ଆସନ୍ତାକାଲି ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶା ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ଝାଡ଼ଖଣ୍ଡର ବାସଜୋଲ ପରେ ସୁନ୍ଦରଗଡ଼ ବୀରମିତ୍ରପୁରରେ ଏହି ଅଭିଯାନ ପହଞ୍ଚିବ। ବୀରମିତ୍ରପୁରର ବିଜାବାହାଲରେ ଅଭିଯାତ୍ରୀ କରିବେ ରାତ୍ରୀଯାପନ। ୭ ତାରିଖ ସକାଳେ ରାଉରକେଲା ଉଦିତ ନଗରରୁ ଆରମ୍ଭ ହେବ ପଦଯାତ୍ରା। ସକାଳ ୧୦ଟାରେ ପାନପୋଷରେ ସାଧାରଣ ସଭା ହେବ। ଅପରାହ୍ଣ ୨ଟାରେ ରାଜଗାଙ୍ଗପୁର ରାଣୀବନ୍ଧରେ ସାଧାରଣ ସଭା ହେବା ପରେ କୁତ୍ରା ଓ ବରଗାଁ ଯିବ। ଅପରାହ୍ଣ ସାଢେ ୪ଟାରେ ବସଷ୍ଟାଣ୍ଡ ଛକରୁ ପଦଯାତ୍ରା ଆରମ୍ଭ ହୋଇ ଷ୍ଟେଟବ୍ଯାଙ୍କ ଛକ ଯିବ। ସେଠାରେ ସାଧାରଣ ସଭା କାର୍ଯ୍ଯକ୍ରମ ରହିଛି। ଆସନ୍ତା ୮ ତାରିଖରେ ଝାରସୁଗୁଡାରେ ସାଧାରଣ ସଭା କାର୍ଯ୍ୟକ୍ରମ ରହିଛି। ଗତ ଜାନୁଆରୀ ୧୪ ତାରିଖରେ ମଣିପୁରର ଥୋବୁଲ ଜିଲ୍ଲା ଖୋନଗଜୋମରୁ ଆରମ୍ଭ ହୋଇଥିବା ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଯାତ୍ରା ଚାଲିବ ୬୬ ଦିନ । ୧୫ ରାଜ୍ୟର ୧୧୦ ଜିଲ୍ଲା, ୧୦୦ ଲୋକସଭା ଓ ୩୩୭ ବିଧାନ ସଭା କ୍ଷେତ୍ର ଦେଇ ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବ।