spot_img
Home Blog Page 2329

ଗାଁରୁ ଗାଁ ବୁଲୁଛି ଜଗନ୍ନାଥ ରଥ, ସଂଗ୍ରହ ହେଉଛି ଗୁଆ-ଚାଉଳ

ପୁରୀ: ୧୭ରେ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଅତ୍ୟନ୍ତ ଭବ୍ୟ ହେବାକୁ ଯାଉଛି ଏହି ଲୋକାର୍ପଣ ଉତ୍ସବ । ଏହା ମାଧ୍ୟମରେ ବିଶ୍ବ ଜାଣିବ ଓଡ଼ିଶାରେ ହେଉଥିବା ଦେବସ୍ଥଳର ରୂପାନ୍ତରଣ ସମ୍ପର୍କରେ । ପରିକ୍ରମା ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରେ ଗାଁକୁ ଗାଁ ବୁଲୁଛି ମହାପ୍ରଭୁଙ୍କ ଜଗନ୍ନାତ ରଥ । ପ୍ରତି ଘରୁ ସଂଗ୍ରହ କରାଯାଉଚି ଗୁଆ ଓ ଅରୁଆ ଚାଉଳ ।

ମହାପ୍ରଭୁଙ୍କ ପବିତ୍ର କାମ ପାଇଁ ଆରାଧ୍ୟ ଦେବତାଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛନ୍ତି ଭକ୍ତ । ଗତକାଲିଠୁ ଆରମ୍ଭ ହୋଇଛି ଗୁଆ, ଅରୁଳା ଚାଉଳ ସଂଗ୍ରହ । ପରିକ୍ରମା ରଥ ମାଧ୍ୟମରେ ପ୍ରତି ଘରୁ ଏହାକୁ ସଂଗ୍ରହ କରାଯାଉଛି । ସାହିରୁ ଗଳିକନ୍ଦି, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛନ୍ତି ସଂକୀର୍ତ୍ତନ ମଣ୍ଡଳୀ । ଲୋକ ପ୍ରତିନିଧି ଓ ଅଧିକାରୀମାନେ ଗୁଆ ଚାଉଳ ସଂଗ୍ରହ କରୁଛନ୍ତି । ଏହାକୁ ଗାଁର ଜଗନ୍ନାଥ ମନ୍ଦିରରେ ରଖାଯାଉଛି । ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସବୁ ପଞ୍ଚାୟତରୁ ଲୋକଙ୍କୁ ସାମିଲ କରିବାକୁ କ୍ୟାବିନେଟରେ ଏହି ଐତିହାସିକ ନିଷ୍ପତ୍ତି ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଜଗନ୍ନାଥ ରଥକୁ ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବାକୁ  ନିର୍ବାଚିତ ପ୍ରତିନିଧିଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ସମସ୍ତେ ପ୍ରକଳ୍ପ ଉଦଘାଟନ ଅବସରରେ ପୁରୀ ଆସିବା ସମ୍ଭବ ନଥିବାରୁ ଗାଁରୁ ସହର ଜଗନ୍ନାଥ ରଥ ବୁଲି ଗୁଆ ଓ ଚାଉଳ ସଂଗ୍ରହ କରାଯାଉଛି, ଯାହା ମହାପ୍ରଭୁଙ୍କୁ ସମର୍ପଣ କରାଯିବ । ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଜଗନ୍ନାଥ ସଂସ୍କୃତିକୁ ବିଶ୍ବରେ ପ୍ରସାର କରିବାକୁ ଶ୍ରୀମନ୍ଦିର ପରିକ୍ରମା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ । ଜାନୁଆରୀ ୧୭ ତାରିଖ ଯାଏଁ ଗାଁରୁ ସହର ବୁଲିବ ଜଗନ୍ନାଥ ରଥ। ।

ଭୁବନେଶ୍ବର ବୁଦ୍ଧ ମନ୍ଦିରରେ ଗୁରୁ ପ୍ରଣାମ ମହୋତ୍ସବ

ଭୁବନେଶ୍ବର: ଭୁବନେଶ୍ବର ବୁଦ୍ଧ ମନ୍ଦିର ପରିସରରେ ୨୩ ତମ ଗୁରୁ ପ୍ରଣାମ ମହୋତ୍ସବ ଆୟୋଜିତ । ଆର୍ଯ୍ୟ ସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଧର୍ମ, ସାହିତ୍ୟ ଓ ଓଡ଼ିଆ ଭାଷା ପ୍ରଚାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାବା ସତ୍ୟାନନ୍ଦ ଦାଶ ଓ ବିଶିଷ୍ଟ ଗ୍ରହାଚାର୍ଯ୍ୟ ରାଜ କିଶୋର ନାୟକଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ଗୁରୁ ପ୍ରଣାମ ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି ।

ଅନୁଷ୍ଠାନର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରାହିତ୍ୟରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ, ମୁଖ୍ୟବକ୍ତା ଭାବେ ପ୍ରଫେସର ଡକ୍ଟର ହରେକୃଷ୍ଣ ଶତପଥୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ କୁଳପତି ନରେନ୍ଦ୍ର ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାକିଲ ହୋଇଥିଲେ ।

ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ଶିଶିର ସରସ-୨୦୨୪ ଉଦଘାଟିତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ଶିଶିର ସରସ-୨୦୨୪ । ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଉଦଘାଯନୀ ଉତ୍ସବରେ ମନ୍ତ୍ରୀ ପ୍ରଦୀପ ଅମାତ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଓରମାସର CEO ପୁନମ୍ ଗୁହା, ପଞ୍ଚାୟତିରାଜ ବିଭାଗ ସଚିବ ସୁଶିଲ କୁମାର ଲୋହାନି ଯୋଗ ଦେଇଥିଲେ ।

ମେଳା ସକାଳ ୧୧ଟା ୩୦ରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ । ଓରମାସ ପକ୍ଷରୁ ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪୦୦ ଷ୍ଟଲ ଖୋଲାଯାଇଛି । ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ଏସଏଚଜି ମହିଳା ନିଜ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ସାମଗ୍ରୀ ବିକ୍ରୟ କରିବେ । ଏହାସହ ୨୬ଟି ରାଜ୍ୟର ଏସଏଚଜି ମହିଳା ମଧ୍ୟ ନିଜ ଉତ୍ପାଦକ ବିକ୍ରି କରିବେ । ସେହିପରି ୨୦ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଲାଇଭଲି ହୁଡସ୍ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

୮ ତାରିଖରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ NEET ଓ JEE କୋଚିଂ

ଭୁବନେଶ୍ବର: NEET ଓ JEE ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଦିଆଯିବ କୋଚିଂ । ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ପାଇ ପାରିବେ ରେଗୁଲାର କୋଚିଂ । ଜାନୁଆରୀ ୮ ତାରିଖରୁ ୩୧ ତାରିଖ ଯାଏଁ ଦିଆଯିବ କୋଚିଂ ।

ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଏହି କୋଚିଂ ଦେବେ ଏକ୍ସପର୍ଟ । ସକାଳ ୮ଟା ୩୦ରୁ ୧୦ଟା ଯାଏଁ ଦିଆଯିବ NEET କୋଚିଂ । ସେହିପରି ଅପରାହ୍ଣ୨ଟା ୩୦ରୁ ୩ଟା ୩୦ ଯାଏଁ  ଦିଆଯିବ JEE କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଗଲା ଟାଇମ ଟେବୁଲ ।

ଆଜି ବାଂଲାଦେଶରେ ସାଧାରଣ ନିର୍ବାଚନ

ଢାକା: ଆଜି ପଡୋଶୀ ବାଂଲାଦେଶରେ ସାଧାରଣ ନିର୍ବାଚନ  ବାଂଲାଦେଶର ନୂଆ ସରକାର କାହାର ହେବ ତାହା ଉପରେ ରହିଛି ଭାରତ ସରକାରଙ୍କ ଆଖି ।  ଦେଶର ୧୧ କୋଟି ୯ ଲକ୍ଷ ଭୋଟର ୩ ଶହ ଆସନ ପାଇଁ ମତଦାନ କରିବେ । ଯାହା ୧ ହଜାର ୯ ଶହ ୭୦ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବ ।

