ଢାକା: ଆଜି ପଡୋଶୀ ବାଂଲାଦେଶରେ ସାଧାରଣ ନିର୍ବାଚନ  ବାଂଲାଦେଶର ନୂଆ ସରକାର କାହାର ହେବ ତାହା ଉପରେ ରହିଛି ଭାରତ ସରକାରଙ୍କ ଆଖି ।  ଦେଶର ୧୧ କୋଟି ୯ ଲକ୍ଷ ଭୋଟର ୩ ଶହ ଆସନ ପାଇଁ ମତଦାନ କରିବେ । ଯାହା ୧ ହଜାର ୯ ଶହ ୭୦ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବ ।

୧୮ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ୩ ଶହ ସାଂସଦ ଏବଂ ପରବର୍ତ୍ତୀ ସରକାର ଗଠନ ପାଇଁ ନିର୍ବାଚନ ହେବ । ତେବେ ଆଓ୍ବାମୀ ଲିଗର ନେତ୍ରୀ ସେଖ୍‌ ହସିନା ପୁଣି ଥରେ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଖୁବ ଅଧିକ ରହିଛି । ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀଙ୍କ ଭାଗିଦାରୀରେ ବର୍ତ୍ତମାନ ରାଜନୈତିକ ଦଳର ମୋଟ ସଂଖ୍ୟା ୨୮ରେ ପହଞ୍ଚିଛି । ଶାସକ ଦଳ ଆୱାମୀ ଲିଗ୍ ଚତୁର୍ଥ କାର୍ଯ୍ୟକାଳ ପାଇଁ ୨୬୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଅବଶିଷ୍ଟ ଆସନରେ ଏହାର ସହଯୋଗୀ ପ୍ରାର୍ଥୀ ଦେଇଛି । ୨୦୦୯ ମସିହାରୁ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ କ୍ଷମତାରେ ଅଛି । ବାଂଲାଦେଶ ସଂସଦର ମୁଖ୍ୟ ବିରୋଧୀ ଦଳ, ଜାତୀୟ ଦଳ ଏହି ନିର୍ବାଚନରେ ୨୬୫ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଛନ୍ତି । ତେବେ ଏହି ପାର୍ଟିର ପ୍ରାୟ ୨୬ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୯୦ ଥିବା ବେଳେ ଧାର୍ମିକ ଏବଂ ଅନୁସୂଚିତ ଜାତିର ୭୯ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେପେଟ ଦେଶରେ ହିଂସା ଚରମ ସ୍ତରରେ ପହଞ୍ଚିଥିବା ବେଳେ କିଛି ବିରୋଧୀ ଦଳ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଯାହା ନିର୍ବାଚନକୁ ପ୍ରଭାବିତ କରିପାରେ ।