ପାଟନା: କାର ପାର୍କିଂରୁ ତୁମୁଳକାଣ୍ଡ । ୪ଜଣଙ୍କୁ ହତ୍ୟା ଅଭିଯୋଗ । ବିହାରର ଔରଙ୍ଗବାଦରୁ ଆସିଛି ଏଭଳି ଖବର । ନବିନଗର ଥାନା ଅଞ୍ଚଳରେ ଏକ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଏହା ଅତି ଉଗ୍ରରୂପ ନେଇଥିବାବେଳେ ଗାଡ଼ି ଚାଳକ ଜଣକ ଦୋକାନୀଙ୍କୁ ଗୁଳି ମାରିଥିଲେ । ପରେ ସେଠାରେ ଥିବା ସ୍ଥାନୀୟ ଲୋକେ ଗାଡ଼ି ଚାଳକଙ୍କ ଉପରେ ଆକ୍ରମଣ କରିଥିଲେ । ପିଟି ପିଟି ତିନି ଜଣଙ୍କୁ ମାରି ଦେଇଥିଲେ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଛି । ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂକୁ ନେଇ ଦୋକାନୀ ଏବଂ ଗାଡ଼ିରେ ବସିଥିବା ୩ଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଉଗ୍ରରୂପ ନେଇଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ କ୍ୟାମ୍ପ ପକାଯାଇଛି ।
ଚୟନ କମିଟିରେ ଅଦଳ ବଦଳ କରିପାରେ ବିସିସିଆଇ, ଏହି ଯୋଗ୍ୟାତା ଥିଲେ କରନ୍ତୁ ଆବେଦେନ
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆକୁ ବାଛୁଥିବା ଚୟନ କମିଟିରେ ଅଦଳ ବଦଳ ହେବାକୁ ଯାଉଛି । ଏଥିପାଇଁ ବିସିସିଆଇ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି । ଚୟନ କମିଟିରେ ମୁଖ୍ୟ ୫ଜଣ ସଦସ୍ୟ ରହିଛନ୍ତି । ପୂର୍ବତନ ଭାରତୀୟ ବୋଲର ଅଜିତ ଅଗରକର ଏହାର ଅଧ୍ୟକ୍ଷ ରହିଛନ୍ତି । ଅନ୍ୟ ୪ ଜଣ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ସଲିଲ ଅଙ୍କୋଲା, ଶିବସୁନ୍ଦର ଦାସ, ଏସ. ଶରଥ ଏବଂ ସବୁତ୍ର ବାନାର୍ଜୀ । ତେବେ ବିସିସିଆଇ ପକ୍ଷରୁ ନିଜର ଓ୍ବେବସାଇଟରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିପାଇଁ ଜଣେ ମାତ୍ର ସଦସ୍ୟ ଆବଶ୍ୟକ । ତେବେ କାହା ସ୍ଥାନରେ ଏହି ବିଜ୍ଞାପନ ପ୍ରକାଶ ପାଇଛି ତାହା ସ୍ପଷ୍ଠ ହୋଇନାହିଁ ।
BCCIର ନିୟମ ଅନୁଯାୟୀ, ଚୟନ କମିଟିରେ ପ୍ରତି ଜୋନରୁ ଜଣେ ଲେଖାଏଁ ସଦସ୍ୟ ରହିବା ଦରକାର । କିନ୍ତୁ ଓ୍ବେଷ୍ଟ ଜୋନରୁ ଦୁଇଜଣ ସଦସ୍ୟ ରହିଛନ୍ତି । ଅଜିତ ଅଗରକର ଏବଂ ସଲିଲ ଅଙ୍କୋଲା ଦୁଇଜଣ ଓ୍ବେଷ୍ଟ ଜୋନରୁ ରହିଥିବାବେଳେ ଅଗରକର ମୁଖ୍ୟ ଚୟନକର୍ତ୍ତା ରହିଥିବାରୁ ତାଙ୍କ ସ୍ଥାନ ସୁରକ୍ଷିତ ରହିଛି । ସଲିଲ ଅଙ୍କୋଲାଙ୍କ ସ୍ଥାନରେ ବିସିସିଆଇ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରେ । ତେବେ ଏହି ପଦ ପାଇଁ ଯେଉଁମାନେ ଆବେଦନ କରିବେ ସେମାନେ ଅତିକମରେ ୭ଟି ଟେଷ୍ଟ, ୩୦ ଫାଷ୍ଟକ୍ଲାସ୍ କିମ୍ବା ୧୦ଟି ଆନ୍ତର୍ଜାତୀୟ ଦିନିକିଆ ଖେଳିଥିବା ଆବଶ୍ୟକ ।
ଧୁମଧାମରେ ଚାଲିଛି ଘୁମୁରା ଉତ୍ସବ- ୨୦୨୪
କଳାହାଣ୍ଡି: କଳାହାଣ୍ଡିରେ ଧୁମଧାମରେ ଚାଲିଛି କଳା ସଂସ୍କୃତି ମହାକୁମ୍ଭ କଳାହାଣ୍ଡି ଘୁମୁରା ଉତ୍ସବ- ୨୦୨୪। ନାଚ ଗୀତରେ ଦୁଲୁକି ଉଠିଛି ରେଣ୍ଡୋ ମାଝୀ ମଞ୍ଚ। ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମ୍ ପାଖରେ ଚାଲିଛି ମହୋତ୍ସବ । ଦ୍ୱିତୀୟ ସନ୍ଧ୍ୟାରେ କଳାହାଣ୍ଡିଆ କଳାକାରମାନଙ୍କ ବଜାଶାଲ ଓ ସିଙ୍ଗାରୀ ନାଚରେ ମଞ୍ଚ ଦୁଲୁକି ଉଠିଥିଲା। ମୁଖ୍ୟ ଅତିଥି ଭାବରେ ସାଂସଦ ବସନ୍ତ ପଣ୍ଡା ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂ ,ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଭବାନୀପାଟଣା ପୌର ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇଥିଲେ । ଏହି ଅବସରରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ର ସ୍ମରଣିକା “କଳାଝରଣ ” ଅତିଥିଙ୍କ ଦ୍ବାରା ଉନ୍ମୋଚନ ହୋଇଯାଇଛି । କବି ସମ୍ମିଳନୀର କବିତା ପୁସ୍ତକ “ନିଶାନ”ର ମଧ୍ୟ ଉନ୍ମୋଚନ ହୋଇଛି। ଶେଷରେ ବିଭିନ୍ନ ଡ୍ୟାନ୍ସ ଗ୍ରୁପ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ହୃଦୟ ଭାଙ୍ଗିବା ଦୁଃଖର କାରଣ ନାଁ ଏହା ଏକ ରୋଗ, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ
ନନ୍ଦିଘୋଷ ବ୍ୟୁରୋ: ଟିକେ ଦୁଃଖ ହେଲେ ଆମେ କହିଥାଉ କି, ଆମର ହୃଦୟ ଭାଙ୍ଗିଗଲା । ଏହି ଦୁଃଖଦ ଖବର ଆମ ହୃଦୟ ଉପରେ ପକାଇଥାଏ । ତେବେ ଏହାକୁ ମେଡିକାଲ ଭାଷାରେ କୁହାଯାଏ କି, ବ୍ରୋକେନ ହାର୍ଟ ସିଣ୍ଡ୍ରୋମ । ଏହି ସିଣ୍ଡ୍ରୋମ କୌଣସି ମଧ୍ୟ ବୟସରେ ଆସିଥାଏ । ତେବେ ଏହା ଏକ ରୋଗ ବୋଲି କହିପାରିବା । ୧୯୯୦ ମସିହାରେ ପ୍ରଥମେ ଏହି ’ବ୍ରୋକେନ ହାର୍ଟ ସିଣ୍ଡ୍ରୋମ’ ଜାପାନରେ ଚିହ୍ନଟ ହୋଇଥିଲା । ଯେତେବେଳେ ଆମେ ଅତ୍ୟନ୍ତ ଦୁଃଖ ଖବର ପାଇଥାଉ ସେତେବେଳେ ଆମର ହୃଦୟ ଭାଙ୍ଗିଯାଏ । ତେବେ ଗମ୍ଭୀର ଚାପ, ନିଜ ଲୋକଙ୍କ ମୃତ୍ୟୁ, ଧୋକା କିମ୍ବା ଆର୍ଥିକ ଚିନ୍ତା ଗଭୀରଭାବେ ଦୁର୍ଘଟଣା ହେବା କାରଣରୁ ହୃଦୟ ଭାଙ୍ଗିଥାଏ ।
ତେବେ ଯୁବକଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଇଥାଏ । ଏହା ପଛର ମୁଖ୍ୟ କାରଣ ହେଉଛି ଯୁବକମାନେ ଅଧିକ ଚାପରେ ରହିଥାନ୍ତି । ଇମୋସନାଲି ଯୁବକ ଏବଂ ଯୁବତୀମାନେ ରହୁଥିବାବେଳେ ଚାପ ପଡ଼ିବାରୁ ହୃଦୟ ଭାଙ୍ଗି ଯାଇଥାଏ । ଏହି ସିଣ୍ଡ୍ରୋମ ଦ୍ବାରା ହୃଦୟ ଦୁର୍ବଳ ହୋଇଯାଏ, ହାର୍ଟର ଫଙ୍କସନ ଠିକଭାବେ ହୋଇନଥାଏ , ହାର୍ଟ ବ୍ଲାଷ୍ଟ ଏବଂ ଫେଲ ହେବାର ସମ୍ଭାବନା ରହିଥାଏ । କେତେକ ସମୟରେ ଏଭଳି କାରଣରୁ ମୃତ୍ୟୁ ମଧ୍ୟ ହୋଇଥାଏ । ଏଣୁ ହାର୍ଟ ସ୍ପେଶାଲିଷ୍ଟ ମାନେ କହିଛନ୍ତି କି, ସବୁବେଳେ ଚିନ୍ତାମୁକ୍ତ ରହିବା ଉଚିତ । ଯାହାଦ୍ବାରା ଶରୀର ସୁସ୍ଥ ରହିଥାଏ ।
ଗାଁଠୁ ସହର ଉତ୍ସବ ମୁଖର, ମକର ମେଳାରେ କମ୍ପୁଛି ପୀଠ
ନନ୍ଦିଘୋଷ ବ୍ୟୁରୋ: ସୋମବାର ପବିତ୍ର ମକର ସଂକ୍ରାନ୍ତି । ଚଳ ଚଞ୍ଚଳ ଗାଁଠୁ ସହର । ଯାଜପୁର ଜିଲ୍ଲା ବିଂଝାରପୁର ଆରମ୍ଭ ହୋଇଛି ମକର ମେଳା। ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷେତ୍ର ଦିବସ। ସେହିପରି ସାଲେପୁରରେ ବି ବଟେଶ୍ବର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପୀଠରେ ମକର ମେଳା ବା ମାନସିକ ମେଳା।
ଯାଜପୁର ବିଂଝାରପୁର ଆରମ୍ଭ ହୋଇଛି ମକର ମେଳା। ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ। ପ୍ରଭୁ ବରୁଣେଶ୍ୱର ବର୍ଷସାରା ଜଳରେ ନିମଗ୍ନ ରହିଥିବା ବେଳେ ଏହିଦିନ ପ୍ରଭୁଙ୍କୁ ବଡ଼ସିଂହାର ବେଶ କରାଯାଇଥାଏ । ଭକ୍ତମାନଙ୍କ ପାଇଁ ମଧ୍ୟ ବଡ଼ଭୋଗ ଅର୍ପଣ କରାଯାଇଥାଏ। ବିଶ୍ୱାସ ରହିଛି ଏହି ଦିନ ପ୍ରଭୁ ବରୁଣେଶ୍ୱରଙ୍କୁ ଦର୍ଶନ କଲେ ପାପ କ୍ଷୟ ହେବା ସହ ନାନାଦି ରୋଗ ରୁ ମୁକ୍ତିମିଳେ । ପୂଜା ସହ ମେଳାରେ ପଡିଥିବା ମିନାବଜାର ଓ ଘରକରଣା ସାମଗ୍ରୀ କିଣିବା ପାଇଁ ମଧ୍ୟ ଲୋକଙ୍କ ଭିଡ ।
କଟକ ସାଲେପୁର ବଟେସ୍ୱର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ମକର ମେଳା ବା ମାନସିକ ମେଳା। ସକାଳୁ ପୁଣ୍ୟତୋୟା ଚିତ୍ରୋପ୍ତଲା ନଦୀରେ ମକର ବୁଡ଼ ସହ ଚଳଚଞ୍ଚଳ ହୋଇ ଉଠିଛି ଏହି ପୀଠ। ବହୁ ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ଭିଡ ଜମିଛି। ମାନସିକଧାରୀ ମାନେ ଏହି ନଦୀରେ ବୁଡ଼ ପକାଇ ମାଆ ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି। ବିଶେଷ କରି ଏହି ଦିନ ନିଜ ନିଜର ବିବାହ ବ୍ରତରେ ଲାଗିଥିବା ସାମଗ୍ରୀ ନଦୀ ରେ ବିସର୍ଜନ କରି ମାଆଙ୍କୁ ଦର୍ଶନ କଲେ ବହୁ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି।
ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ +3 ଡିଗ୍ରୀ କଲେଜ ଖୋଲିବା ପାଇଁ ଅନୁମୋଦନ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଭାବକଙ୍କ ଧନ୍ୟବାଦ
ଶିକ୍ଷାର ହେବ ବିକାଶ । ନବରଙ୍ଗପୁର ଜିଲ୍ଲାର ୪ ଟି ବ୍ଲକରେ ଖୋଲିଛି +3 କଲେଜ । ଆଉ ଶିକ୍ଷା ଲାଭ ପାଇଁ ଦୂର ସ୍ଥାନକୁ ଯିବେନି ଶିକ୍ଷାର୍ଥୀ । ବ୍ଲକରେ ସ୍ନାତକ ଶିକ୍ଷାର ମିଳିବ ସୁବିଧା। ସହଜ ସୁବିଧାରେ ହେବ ଜ୍ଞାନ ଆହରଣ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଭାବକ ।
ଶିକ୍ଷା ହିଁ ପ୍ରଗତିର ମୂଳମନ୍ତ୍ର । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲିଛନ୍ତି ୪ଟି ଡିଗ୍ରି କଲେଜ । ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ +3 ଡିଗ୍ରୀ କଲେଜ ଖୋଲିବା ପାଇଁ ଅନୁମୋଦନ କରିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ସହଜ ସୁବିଧାରେ ହେବ ଜ୍ଞାନ ଆହରଣ । ଆଉ ସ୍ନାତକ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେନି ଶିକ୍ଷାର୍ଥୀ ।
ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା, ଝରିଗାଁ, ରାଇଘର ଓ ତେନ୍ତୁଳିଖୁଣ୍ଟି ବ୍ଲକରେ +3 ମହାବିଦ୍ୟାଳୟ ଖୋଲାଯିବା ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ୨୦୨୪-୨୫ ଶିକ୍ଷା ବର୍ଷରୁ ନାମଲେଖା ଆରମ୍ଭ ହେବ। ଏହି ୪ଟି ବ୍ଲକରେ ଡିଗ୍ରୀ କଲେଜ ନଥିବାରୁ ଯୁକ୍ତ ୨ ପରେ ବହୁ ଛାତ୍ରଛାତ୍ରୀ ଯୁକ୍ତ ତିନି ଶିକ୍ଷାଲାଭରୁ ବଞ୍ଚିତ ହେଉଥିଲେ । ଅଧାରୁ ପାଠ ପଢା ଛାଡିବାକୁ ପଡୁଥିଲା । ଏହାର ବିଜ୍ଞପ୍ତି ହେବାପରେ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ନବରଙ୍ଗପୁର ବିଧାୟକ ଓ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଭାବକ।
ଦେଶ ବିଦେଶରେ ଓଡ଼ିଶାର ମାନ ବଢାଇଲା ଯାଜପୁରର ହସ୍ତଶିଳ୍ପ ଓ ଚାରୁକଳା
ଯାଜପୁର: ବିଶ୍ଵ ଦେଖିଲା ଯାଜପୁରର କଳା ଓ ଭାସ୍କର୍ଯ୍ୟ। ଦେଶ ବିଦେଶରେ ଓଡ଼ିଶାର ମାନ ବଢାଇଲା ଯାଜପୁରର ହସ୍ତଶିଳ୍ପ ଓ ଚାରୁକଳା। ଯାଜପୁରରେ ଆୟୋଜିତ ୩ ଦିନିଆ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଶେଷ ହୋଇଥିବା ବେଳେ ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟ ଆଜି ସମଗ୍ର ବିଶ୍ବରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି।
ବିଶ୍ଵ ଦେଖିଲା ଯାଜପୁରର କଳା ଓ ଭାସ୍କର୍ଯ୍ୟ। ଦେଶ ବିଦେଶରେ ଓଡ଼ିଶାର ମାନ ବଢାଇଲା ଯାଜପୁରର ହସ୍ତଶିଳ୍ପ ଓ ଚାରୁକଳା। ଯାଜପୁରରେ ଆୟୋଜିତ ୩ ଦିନିଆ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଶେଷ ହୋଇଥିବା ବେଳେ ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟ ଆଜି ସମଗ୍ର ବିଶ୍ବରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି। ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଭାରତ ସମେତ ମୋଟ ୧୮ ଟି ଦେଶର ପ୍ରତିନିଧି ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ୨୦ ରୁ ଉର୍ଦ୍ଧ୍ବ ଆନ୍ତର୍ଜାତୀୟ କଳାକାର, ୭୫ ଜଣ ବକ୍ତା ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧି ସାମିଲ ହୋଇଥିଲେ। ଏହି ସମ୍ମିଳନୀକୁ ଗତ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ।
ଚଳିତବର୍ଷ UNDP, UNESCO, UNHABITAT, UNICEF ପରି ବିଶ୍ୱସ୍ତରୀୟ ସଂଗଠନ ଗୁଡିକର ବିଶେଷଜ୍ଞ ଏବଂ ବିଶ୍ୱସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଯାଜପୁର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ଏଭଳି ଏକ ସମ୍ମିଳନୀର ଆୟୋଜନ ପାଇଁ ଅତିଥିମାନେ ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।
ଏଣିକି ପଞ୍ଚାୟତର ଚାଷୀଙ୍କ ପାଖରେ ପହଞ୍ଚିବ ଆଗୁଆ ପାଣିପାଗ ସୂଚନା
ନନ୍ଦିଘୋଷ ବ୍ୟୁରୋ: ଏଣିକି ପଞ୍ଚାୟତର ଚାଷୀଙ୍କ ପାଖରେ ପହଞ୍ଚିବ ଆଗୁଆ ପାଣିପାଗ ସୂଚନା । ନିଜ ନିଜ ଭାଷାରେ ପାଇପାରିବେ ପାଣିପାଗ ଖବର । ଏନେଇ ପଞ୍ଚାୟତ ମୌସମ ସେବା ‘PMS’ ଆପର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ଜଗଦିପ ଧନକଡ । ଭାରତୀୟ ପାଣିପାଗ ବିଭାଗ(IMD)ର ୧୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହାକୁ ଉଦଘାଟନ କରାଯାଇଛି । ଏହି ସେବା ଓଡ଼ିଆ ସମେତ ୧୨ ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଆପ ଜରିଆରେ ତାପମାତ୍ରା, ଆର୍ଦ୍ରତା ଏବଂ ପବନର ଗତି ସମ୍ପର୍କରେ ପ୍ରାକ୍ ସୂଚନା ପାଇ ପାରିବେ ଚାଷୀ । କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ଏହି ସେବା ଫଳପ୍ରଦ ହେବ ବୋଲି IMD ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଦେଢଶହ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପାଣିପାଗ ଖବର ଦେଉଛି ବିଭାଗ । ସମୟ ଗଡିବା ସହ ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର ହେଉଛି । କୋଲ୍ଡୋଓ୍ବେଭ୍ ଏବଂ ହିଟଓ୍ବେଭ ରେ ୮୮ ପ୍ରତିଶତ ଆକଳନ ସତ ହେଉଛି । ବଜ୍ରପାତରେ ୮୬ ପ୍ରତିଶତ ଆକଳନ ସତ ହେଉଥିବା ବେଳେ ନାଓକାଷ୍ଟରେ ୮୦ ପ୍ରତିଶତ ସଫଳତା ମିଳୁଛି । ବାତ୍ୟା ଲ୍ୟାଣ୍ଡଫଲ ରେ ୧୦୦ ପ୍ରତିଶତ ଆକଳନ କରାଯାଇପାରୁଥିବା ବିଭାଗ ପକ୍ଷରୁ କୁହାଯାଇଛି ।
MMS ଭାଇରାଲକୁ ନେଇ FIR ଦେଲେ ଅଞ୍ଜଳି, କହିଲେ ପୁରୁଣା..
ନନ୍ଦିଘୋଷ ବ୍ୟୁରୋ: ’କାଚା ବାଦାମ ଗାର୍ଲ’ ଭାବେ ପରିଚିତ ଅଞ୍ଜଳି ଅରୋରାଙ୍କ MMS ଭାଇରାଲ ଘଟଣା । ଥାନାରେ ମାମଲା ରୁଜୁ କଲେ ଅଞ୍ଜଳି । ସେ କହିଛନ୍ତି କି, ଏହା ହେଉଛି ଭୁଲ ଭିଡିଓ । AI ସାହାର୍ଯ୍ୟ ଏହା ତିଆରି କରି ଭାଇରାଲ କରାଯାଉଛି । ଏକ ଜାତୀୟ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଏଫଆଇଆର ଦେଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଏହା ସତ, ମୁଁ ଆପଣଙ୍କୁ ଅନୁରୋଧ କରୁଛି କି, ମୋ ପିଆର ଟିମ ସହ ଆପଣ କଥା ହୁଅନ୍ତୁ । ସେମାନେ ସବୁ ତଥ୍ୟ ଦେଇଦେବେ । ସେପଟେ ପିଆର ଟିମ କହିଛନ୍ତି କି, ,ହା ସତଯେ ଅଞ୍ଜଳି ଥାନାରେ ଏଫଆଇଆର ଦେଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାଟି ହେଉଛି ୨୦୨୨ ମସିହାର । ଯେଉଁ ସମୟରେ ଅଞ୍ଜଳି ଏକ ରିଆରିଟି ସୋ’ରେ ଭାଗ ନେବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ପରିବାର ଲୋକଙ୍କୁ ଅଞ୍ଜଳିଙ୍କ ଆପତ୍ତିଜନକ ଭିଡିଓ ମିଳିଥିଲା । ଯେଉଁଥିରେ ଅଞ୍ଜଳିଙ୍କ ଚେହେରାକୁ AI ସାହାର୍ଯ୍ୟରେ ଏଡିଟ୍ କରାଯାଇଛି । ତେବେ ଏଫଆଇଆରରେ ଅଞ୍ଜଳି ଲେଖିଛନ୍ତି କି, ଏହି ଭିଡିଓ ପାଇଁ ତାଙ୍କ ପରିବାର ଲୋକେ ବହୁତ ଲଜ୍ଜିତ । ସେହି ସମୟରେ ରିଆଲିଟି ସୋ’ରେ ଭାଗ ନେଇଥିବାରୁ ଏଫଆଇଆର ଦେଇପାରିନଥିଲେ । ମାତ୍ର ଏବେ ପୁଣି ସେହି ପୁରୁଣା ଭିଡିଓକୁ ଭାଇରାଲ କରାଯାଉଛି ।
ଲଗାତାର ଶୂନରେ ଆଉଟ ହେବାପରେ ଏହି ଅଲୋଡ଼ା ରେକର୍ଡ କରିପାରନ୍ତି ରୋହିତ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଦୁଇଟି ଯାକ ଟି-୨୦ରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି । ଲଗାତାର ଦୁଇଟି ଶୂନରେ ଆଉଟ ହେବା ପରେ ଆନ୍ତର୍ଜାତୀୟ ଟି-୨୦ରେ ଶୂନରେ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରୋହିତ ୧୫୦ ଟି-୨୦ ଖେଳି ବିଶ୍ବର ପ୍ରଥମ ଖେଳାଳିଭାବେ ଏହି ମାଇଲ ଖଉଣ୍ଟ ପାର କରିଥିବାବେଳେ ଶୂନ ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରୋହିତ ୧୨ ଥର ଶୂନରେ ଆଉଟ ହୋଇଛନ୍ତି । ସେପଟେ ଆୟାରଲାଣ୍ଡର ପଲ ଷ୍ଟାରଲିନ୍ ୧୩ଥର ଶୂନରେ ଆଉଟ ହୋଇଛନ୍ତି । ଶେଷ ମ୍ୟାଚରେ ଯଦି ରୋହିତ ଜିରୋରେ ଆଉଟ ହୁଅନ୍ତି ତାହେଲେ ଏକ ଅଲୋଡ଼ା ରେକର୍ଡ ତାଙ୍କ ନାମରେ ଲେଖାହେବ ।
ଆଗକୁ ଟି-୨୦ ବିଶ୍ବକପ ଆସୁଥିବାବେଳେ ରୋହିତ ଅଧିନାୟକ କରିବେ ବୋଲି ଏକପ୍ରକାର ଗ୍ରୀନ ସିଗନାଲ ମିଳିଛି । ଚୟନକର୍ତ୍ତା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ତାଙ୍କ ଅଧିନାୟକ ପଦ ଦେଇଥିବାବେଳେ ସେ ଟି-୨୦ ବିଶ୍ବକପ ଖେଳିବେ ବୋଲି କୁହାଯାଉଛି । ଦୀର୍ଘଦିନ ପରେ ଟି-୨୦ ଦଳକୁ ଫେରିଥିବା ହିଟମ୍ୟାନ ବଡ଼ ପାଳି ଖେଳିବେ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଥିଲେ । ଟି-୨୦ ବିଶ୍ବକପ ପୂର୍ବରୁ ଏହା ହେଉଛି ଶେଷ ଟି-୨୦ ସିରିଜ୍ । ଏଣୁ ଏହି ସିରିଜ ଅନେକ ଗୁରୁତ୍ବ ବହନ କରୁଛି । ସେପଟେ ଯୁବ ଖେଳାଳିମାନେ ଦମଦାର ଫର୍ମରେ ରହିଥିବାବେଳେ ରୋହିତଙ୍କ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଦର୍ଶକଙ୍କୁ ବେଶ ଦୁଃଖ ଦେଇଛି ।

