଚ ସବୁବେଳେ ବୋଲରଙ୍କୁ ସୁହାଇବା ସହ ବାଉନ୍ସର ହୋଇଥାଏ । ବ୍ୟାଟ୍ସମ୍ୟାନମାନେ ଖେଳିବା ପାଇଁ କଷ୍ଟ ମଧ୍ୟ ହୋଇଥାଏ । ତେବେ ସେ ଯାହାବି ହେଉ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ଭାରତ ୭ ଓ୍ବିକେଟ ଜିତିଥିବାବେଳେ ଆଇସିସି ପିଚକୁ ନେଇ ଉଠାଇଛି ପ୍ରଶ୍ନବାଚୀ । ପ୍ରଥମ ଦିନରେ ୨୩ ଓ୍ବିକେଟ ଖସିଥିଲା । ଦେଢ଼ ଦିନରେ ଖେଳ ଶେଷ ହୋଇଥିଲା ।

ଲକ୍ଷ୍ମୀପୁରରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ପହଞ୍ଚିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତଥର ନାରାୟଣପାଟଣା ଆସିଥିବା ବେଳେ ୧୫ଟି ପ୍ରସ୍ତାବ ଆସିଥିଲା, ସେଥିରୁ ୧୨ଟି ପୂରଣ ହୋଇଛି ବୋଲି କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି । ଏଥିସହ ନାରାୟଣପାଟଣା ଓ ବନ୍ଧୁଗାଁରେ ସରକାରୀ ଡିଗ୍ରି କଲେଜ ଖୋଲିବା ପାଇଁ ଅନୁମୋଦନ କରିଛନ୍ତି  ମୁଖ୍ୟମନ୍ତ୍ରୀ । ଚଳିତବର୍ଷଠୁ ହିଁ ସେଠାରେ ଆଡମିଶନ ହେବା ସହ ପାଠପଢା ହେବ । ଝଞ୍ଜାବତି ବ୍ୟାରେଜ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶହେ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ନାରାୟଣପାଟଣାରେ ଥିବା ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୪କୋଟି ଟଙ୍କା, ବନ୍ଧୁଗାଁରେ ଥିବା ମନ୍ଦିର ପାଇଁ ୨ କୋଟି ଟଙ୍କା, ଲକ୍ଷ୍ମୀପୁର କଲେଜର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଆରକେ ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ଡିଗ୍ରୀ କଲେଜର ଫାଇଭ-ଟି ରୂପାନ୍ତରଣ ପାଇଁ ଏକ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ନାରାୟଣପାଟଣାରେ ଥିବା ରାଧାକ୍ରିଷ୍ଣ ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ପାଇଁ ୫୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କୋରାପୁଟ ଜିଲ୍ଲାର ୩୦୦ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି  । କେବଳ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ପାଇଁ ୧୩୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂସାରୀଗୁଡା ଆଲୁମିନିୟମ ପ୍ରୋଜେକ୍ଟକୁ ମୁଖ୍ୟମନ୍ତ୍ରୀ ନିକଟରେ ଶୁଭ ଉଦଘାଟନ କରିଛନ୍ତି । ଗତ ୧୦ ମାସ ଭିତରେ ମୁଖ୍ୟମନ୍ତ୍ରୀ କେବଳ କୋରାପୁଟ ଜିଲ୍ଲାକୁ ୪୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ନିବେଦନ ଗୁଡିକ ପାଇଁ ଆସନ୍ତା ୧୯ ତାରିଖ ମଧ୍ୟରେ ଖୁସି ଖବର ପାଇବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ଏଥିସହ ଖୁବଶୀଘ୍ର ଭତ୍ତା ବଢାଯିବ ବୋଲି କହିଛନ୍ତି ।