ଭାରତର ପ୍ରଥମ ବଜେଟ କିଏ ଏବଂ କେବେ ଉପସ୍ଥାପନ କରିଥିଲେ?

1 min read

ନୂଆଦିଲ୍ଲୀ: ଉପସ୍ଥାପନ ହେବ ୨୦୨୪- ୨୫ ଆର୍ଥିକ ବର୍ଷର ବଜେଟ୍ । ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟକୁ ମିଶାଇ କେନ୍ଦ୍ର ଅର୍ଥମନ୍ତ୍ରୀ ମୋଟ ୬ ଥର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଆପଣ ଜାଣନ୍ତି କି, ଦେଶର ପ୍ରଥମ ବଜେଟ କିଏ ଏବଂ କେବେ ଉପସ୍ଥାପନ କରିଥିଲେ । ଜାଣନ୍ତୁ ବଜେଟର ଇତିହାସ ବିଷୟରେ ।

ବ୍ରିଟିସ ଶାସନ କାଳରେ ହିଁ ବଜେଟ ଉପସ୍ଥାପନ କରିବା ପରମ୍ପରା ଆରମ୍ଭ ହୋଇଥିଲା । ଭାରତରେ ଇଂରେଜ ଶାସନ ସମୟରେ ମାନେ ୧୮୬୦ ମସିହାରେ ପ୍ରଥମ ଥର ପାଇଁ ବଜେଟ ଉପସ୍ଥାପନ କରାଯାଇଥିଲା । ଏହା ପରେ ଉପସ୍ଥାପନରେ ସଂଶୋଧନ କରାଯାଇଥିଲା । ୧୮୬୦ ମସିହା ଏପ୍ରିଲ ମାସରେ ଇଷ୍ଟ ଇଣ୍ଡିଆ କମ୍ପାନୀର ସ୍କଟଲ୍ୟାଣ୍ଡ ଅର୍ଥନିତିଜ୍ଞ ଜେମ୍ସ ଓ୍ବିଲସନ ବଜେଟ ଉପସ୍ଥାପନ କରିଥିଲେ ।

ଭାରତ ସ୍ବାଧୀନତା ପାଇଲା ପରେ ୧୯୪୭ ମସିହା ନଭେମ୍ବର ୨୬ ତାରିଖରେ ଆର୍ଥିକ ବିଶେଷଜ୍ଞ ଆର୍. କେ. ଶାନମୁଖମ ବଜେଟ ଉପସ୍ଥାପନ କରିଥିଲେ । ବ୍ରିଟିସ ଶାସନ କାଳରେ ବଜେଟରେ ଟ୍ୟାକ୍ସ ପାଇଁ କୌଣସି ବ୍ୟବସ୍ଥା ନଥିଲା । କିନ୍ତୁ ସ୍ବାଧୀନତା ପରେ  ବଜେଟରେ ଟ୍ୟାକ୍ସ ବ୍ୟବସ୍ଥା ଯୋଡ଼ିବାକୁ ୧୫ ଅଗଷ୍ଟ ୧୯୪୭ରୁ ୧୯୪୮ ମାର୍ଚ୍ଚ ୩୧ ଯାଏ ବିଭିନ୍ନ ସୁପାରିଶ ବାହାରିଲା ।

ଭାରତରେ ୧୯୫୫ ଯାଏ ବଜେଟ କେବଳ ଇଂରାଜୀ ଭାଷାରେ ପରିବେଷଣ ହେଉଥିଲା । ଏହା ପରେ ହିନ୍ଦି ଭାଷାରେ ପରିବେଷଣ କରାଗଲା । ତତ୍କାଳୀନ ଅର୍ଥମନ୍ତ୍ରୀ ତଥା ରିଜର୍ଭ ବ୍ୟାଙ୍କର ପ୍ରଥମ ଗଭର୍ଣ୍ଣର ସି ଡି ଦେଶମୁଖ ପ୍ରମୁଖ ଭୁମିକା ନେଇଥିଲେ । ୧୯୪୯ ମସିହା ଅଗଷ୍ଟ ୧୧ ତାରିଖରେ ବ୍ରିଟିଶ ସରକାର ସିଡି ଦେଶମୁଖଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତ କରିଥିଲେ । ସେବେଠୁ ସେ ୧୯୪୯ ଜୁନ ୩୦ ଯାଏ ଗଭର୍ଣ୍ଣର ଥିଲେ ।

ବ୍ରିଟିଶ ଶାସନ କାଳରୁ ସ୍ବାଧୀନତା ପର୍ଯ୍ୟନ୍ତ ସନ୍ଧ୍ୟା ୫ଟାରେ ବଜେଟ୍ ଉପସ୍ଥାପନ କରାଯାଉଥିଲା। ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ୨୦୦୧ ମସିହାରେ ପ୍ରଥମ ଥର ପାଇଁ ଦିନ ୧୧ ଟା ବେଳେ ବଜେଟ୍ ଉପସ୍ଥାପନ କରିଥିଲେ।