ପଦାକୁ ଆସିଲା ହମାସର ଲୋମହର୍ଷକ ଯୌନ ନିର୍ଯାତନାର ଚିତ୍ର

ନନ୍ଦିଘୋଷ ବ୍ୟୁରୋ : ପଦାକୁ ଆସିଲା ହମାସର ଲୋମହର୍ଷକ ଯୌନ ନିର୍ଯାତନାର ଚିତ୍ର । ପ୍ରଥମ ଥର ଲାଗି ହମାସ କବଳରୁ ମୁକୁଳିଥିବା ଜଣେ ମହିଳା ଖୋଲିଛନ୍ତି ହମାସର ଯୌନ ପିପାସୁ ଯନ୍ତ୍ରଣାର ପେଡି । ଗତ ଅକ୍ଟୋବର ୭ରେ ଇସ୍ରାଏଲରୁ ଅପହୃତ ହୋଇଥିଲେ ୪୦ ବର୍ଷ ବୟସ୍କା ଆମିତ ସୋସାନା । ଅପହରଣର ୫୫ ଦିନ ପରେ ତାଙ୍କ ସହ ୧୦୫ଜଣ ପଣବନ୍ଦୀଙ୍କୁ ଖଲାସ କରାଯାଇଥିଲା । ହେଲେ ଏବେ ଗଣମାଧ୍ଯମ ଆଗରେ ସେ ବଖାଣିଛନ୍ତି ନିର୍ଯାତନାର ଛାତିଥରା କାହାଣୀ । ଏକ ମେକସିଫ୍ଟ ଜେଲ ଭିତରେ ତାଙ୍କୁ ନିର୍ଯାତନା ଦେଇଥିଲେ ହମାସ ଆତଙ୍କୀ । ଯୁଦ୍ଧର ପ୍ରାୟ ୫ ମାସ ପରେ ଏବେ ବି ୧୩୦ ପଣବନ୍ଦୀ ହମାସ କବଜାରେ ରହିଛନ୍ତି । ସେମାନଙ୍କ ସମ୍ପର୍କରେ ମିଳୁନି କୌଣସି ଖୋଜଖବର । ସେପଟେ  ଇରାନ ବିରୋଧରେ ଆମେରିକା ନେଇଛି ବଡ଼ ପଦକ୍ଷେପ । ଇରାନର ସାମରିକ ବିଭାଗକୁ ସହାୟତା କରୁଥିବା 6ଟି ଦେଶର ବିଭିନ୍ନ ଫାର୍ମ ଉପରେ କଟକଣା ଲଗାଇଛି ଆମେରିକା । କଟକଣାର ଶିକାର ହୋଇଥିବା ଫାର୍ମଗୁଡିକ ମଧ୍ୟରୁ କେତେକ ଫାର୍ମ ୟେମେନର ହାଉଥି ଆତଙ୍କବାଦୀ ସଂଗଠନ ଓ ଲେବାନନର ହେଜବୁଲ୍ଲା ସଂଗଠନକୁ ସହାୟତା କରୁଥିବା ଜଣାଯାଇଛି । ଲାଇବେରିଆ, ଭାରତ, ଭିଏତନାମ, ଲେବାନନ ଓ କୁଏତରେ ପ୍ରତିଷ୍ଠିତ କିମ୍ବା ପଞ୍ଜିକୃତ ଫାର୍ମଗୁଡିକ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି ।