spot_img
Home Blog Page 2252

ଉତ୍ତର ଭାରତରେ ଜାରି ରହିଛି ଥଣ୍ଡା ସହ କୁହୁଡ଼ି

ନନ୍ଦିଘୋଷ ବ୍ୟୁରୋ: ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସହ ଜାରି ରହିଛି କୁହୁଡି । ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଲୋକଙ୍କୁ କଲବଲ କରୁଛି । ଦିଲ୍ଲୀ ସମେତ ପୂରା ଏନ୍‌ସିଆର୍‌ରେ କୁହୁଡ଼ିର ମୋଟା ଚାଦାର ଢ଼ାଙ୍କି ରହିଛି । ଘନ କୁହୁଡ଼ି ଓ ଧୂଆଁ ଯୋଗୁ ରାସ୍ତା ଘାଟ ସ୍ପଷ୍ଟ ଭାବେ ଦେଖାଯାଉନି । ଦିଲ୍ଲୀର ବିଭିନ୍ନ ରାସ୍ତାରେ ଜିରୋ ଭିଜିଭିଲିଟି ସୃଷ୍ଟି ହୋଇଛି । ଏଥିଯୋଗୁ ଦୁର୍ଘଟଣା ଭୟ ମଧ୍ୟ ରହିଛି । ଘନ କୁହୁଡି ଯୋଗୁ ଯାତାୟତ ପ୍ରଭାବିତ ହୋଇଛି । ଗାଡ଼ି ମଟର ଚଳାଚଳରେ ବାଧା ଉପୁଜିଛି । ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି । ଘନ କୁହୁଡ଼ି ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ୧୩୨ରୁ ଅଧିକ ବିମାନ ପ୍ରଭାବିତ ହୋଇଛି । ଉଡାଣ ରଦ୍ଦ କରାଯାଇଛି । ଏଥିସହିତ ଦିଲ୍ଲୀ ଅଭିମୁଖେ ଯାଉଥିବା ୨୫ଟି ଟ୍ରେନ ବିଳମ୍ବରେ ଚାଲୁଛି । ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଘନ କୁହୁଡ଼ି ପାଇଁ ବହୁ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

 

ନିର୍ବାଚନ ଲଢ଼ିବେ କି ଧକଧକ ଗାର୍ଲ? ଜାଣନ୍ତୁ କଣ କହିଲେ ମାଧୁରୀ

ମୁମ୍ବାଇ: ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଚର୍ଚ୍ଚା ହୋଇଛି । ନିର୍ବାଚନ ଲଢ଼ିବେ ବଲିଉଡର ଧକଧକ ଗାର୍ଲ ମାଧୁରୀ ଦିକ୍ଷିତ। ନିକଟରେ ଏକ ଜାତୀୟ ଗଣମାଧ୍ୟମର ଟକ ସୋ’ ମାଧୁରୀ ଏବଂ ତାଙ୍କ ସ୍ବାମୀ ଯୋଗ ଦେଇଥିବାବେଳେ ୨୦୨୪ ନିର୍ବାଚନୀ ମଇଦାନରେ ପାଦ ଦେବେ କି ନାହିଁ? ,ଭଳି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସିଧାସଳଖ ମନା କରିଛନ୍ତି ମାଧୁରୀ । ସେ କହିଛନ୍ତି କି, ମୋର ନିର୍ବାଚନ ଲଢ଼ିବାର ନାହିଁ । ନିର୍ବାଚନ ଆସିଲେ ଏଭଳି ଚର୍ଚ୍ଚା ହୋଇଥାଏ । ଏପରିକି ପ୍ରତି ନିର୍ବାଚନ ସମୟରେ ମଧ୍ୟ କିଛି ଦଳମାନେ ଲଢ଼ିବା ପାଇଁ ଅଫର ଦିଅନ୍ତି । ଅନେକ ବଡ଼ ବଡ଼ ଦଳ ପକ୍ଷରୁ ଅଫର ଦିଆଯାଇଥିଲେ ସୁଦ୍ଧା ମୁଁ କେବେ ରାଜି ହୋଇନାହିଁ । ସେପଟେ ମାଧୁରୀଙ୍କ ସ୍ବାମୀଙ୍କୁ ମଧ୍ୟ ସମାନ ପ୍ରଶ୍ନ କରାଯାଇଥିଲା । ସେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କହିଥିଲେ ଆମର ରାଜନୀତିରେ ପସିବାର ନାହିଁ । ତେବେ ସେ ଯାହାବି ହେଉ ପୂର୍ବରୁ ଅନେକ ବଡ଼ ବଡ଼ ଅଭିନେତାମାନେ ରାଜନୀତି ମଇଦାନରେ ପାଦ ଦେଇ ସଫଳ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ଅନେକ ଅଭିନେତା ରାଜନେତା ପାଲଟିଛନ୍ତି । ଏଣୁ ନିର୍ବାଚନ ସମୟ ଆସିଲେ ଏଭଳି ଚର୍ଚ୍ଚା ହୋଇଥାଏ ।

 

ଟୁରିଷ୍ଟ ବସକୁ ପିଟିଲା ଡ୍ରମ୍ଫର, ୨୦ ଆହତ

ଆନନ୍ଦପୁର: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଭାଲୁକୁମା ନିକଟରେ ଡ୍ରମ୍ଫରକୁ ବାଡେଇଲା ଟୁରିଷ୍ଟ ବସ । ୨ ଗୁରୁତର ୨୦ରୁ ଅଧିକ ଆହତ । ସମସ୍ତେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି । ପିକନିକ ସାରି ସମ୍ବଲପୁରରୁ ସୋର ଫେରୁଥିଲେ ବ୍ରହ୍ମଶ୍ମି ଟିଉଟୋରିଆଲର ଛାତ୍ରଛାତ୍ରୀ ଓ ଶିକ୍ଷକ । ଫେରିବା ସମୟରେ ଭାଲୁକୁମା ଛକ ଠାରେ ଏକ ଟ୍ରକ୍ ପଛ ପଟେ ଧ୍କକା ଦେଲା ବସ୍ । ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଥିବାବେଳେ ଡ୍ରାଇଭର ଓ ଜଣେ  ଶିକ୍ଷକ ଗୁରୁତର ରହିଛନ୍ତି । ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ଦକ୍ଷିଣଆଫ୍ରିକାରେ କୋହଲିଙ୍କ କୁନି ଫ୍ୟାନ, ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛି ଭାରତ । ତେବେ ଏହି ସମୟରେ ବିରାଟଙ୍କ କୁନି ଫ୍ୟାନଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ୟୁଜର୍ସମାନେ ଏହାକୁ ଲାଇକ, କମେଣ୍ଟ କରିବା ସହ ସେୟାର କରୁଛନ୍ତି । କୁନି ପ୍ରଶଂସକ ଜଣକ କୋହଲିଙ୍କ ପାଖକୁ ଆସିଥିବାବେଳେ ଅଟୋଗ୍ରାଫ ନେଇଛନ୍ତି । ଏହାପରେ ସେ ଏକ ଫଟୋ ମଧ୍ୟ ଉଠାଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, କୁନି ଫ୍ୟାନ ଦକ୍ଷିଣ ଆଫ୍ରିକାର ହୋଇଥିଲେ ସୁଦ୍ଧା ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ପ୍ରଶଂସକ । ଏଣୁ ଆରସିବି ଟିସାର୍ଟରେ ଅଟୋଗ୍ରାଫ ନେଇଛନ୍ତି । ବେଶ ଖୁସିର ସହ କୋହଲିଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ।

ବିଶ୍ବକପରେ କୋହଲି ମଇଦାନକୁ ଓହ୍ଲାଇଛନ୍ତି । ବିଶ୍ବକପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜରେ କୋହଲି ଖେଳିନଥିବାବେଳେ ଟେଷ୍ଟରେ ଖେଳିଛନ୍ତି । ପ୍ରଥମ ପାଳିରେ ୩୮ ରନ କରିଛନ୍ତି କୋହଲି । ତେବେ ବିରାଟ ଦ୍ବିତୀୟ ପାଳିରେ କମାଲ କରିବେ ବୋଲି ଆଶା ରଖିଛନ୍ତି ଭାରତୀୟ କ୍ରିକେଟପ୍ରେମୀ । ଦ୍ବିତୀୟ ଦିନର ଖେଳ ଶେଷସୁଦ୍ଧା ଭାରତକୁ ୧୧ ରନର ଲିଡ୍ ଦେଇଛି ଦକ୍ଷିଣଆଫ୍ରିକା । ତେବେ ୫ ଓ୍ବିକେଟ ହରାଇ ଦକ୍ଷିଣଆଫ୍ରିକା ଖେଳୁଥିବାବେଳେ ଏକ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିବ ନିଶ୍ଚୟ ।

ନୂଆ ବର୍ଷରେ ରିଲିଜ ହେବ ଓଡ଼ିଆ ଫିଲ୍ମ ’ ସମୟ କହିବ କିଏ କାହାର’?

ଭୁବନେଶ୍ବର: ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ ସମୟ କହିବ କିଏ କାହାର । ଏହାପୂର୍ବରୁ ସିନେମାର ଅଡିଓ ରିଲିଜ୍ ହୋଇଯାଇଛି । ଅନନ୍ୟା ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ଏହି ସିନେମାଟି ପ୍ରସ୍ତୁତ ହେଉଥିବାବେଳେ ଏହାର ପ୍ରଯୋଜକ ରହିଛନ୍ତି ରମେଶ ସିଂ । ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବରିଷ୍ଠ ହାସ୍ୟ ଅଭିନେତା ବ୍ରଜ ସିଂ । ସିନେମାରେ ଅମ୍ଳାନ ଓ ଓମଙ୍କାର ଅଧିନାୟକ ଭୁମିକାରେ ରହିଥିବାବେଳେ ତୃପ୍ତି ଓ ସୋନମ ଅଭିନେତ୍ରୀ ଅଛନ୍ତି । ଦେବୁ ବ୍ରହ୍ମା,ପ୍ରଜ୍ଞା,ଅନବିନ୍ଦଙ୍କ ଭଳି ଅନେକ ହାସ୍ୟ ଅଭିନେତାଙ୍କ କମେଡି ଦର୍ଶକ ଉପଭୋଗ କରିପାରିବେ । ଜାନୁଆରୀ ପାଞ୍ଚ ତାରିଖରେ ଓଡ଼ିଶାର ସମସ୍ତ ହଲରେ ସିନେମା ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ଲକ୍ଷ୍ୟ ରଖିଛି ।

ଆଜିଠୁ ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ

ରାଉରକେଲା: ଏଣିକି ଦେଢ ଘଣ୍ଟାରେ ରାଉରକେଲାରୁ ଯାଇହେବ କୋଲକତା । ରାଜ୍ୟ ସରକାରଙ୍କ ସହଯୋଗରେ ଆଜିଠୁ ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା । ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ ହେଵ । ସପ୍ତାହରେ ୩ ଦିନ ମଙ୍ଗଳବାର, ଗୁରୁବାର, ଶନିବାର ବିମାନ ସେବା ମିଳିବ । ଆଲାଏନ୍ସ ଏୟାର ବିମାନସେବା ଯୋଗାଇଦେବ  । ଏହାଦ୍ବାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟରେ ରାଉରକେଲାରୁ କୋଲକତା ଯାତ୍ରା କରି ପାରିବେ । ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ଯୋଗାଇ ଦେଇଛନ୍ତି ବିମାନ ସେବା । ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରାଯାଇଛି । ରାଉରକେଲାରୁ କୋଲକାତା ଵିମାନ ସେଵା ପାଇଁ ପ୍ରାରମ୍ଭିକ ବିମାନ ଦେୟ ୧ ହଜାର ୯୯୯ ଟଙ୍କା ରହିଛି । ଏହାଦ୍ବାର ସହରର ବ୍ୟବସାୟୀ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ।

ରାଜଧାନୀରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ ଏନକାଉଣ୍ଟର

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି । କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ ଏନକାଉଣ୍ଟର । ଭୁବନେଶ୍ୱର କମିଶନରେଟ୍ ପୋଲିସ କଲା ଏନକାଉଣ୍ଟର । କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ । ରଘୁ ନାମରେ ବିଭିନ୍ନ ଥାନାରେ ୧୫ ଥାନାରେ ଡକାୟତି ସହ ରାହାଜାନୀ ମାମଲା ରହିଛି । ସେଥିମଧ୍ୟରୁ ବନ୍ଧୁକ  ମାମଲା ରହିଛି ୮ ଟି । ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ଵର୍ ଥାନା ପୋଲିସ ଓ ସ୍ପେସାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାହାର ସାଙ୍ଗ ପୁନିଆ ନାୟକ ଏକ କେଟିଏମ୍ ବାଇକରେ ଭୁବନେଶ୍ୱର ବାଲିଯାତ୍ରା ପଡିଆ ରାସ୍ତା ଦେଇ ଯାଉଥିଲେ । ଏହି ସମୟରେ ଏମାନଙ୍କୁ ପୋଲିସ ଅଟକାଇବା ରୁ ହଠାତ୍ ରଘୁ ନିଜ ମାଉଜର ବାହାର କରି ପୋଲିସ ଉପରକୁ ଗୁଳି ଚଳାଇଥିଲା ।

୩ ରାଉଣ୍ଡ ଗୁଳି ମାଡ କରିବା ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଲାଯାଇଥିଲା । ରଘୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ପଡ଼ି ଯାଇଥିଲା । ପୁନିଆ ଫେରାର ହୋଇଯାଇଥିଲା । ପୋଲିସ ରଘୁକୁ କାବୁ କରିଥିବା ବେଳେ ତା ନିକଟରୁ 7.5 mm ର ଏକ ପିସ୍ତଲ ଜବତ କରିଛି । ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

କ’ଣ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଯୋଜନା କରୁଛି ?

ଇସଲାମାବାଦ: ପାକିସ୍ତାନ ତିଆରି କରିଛି ନୂଆ ଏୟାର ଫିଲ୍ଡ । ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ଏହି ଏୟାରଫିଲ୍ଡ । ଭାରତ ସୀମା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ପାକିସ୍ତାନ ଏକ ନୂତନ ଏୟାର ଫିଲଡ୍ ତିଆରି କରିଛି । ଏୟାରଫିଲ୍ଡ୍ ର ଲାହୋର ନିକଟରେ ଅବସ୍ଥିତ ଅଛି । ବିମାନଘାଟୀରେ ଚୀନ ଠାରୁ ଆଣିଥିବା SH-15SP ହାଓ୍ବିଜର ତୋପକୁ ଲଗେଇଛି ।

ବର୍ତ୍ତମାନ ସୁଦ୍ଧା ଏହି ବିମାନଘାଟି ବେସାମରିକ ଉଡାଣ ପାଇଁ ବ୍ୟବହୃତ ହେବ କି ସୈନବାହିନୀ ଙ୍କ ବ୍ୟବହାରରେ ଲାଗିବ ତାହା ଜଣା ପଡି ନାହିଁ । ପାକିସ୍ତାନର ଏହି ଦୁଇଟି କାମ ଭାରତ ପାଇଁ ଚିନ୍ତାର ବିଷୟ ଅଟେ । ଏହା ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ । ପାକିସ୍ତାନର କୌଣସି ଅଧିକାରୀ ଏବଂ ସୈନବାହିନୀ ଏହି ବାବଦରେ କୌଣସି ବୟାନ୍ ଦେଇନାହାନ୍ତି । କିଛି ଲୋକଙ୍କ କହିବା ଅନୁସାରେ , ଏଠି ପାକିସ୍ତାନି ସୈନ୍ୟବାହିନୀଙ୍କ ବ୍ୟବହାର ପାଇଁ ପାଇଲଟ୍ ଟ୍ରେନିଂ ସ୍କୁଲ୍ ତିଆରି କରାଯାଉଛି ।

ଏହା ମଧ୍ୟ କୁହାଯାଉଛି କି, ଏହି ଏୟାରଫିଲ୍ଡ ର ବ୍ୟବହାର ହେଲିକପ୍ଟର , ଡ୍ରୋନ୍ ଏବଂ ଅନ୍ୟ ବିମାନ ଗୁଡିକର ଉଡାଣ ପାଇଁ କରାଯିବ । ସବୁଠାରୁ ଚିନ୍ତାର ବିଷୟ ଏହା କି ଏହି ଏୟାର ଫିଲ୍ଡ୍ ର ବ୍ୟବହାର ଚୀନ୍ ଏବଂ ତୁର୍କୀରୁ ଆସିଥିବା ଆକ୍ରମଣକାରୀ ଡ୍ରୋନ୍ ର ଉଡାଣ ପାଇଁ କରାଯାଇଛି । କାରଣ ଏହା ଭାରତୀୟ ସୀମା ଠାରୁ ୨୦ କିଲୋମିଟର ଦୂରରେ ଥିବାରୁ ଏଠାରୁ ଏହି ଡ୍ରୋନ୍ ଲଞ୍ଚ କରିବା ସହଜ ହେବ ।

ପାକିସ୍ତାନୀ ସେନା ନିଜର ୨୮ ଏବଂ ୩୨ତମ ଆର୍ଟିଲରୀ ରେଜିମେଣ୍ଟସ୍ କୁ ଚୀନ୍ ଠାରୁ ମଗେଇଥିବା ତୋପ ଦ୍ୱାରା ସଜିତ କରିଛି । ପାକିସ୍ତାନ ଚୀନ୍ ଠାରୁ SH-15 ତୋପ କିଣିଛି । ଚୀନ୍ ପାକିସ୍ତାନକୁ ଶସ୍ତା ଦାମରେ ତୋପ ଦେଇଛି । SH-15SP ହେଉଛି ଚୀନ୍ ଦ୍ବାରା ନିର୍ମିତ ଅତ୍ୟାଧୁନିକ ହାଓ୍ବିଜର ବନ୍ଧୁକ । ୨୦୧୯ ରେ ପାକିସ୍ତାନ ଚୀନ୍ କୁ ୨୩୬ଟି ବନ୍ଧୁକ ମାଗିଥିଲା । ବର୍ତ୍ତମାନ ପାକିସ୍ତାନ ପାଖରେ ୪୨ଟି ତୋପ ଅଛି । ଏହି ତୋପ ଗୁଡିକୁ ପାକିସ୍ତାନ ତାର ଆର୍ମି ଡେ ପରେଡ୍ ରେ ସାମିଲ୍ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ଚୀନ୍ ର ଏହି ତୋପର ଓଜନ ୨୫ ଟନ୍ । ଯାହାର ଲମ୍ବ ୨୧.୪ ଫୁଟ୍ , ମୋଟେଇ ୮.୯ ଫୁଟ୍ ଏବଂ ଉଚ୍ଚତା ୧୧.୧୦ ଫୁଟ୍ । ଏହି ତୋପକୁ ଚଲେଇବା ପାଇଁ ୬ ଜଣ ଆବଶ୍ୟକ। ଏହା ୧୫୫*୫୨ କ୍ୟାଲିଭରି ର ତୋପ ଅଟେ । ଏହି ତୋପ ୯୦ କିଲୋମିଟର ପ୍ରତି ଘଣ୍ଟା ରେ ଚାଲିପାରେ

ବଢୁଛି ମେଟ୍ରୋ ଟ୍ରେନ୍ ଉତ୍ସାହ, ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ

0

ଭୁବନେଶ୍ବର: ବଢୁଛି ମେଟ୍ରୋ ଟ୍ରେନ୍ ଉତ୍ସାହ । ସିଏମସି ବୈଠକରେ ପ୍ରସ୍ତାବ ନେଇ ଆଲୋଚନା । ସିଏନବିଟି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି । ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ । କଟକ ମେୟରଙ୍କ ଉପସ୍ଥିତିରେ ମେଟ୍ରୋ ଟ୍ରେନ ନେଇ ହୋଇଛି ସବିଶେଷ ଆଲୋଚନା । ଭୁବନେଶ୍ବରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ରାଜ୍ଯ ସରକାରଙ୍କ ସ୍ବପ୍ନର ମେଟ୍ରୋ ଟ୍ରେନ ପ୍ରକଳ୍ପ ଭବିଷ୍ୟତରେ ଗମନାଗମନ କ୍ଷେତ୍ରରେ ଲାଇଫଲାଇନ ପାଲଟିବ । ନୂଆବର୍ଷ ଆରମ୍ଭରୁ ମୁଖ୍ଯମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ । ତେବେ କାଠଯୋଡ଼ି ଉପରେ ଏକ ବ୍ରିଜ କରି ଏହାକୁ କଟକ ଭିତରକୁ ଆଣିବାକୁ ମୁଖ୍ଯମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

କାଠଯୋଡ଼ି ଉପରେ ଆଉ ଏକ ନୂଆ ବ୍ରିଜ ପାଇଁ ସରକାର ଅନୁମୋଦନ ଦେଇ ସାରିଛନ୍ତି । 216 କୋଟି ଟଙ୍କାରେ ହେବାକୁ ଥିବା ଏହି ବ୍ରିଜକୁ ଗୋଦାବରୀ ନଦୀ ଉପରେ ହୋଇଥିବା ବ୍ରିଜ ଭଳି କଲେ ଏଥିରେ ଟ୍ରେନ ଓ ଗାଡି ଉପର-ତଳ ହୋଇ ଯାଇ ପାରିବ । ତେଣୁ ଖୁବଶୀଘ୍ର ଏକ ନେଇ ଏକ ଡିପିଆର ପ୍ରସ୍ତୁତ କରାଯାଇ ସରକାରଙ୍କୁ ଦିଆଯିବ ବୋଲି ବରିଷ୍ଠ କର୍ପୋରେଟ କହିଛନ୍ତି ।

ରାଜ୍ଯ ସରକାରଙ୍କ ଶୁଭଦୃଷ୍ଟି କଟକ ସହର ଉପରେ କିଛିବର୍ଷ ହେବ ପଡିଥିବାରୁ ବଡ ବଡ ପ୍ରକଳ୍ପ କାମ ଚାଲିଛି । ତେଣୁ ଏଭଳି ପରିସ୍ଥିତିରେ ମେଟ୍ରୋ ଟ୍ରେନର ସଂପ୍ରସାରଣ ନେଇ ସମସ୍ତେ ଆଶା ରଖିଛନ୍ତି

ଟୁଇନ୍‌ ସିଟିକୁ ଜଗିବେ ୫୦ ପ୍ଳାଟୁନ ପୋଲିସ, ରାତି ସାଢେ ୧୨ଟା ଯାଏଁ ହୋଟେଲକୁ ଅନୁମତି

ଭୁବନେଶ୍ବର: ଆସୁଛି ନୂଆବର୍ଷ । ସେଲିବ୍ରେସନ୍ ମୋଡରେ ଟୁଇନ୍ସିଟି । କମିଶନରେଟ ପୋଲିସର ଆକ୍ସନପ୍ଲାନ୍ । ବିଶୃଙ୍ଖଳାକାରୀଙ୍କୁ ପୋଲିସ କମିଶନରଙ୍କ ଚେତାବନୀ । ମଦ ପିଇ ଉତ୍ପାତ କଲେ ବାନ୍ଧିବ ସ୍ବତନ୍ତ୍ର ସ୍କ୍ବାଡ୍ । ରାତି ସାଢେ ୧୨ଟା ପର୍ଯ୍ୟନ୍ତ ନାଚଗୀତ ପାଇଁ ହୋଟେଲକୁ ଅନୁମତି । ଟୁଇନ୍ସିଟିକୁ ଜଗିବେ ୫୦ ପ୍ଳାଟୁନ୍ ପୋଲିସ୍ । ମିଡ୍ନାଇଟ୍ ପର୍ଯ୍ୟନ୍ତ ଖୁସିରେ ଖୁସିରେ ସମସ୍ତେ ଜିରୋନାଇଟ ଓ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଟୁଇନ୍ସିଟିର ସବୁ ତାରକା ହୋଟେଲ ସମେତ ବଡ ବଡ ଆପାର୍ଟମେଣ୍ଟକୁ ରାତି ୧୨ଟା ୩୦ ପର୍ଯ୍ୟନ୍ତ ନାଚଗୀତ କରିବା ଅନୁମତି ପ୍ରଦାନ କରାଯାଇଛି । ସେଲିବ୍ରେସନ ସାରି ଶୃଙ୍ଖଳିତ ଭାବରେ ଘରେ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଅମାନିଆ ଏବଂ ରୋଡରୋମିଓଙ୍କୁ ସାବଧାନ୍ କରାଇଛନ୍ତି କମିଶନର ।

କଡା ସୁରକ୍ଷା ବ୍ୟବସ୍ଥା ସହ ନିୟମ ଅନୁସାରେ ଉତ୍ସବ ପାଳନ କରିବା ପାଇଁ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ତାରକା ହୋଟେଲ କର୍ମଚାରୀଙ୍କୁ ଡାକି ବୈଠକ କରିଛନ୍ତି । ବୈଠକରେ ହୋଟେଲ ଗୁଡିକର ବ୍ୟବସ୍ଥା ଓ ସୁରକ୍ଷା ନେଇ ଅବଗତ କରିଛନ୍ତି ହୋଟେଲିୟର । ସେଲିବ୍ରେସନ ବେଳେ ଯେମିତି କୌଣସି ସ୍ଥାନରେ ଗଣ୍ଡଗୋଳ ନ ହୁଏ ସେ ନେଇ ସଂପୂର୍ଣ୍ଣ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ । ବିଶେଷ କରି ପବ୍, ବାର, ତାରକା ହୋଟେଲ ସହ ବଡବଡ ଆପାର୍ଟମେଣ୍ଟ ଉପରେ ନଜର ରହିବ ବୋଲି କହିଛନ୍ତି ପୋଲିସ କମିଶନର ।

ବିଗତ ବର୍ଷ ଗୁଡିକରେ ମଦ୍ୟପାନ କରି ଘରକୁ ଫେରୁଥିବା ଲୋକଙ୍କୁ ପୋଲିସ ଅଟକ ରଖୁଥିଲା । କିନ୍ତୁ ଚଳିତ ବର୍ଷ ଅତ୍ୟଧିକ ମଦ୍ୟପାନ କରି ରଫ୍ ଡ୍ରାଇଭିଂ କଲେ ସାରା ରାତି ପୋଲିସ ଷ୍ଟେସନରେ କଟିବ ବୋଲି ଚେତାଇ ଦିଆଯାଇଛି ।