୧୮ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ୩ ଶହ ସାଂସଦ ଏବଂ ପରବର୍ତ୍ତୀ ସରକାର ଗଠନ ପାଇଁ ନିର୍ବାଚନ ହେବ । ତେବେ ଆଓ୍ବାମୀ ଲିଗର ନେତ୍ରୀ ସେଖ୍‌ ହସିନା ପୁଣି ଥରେ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଖୁବ ଅଧିକ ରହିଛି । ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀଙ୍କ ଭାଗିଦାରୀରେ ବର୍ତ୍ତମାନ ରାଜନୈତିକ ଦଳର ମୋଟ ସଂଖ୍ୟା ୨୮ରେ ପହଞ୍ଚିଛି । ଶାସକ ଦଳ ଆୱାମୀ ଲିଗ୍ ଚତୁର୍ଥ କାର୍ଯ୍ୟକାଳ ପାଇଁ ୨୬୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଅବଶିଷ୍ଟ ଆସନରେ ଏହାର ସହଯୋଗୀ ପ୍ରାର୍ଥୀ ଦେଇଛି । ୨୦୦୯ ମସିହାରୁ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ କ୍ଷମତାରେ ଅଛି । ବାଂଲାଦେଶ ସଂସଦର ମୁଖ୍ୟ ବିରୋଧୀ ଦଳ, ଜାତୀୟ ଦଳ ଏହି ନିର୍ବାଚନରେ ୨୬୫ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଛନ୍ତି । ତେବେ ଏହି ପାର୍ଟିର ପ୍ରାୟ ୨୬ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୯୦ ଥିବା ବେଳେ ଧାର୍ମିକ ଏବଂ ଅନୁସୂଚିତ ଜାତିର ୭୯ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେପେଟ ଦେଶରେ ହିଂସା ଚରମ ସ୍ତରରେ ପହଞ୍ଚିଥିବା ବେଳେ କିଛି ବିରୋଧୀ ଦଳ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଯାହା ନିର୍ବାଚନକୁ ପ୍ରଭାବିତ କରିପାରେ ।

ଶ୍ରୀଜିଉଙ୍କୁ ସମଲେଇ ଲୋକାର୍ପଣ ପାଇଁ ଦେବ ନିମନ୍ତ୍ରଣ

ପୁରୀ: ଜାନୁଆରୀ ୨୭ରେ ହେବ ସମ୍ବଲପୁର ସମଲେଇ ପ୍ରକଳ୍ପର ଲୋକାର୍ପଣ । ଏନେଇ ଶ୍ରୀଜିଉଙ୍କୁ ମିଳିଛି ଦେବ ନିମନ୍ତ୍ରଣ । ମା’ ସମଲେଶ୍ୱରୀ ପୀଠରୁ ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିର ଆସି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜଙ୍କୁ ବି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ।

ପରେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ । ମାଆଙ୍କ ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ । ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡିଆ ଦିଆଯିବ ଏବଂ ସବୁ ଘରୁ ମାଆଙ୍କ ପାଇଁ ସିନ୍ଦୁର ଆସିବ । ରାଜ୍ୟ ସରକାର ମାଆଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମାଆଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ଭଲରେ ଚାଲିଛି ଏବଂ ଆଗକୁ ମଧ୍ୟ ସବୁ କାମ ଭଲରେ ହେବ । ସମସ୍ତଙ୍କ ସହଯୋଗରେ ରୂପାନ୍ତର କାମ ଜାରି ରହିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ପରିକ୍ରମା ଲୋକାର୍ପଣ: ଗାଁରେ ବୁଲୁଛି ଜଗନ୍ନାଥ ରଥ, ମାଆ ଦେଉଛନ୍ତି ଗୁଆ, ଚାଉଳ

ଭୁବନେଶ୍ବର: ଆଉ ମାତ୍ର କେଇଟା ଦିନପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ  । ପ୍ରାଣର ଠାକୁର କାଳିଆ ସାଆଁନ୍ତଙ୍କ ପବିତ୍ର କାର୍ଯ୍ୟରେ ସାମିଲ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ ଥିଲା ଅଭିଳାଷ । ଏହାକୁ  ଅବିଳମ୍ବେ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଟି ଗାଁ ବୁଲି ଗୁଆ, ଚାଉଳ ସଂଗ୍ରହ ନିଷ୍ପତ୍ତି ଆଜିଠୁ ହୋଇଛି ଶୁଭାରମ୍ଭ । ସୁବଠି ଗଡିଛି ପରିକ୍ରମା ରଥ । ଜାନୁଆରୀ ୧୭ ତାରିଖ ଯାଏଁ ଗାଁରୁ ସହର ବୁଲିବ ଜଗନ୍ନାଥ ରଥ । ଏହା ମାଧ୍ୟମରେ ପବିତ୍ର କାର୍ଯ୍ୟ ପାଇଁ ଆରାଧ୍ୟ ଦେବତାଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛନ୍ତି ଭକ୍ତ ।

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ସବୁଠି ଜଗନ୍ନାଥମୟ ପରିବେଶ । ଆସନ୍ତା ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । ଆଜିଠୁ ଗଡିଛି ପରିକ୍ରମା ରଥ । ପ୍ରତି ଘରୁ ସଂଗ୍ରହ କରାଯାଉଛି ଗୁଆ, ଅରୁଆ ଚାଉଳ । ପୁରୀରେ ଶୁଭାରମ୍ଭ ହୋଇଛି ପରିକ୍ରମା ରଥ । ଏହି ରଥ ସଦର ବ୍ଲକ ୨୫ ନମ୍ବର ଜୋନ ଅନ୍ତର୍ଗତ ତଳଜଂଘ ଓ ମାଳତୀ ପାଟପୁର, ୨୬ ନମ୍ବର ଜୋନ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀ ହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଞ୍ଚାୟତରେ ପରିକ୍ରମା କରିବ । ସେହିଭଳି ଅସ୍ତରଙ୍ଗ ବ୍ଲକରୁ ପତାକା ଦେଖାଇ  ପାଞ୍ଚଟି ଅର୍ପଣ ରଥ ଉଦଘାଟିତ ହୋଇଛି । ରଥ ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଗୋପାଳ ଜୀଉ ମନ୍ଦିରରୁ ବାହାରି ବିଭିନ୍ନ ପଞ୍ଚାୟତ ପରିକ୍ରମା କରୁଛି । କୋଣାର୍କର ବିଭିନ୍ନ ଅଞ୍ଚଳରୁ ପରିକ୍ରମା ରଥ ଗୁଆ, ଅରୁଆ ଚାଉଳ ସଂଗ୍ରହ କରୁଛି ।

ରାଉରକେଲା ସହରର ସେକ୍ଟର ୩ ଜଗନ୍ନାଥ ମନ୍ଦିର ପରିସରରୁ ମଧ୍ୟ ଜଗନ୍ନାଥ ରଥ ଶୁଭାରମ୍ଭ ହୋଇଛି । ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ସୃଷ୍ଟି ପାଇଁ ସଙ୍କୀର୍ତ୍ତନ ମାଧ୍ୟମରେ ଏହି ରଥ ବୁଲିବା ଆରମ୍ଭ କରିଛି । ରାଉରକେଲା ସହରର ସମସ୍ତ ୪୦ଟି ୱାର୍ଡ ବୁଲିବ ଏହି ରଥ । ସେହିପରି ଜଗତସିଂହପୁର ମଧ୍ୟ ଜଗନ୍ନାଥ ଅର୍ପଣ ରଥ ଭ୍ରମଣର ଶୁଭାରମ୍ଭ ହୋଇଛି । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଏବଂ ଉମୋରକୋଟରୁ ମଧ୍ୟ ଗୁଆ, ଚାଉଳ ସଂଗ୍ରହ କରୁଛି ପରିକ୍ରମା ରଥ । ସେହିଭଳି ମୟୂରଭଞ୍ଜର କରଞ୍ଜିଆରେ ନିଜ ଆରାଧ୍ୟ ଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗୁଳା ଚାଉଳ ପ୍ରଦାନ କରୁଛନ୍ତି ଭକ୍ତ ।

ଡ୍ରାଇଭର ସଙ୍ଘ ଆନ୍ଦୋଳନ ପ୍ରତ୍ୟାହୃତ, କାଲିଠୁ ସ୍ବାଭାବିକ ହେବ ଗାଡ଼ି ଚଳାଚଳ

ଭୁବନେଶ୍ବର: ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ପ୍ରତ୍ୟାହାର । ସୂଚନା ଦେଲେ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ଡ୍ରାଇଭର ମହାସଂଘ ।

ରାଜ୍ୟ ସରକାର ଡ୍ରାଇଭରଙ୍କ ସମସ୍ତ ଦାବି ପୂରଣ କରିଛନ୍ତି । ଏନେଇ  ସରକାରଙ୍କୁ ସହଯୋଗ କରିବା ଆବଶ୍ୟକ । ମୃତ ଡ୍ରାଇଭରଙ୍କ ପରିବାରକୁ ସରକାର ସହାୟତା କରିଛନ୍ତି । ସୋମବାର ବିଧିବଦ୍ଧ ଭାବେ ଡ୍ରାଇଭରଙ୍କ ପରିବାରକୁ ଚେକ୍‌ ଦିଆଯିବ । ହେଲେ କେନ୍ଦ୍ରର ଭୁଲ ଆଇନ ଯୋଗୁଁ ରାଜ୍ୟରେ ଆନ୍ଦୋଳନ ଠିକ ନୁହେଁ ବୋଲି କହିଛନ୍ତି ଡ୍ରାଇଭର ମହାସଂଘ ସଭାପତି । ଆନ୍ଦୋଳନ ପ୍ରତ୍ୟାହାର ପରେ ଆସନ୍ତାକାଲିଠାରୁ ସ୍ବାଭାବିକ ହେବ ଗାଡି ଚଳାଚଳ ।

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣର କରୁଣ କାହାଣୀ, ଶବକୁ ନେଇ ବଢିଲା ସସପେନ୍ସ

ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ଟ୍ରାଜେଡି । ଦ୍ଵନ୍ଦକୁ ଦୂର କରିବା ଲାଗି ତୃତୀୟ ମୃତଦେହ ପୋଲିସକୁ ହସ୍ତାନ୍ତର କଲା ହାଇଟେକ ହସ୍ପିଟାଲ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ନା ଆଉ କାହାର ସେନେଇ ହେବ ଡିଏନଏ ଟେଷ୍ଟ । ଦିଲ୍ଲୀପଙ୍କ ମାଆଙ୍କ ସ୍ବାସ୍ଥ୍ୟର ଦାୟିତ୍ବ ନେବ ହସ୍ପିଟାଲ । ମୃତକଙ୍କ ମାଆଙ୍କ ଡିଏନଏ ମିଳାଇବା ପାଇଁ ଏମ୍ସକୁ ପଠାଯାଇଛି ମୃତଦେହ । ଆସନ୍ତାକାଲି ଡିଏନଏ ସାମ୍ପଲ କଲେକ୍ସନ କରାଯିବ । ଦିଲ୍ଲୀପଙ୍କ ପରିବାର ପକ୍ଷରୁ ଆଜି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ମଞ୍ଚେଶ୍ବର ଥାନା ବିରୋଧରେ ଦିଆଯାଇଛି ଏତଲା ।

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣର କରୁଣ କାହାଣୀ, ଶବକୁ ନେଇ ବଢିଲା ସସପେନ୍ସ । ମୃତ୍ୟୁ ସଂଖ୍ୟା ଛୁଇଁଲା ୩ । ହସ୍ପିଟାଲରେ ସ୍ପେଶାଲ ଟିମର ତଦନ୍ତ ଆରମ୍ଭ । ରିପୋର୍ଟ ଆସିବା ଯାଏଁ ସଂରକ୍ଷିତ ରହିବ ଶବ । ପୋଲିସ ଓ ହସ୍ପିଟାଲ ବିରୋଧରେ ଏତଲା ଦେଲେ ଦିଲ୍ଲୀପଙ୍କ ପରିବାର । ଗତ ୨୯ ତାରିଖରେ ହାଇଟେକ ହସ୍ପିଟାଲରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଗତକାଲି ରାତିରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ଜଟଣୀ ବଅଁଗ ଅଞ୍ଚଳର ଦିଲ୍ଲୀପ ରାଉତରାୟଙ୍କର ବୋଲି ପରିବାର ଲୋକ ଦାବି କରିଛନ୍ତି ।

ଗତ କାଲି ପୁଅ ସହିତ କଥା ହୋଇ ଫେରିବା ପରେ ଦିଲ୍ଲୀପଙ୍କର କେମିତି ମୃତ୍ୟୁ ହେଲା ବୋଲି କହି କାନ୍ଦି କାନ୍ଦି ହସ୍ପିଟାଲ ଭିତରେ ଗଡି ଯାଉଛି ମାଆ । କିଏ ଢଳ ଢଳ ଆଖିରେ ଚାହିଁ ରହିଛି ତ ଆଉ କିଏ ନିରବ ହୋଇ ବସିଛି ଚୁପଚାପ । ଏଭଳି ଦୃଶ୍ୟ ଆଜି ହସ୍ପିଟାଲ ପରିସରରେ ବେଶ ହୃଦୟ ବିଦାରକ ଥିଲା । ପୁଅ ମୃତ୍ୟୁର ଉପଯୁକ୍ତ ତଦନ୍ତ କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବା ସହ ମଞ୍ଚେଶ୍ବର ଥାନା ପୋଲିସକୁ ମଧ୍ୟ କାଠଗଡାକୁ ଟାଣିଛନ୍ତି ପରିବାର ଲୋକେ ।

ସେପଟେ ଏତଲା ମିଳିବା ପରେ ହାଇଟେକ ହସ୍ପିଟାଲରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ୧୫ ଜଣିଆ ସ୍ପେଶାଲ ଟିମ ତଦନ୍ତ ଆରମ୍ଭ କରିଛି । ଟିମରେ ଜୋନ ୫ ଏସିପି, ମଞ୍ଚେଶ୍ୱର ଆଇଆସି, ଦୁଇ ଜଣ ମହିଳା ଆଇଆଇସି, ସାଇଣ୍ଟଫିକ ଅଫିସର, ଏସଆଇଙ୍କ ସମେତ ୧୫ ଜଣ ଅଛନ୍ତି । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଶବକୁ ନେଇ ଦ୍ବନ୍ଦ ରହିଛି । ତେଣୁ ଉଭୟ ଜ୍ୟୋତି ଏବଂ ଦିଲ୍ଲୀପଙ୍କ ପରିବାର ଲୋକଙ୍କ ଠାରୁ ସାମ୍ପୁଲ ସଂଗ୍ରହ କରି ଡିଏନ୍ଏ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ଯାହାର ଶବ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ । ସେ ପର୍ଯ୍ୟନ୍ତ ଶବକୁ ଏମ୍ସ ହସ୍ପିଟାଲରେ ବ୍ୟବଚ୍ଛେଦ କରିବା ସହ ସଂରକ୍ଷିତ କରି ରଖାଯିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ଅତିରିକ୍ତ ଡିସିପି ପ୍ରକାଶ ପାଲ କହିଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ବଡ ଭୁଲ ପାଇଁ ଦାୟୀ କିଏ ? କାହାର ଭୁଲ ପାଇଁ ଚାରି ଚାରିଟି ପରିବାର ଛାରଖାର ହୋଇଗଲା ? ଯଦି ଆଜି ମୃତ୍ୟୁବରଣ କରିଥିବା ବ୍ୟକ୍ତି ଦିଲ୍ଲୀପ ତେବେ ଜ୍ୟୋତିଙ୍କ ଶବ କଣ ସତ୍କାର ସରିଛି ? ଯଦି ସରିଛି ତେବେ ଜ୍ୟୋତିଙ୍କ ପରିବାରକୁ କେମିତି ମିଳିବ ଶେଷ ସନ୍ତକ ? ଯଦି ଦିଲ୍ଲୀପ ବଞ୍ଚିଥିଲେ ତେବେ ଭୁଲ ଶବ ଦେଇ କାହିଁକି ଦିଲ୍ଲୀପଙ୍କ ସ୍ତ୍ରୀଙ୍କୁ ମରିବାକୁ ବାଧ୍ୟ କରାଗଲା ? ଏସବୁର ମୂଳ ପର୍ଯ୍ୟନ୍ତ ଯାଇ ପାରିବ ତ କମିଶନରେଟ ପୋଲିସ ? ଦୋଷୀ ବିରୋଧରେ ହୋଇପାରିବ ତ କାର୍ଯ୍ୟାନୁଷ୍ଠାନ ? ଏପ୍ରଶ୍ନ ପଚାରୁଛି ଓଡ଼ିଶା ।

