ନିରନ୍ତର ଜନସେବା ଯୋଗୁଁ ରାଜ୍ୟବାସୀଙ୍କ ହୃଦୟରେ ନବୀନ

1 min read

ଭୁବନେଶ୍ୱର : ବିଜୟର ନବୀନ ମନ୍ତ୍ର ଜନସେବା । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ଜନତା ଦଳର ବିଜୟର ଏକମାତ୍ର କାରଣ । ସ୍ବଚ୍ଛ ଶାସନ ଯୋଗୁ ସାରା ଭାରତରେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ପାଳି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିଜ ସମେତ ୭୨ ବିଧାନସଭା ଓ ୧୫ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନିର୍ବାଚନୀ ମାହୋଲକୁ ଉଷ୍ମ କରିଛନ୍ତି ନବୀନ । ପ୍ରାର୍ଥୀମାନେ ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଛନ୍ତି । ଏହି ବିଶ୍ବାସ ଯୋଗୁଁ ସେମାନେ କୃତଜ୍ଞତା ଜଣାଇବା ସହ ବିଜୟର ମନ୍ତ୍ର ବି ଆଣିଛନ୍ତି । ନିରନ୍ତର ଜନସେବା ଯୋଗୁଁ ରାଜ୍ୟବାସୀଙ୍କ ହୃଦୟରେ ଯେଉଁ ସ୍ଥାନ ବିଜେଡି ବଜାୟ ରଖିଛି, ତାହାକୁ ଆହୁରି ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ମିଳିଛି । ସଠିକ ନିର୍ବାଚନ ପରିଚାଳନା ସହ ବିପୁଳ ମାତ୍ରାରେ ବିଜୟର ଗୁରୁମନ୍ତ୍ର ପାଇଛନ୍ତି ସବୁ ପ୍ରାର୍ଥୀ ।  ଏହି ନିର୍ବାଚନରେ ସମସ୍ତଙ୍କ ଆଖି ସମ୍ବଲପୁର ଲୋକସଭା ଉପରେ । କାରଣ ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେଉଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଦଳର ବୃହତ ସ୍ବାର୍ଥ ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ଛାଡ଼ି ପ୍ରଣବ ଯାଇଛନ୍ତି ସମ୍ବଲପୁର । ଏଠାରେ ଯେଉଁ ବିଗଫାଇଟରେ ଆଶା ରହିଛି, ସେଥିରେ ପ୍ରଣବ ବିପୁଳ ଭୋଟରେ ଜିତିବା ନେଇ ଆକଳନ କରିଛନ୍ତି ସ୍ଥାନୀୟ ନେତା ।