ହୋଲି ଖେଳିଲେ ଜାପାନୀ ରାଷ୍ଟ୍ରଦୂତ, ସୋସିଆଲ ମିଡିଆରେ ପ୍ରଶଂସା କଲେ ଭାରତୀୟ

1 min read

ନୂଆଦିଲ୍ଲୀ: ଉଲ୍ଲାସର ପର୍ବ ହୋଲି  । ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଚେହେରାରେ ଆଣିଦିଏ ଖୁସି  । ପ୍ରତି ଭାରତୀୟ ହୋଲି ସେଲିବ୍ରେଟ କରିଥାନ୍ତି  । ଉତ୍ତରରୁ ଦକ୍ଷିଣ ପୂର୍ବରୁ ପଶ୍ଚିମ ଧର୍ମକୁ ଭୁଲି ହୋଲି ପାଲିଥାନ୍ତି ସଭିଏଁ  । ଦୁନିଆରେ ଏଭଳି ବହୁତ ଦେଶ ହୋଲି ପାଲିଥାନ୍ତି  । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି  । ଯେଉଁ ଭିଡିଓରେ ଜାପାନର ରାଷ୍ଟ୍ରଦୂତ ହୋଲିର ମଜା ନେଉଥିବା ଦେଖିବାକୁ ମିଳିଛି  ।

ଜାପାନୀ ରାଷ୍ଟ୍ରଦୂତ ହରୋଶୀ ସୁଜୁକି ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି  । ସେ ପୋଷ୍ଟ କରି ଲେଖିଛନ୍ତି ହାପି ହୋଲି । ହରୋଶୀ ନିଜ ପରିବାର ସହିତ ହୋଲି ଖେଳୁଥିବା ନଜର ଆସିଛନ୍ତି  । ଜଣେ ମହିଳାଙ୍କ ସହ ଜାପାନୀ ରାଷ୍ଟ୍ରଦୂତ ରଙ୍ଗ ଖେଳୁଛନ୍ତି । ତାଙ୍କର ଏଭଳି ମଜାମସ୍ତି ପୋଷ୍ଟ ଦେଖିବା ପରେ ଭାରତୀୟ ୟୁଜର ବେଶ ପ୍ରଶଂସା କରିଛନ୍ତି  । ଅନେକ ୟୁଜର ତାଙ୍କୁ ଶୁଭକାମନା ଜଣାଇଛନ୍ତି  । କିଛି କହିଛନ୍ତି ଯେ ଭାରତୀୟ ଜାପାନୀ ଭାଇ ଭାଇ  । ଏହା ଛଡା ଇସ୍ରାଏଲର ରାଷ୍ଟ୍ରଦୂତ ମଧ୍ୟ ହୋଲି ଖେଳୁଥିବା ନଜର ଆସିଛନ୍ତି  ।

 

କିଛି ଦିନ ପୂର୍ବରୁ ହରୋଶୀ ସୁଜୁକିଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା  । ଯେଉଁଥିରେ ସେ ଫିଲ୍ମ ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା  । ସେତେବେଳେ ସେ ମୁମ୍ବାଇର ଫିଲ୍ମ ସିଟି ବୁଲିବାକୁ ଯାଇଥିଲେ  । ଏହି ସମୟରେ ସେ ଆମିର ଖାନଙ୍କ ଥ୍ରି ଇଡିଅଟସର ଏକ ସିନ୍‌ ରିକ୍ରିଏଟ କରିଥିଲେ  । ସେତେବେଳେ ସେ କହିଥିଲେ ତାଙ୍କୁ ଆମୀର ଖାନଙ୍କ ଭଳି ଅନୁଭବ ହେଉଛି  । ଏହା ସହ ଅନ୍ୟ କେତେକ ଫିଲ୍ମର ଲୋକପ୍ରିୟ ପୋଜ୍‌ ଦେଇ ଫଟୋ ବି ଉଠାଇଥିଲେ ।