୧୫୦ ବର୍ଷର ସିକ୍କିମ ପଟ୍ଟା ସମସ୍ୟାର ହେବ ସମାଧାନ: 5T ଅଧ୍ୟକ୍ଷ

ବାଲେଶ୍ବର: ୧୫୦ ବର୍ଷ ଧରି ଲାଗି ରହିଥିବା ଚାଷୀଙ୍କର ଏକ ବଡ ସମସ୍ୟାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସିକ୍କିମ ପଟ୍ଟାଧାରୀ ରୟତମାନେ ନିଜ ଜମିର ସତ୍ତ୍ବ ପାଇବା ନେଇ ସମସ୍ୟା ଲାଗି ରହିଥିଲା । ହେଲେ ଏହି ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜସ୍ବ ଆଇନରେ ପରିବର୍ତ୍ତନ ଅଣାଯାଇଛି । ସମଗ୍ର ରାଜ୍ୟର ୨ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ । କେବଳ ବାଲେଶ୍ବର ଜିଲ୍ଲାର ୧୮ ହଜାର ରୟତ ପରିବାର ଉପକୃତ ହେବେ । ୧୫୦ ବର୍ଷ ପରେ ସେମାନେ ସେମାନଙ୍କ ଜମିର ପଟ୍ଟା ପାଇବେ । ୨୧୦୧ ଏକର ସିକ୍କିମ ପଟ୍ଟା ସ୍ଥିତିରେ ଥିବା ଜମିର ପଟ୍ଟା ମିଳିବ । ଦିନିକିଆ ବାଲେଶ୍ବର ଗସ୍ତରେ ଯାଇ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି । ଏହାସହ ଭତ୍ତାକୁ ନେଇ ନେଇ ଦେଇଛନ୍ତି ଖୁସି ଖବର ।

ବାଲେଶ୍ବର ଗସ୍ତ ବେଳେ 5T ଅଧ୍ୟକ୍ଷ  କହିଛନ୍ତି ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ବର ଜିଲ୍ଲା ଗତ ୬ ମାସ ମଧ୍ୟରେ ପାଇଛି ୧୦୩୮ କୋଟି ଟଙ୍କା । ୧୫୦ ବର୍ଷର ସିକ୍କିମ ପଟ୍ଟା ସମସ୍ୟାର ହେବ ସମାଧାନ । ସାଢେ ଚାରି କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାରର ସଦସ୍ୟ ଭାବନ୍ତି । ଲୋକଙ୍କ ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି । ପଞ୍ଚମ ପାଳିରେ ବହୁ ଯୋଜନା କରାଯାଉଛି ।’ ଗସ୍ତରୁ କ’ଣ ମିଳୁଛି ବା କ’ଣ ଫରକ ପଡୁଛି ବୋଲି କେହି କେହି ପ୍ରଶ୍ନ ଉଠାଉଛନ୍ତି । ଜବାବରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ‘ସେ ଜୁନ ମାସରେ ବାଲେଶ୍ବର ଆସି ଲୋକଙ୍କଠାରୁ ଦରଖାସ୍ତ ନେଇଥିଲେ । ସବୁ ଦରଖାସ୍ତକୁ ବିଚାରକୁ ନେଇ ଜିଲ୍ଲାକୁ ୧୦୩୮କୋଟି ଟଙ୍କା ବିକାଶମୂଳକ କାର୍ଯ୍ୟ ମିଳିଛି, ଏହା ହିଁ ବଡ ଫରକ ।’

ଆଗକୁ ସେ କହିଥିଲେ, ‘ଫେବ୍ରୁଆରୀ ଶେଷ ସୁଦ୍ଧା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ହେବ । ଛାତ୍ରଛାତ୍ରୀ ଓ ମା’ମାନେ ବିଶେଷ ଉପକୃତ ହେବେ । 5T ଯୋଜନାରେ ବାଲେଶ୍ବର ଜିଲ୍ଲାର ୧୩୬ କଲେଜ ସାମିଲ ହୋଇଛି । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ମିଳିବ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଲାଗି ୧୬ ତାରିଖରେ ଆସିବ ଖୁସି ଖବର । ଗଞ୍ଜାମ ହିଞ୍ଜିଳିକାଟୁରେ ବୁଲିବାର ଅନୁଭୂତି ବାଲେଶ୍ବରରେ ପାଇଛି ।’ ନୂଆ-ଓ କାର୍ଯ୍ୟକ୍ରମରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । ବିଭିନ୍ନ ସ୍ଥାନରେ 5T ଅଧ୍ୟକ୍ଷଙ୍କ ଉପର ହୋଇଥିଲା ପୁଷ୍ପ ବୃଷ୍ଟି, ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା ।