ପ୍ରେମିକ ଦୁଆରେ ପ୍ରେମିକାର ଧାରଣା

1 min read

ନୟାଗଡ଼: ପ୍ରେମିକ ଦୁଆରେ ପ୍ରେମିକାର ଧାରଣା, ଭାଙ୍ଗିଲା ବାହାଘର । ବିବାହର ପ୍ରତିଶୃତି ଦେଇ ୫ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଲେ। ପ୍ରେମିକାର ଅଜାଣତରେ ଅନ୍ୟତ୍ର ବିବାହ ବେଳେ ପହଞ୍ଚିଗଲା ପ୍ରେମିକା । ପ୍ରେମିକ ଦୁଆରେ ରାତିସାରା ପ୍ରେମିକାର ଧାରଣା । ଧାରଣା ପରେ ଭାଙ୍ଗିଲା ପ୍ରେମିକର ବାହାଘର । ନୟାଗଡ଼ ଜିଲ୍ଲା ସଦର ଥାନା ଗୋଳଗୋଳା ଗାଁରେ ଘଟିଛି ଏହି ଘଟଣା  । ପ୍ରେମିକ ଫେରାର ହୋଇଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ରାତି ସାରା ପ୍ରେମିକଙ୍କ ଦୁଆରେ ଧାରଣା ଦେବା ପରେ ରବିବାର ନୟାଗଡ଼ ସଦରଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା । ଯୁବତୀଙ୍କ ଘର କଟକ ଅଞ୍ଚଳ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ କମ୍ପାନୀରେ ଉଭୟେ ଚାକିରି କରିଥିଲେ l ସେବେଠାରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  । ଏ ନେଇ ଯୁବକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।