spot_img
Home Blog Page 2299

ନୋବେଲ ଶାନ୍ତି ବିଜେତାଙ୍କୁ ଜେଲ୍, କରିଛନ୍ତି ଶ୍ରମ ଆଇନ ଉଲ୍ଲଂଘନ

ନନ୍ଦିଘୋଷ ବ୍ୟୁରୋ: ଅଡୁଆରେ ନୋବେଳ ଶାନ୍ତି ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ । ବାଂଲାଦେଶର ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ହୋଇଛନ୍ତି ଦୋଷୀ ସାବ୍ୟସ୍ତ । ତେବେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ୟୁନୁସଙ୍କ ସମର୍ଥକ । ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗ କ୍ରମେ ପ୍ରଫେସର ୟୁନୁସଙ୍କ ସମେତ ତାଙ୍କର ୩ ଜଣ ସହଯୋଗୀ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସେମାନଙ୍କୁ ୬ ମାସ ଲାଗି ଜେଲଦଣ୍ଡାଦେଶ ହୋଇଛି ବୋଲି କହିଛନ୍ତି ପ୍ରସିକ୍ୟୁଟର ଖୁର୍ସିଦ ଆଲାମ ଖାଁ । ତେବେ ଏହି ୪ ଜଣଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି । ମାଇକ୍ରୋଫାଇନାନ୍ସ ବ୍ୟାଙ୍କ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଆର୍ଥିକ ଦୁର୍ଗତିରୁ ମୁକ୍ତ କରିଥିବା ପ୍ରଫେସର ୟୁନୁସ ଗତ କିଛି ଦିନ ଧରି ବିବାଦରେ ଛନ୍ଦି ହୋଇଥିଲେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ତାଙ୍କର ତିକ୍ତତା ଲାଗିରହିଥିବାବେଳେ ୟୁନୁସ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ହାସିନା କରିଥିଲେ ଅଭିଯୋଗ । ୨୦୦୬ରେ ନୋବେଲ ଶାନ୍ତି ପାଇଥିବା ପ୍ରଫେସର ୟୁନୁସଙ୍କୁ ଖୋଲାଖୋଲି ବିରୋଧ କରିଥିଲେ ହାସିନା ।

 

ଚୋରି ହୋଇଗଲା ପୋଖରୀ, ରାତାରାତି ତିଆରି ହୋଇଗଲା କୁଡ଼ିଆ

ପାଟନା: ରାତାରାତି ଗାଏବ ହୋଇଗଲା ପୋଖରୀ । ପୋଲିସ୍ ପହଞ୍ଚିବା ଆଗରୁ ପୋଖରୀକୁ ଚୋରି କରିନେଲେ ଜମି ମାଫିଆ । ବିହାରରେ ଏପରି ଏକ ଘଟଣା ସାରା ଅଞ୍ଚଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବିହାର ଦରଭଙ୍ଗା ବିଶ୍ବବିଦ୍ୟାଳୟ ଥାନାର ଓ୍ବାର୍ଡ ନମ୍ବର-୪ରେ ଏକ ପୋଖରୀ ତିଆରି କରାଯାଇଥିଲା । ସର୍ବସାଧାରଣ ଏହାକୁ ବ୍ୟବହାର କରିଥାନ୍ତେ । କିନ୍ତୁ ଜମି ମାଫିଆଙ୍କ କବଳରୁ ବର୍ତ୍ତି ନଥିଲା ପୋଖରୀ । ରାତାରାତି ମାଫିଆମାନେ ଗାଏବ କରିନେଲେ । ପୋଖରୀରେ ମାଟି ଭର୍ତ୍ତି କରି ସେଠାରେ ଏକ କୁଡ଼ିଆ ତିଆରି କରିଦେଲେ । ସକାଳ ହେଲା ବେଳକୁ ପୋଖରୀ ଗାଏବ ହୋଇ ସେଠାରେ ଏକ କୁଡ଼ିଆ ତିଆରି ହୋଇଯାଇଛି । ଆଉ ଜମି ମାଫିଆମାନେ ଫେରାର୍ ହୋଇଯାଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଖରୀଟି ସର୍ବସାଧାରଣଙ୍କ ପାଇଁ ଥିଲା । ସେଥିରେ ମାଛଚାଷ ମଧ୍ୟ କରାଯାଉଥିଲା । କିନ୍ତୁ ଏହି ଯାଗାରେ ଜମି ଦର ବଢ଼ୁଥିବାରୁ ଜମି ମାଫିଆଙ୍କ ଆଖି ଏଥିରେ ପଡ଼ିଥିଲା । ସେମାନେ ପୋଖରୀକୁ ପୋତିବା ଆରମ୍ଭ କରିଥିଲେ । ଏ ନେଇ ସେମାନେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରିଥିଲେ । ଏହା ପରେ ସରକାରୀ କର୍ମଚାରୀ ତାଙ୍କର କିଛି ସାମଗ୍ରୀ ଜବତ କରିବା ସହ ପୋଖରୀ ପୋତିବା କାମ ବନ୍ଦ କରିଥିଲେ । ଏହା ପରେ ବି ପୋଖରୀ ପୋତା କାମ ଜାରି ରଖିଥିଲେ ମାଫିଆ । ଏବେ ଅନ୍ଧାର ରାତିର ସୁଯୋଗ ନେଇ ପୋଖରୀକୁ ପୋତି ତା’ ଉପରେ ଏକ କୁଡ଼ିଆ କରିଦେଇଛନ୍ତି।

 

ନୂଆ ବର୍ଷରେ ଲାଗୁ ହେଲା ନୂଆ ନିୟମ, ବନ୍ଦ ହୋଇପାରେ Gmail ଆକାଉଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଡିସେମ୍ବର ମାସ ଶେଷ ହୋଇଛି । ଆଜିଠାରୁ ନୂଆ ବର୍ଷ ଆରମ୍ଭ ହୋଇଛି | ପ୍ରତ୍ୟେକ ମାସର ପ୍ରଥମ ଦିନରେ ଦେଶରେ ଅନେକ ପରିବର୍ତ୍ତନ ଘଟେ | ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିଥାଏ | ଏଭଳି ପରିସ୍ଥିତିରେ, ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ସଚେତନ ହେବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | ଜାନୁଆରୀ ୧ ରୁ ଅନେକ ପରିବର୍ତ୍ତନ ଘଟିବାକୁ ଯାଉଛି | ଏଗୁଡ଼ିକ ସିଧାସଳଖ ଆପଣଙ୍କ ପକେଟ ସହିତ ଜଡିତ | ତାହାଲେ ଜାଣନ୍ତୁ ସେ ସବୁ ପରିର୍ତ୍ତନ କ’ଣ ।

ନୂଆ ସିମ୍ କାର୍ଡ ନିୟମରେ ପରିବର୍ତ୍ତନ

ସିମ୍ କାର୍ଡ କିଣିବା ଏବଂ ରଖିବା ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନ ସିମ୍ କାର୍ଡ କିଣିବା ଉପରେ କେବଳ ଡିଜିଟାଲ୍ KYC ରହିବ | ପୂର୍ବରୁ, ଡକ୍ୟୁମେଣ୍ଟ ଗୁଡିକର ଫିଜିକାଲ ଭେରିଫିକେଶନ ଯାଞ୍ଚ କରାଯାଉଥିଲା |

ଇନଆକ୍ଟିଭେଟ UPI ID ବ୍ୟବହାର କରିପାରିବେ ନାହିଁ

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ NPCI ନୂଆ ବର୍ଷରୁ ଏକ ନୂଆ ନିୟମ କାର୍ଯ୍ୟକାରୀ କରୁଛି | ଏହା ଅଧୀନରେ, ଏକ କିମ୍ବା ଅଧିକ ବର୍ଷ ଧରି ଆକ୍ଟିଭ ନଥିବା UPI ID ଗୁଡିକ ବ୍ଲକ୍ କରାଯିବ |

ଜାନୁଆରୀ 1 ରେ LPG ରେଟ ଅପଡେଟ୍ ହେବ

ନୂଆ ବର୍ଷ LPG ଗ୍ରାହକଙ୍କ ପାଇଁ ଆରାମ ଆଣିବ କି? LPG ହାର ସାଧାରଣତଃ  ପ୍ରତ୍ୟେକ ମାସର ୧ ତାରିଖରେ ପରିବର୍ତ୍ତନ ହୁଏ | ଏହି କ୍ରମରେ, ଆଜି LPG ସିଲିଣ୍ଡରର ନୂଆ ରେଟ ପ୍ରକାଶ ପାଇବ | ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନରେ ପେଟ୍ରୋଲିୟମ କମ୍ପାନୀ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୨୦. ୫୦ ଟଙ୍କା ହ୍ରାସ କରିଥିଲେ।

ମ୍ୟୁଚୁଆଲ୍ ଫଣ୍ଡ ଏବଂ ଡେମାଟ୍ ଆକାଉଣ୍ଟ୍ ଧାରୀଙ୍କୁ ଆଶ୍ବସ୍ତି

ମାର୍କେଟ୍ ରେଗୁଲେଟର SEBI ମ୍ୟୁଚୁଆଲ୍ ଫଣ୍ଡ ଏବଂ ଡେମାଟ୍ ଆକାଉଣ୍ଟରେ ନାମାଙ୍କନ ପାଇଁ ଶେଷ ତାରିଖ ବଢ଼ାଇଛନ୍ତି । ପୂର୍ବରୁ ନାମାଙ୍କନ ଘୋଷଣା କରିବାର ଶେଷ ତାରିଖ ଥିଲା ୩୧ ଡିସେମ୍ବର । ବର୍ତ୍ତମାନ ଆଉ ୬ ମାସ ସମୟ ଦିଆଯାଇଛି | ବର୍ତ୍ତମାନ ନାମାଙ୍କନ ପତ୍ରର ଶେଷ ତାରିଖ ଜୁନ୍ ୩୦, ୨୦୨୪ କୁ ବୃଦ୍ଧି କରାଯାଇଛି |

 Gmail ଆକାଉଣ୍ଟ ବନ୍ଦ ହୋଇପାରେ

ଯଦି ଆପଣ ୧ରୁ ୨ ବର୍ଷ ଧରି ଆପଣଙ୍କର Gmail ଆକାଉଣ୍ଟ ବ୍ୟବହାର କରିନାହାଁନ୍ତି, ତେବେ ଆପଣଙ୍କର ଆକାଉଣ୍ଟ ବନ୍ଦ ହୋଇପାରେ | ଗୁଗୁଲର ଏହି ନିୟମ କେବଳ ବ୍ୟକ୍ତିଗତ ଆକାଉଣ୍ଟ ପାଇଁ ପ୍ରଯୁଜ୍ୟ ହେବ | ବ୍ୟବସାୟ ଆକାଉଣ୍ଟରେ ଏହି ନିୟମ ପ୍ରଯୁଜ୍ୟ ହେବ ନାହିଁ |

 

 

 

 

କୁଆଡେ ଗଲା ଶିଶୁ ? ଆକାଶରେ ହଜିଗଲା ନା କିଏ ଗାଏବ କରିଦେଲା ?

ନନ୍ଦିଘୋଷ ବ୍ୟୁରୋ :   ଫ୍ରାନ୍ସ ଡଙ୍କି ଫ୍ଲାଇଟ ଘଟଣାରେ ଘଟିଛି ଏକ ଅଦ୍ଭୁତ ଘଟଣା । ଗୁଜରାଟର ଜଣେ ଦୁଇ ବର୍ଷର ଶିଶୁ ଫ୍ଲାଇଟରୁ କେଉଁଆଡେ ଗାଏବ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଶିଶୁଟି ଫ୍ଲାଇଟରେ ଏକା ଏକା ଯାତ୍ରା କରିଥିଲା । ତାର କେହି ଅଭିଭାବକ ନଥିବା ନେଇ ସୂଚନା ରହିଛି । ଭାରତ ଫେରିଥିବା ତାଲିକାରେ ଶିଶୁଟିର ନାମ ଥିଲା । ହେଲେ ଏବେ ସେହି ଶିଶୁଟିର କିଛି ପତ୍ତା ମିଳୁନି । ଗୁଜରାଟ ପୋଲିସ ତଦନ୍ତ କରୁଛି ।

ପ୍ରଥମେ ଶିଶୁଟିର ବାପା-ମା କିମ୍ବା ଅଭିଭାବକଙ୍କୁ ଖୋଜି ବାହାର କରିବାକୁ ପୋଲିସ ଉଦ୍ୟମ କରୁଛି । ସେହିପରି ମାନବ ଚାଲାଣ ରାକେଟ ସହ ଲିଙ୍କ ନେଇ ମଧ୍ୟ ପୋଲିସ ଖୋଳତାଡ଼ କରୁଛି । ଡିସେମ୍ବର ୨୧ ତାରିଖରେ ଫ୍ରାନ୍ସରେ ବେଟ୍ରି ଏୟାରପୋର୍ଟରେ ୩୦୩ ଜଣ ଯାତ୍ରୀଙ୍କୁ ମାନବ ଚାଲାଣ ସନ୍ଦେହରେ ଅଟକ ରଖାଯାଇଥିଲା । ଯେଉଁଥିରେ ୯୬ ଜଣ ଯାତ୍ରୀ ଗୁଜୁରାଟର ଥିଲେ । ତେବେ ଅଦାଲତଙ୍କ ନିର୍ଦ୍ଦେଶ ପରେ ସମସ୍ତଙ୍କୁ ୨୪ ଡିସେମ୍ବରରେ ମୁକ୍ତ କରିଦିଆଯାଇଥିଲା । ସମସ୍ତ ଯାତ୍ରୀ ଭାରତ ଫେରିଥିଲେ । ହେଲେ ତାଲିକାରେ ଥିବା ଏହି ଶିଶୁଟିର ନାମ ଥାଇ ସୁଦ୍ଧା ତାର କିଛି ପତ୍ତା ମିଳୁନଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ଆମେରିକା-କାନାଡା ବର୍ଡରରେ ଅନେକ ଶିଶୁଙ୍କୁ ବେସାହାରା ଭାବେ ଛାଡିଦିଆଯାଉଥିବାରୁ ଏହି ଶିଶୁଟି ରହିଯାଇଥିବା ସନ୍ଦେହ କରାଯାଉଛି । ଏପରି କାରନାମା କେବଳ ମାନବ ଚାଲାଣ ରାକେଟର କାମ ହୋଇଥିବାରୁ ଶିଶୁକୁ କୌଣସି ରାକେଟ ନେଇ ଯାଇ ଆମେରିକା-କାନାଡା ବର୍ଡରରେ ଛାଡି ଦେଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା : ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା

ଭୁବନେଶ୍ୱର :  ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା। ହାଇଟେକ୍ ମେଡିକାଲରେ ବିସ୍ଫୋରଣରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ପରେ ବାପଘରେ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ ସୌମ୍ୟାଶ୍ରୀ ଜେନା। ଦିଲ୍ଲୀପଙ୍କ ଘର ଡେଲାଙ୍ଗ ଥାନା ହରିରାଜପୁର। ସେ ଜଟଣୀ ଥାନା ନୂଆଗାଁରେ ବିବାହ କରିଥିଲେ।

ଦିଲ୍ଲୀପଙ୍କ ମୃତ୍ୟୁ ପରେ ସୌମ୍ୟାଶ୍ରୀଙ୍କ ପରିବାର ଲୋକ ତାଙ୍କୁ ବାପଘରକୁ ନେଇଯାଇଥିଲେ । ସେଠାରେ ସେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ସୌମ୍ୟାଶ୍ରୀଙ୍କ ମାନସିକ ସ୍ଥିତି ଠିକ୍ ନଥିଲା । ଦୁଃଖରେ ଭାଙ୍ଗି ପଡ଼ି ସେ ଏପରି ଶେଷ ନିଷ୍ପତ୍ତି ନେଇଥିବା ପରିବାର ଲୋକେ କହିଛନ୍ତି ।

୨୦୨୪ରେ ଆସୁଛି ୧୦ ବଡ଼ ଫିଲ୍ମ: ପୋଲିସ ପୋଷାକରେ ଦେଖାଦେବେ ୩ ସୁପରଷ୍ଟାର

ନନ୍ଦିଘୋଷ ବ୍ୟୁରୋ: ୨୦୨୩ରେ ଯେମିତି ବଲିଉଡକୁ ଜୀବନ ଫେରିଥିଲା । କରୋନା ପରଠୁ ହାମୁଡେଇ ପଡ଼ିଥିବା ସିନେମା ଇଣ୍ଡଷ୍ଟ୍ରୀ ପୁଣି ଜିଇଁ ଉଠିଥିଲା । ଭଲ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିତିଥିଲେ ବହୁ ଷ୍ଟାର । ତେବେ ଚଳିତବର୍ଷ ବି ବଲିଉଡ ବହୁ ବଡ଼ ବଡ଼ ଫିଲ୍ମ ଭେଟି ଦେବ । ଏଥର ବଡ଼ ବଡ଼ ଷ୍ଟାରଙ୍କୁ ନେଇ ଆସୁଛି ୧୦ ବଡ଼ ଫିଲ୍ମ । ଜାଣନ୍ତୁ ସେ ସବୁ କ’ଣ ।

 

1,ଫାଇଟର: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କୁ ଏକାଠି ଦେଖିବାକୁ ମିଳିବ | ଏହି ଚଳଚ୍ଚିତ୍ରରେ ଭାରତୀୟ ବାୟୁସେନା ପାଇଲଟଙ୍କ ଭୂମିକାରେ ଅଭିନୟ କରିଛନ୍ତି ହ୍ରିତିକ୍ । ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୫ ଜାନୁଆରୀରେ ରିଲିଜ୍ ହେବ ଫିଲ୍ମ ।

 

2,ମେଁ ଅଟଳ ହୁଁ: ଏହା ଏକ ବାୟୋପିକ୍ । ଏଥିରେ ଅଭିନେତା ପଙ୍କଜ ତ୍ରିପାଠୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକା ଗ୍ରହଣ କରିଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ରବି ଯାଦବଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜାନୁୟାରୀ ୧୯, ୨୦୨୪ରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।

 

3,ମେରୀ ଖ୍ରୀଷ୍ଟମାସ: ୬ ବର୍ଷର ବ୍ୟବଧାନ ପରେ ଚଳଚ୍ଚିତ୍ର ନିର୍ମାତା ଶ୍ରୀରାମ ରାଘବନ୍ ମେରୀ ଖ୍ରୀଷ୍ଟମାସ ସହି ପୁଣି ଫେରିଛନ୍ତି । କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପତିଙ୍କ ଅଭିନୀତ ଏହି ରୋମାଣ୍ଟିକ ଥ୍ରୀଲର ଜାନୁଆରୀ ୧୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

 

4,ସିଙ୍ଗହମ୍ ଏଗେନ୍: ରୋହିତ ଶେଟ୍ଟୀ ତାଙ୍କର ଆଗାମୀ ଚଳଚ୍ଚିତ୍ର ସିଙ୍ଗମ୍ ଏଗେନ ଘୋଷଣା କରିଛନ୍ତି ଏବଂ ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି | ସୁପର ହିଟ୍ ପୋଲିସ୍ ଫ୍ରାଞ୍ଚାଇଜ୍ ର ଏହି ତୃତୀୟ ସଂସ୍କରଣ ସିଙ୍ଗମ୍ । ଏଥିରେ କରୀନା କପୁର, ଅଜୟ ଦେବଗନ୍, ରଣଭୀର ସିଂ, ଅକ୍ଷୟ କୁମାର, ଟାଇଗର ଶ୍ରଫ୍ ଏବଂ ଦୀପିକା ପାଦୁକୋଙ୍କ ଭଳି କିଛି ବଡ ସେଲିବ୍ରିଟି ଅଭିନୟ କରିଛନ୍ତି । ଏହା ୧୫ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଯାଉଛି |

 

5,ଯୋଦ୍ଧା: ଶେରଶାହାରେ ସେନା ଅଧିକାରୀ ବିକ୍ରମ ବତ୍ରାଙ୍କ ଭୂମିକା ପରେ ସିଦ୍ଧାର୍ଥ ମଲହୋତ୍ରା ଆଗାମୀ ଫିଲ୍ମ ଯୋଦ୍ଧାରେ ପୁଣି ଥରେ ୟୁନିଫର୍ମ ସହ ଆସିବାକୁ ଯାଉଛନ୍ତି । ଯେଉଁଠାରେ ସେ କମାଣ୍ଡୋ ଭୂମିକାରେ ଅଭିନୟ କରିବେ। ସାଗର ଅମ୍ବ୍ରେ ଏବଂ ପୁଷ୍କର ଓଝାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମାର୍ଚ୍ଚ ୧୫ ରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଦିଶା ପଟାନି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

 

6,ଏମରର୍ଜେନ୍ସି: ବଡ଼ ପରଦାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଆସିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ କଙ୍ଗନା ରାନାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ ଏବଂ ଏହି ଚଳଚ୍ଚିତ୍ରଟି ୧୯୭୫ର ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ । ଏହାର ରିଲିଜ୍ ଡେଟ ପ୍ରକାଶ କରାଯାଇ ନାହିଁ, ଏହା କେବଳ ୨୦୨୪ ରେ ପରଦାକୁ ଆସିବ ବୋଲି କୁହାଯାଉଛି।

 

7,ବାଡେ ମିୟାଁ ଛୋଟେ ମିୟାଁ: ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଏହି ଫିଲ୍ମ ଇଦରେ ରିଲିଜ ହେବାକୁ ଯାଉଛି ।

 

8,ମିଷ୍ଟର ଆଣ୍ଡ ମିସେସ୍ ମାହୀ: ଜାନବୀ କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଏହି ପିଲ୍ମ ଚଳିତବର୍ଷ ରିଲିଜ୍ ହେବ । ଜାନବୀ ଏହି ଫିଲ୍ମରେ କ୍ରିକେଟର ଭୂମିକାରେ ଅଭିନୟ କରିଛନ୍ତି |

 

9,ଭୁଲ ଭୁଲେୟା ୩: କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ଫିଲ୍ମ ଭୁଲ ଭୁଲେୟା ୩ ଚଳିତ ବର୍ଷ ରିଲିଜ ହେବ । ପୁଣି ବାବାଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଏହି ଅଭିନେତା | ଏହି ଫିଲ୍ମ ଦିୱାଲୀରେ ମୁକ୍ତିଲାଭ କରିବାର ସୂଚନା ରହିଛି।

 

10,ଚନ୍ଦୁ ଚାମ୍ପିଅନ୍: ଚଳଚ୍ଚିତ୍ର ନିର୍ମାତା କବୀର ଖାନଙ୍କ ସହ ଅଭିନେତା କାର୍ତ୍ତିକ ଆର୍ଯ୍ୟଙ୍କ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର । 83, ବଜରଙ୍ଗୀ ଭାଇଜାନ ଏବଂ ଟାଇଗର ଜିନ୍ଦା ହୈ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା କବୀର ଖାନ | ଏହି ଚଳଚ୍ଚିତ୍ରଟି ୧୪ ଜୁନ୍ ୨୦୨୪ ରେ ମୁକ୍ତିଲାଭ କରିବାକୁ ଯାଉଛି।

ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ଅସମ୍ଭାଳ ଭିଡ ,ଠେଲାପେଲାରେ ୨୫ରୁ ଉର୍ଦ୍ଧ୍ୱ ଭକ୍ତ ଆହତ

ଆରଡି : ଆରଡି ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ଅସମ୍ଭାଳ ଭିଡ । ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପସିଲେ ହଜାରହଜାର ଭକ୍ତ। ମନ୍ଦିର ପଶ୍ଚିମ ଦ୍ବାର ଓ ଦକ୍ଷିଣଦ୍ବାରରେ ଭକ୍ତଙ୍କ ଠେଲାପେଲା ଯୋଗୁଁ ୨୫ରୁ ଉର୍ଦ୍ଧ୍ୱ ଭକ୍ତ ଆହତ ହୋଇଛନ୍ତି । ସେପଟେ ପୀଠରେ ଟ୍ରାଫିକ ବ୍ୟବସ୍ଥା ଜାମ୍ ରହିଛି ।

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ଆସିପରେ ସୁନାମୀ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ୭.୪ ତୀବ୍ରତା ରେକର୍ଡ ।ସମୁଦ୍ରରେ ଉଠିଲା ୧ ମିଟର ଉଚ୍ଚର ଜୁଆର । । ଏହି ଭୂକମ୍ପ ପରେ ସେଠାରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଉତ୍ତର କେନ୍ଦ୍ରୀୟ ଜାପାନରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା।

ଏହି ଭୂକମ୍ପ ଘଟିବା ମାତ୍ରେ ସୁନାମୀ ସତର୍କ ସୂଚନା ଜାରି କରାଯାଇଥିଲା।  ଲୋକମାନଙ୍କୁ ଇଶିକାୱା, ନିଗାତା, ତୋୟାମା ଏବଂ ୟାମାଗାଟା ଉପକୂଳବର୍ତ୍ତୀ ଅଞ୍ଚଳ ଛାଡିବାକୁ କୁହାଯାଇଛି। ଇଶିକାୱାସ୍ଥିତ ନୋଟୋ ଉପଦ୍ୱୀପ ନିକଟରେ ସମୁଦ୍ରଠାରୁ ୫ ମିଟର ପର୍ଯ୍ୟନ୍ତ ଲହଡି ହେବାର ସମ୍ଭାବନା ରହିଛି । ଏହି ଭୂମିକମ୍ପରେ କ୍ଷତିକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ। ଭୂକମ୍ପ ପାଇଁ ଜାପାନର ୩୬ହଜାର ଘରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟରେ ସ୍ଥିତି ଉପରେ ନଜର ରଖାଯାଇଛି ।

ନୂଆ ବର୍ଷରେ ଲେଖାହେଲା ନୂଆ ଅଧ୍ୟାୟ; କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  କଥା ଦେଇ କଥା ରଖିଲେ ନବୀନ । ନୂଆବର୍ଷରେ ନୂଆ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ । ୪ବର୍ଷରେ ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ କାମ । ରାଜ୍ୟବାସୀ ପାଇବେ ମେଟ୍ରୋ ଟ୍ରେନ୍ ସୁବିଧା । ରାଜ୍ୟ ବିକାଶ ଇତିହାସରେ ଆଜି ଏକ ସ୍ବତନ୍ତ୍ର ଦିବସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିବହନ କ୍ଷେତ୍ରରେ ଆସିବ ବଡ଼ ରୂପାନ୍ତରଣ । ଲକ୍ଷ୍ମୀ ଯୋଜନା ଗାଁ ଗାଁରେ ଆଣିଛି ରୂପାନ୍ତରଣ ।

ନୂଆବର୍ଷରେ ଲେଖାହେଲା ନୂଆ ଅଧ୍ୟାୟ । କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ଐତିହାସିକ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ବ୍ଲକର ରତାଗଡ଼-ଲେଙ୍କାସାହିରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାୟ ୬ ହଜାର ୨୫୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର ।

ଏବେ ମେଟ୍ରୋ ଟ୍ରେନ୍ ଏହି ରୂପାନ୍ତରଣକୁ ଆହୁରି ଆଗକୁ ନେବ । ପୁରୁଣା ରାଜଧାନୀ କଟକ ଓ ନୂଆ ରାଜଧାନୀ ଭୁବନେଶ୍ବର ମଧ୍ୟରେ ସଂପର୍କକୁ ମଜଭୁତ କରିବ । ରାସ୍ତାରେ ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ନୂଆବର୍ଷର ଏହି ଖୁସି ସବୁଦିନ ଜାରି ରହୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକାଶର ପର୍ବ ଲୋକଙ୍କ ସହଯୋଗରେ ଆଗକୁ ବଢିବ। ୬ହଜାର କୋଟିରୁ ଅଧିକ ବ୍ୟୟ ବରାଦ କରାଯାଇଛି। ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ ୨୦ଟି ଷ୍ଟେସନ ରହିବ । ଏହା ରାଜ୍ୟ ସରକାରଙ୍କ ନିଜସ୍ବ ବଜେଟରେ ହେଉଥିବା ସବୁଠୁ ବଡ଼ ପ୍ରକଳ୍ପ। ମେଟ୍ରୋ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି କାମ କରିବାକୁ ଆହ୍ବାନ ଦେଇଛନ୍ତି ।

ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପୁଅ ସମ୍ବିତ

ଭୁବନେଶ୍ବର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଛନ୍ତି। ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ। ବହିଷ୍କାର ପରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ବିଜେପି ଟିକେଟରୁ ବାଲିକୁଦା-ଏରସମାରୁ ଲଢି ପରାଜିତ ହୋଇଥିଲେ।

ଅନ୍ୟପଟେ ଦାମୋଦର ରାଉତଙ୍କ ଉପରୁ ବିଜେଡି ବହିଷ୍କାର ପ୍ରତ୍ୟାହାର କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ସମ୍ବିତ ରାଉତରାୟ । ସେ କହିଛନ୍ତି ଯେ, ଅସୁସ୍ଥତା ଯୋଗୁଁ ବାପା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପୁଅ ହିସାବରେ ଧନ୍ୟବାଦ ଦେଉଛି । ଦଳରୁ ବିଦା କରିବା ତାଙ୍କୁ ଖୁବ କଷ୍ଟ ଦେଇଥିଲା। ଏ ଖବର ତାଙ୍କୁ ବହୁତ ଆଶ୍ବସ୍ତ ଦେବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ୍। ବିଜେଡିରୁ ବହିଷ୍କାର ପରେ ବାପା ବିଜେପିରେ ଯୋଗଦେବା ଭୁଲ ନିଷ୍ପତ୍ତି ଥିଲା। ବାପାଙ୍କ ବହିଷ୍କାର ପ୍ରତ୍ୟାହାର ନେଇ ପ୍ରତିକ୍ରିୟା ରଖିବା ବେଳେ କାନ୍ଦିପକାଇଲେ ସମ୍ବିତ। ଏ ଖୁସି ଖବର ବାପାଙ୍କୁ ସୁସ୍ଥ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

୧୯୭୭ରୁ ୨୦୧୪ ମଧ୍ୟରେ ରାଜ୍ୟ ବିଧାନସଭାକୁ ୭ଥର ନିର୍ବାଚିତ ହୋଇଛନ୍ତି ଦାମୋଦର ରାଉତ । ଲମ୍ବା ସମୟ ଧରି ବିଜେଡି ସହ କାମ କରିଛନ୍ତି। ଅନେକ ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।