spot_img
Home Blog Page 2330

ମା’ ସମଲେଶ୍ବରୀଙ୍କ ପୀଠରେ 5T ଅଧ୍ୟକ୍ଷ

ସମ୍ବଲପୁର: ଶେଷ ପର୍ଯ୍ୟାୟରେ ସମଲେଇ ପ୍ରକଳ୍ପ କାର୍ଯ୍ୟ । ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ଆଜି ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସକାଳୁ ସକାଳୁ ମା ସମଲେଶ୍ବରୀଙ୍କୁ ଦର୍ଶନ କରିବା ସହିତ ସମଲେଇ ପ୍ରକଳ୍ପର ଶେଷ ସମୀକ୍ଷା କରିଛନ୍ତି । କିଭଳି ଆସନ୍ତା ୨୨ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟଶେଷ ହେବ ସେନେଇ ଆଲୋଚନା କରିଛନ୍ତି । ସେପଟେ ୨୭ ତାରିଖରେ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ତେଣୁ ଶିଘ୍ର କାମ ସାରିବାକୁ ଫାଇଭ୍-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମହାନଦୀ ଭ୍ୟୁ ପଏଣ୍ଟ ବୁଲି ଦେଖିବା ସହ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ।

ଏମାନଙ୍କୁ ମିଳିପାରେ ଟି-୨୦ ବିଶ୍ବକପ ଦଳରେ ସ୍ଥାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଖେଳାଯିବ ଟି-୨୦ ବିଶ୍ବକପ । ଆଉ ୫ ମାସ ବାକି ରହିଥିବାବେଳେ ଏବେଠାରୁ ଆରମ୍ଭ ହୋଇଯାଇଛି ପାଉଣ୍ଟଡାଉନ୍ । ଦିନିକଆ ବିଶ୍ବକପରେ ଭାରତ ଫାଇନାଲରେ ପରାଜୟ ବରଣ କରିବା ପରେ ପ୍ରଶଂସକମାନେ ଆଶା ରଖିଛନ୍ତି କି, ଟି-୨୦ ବିଶ୍ବକପ ଭାରତ ନିଶ୍ଚିତ ଜିତିବ । ତେବେ ଭାରତୀୟ ଦଳ ଏବେ ଦମଦାର ଫର୍ମରେ ରହିଥିବାବେଳେ କାହାକୁ ଦଳରେ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡ଼ିବେ ତାକୁ ନେଇ ଏକପ୍ରକାର ଚର୍ଚ୍ଚାର ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କି, କିଏ ଓ୍ବିକେଟ କିପରଭାବେ ଦଳରେ ସ୍ଥାନ ପାଇବେ ଏବଂ ଦଳର ଅଧିନାୟକ ପଦ କିଏ ସମ୍ଭାଳିବେ । ହାର୍ଦ୍ଦିକା ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ ଏବଂ ରୋହିତ ଶର୍ମା ଅଧିନାୟକ ରେସରେ ରହିଛନ୍ତି । ଦୀର୍ଘଦିନ ପରେ ରୋହିତ ଟି-୨୦ ଦଳକୁ ଫେରିଛନ୍ତି ।

ରୋହିତ ଏବଂ କୋହଲି ଟି-୨୦ ବିଶ୍ବକପରେ ଦଳରେ ସ୍ଥାନ ପାଇବେ କି, ନାହିଁ ତାକୁ ନେଇ ଚରଚ୍ଚା ହେଉଛି । ବିଶ୍ବକପ ପୂର୍ବରୁ ଆଇପିଏଲ ରହିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯିବ । ତେବେ ଓ୍ବିକେଟ କିପର ଭାବେ ସଞ୍ଜୁ ସାମସନ, ଜିତେଶ ଶର୍ମା ଏବଂ ଇଶାନ କିଶାନ ଏବଂ କେ.ଏଲ ରାହୁଲ ରହିଛନ୍ତି । ଏହି ୪ ବ୍ୟାଟ୍ସମ୍ୟାନ ଏବେ ଦମଦାର ଫର୍ମରେ ରହିଥିବାବେଳେ କାହାକୁ ଦଳରେ ସ୍ଥାନ ମିଳିବ ତାହା ବେଶ ଗୁରୁତ୍ବ ବହନ କରୁଛି । ସେପଟେ ଓପନିଂ କିଏ କରିବ ତାହା ମଧ୍ୟ ବେଶ ଗୁରୁତ୍ବ ବହନ କରେ । ଏବେ ଯବୁ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିବାବେଳେ ଅଭିଜ୍ଞ ଖେଳାଳିମାନେ ଦମଦାର ଫର୍ମରେ ନଜର ଆସୁଛନ୍ତି । ଟି-୨୦ ବିଶ୍ବକପ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ସିରିଜ ଶେଷ ଟି-୨୦ ସିରିଜ । ଆଇପିଏଲ ଏବଂ ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ଦୃଷ୍ଟିରେ ରଖି ଚୟନ କରାଯିବ ବୋଲି କୁହାଯାଉଛି ।

ଆଜି ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଶନିବାର ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ । ଚୀନର ବିରୋଧ ସତ୍ତ୍ବେ ରାଷ୍ଟ୍ରପତି ଓ ସଂସଦ ଲାଗି ଏହି ନିର୍ବାଚନ ହେବ ।  ତାଇଓ୍ବାନ ଉପରେ ଚୀନର ସାମରିକ ଓ ଅର୍ଥନୈତିକ ଆଧିପତ୍ଯ ବଢୁଥିବା ସତ୍ତ୍ବେ ଏହି ନିର୍ବାଚନ ହେଉଛି । ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-DPPର ରାଷ୍ଟ୍ରପତି ପ୍ରାର୍ଥୀ ଲାଇ ଚିଙ୍ଗତେ ହୋଇଥିବାବେଳେ ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ-KMTର ରାଷ୍ଟ୍ରପତି ପ୍ରାର୍ଥୀ ଅଛନ୍ତି ହୋ ୟୁଇ । ତାଇଓ୍ବାନ ପିପୁଲ୍ସ ପାର୍ଟି-TPPର ରାଷ୍ଟ୍ରପତି ପ୍ରାର୍ଥୀ ଅଛନ୍ତି କୋ ଓ୍ବେନ ଜେ । ବର୍ତ୍ତମାନର ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ କ୍ଷମତାରେ ରହିଛନ୍ତି ୮ ବର୍ଷ । ତେବେ ନିୟମ ଦୃଷ୍ଟିରୁ ଆଉ ନିର୍ବାଚନ ଲଢିପାରିବେନି ସାଇ ଇଙ୍ଗ ଓ୍ବେନ । ତାଇଓ୍ବାନକୁ ସର୍ବଦା ସ୍ବାଧୀନ ରାଷ୍ଟ୍ର ବୋଲି ଘୋଷଣା କରିଆସୁଛି DPP ।

DPPର ରାଷ୍ଟ୍ରପତି ପ୍ରାର୍ଥୀ ଲାଇ ଚିଙ୍ଗତେ ଜଣେ ଡାକ୍ତରରୁ ବନିଥିବା ରାଜନେତା । ତାଙ୍କର ବିଜଯ ସମ୍ଭାବନା ଉଜ୍ବଳ ରହିଛି । TPPର ରାଷ୍ଟ୍ରପତି ପ୍ରାର୍ଥୀ କୋ ଓ୍ବେନ ଜେ ମଧ୍ୟମ ପନ୍ଥୀ । ତାଇଓ୍ବାନର ଇତିହାସ କୁହେ- ତୃତୀୟ ଥର ଲାଗି କୌଣସି ଦଳ କ୍ଷମତାକୁ ଆସିନାହିଁ । ତାଇଓ୍ବାନର ଗଣତାନ୍ତ୍ରିକ ଇତିହାସ ୨୭ ବର୍ଷ ପୁରାତନ । ବର୍ତ୍ତମାନର ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନଙ୍କ ସମୟକାଳରେ ଚୀନ ଅନେକ ପ୍ରକାର ସମ୍ପର୍କ ଛିନ୍ନ କରିଛି । ଗତ କିଛି ବର୍ଷ ମଧ୍ୟରେ ତାଇଓ୍ବାନ ସହ ଚୀନର ସମ୍ପର୍କ ତିକ୍ତ ହୋଇଥିବାବେଳେ ଆମେରିକା-ତାଇଓ୍ବାନ ସମ୍ପର୍କ ବଢିଛି ।  ଚୀନର ବିରୋଧ ସତ୍ତ୍ବେ ଆମେରିକା ତାଇଓ୍ବାନକୁ ବିପୁଳ ଅସ୍ତ୍ରଶସ୍ତ୍ର ବିକ୍ରି କରିଆସୁଛି । ଏପରିକି ତାଇଓ୍ବାନ ଉପରେ ଯଦି ଚୀନ ଆକ୍ରମଣ କରେ ତେବେ ତାଇଓ୍ବାନକୁ ସୁରକ୍ଷା ଦେବାକୁ ଆମେରିକା ଆଗେଇଆସିବା ସମ୍ଭାବନା ରହିଛି ।

ଆଜି ଇଣ୍ଡିଆ ମେଣ୍ଟର ବୈଠକ, ଆସନ ବୁଝାମଣା ନେଇ ହେବ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ଲାଗି ବଢିଲା ପ୍ଲାନ । ଆଜି ବୈଠକରେ ଉପନୀତ ହେବେ ଇଣ୍ଡିଆ ମେଣ୍ଟ ନେତା । ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ବୈଠକରେ ଆଲୋଚନା ହେବ । ନିଜ ନିଜ ରାଜ୍ୟରେ ଆଞ୍ଚଳିକ ଦଳ ଦବଦବା ରଖିବା ଲାଗି ଅଧିକ ଆସନ କଂଗ୍ରେସକୁ ଛାଡିବାକୁ ପ୍ରସ୍ତୁତ ନଥିବାରୁ ସମସ୍ୟା ବଢିବାରେ ଲାଗିଛି । ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ସହଯୋଗୀ ଦଳ ପ୍ରସ୍ତୁତ ନାହାନ୍ତି । ପଶ୍ଚିମବଙ୍ଗରେ କେବଳ ମାଲଦା ଦକ୍ଷିଣ ଓ ବରହମପୁର ଆସନକୁ କଂଗ୍ରେସକୁ ଦେବା ଲାଗି ଟିଏମସି ଚାହୁଁଛି । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସମଝୋତା ହୋଇପାରିନାହିଁ । ସେହିପରି ଉତ୍ତର ପ୍ରଦେଶ ଓ ବିହାରରେ ବି କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ରାଜିନାହାନ୍ତି ସମାଜବାଦୀ ପାର୍ଟି, ଆରଜେ଼ଡି ଓ ଜେଡିୟୁ । ସେପଟେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି- ତାଙ୍କ ଦଳ ୨୫୫ ଆସନରେ ଲଢେଇ ଲାଗି ନିର୍ଣ୍ଣୟ କରିଛି । ଯଦି ୨୫୫ ଆସନରେ କଂଗ୍ରେସ ଲଢିବ ତେବେ ସ୍ବାଧୀନତା ପରେ ଏହା ହେବ ଦଳ ଲଢୁଥିବା ସବୁଠାରୁ କମ୍ ଆସନ ।

 

 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁରପୂଜନ

ପୁରୀ: ଶ୍ରୀମଣ୍ଡିତ ହୋଇଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶନିବାର ହେବ ଅଙ୍କୁରପୂଜନ । ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ଚାଲିବ ବିଧି । ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ପ୍ରକ୍ରିୟା । ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ମଙ୍ଗଳାରୋପଣ ସମାପନ କରାଯାଇଥିଲା । ପୂଜା ବିଧି ସମ୍ପନ୍ନ ପରେ ଗୁଆ, ପଇତା, ନଡିଆ, ବସ୍ତ, ମୁଦି, ପାତ୍ର ଓ ଯଜ୍ଞ ପାଇଁ ପାତ୍ରୀ, ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି ମହାରାଜା । ଶ୍ରୀହସ୍ତରେ ଏହି ଭବ୍ୟ ଓ ଦିବ୍ୟ ଗୁଆ, ନଡିଆ ପଇତା ଆଦି ପ୍ରଥମେ ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି । ପରେ ପ୍ରଧାନାଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ, ପୁସ୍ତାକାଚାର୍ଯ୍ୟ, ମଣ୍ଡଳାଚାର୍ଯ୍ଯ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କକରାଯାଇଥିଲା । ପୂର୍ବରୁ ପଞ୍ଚଵର୍ଣ୍ଣ ମୁରୁଜରେ ମଣ୍ଡଳ କରାଯାଇଥିଲା ।

ଦେଶର ଦୀର୍ଘତମ ସେତୁ ‘ଅଟଳ ସେତୁ’ ଲୋକାର୍ପିତ, ଜାଣନ୍ତୁ ଗାଡ଼ି ଚଳାଚଳ ନେଇ କ’ଣ ରହିଛି ନିୟମ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କର ଉଦଘାଟନ କରିଛନ୍ତି। ଏହା ସମୁଦ୍ର ଉପରେ ନିର୍ମିତ ଦେଶର ଦୀର୍ଘତମ ସେତୁ । ଏହି ସେତୁ ଦେଇ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ।  ପୂର୍ବରୁ ଯାତାୟାତ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗୁଥିଲା।

ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ ‘ଅଟଳ ସେଟୁ’ ଭାବରେ ମଧ୍ୟ ପରିଚିତ । ଡିସେମ୍ବର ୨୦୧୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସେତୁ ମୁମ୍ବାଇ ଏବଂ ପୁଣେ ମଧ୍ୟରେ ଯାତାୟାତ ସମୟକୁ ମଧ୍ୟ ହ୍ରାସ କରିବ। ଆହୁରି ମଧ୍ୟ ଏଥିଯୋଗୁଁ ମୁମ୍ବାଇ ପୋର୍ଟ ଏବଂ ଜବାହରଲାଲ ନେହେରୁ ପୋର୍ଟ ମଧ୍ୟରେ ମଧ୍ୟ ଭଲ ସଂଯୋଗିକରଣ ହେବ। ତେବେ ଆସନ୍ତୁ ଜାଣିବା ସେତୁର କ’ଣ ବିଶେଷତ୍ୱ ରହିଛି ଏବଂ ଏହା ଉପରେ କେଉଁ ଗାଡ଼ି ଚଳାଚଳ କରିପାରିବ । ଆଉ କ’ଣ ରହିଛି କଟକଣା…

୧.ଏହି ସେତୁ ଦକ୍ଷିଣ ମୁମ୍ବାଇର ସେବରିରୁ ଆରମ୍ଭ ହୋଇ ନଭି ମୁମ୍ବାଇର ନଭା ଶେବା ପର୍ଯ୍ୟନ୍ତ ଯିବ । ଏହି ସେତୁ ଦେଇ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ।  ପୂର୍ବରୁ ଯାତାୟାତ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗୁଥିଲା।

୨. କେମିତି ରହିବ ସଂଯୋଗୀକରଣ?

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କହିବାନୁସାରେ, ଏହି ସେତୁ ମୁମ୍ବାଇକୁ ମୁମ୍ବାଇ-ଗୋଆ ରାଜପଥ, ଭାସାଇ ଏବଂ ବିରାର, ନାଭି ମୁମ୍ବାଇ ଏବଂ ରାୟଗଡ ଜିଲ୍ଲା ସହିତ ସଂଯୋଗ କରିବ । ଏହା ଫଳରେ ନାଭି ମୁମ୍ବାଇକୁ ଅନେକ ନୂତନ ପ୍ରକଳ୍ପ ଏବଂ ବଡ଼ବଡ଼ କମ୍ପାନୀ ଆସିବା ନେଇ ଆଶା ରହିଛି ।

୩. କେତେ ଲମ୍ବା ଏହି ସେତୁ ?

ଅଟଳ ସେତୁ ୬ ଲେନ୍ ବିଶିଷ୍ଟ। ଏହି ସେତୁଟି ୨୧.୮ କିଲୋମିଟର ଲମ୍ବ ରହିଛି। ଏହାର ୧୬.୫ କିଲୋମିଟର ଅଂଶ ସମୁଦ୍ରରେ ଏବଂ ପ୍ରାୟ ୫.୫ କିଲୋମିଟର ସ୍ଥଳଭାଗରେ ନିର୍ମିତ । ଏହି ସେତୁ ସମୁଦ୍ର ପତ୍ତନଠାରୁ ୧୫ ମିଟର ଉଚ୍ଚରେ ନିର୍ମିତ |

୪.ସେତୁର ମୂଲ୍ୟ କେତେ ରହିଛି?

ଏହି ସେତୁ ପାଇଁ ୧୭,୮୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅଟଳ ସେତୁ ନିର୍ମାଣ ପାଇଁ ୧,୭୭,୯୦୩ ମେଟ୍ରିକ୍ ଟନ୍ ଷ୍ଟିଲ୍ ଏବଂ ୫,୦୪,୨୫୩ ମେଟ୍ରିକ୍ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଛି । ଏହି ବ୍ରିଜ ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଦାବି କରାଯାଇଛି।

୫. ଏହି ସେତୁ କ’ଣ ପାଇଁ ଖାସ୍?

ଏହା କେବଳ ଦେଶର ଦୀର୍ଘତମ ସେତୁ ନୁହେଁ ବରଂ ସମୁଦ୍ର ଉପରେ ନିର୍ମିତ ଭାରତର ଦୀର୍ଘତମ ସେତୁ ମଧ୍ୟ ଅଟେ। ଏହି ସେତୁରେ ସ୍ୱୟଂଚାଳିତ ଟୋଲ୍ ସଂଗ୍ରହ ଏବଂ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ମଧ୍ୟ ରହିଛି। ଏହା ବ୍ୟତୀତ ଏହି ସେତୁ ନିର୍ମାଣରେ ଲମ୍ବା ଅର୍ଥୋଟ୍ରୋପିକ୍ ଷ୍ଟିଲ୍ ଡେକ୍ସ ବ୍ୟବହାର କରାଯାଇଛି। ଏହି କାରଣରୁ ସେତୁ ନିର୍ମାଣ ପାଇଁ ଅଧିକ ଖମ୍ବର ଆବଶ୍ୟକ ହୋଇନାହିଁ । ଖାସ୍ କଥା ହେଉଛି ଏହାଯୋଗୁଁ ସମୁଦ୍ର ପଥରେ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ । ତେବେ ଭାରତରେ ଏହା ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଛି ।

୬. କେଉଁ ଯାନ ଚଳାଚଳ କରିପାରିବ?

ମୁମ୍ବାଇ ଟ୍ରାଫିକ ପୋଲିସର ସୂଚନାନୁଯାୟୀ, କାର, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନି ବସ୍, ଟୁ-ଏକ୍ସଲ୍ ବସ୍ ଏବଂ ଛୋଟ ଟ୍ରକ୍ ଚଳାଚଳ କରିପାରିବ।

୭. କେଉଁ ଯାନକୁ ଅନୁମତି ଦିଆଯିବ ନାହିଁ?

ମୋଟର ସାଇକେଲ୍, ମୋପେଡ୍, ତିନି ଚକିଆ ଟେମ୍ପୋ, ଅଟୋ ରିକ୍ସା, ଟ୍ରାକ୍ଟର, ସ୍ଲୋ ମୁଭିଂ ଭେହିକିଲ୍  କୁ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ।

୮. କେତେ ରହିବ ଟୋଲ୍?

ଦାବି କରାଯାଉଛି ଯେ, ଏହି ସେତୁ ଦେଇ ଯାତ୍ରା କଲେ ଥରକୁ ୫୦୦ ଟଙ୍କା ମୂଲ୍ୟର ଇନ୍ଧନ ସଞ୍ଚୟ ହେବ। ତେବେ ବ୍ରିଜ ଦେଇ ଯାତ୍ରା କରିବା ପାଇଁ ଟୋଲ ଟ୍ୟାକ୍ସ ମଧ୍ୟ ଆଦାୟ କରାଯିବ। ଏକ କାରରେ ଗୋଟିଏ ଥର ଯାତ୍ରା ପାଇଁ ୨୫୦ ଟଙ୍କା ଟୋଲ୍ ହେବ । ଅପରପକ୍ଷେ ପୁନର୍ବାର ଯଦି ଆପଣ ଫେରୁଛନ୍ତି, ତେବେ ଆପଣଙ୍କୁ ମୋଟ ଟୋଲ୍ ୩୭୫ ଟଙ୍କା ଦେବାକୁ ପଡିବ ।

୯.କେତେ ରହିବ ସ୍ପିଡ୍ ଲିମିଟ୍?

ତେବେ ମୁମ୍ବାଇ ଟ୍ରାଫିକ୍ ପୋଲିସ ଅନୁଯାୟୀ, ଏହି ବ୍ରିଜ୍ ଉପରେ ସ୍ପିଡ୍ ଲିମିଟ୍ ଘଣ୍ଟା ପ୍ରତି ୧୦୦ କିମି. ରହିଛି । ଯଦିଓ ବ୍ରିଜ୍ ଉପରେ ଚଢିବା ଓ ଓହ୍ଲାଇବା ବେଳେ ଘଣ୍ଟା ପ୍ରତି ଗତି ୪୦କିମି. ରହିବ ।

ଶନିବାର ବସିବ ଇଣ୍ଡିଆ ମେଣ୍ଟର ବୈଠକ

ନୂଆଦିଲ୍ଲୀ: ୨୦୨୪ ଲାଗି ବଢିଲା ପ୍ଲାନ। ବୈଠକରେ ଉପନୀତ ହେବେ ଇଣ୍ଡିଆ ମେଣ୍ଟ ନେତା। ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ବୈଠକରେ ଆଲୋଚନା ହେବ। ନିଜ ନିଜ ରାଜ୍ୟରେ ଆଞ୍ଚଳିକ ଦଳ ଦବଦବା ରଖିବା ଲାଗି ଅଧିକ ଆସନ କଂଗ୍ରେସକୁ ଛାଡିବାକୁ ପ୍ରସ୍ତୁତ ନଥିବାରୁ ସମସ୍ୟା ବଢିବାରେ ଲାଗିଛି।

ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ସହଯୋଗୀ ଦଳ ପ୍ରସ୍ତୁତ ନାହାନ୍ତି। ପଶ୍ଚିମବଙ୍ଗରେ କେବଳ ମାଲଦା ଦକ୍ଷିଣ ଓ ବରହମପୁର ଆସନକୁ କଂଗ୍ରେସକୁ ଦେବା ଲାଗି ଟିଏମସି ଚାହୁଁଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସମଝୋତା ହୋଇପାରିନାହିଁ। ସେହିପରି ଉତ୍ତର ପ୍ରଦେଶ ଓ ବିହାରରେ ବି କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ରାଜିନାହାନ୍ତି ସମାଜବାଦୀ ପାର୍ଟି, ଆରଜେ଼ଡି ଓ ଜେଡିୟୁ।

ସେପଟେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି- ତାଙ୍କ ଦଳ ୨୫୫ ଆସନରେ ଲଢେଇ ଲାଗି ନିର୍ଣ୍ଣୟ କରିଛି। ଯଦି ୨୫୫ ଆସନରେ କଂଗ୍ରେସ ଲଢିବ ତେବେ ସ୍ବାଧୀନତା ପରେ ଏହା ହେବ ଦଳ ଲଢୁଥିବା ସବୁଠାରୁ କମ୍ ଆସନ।

ବିଜେପି ଯୁବ ସଂକଳ୍ପ ସମାବେଶରେ ହଙ୍ଗାମା

ନିଶ୍ଚିନ୍ତକୋଇଲି: ବିଜେପି ଯୁବ ସଂକଳ୍ପ ସମାବେଶରେ ହଙ୍ଗାମା। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ବେ ଅମାନିଆ ହେଲେ କର୍ମୀ। ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆଠାରେ ବିଜେପି ଯୁବ ସଂକଳ୍ପ ସମାବେଶରେ କର୍ମୀଙ୍କ ମଧ୍ୟରେ ଚେୟାର ଫିଙ୍ଗାଫିଙ୍ଗି ପରି ଘଟଣା ଦେଖିବାକୁ ମିଳିଛି । ଯାହା ଏବେ ବିଜେପିର ଦଳୀୟ ବିଶୃଙ୍ଖଳାକୁ ପଦାରେ ପକାଇ ଦେଇଛି  ।

ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ସଭାପତି ନୟନ ମହାନ୍ତି ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ । ଏହି ସମୟରେ କୌଣସି କାରଣରୁ ମଞ୍ଚ ତଳେ ବସିଥିବା ଯୁବ କର୍ମୀଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ, ନାରାବାଜି । ଯାହା ପରେ ଚେୟାର ଫିଙ୍ଗାଫିଙ୍ଗି ଘଟଣା ଯାଏଁ କଥା ଯାଇଥିଲା । ସଭାରେ ଭାଷଣ ଚାଲିଥିବାବେଳେ ଏପରି କାଣ୍ଡକାରଖାନା ଘଟିଯିବାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେପି ଏକ ଶୃଙ୍ଖଳିତ ଦଳ ବୋଲି ନେତା ମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି। ବିଜେପିର ଲୋକପ୍ରିୟତା ବୃଦ୍ଧି ପାଉଛି ବୋଲି ଦଳୀୟ ନେତା ବାହାସ୍ଫୋଟ ମାରୁଛନ୍ତି।

ହେଲେ ଅପରପକ୍ଷେ ୫ହଜାର ଚେୟାର ପଡିଥିଲାବେଳେ ଦେଢ ହଜାର ଲୋକ ଥିଲେ କି ନାହିଁ ବୋଲି ସନ୍ଦେହ କରିଛନ୍ତି ସ୍ଥାନୀୟବାସିନ୍ଦା। ସୋସିଆଲ ମିଡିଆରେ ଚେୟାର ଫିଙ୍ଗାଫିଙ୍ଗି ଘଟଣା ସହ ନାରାବାଜି ମଧ୍ୟ ଭାଇରାଲ ହେଉଛି। ଯାହାକୁ ଦେଖି ସ୍ଥାନୀୟବାସିନ୍ଦା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବିଜେପି ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆଠାରେ ଯୁବ ସଂକଳ୍ପ ସମାବେଶ ଆୟୋଜିତ କରିଥିଲା।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ସୁରକ୍ଷାର ଅଭୈଦ୍ୟ ଗଡ଼। ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏବଂ ୧୭ ତାରିଖ ପାଇଁ ସ୍ଵତନ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ପୋଲିସ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଆଜିଠାରୁ ୧୬ତାରିଖ ପର୍ଯ୍ୟନ୍ତ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସହ ସ୍ୱତନ୍ତ୍ର ଟିମ ୩ଟି ମୁତୟନ ହେବେ । ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଲୋକାର୍ପଣ ଉତ୍ସବ ପାଇଁ ଅଧିକ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ। ସିସିଟିଭି ଓ ସର୍ଭେଲାନ୍ସ ଟିମ, ବୋମା ନିଷ୍କ୍ରିୟକାରୀ ଟିମ୍, ଫେସ ରିଡିଂ ଟିମ୍‌ ନିୟୋଜିତ ହେବେ। ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି। ୧୬ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ଟ୍ରାଫିକ କଟକଣା ମଧ୍ୟ ରହିବ ନାହିଁ। ଭିଡ ଓ ଗହଳିକୁ ଦେଖି ଟ୍ରାଫିକ ପରିଚାଳନା କରାଯିବ।

ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ; କହିଲେ- ସରକାରୀ ସ୍କୁଲରୁ ପଢି ସୁନାମ ଆଣିଛନ୍ତି ଏହି ବ୍ୟକ୍ତିବିଶେଷ…

କଳାହାଣ୍ଡି: କଳାହାଣ୍ଡି ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ପଡ଼ିଆରେ ନୂଆ-ଓ କାର୍ଯ୍ୟକ୍ରମରେ ପିଲାଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମସ୍ତ ଛାତ୍ରଛାତ୍ରୀ ଏବେ ଜୀବନର ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଏହା ଏକ ଗୋଲଡେନ ପିରିୟଡ। ଏହି ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପାଠ ପଢିବା। ପାଠ ପଢା ସହ କୋ-କରିକୁଲାର ଆକ୍ଟିବିଟିଜ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବ।

ଜୀବନରେ ସଫଳତା ଲାଗି ଆତ୍ମବିଶ୍ବାସ ବହୁ ଜରୁରୀ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହାଦ୍ବାରା ପିଲାଙ୍କ ପ୍ରତିଭା ବାହାରକୁ ଆସିବ। ସାମଗ୍ରିକ ବ୍ୟକ୍ତିତ୍ବର ଉନ୍ନତି ହେବ। ପାଠ ପଢିବା ସହ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ ହେଲେ ଜୀବନରେ ସଫଳତା ହାସଲ କରିହେବ। ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଠିକ ରଖିବା ଲାଗି ମଧ୍ୟ ଟିପ୍ସ ଦେଇଛନ୍ତି 5T ଅଧ୍ୟକ୍ଷ। ଛାତ୍ରଛାତ୍ରୀ ସୁସ୍ଥ ରହିବା ସହ ନିଜ ମନକୁ ସୁସ୍ଥ ରଖିବା ଉଚିତ। ପ୍ରତିଦିନ ୩୦ ମିନିଟ ଶାରିରୀକ ପରିଶ୍ରମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି। ଉଜ୍ଜଳ ଭବିଷ୍ୟତ ଲାଗି ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସୋସିଆଲ ମିଡିଆରେ ସମୟ ଅପଚୟ ନକରିବାକୁ ଛାତ୍ରଛାତ୍ରୀଙ୍କୁ ସେ କହିଛନ୍ତି। ସେହିପରି ବାପାମାଆ ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ଦେବାକୁ କହିଛନ୍ତି। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି। ଆତ୍ମବିଶ୍ବାସ ରଖି କଠିନ ପରିଶ୍ରମ କଲେ ଭବିଷ୍ୟତ ଉଜ୍ଜଳ ହେବା ସହ ସ୍ବପ୍ନ ସାକାର କରିବେ। ସରକାରୀ ସ୍କୁଲରେ ପଢି ସଫଳତା ପାଇଛନ୍ତି ଅନୁପମ ଶାହା, ସତ୍ୟବ୍ରତ ଭୋଇ, ପିନାକ ମିଶ୍ର। ଛାତ୍ରଛାତ୍ରୀ ନିଜ ପ୍ରତି ବିଶ୍ବସ୍ତ ହୁଅନ୍ତୁ, ବହୁତ ଉପରକୁ ଯିବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।