spot_img
Home Blog Page 2247

ଭାରସାମ୍ୟ ହରାଇ କେନାଲ ଭିତରେ ଖସି ପଡିଲା ଟ୍ରକ, ଡ୍ରାଇଭର ଏବଂ ହେଲ୍ପର ମୃତ

ବ୍ୟୁରୋ ରିପୋର୍ଟ:  ଭାରସାମ୍ୟ ହରାଇ କେନାଲ ଭିତରେ ଖସି ପଡିଲା ଟ୍ରକ। ଘଟଣାସ୍ଥଳରେ ଡ୍ରାଇଭର ଏବଂ ହେଲ୍ପର ମୃତ। ବାଙ୍ଗିରିପୋଷି ଥାନା ଜଗନ୍ନାଥ ଖୁଣ୍ଟା ସୁବର୍ଣ୍ଣରେଖା କେନାଲ ଭିତରେ ଖସି ପଡିଲା ଟ୍ରକ।। ବାରିପଦା ପଟୁ ଝାରପୋଖରୀଆ ଅଭିମୁଖେ ଯାଉଥିବା ଟ୍ରକ । ୩୦ ଫୁଟ ତଳ କେନାଲ ଭିତରକୁ ଖସି ପଡିଥିଲା। ଖବର ପାଇ ବାଙ୍ଗିରିପୋଷି ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନ୍ୟପଟେ ବାଲେଶ୍ବର ରୂପସା ଥାନା ହଳଦିପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ଜଣେ ମୃତ ଦୁଇ ଜଣ ଗୁରୁତର। ସୋରରୁ ବସ୍ତା ଅଭିମୁଖେ ଯାଉଥିଲା ପିକଅପ୍ ଭ୍ୟାନ। ଗରୁତରଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ମୃତକ ଜଣକ ହେଲେ ସୋରର ସରଜୁ ସାହା।

ଧାର୍ମିକ ଶୋଭାଯାତ୍ରାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୭ ଅଭିଯୁକ୍ତ ଗିରଫ

ତାମିଲନାଡୁ: ତାମିଲନାଡୁରେ ନାବାଳିକାଙ୍କୁ ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି। ଏକ ଧାର୍ମିକ ଶୋଭାଯାତ୍ରାରେ ଯୋଗ ଦେବାକୁ ଯାଇଥିବା ନାବାଳିକା ଅତ୍ୟାଚାରର ଶିକାର ହୋଇଛନ୍ତି। ଶୋଭାଯାତ୍ରାରେ ୭ ଜଣ ଯୁବକ ଗହଳି ମଧ୍ୟରୁ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅମାନୁଷିକ ଘଟଣା ତାମିଲନାଡୁର ବୈଲ୍ଲାକୋବିଲରେ ଘଟିଛି। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାନୁସାରେ, ତାମିଲନାଡୁର ବୀରା କୁମାରସ୍ୱାମୀ ମନ୍ଦିରରେ ଆୟୋଜିତ ରଥ ଉତ୍ସବ ଦେଖିବାକୁ ଗତ ୯ ତାରିଖରେ ୧୭ ବର୍ଷୀୟା ପୀଡ଼ିତାଜଣକ ଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ତାଙ୍କୁ ଟାର୍ଗେଟ କରିଥିଲେ। ଏହାପରେ ସେଠାରୁ ତାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ ।

ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ତରଫରୁ ତତ୍ପରତା ପ୍ରକାଶ ପାଇ ଘଟଣାର ତଦନ୍ତ କରିବାକୁ ଦୁଇଟି ସ୍ପେଶାଲ ଟିମ୍‌ ଗଠିତ ହୋଇଥିଲା। ଏହାପରେ ପୋଲିସ କାମାରାଜାପୁରକମରୁ ଜଣେ ୩୨ ବର୍ଷୀୟ ଅଭିଯୁକ୍ତ ଏବଂ ଅନ୍ୟଜଣେ ୨୯ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ଟ୍ରେଲ ଆଧାରରେ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏନେଇ ପୋଲିସ ଅଭିଯୁକ୍ତଙ୍କୁ ଅଧିକତ ପଚରାଉଚରା କରିବା ସହ କଡାକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ, କଟକ ଏସସିବି ମେଡିକାଲରେ ଭର୍ତ୍ତି

କଟକ: ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ । ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏସସିବି ନ୍ୟୁ ମେଡିସିନ ବିଭାଗ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ତିନି ଜଣିଆ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି। ପରୀକ୍ଷା ନିରୀକ୍ଷା ପରେ ତାଙ୍କର ଅଧିକ ଚିକିତ୍ସା ନେଇ ଡାକ୍ତରୀ ଟିମ ପରାମର୍ଶ ଦେବେ।

ଅନ୍ଯ ପକ୍ଷରେ କମଳା ପୂଜାରୀଙ୍କ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି କଟକ ମେୟର ସୁବାସ ସିଂ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମେୟର ସୂଚନା ଦେଇଛନ୍ତି ।

ବିବାହ ଶୋଭାଯାତ୍ରାରେ ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ

ଗଜପତି: ବିବାହ ଶୋଭାଯାତ୍ରାରେ ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ମୋହନା ଚନ୍ଦ୍ରଗିରି ଗାଁର ପ୍ରଶାନ୍ତ ପ୍ରଧାନ। ଛୁରାମାଡ଼ କରିଥିବା ଅଭିଯୁକ୍ତ ଶ୍ରୀହରି ପ୍ରଧାନକୁ ଗିରଫ କରିଛି ପୋଲିସ। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଦୋକାନ ଓ ଘର ଜାଳି ଦେଇଛନ୍ତି। ଚନ୍ଦ୍ରଗିରିରେ ଉତ୍ତେଜନା ଲାଗି ରହିଥିବା ବେଳେ, ଗଜପତି ଏସପିଙ୍କ ସହ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମୋହନା ଥାନା ଚନ୍ଦ୍ରଗିରିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିଲା। ଏହି ସମୟରେ ପ୍ରଶାନ୍ତ ପ୍ରଧାନଙ୍କୁ ଅତର୍କିତ ଭାବେ ଛୁରାମାଡ଼ କରିଥିଲା ଅଭିଯୁକ୍ତ ଶ୍ରୀହରି। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। ହେଲେ ଡାକ୍ତରଖାନାରେ ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଗିରିରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି।

ତୀବ୍ର ହେଉଛି ଇସ୍ରାଏଲ-ଗାଜା ଯୁଦ୍ଧ, ଆକ୍ରମଣରେ ପୁଣି ୧୧ ମୃତ

ବ୍ୟୁରୋ ରିପୋର୍ଟ: ହମାସ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଗାଜାର ବିଭିନ୍ନ ଅଞ୍ଚଳରେ ଇସ୍ରାଏଲ ସେନାର ଆକ୍ରମଣରେ ଅନେକ ଜୀବନ ଯାଇଛି। ଇସ୍ରାଏଲ ଡିଫେନ୍ସ ଫୋର୍ସେସର ଆକ୍ରମଣରେ ୧୧ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଯୁଦ୍ଧ ବିରତି ନେଇ କୌଣସି ସହମତି ହୋଇନଥିବା ବେଳେ କତାର ଏହାକୁ ନେଇ ଆଶାବାଦୀ ଅଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ଲାଗି ପ୍ରୟାସ ଚଳାଇଛି କତାର। ତେବେ ଏନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ। ସ୍ଥିତି ଏବେବି ସଂକଟାପନ୍ନ ରହିଛି।

ଗାଜାରେ ସାଧାରଣ ଜନତା ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଛନ୍ତି। ସେପଟେ ଗାଜାରେ ସ୍ଥିତି ନେଇ ଜାତିସଂଘ ପକ୍ଷରୁ ସହାୟତା ପ୍ରଦାନ କରିବାକୁ ଆହ୍ଵାନ କରିଛି । ମାନବୀୟ ସହାୟତା ପ୍ରଦାନ କରିବାକୁ ଆହ୍ଵାନ କରିଛି ଜାତିସଂଘ। ଇଜିପ୍ଟ ସୀମାନ୍ତ ରାଫା ଦେଇ ସହାୟତା ପ୍ରଦାନ କରିବାକୁ ପ୍ରୟାସ ଚାଲିଛି। ଜୋର୍ଡାନ ମଧ୍ୟ ଗାଜାବାସୀଙ୍କୁ ମାନବୀୟ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ଵାରୋପ କରିଛି।

ଅନ୍ୟପଟେ ଆଗକୁ ପବିତ୍ର ରମଜାନ ମାସ। ଏ ସମୟରେ ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛି ଆମେରିକା । ଏଥିପାଇଁ ଗାଜାରେ ୬ ସପ୍ତାହ ଲାଗି ଯୁଦ୍ଧ ବିରତି ପ୍ରସ୍ତାବ ଉପରେ ଗୁରୁତ୍ବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

CAA ବିରୋଧରେ ସୁପ୍ରିମକୋର୍ଟରେ ଅଢେଇ ଶହରୁ ଅଧିକ ଆବେଦନ ରୁଜୁ

ନୂଆଦିଲ୍ଲୀ: ଦେଶରେ ସିଏଏ ଲାଗୁ ହେବା ପରେ ଏହାକୁ ନେଇ ତେଜୁଛି ଆନ୍ଦୋଳନ। ସିଏଏକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଅଢେଇ ଶହରୁ ଅଧିକ ଆବେଦନ ରୁଜୁ ହେଲାଣି। ସିଏଏ ଉପରେ ତୁରନ୍ତ ରୋକ ଲଗାଇବାକୁ ମୁସଲିମ୍ ଲିଗ୍ ଦାବି କରିଛି। ଲାଗୁ ହେବାର ୨୪ ଘଣ୍ଟା ନପୁରୁଣୁ ଆରମ୍ଭରୁ ଏତେ ସଂଖ୍ୟକ ଆବେଦନ ରୁଜୁ ହୋଇଛି। ଇଣ୍ଡିଆନ ମୁସଲିମ ଲିଗ୍ ଏବଂ ଡେମୋକ୍ରେଟିକ୍ ୟୁଥ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ସୁପ୍ରିମକୋର୍ଟରେ ପୃଥକ ପୃଥକ ଭାବେ ଆବେଦନ କରାଯାଇ ସିଏଏ ଅଧିସୂଚନା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି।

ସିଏଏକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ମାମଲା ବିଚାରାଧୀନ ଅଛି। ଏହି ସବୁ ମାମଲାର ଶୁଣାଣି ନସରିବା ପର୍ଯ୍ୟନ୍ତ ସିଏଏ ଲାଗୁ କରିବା ଉପରେ ରୋକ ଲଗାଇବାକୁ ଦାବି ହେଉଛି।

ସୂଚନାଯୋଗ୍ୟ,, ୨୦୧୯ ଡିସେମ୍ବର ୧୧ରେ ପାର୍ଲାମେଣ୍ଟରେ CAA ପାରିତ ହୋଇଥିଲା। ଏହାର ପରଦିନ ୧୨ ଡିସେମ୍ବର ୨୦୧୯ରେ ରାଷ୍ଟ୍ରପତି ଏହି ବିଧେୟକକୁ ମଜୁରୀ ପ୍ରଦାନ କରିଥିଲେ। ଏହି ଆଇନ ଜରିଆରେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନରୁ ଭାରତ ଚାଲି ଆସିଥିବା ଅଣ ମୁସଲିସ ନାଗରିକତା ପାଇବାର ଅଧିକାର ପାଇବେ। ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଯେଉଁମାନେ ଅନୁପ୍ରବେଶ କରି ଭାରତରେ ରହି ଆସୁଛନ୍ତି ସେମାନଙ୍କୁ ଏହି ଆଇନ ଜରିଆରେ ଭାରତୀୟ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

ହିନ୍ଦୁ, ଶିଖ, ପାର୍ସି, ବୌଦ୍ଧ, ଜୈନ ଏବେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ଭାରତରେ ନାଗରିକତା ପ୍ରଦାନର ବ୍ୟବସ୍ଥା ରହିଛି। ସିଏଏକୁ ନେଇ ସୁପ୍ରିମକୋର୍ଟରେ ପ୍ରାୟ ୨୫୦ ଆବେଦନ ବିଚାରାଧିନ ରହିଛି। ତେବେ ଏହି ଆଇନରେ ଦେଶରେ ରହୁଥିବା ମୁସଲମାନ ନାଗରିକଙ୍କୁ କୌଣସି ପ୍ରକାର ବିପଦ ନାହିଁବୋଲି ସରକାର କହିଛନ୍ତି। । ଏହି ନିୟମ ସେମାନଙ୍କ ଉପରେ ଲାଗୁ ହେବ ଯେଉଁମାନେ ୨୦୨୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତ ଆସିଛନ୍ତି ।

ଗୁଜୁରାଟରେ ପାକିସ୍ତାନୀ ବୋଟରୁ ୫ଶହ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ: ଗୁଜରାଟ ସୀମାରୁ ଧରାପଡ଼ିଲା ପାକିସ୍ତାନୀ ବୋଟ। ବୋଟରୁ ପ୍ରାୟ ୫ଶହ କୋଟି ଟଙ୍କାର ନିଶାଦ୍ରବ୍ୟ ଉଦ୍ଧାର ହୋଇଛି। ଗୁଜରାଟ ପୋରବନ୍ଦର ଉପକୂଳରୁ ପ୍ରାୟ ୩୫୦ କିଲୋମିଟର ଗଭୀର ସମୁଦ୍ରରୁ ଏତେ ପରିମାଣର ନିଶାଦ୍ରବ୍ୟ ଧରା ପଡିଛି। ସମୁଦ୍ରରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ପାକିସ୍ତାନୀ ବୋଟକୁ ଧରିଛି କୋଷ୍ଟଗାର୍ଡ। ଭାରତୀୟ କୋଷ୍ଟଗାର୍ଡକୁ ଦେଖିବା ମାତ୍ରେ ଖସି ଯିବାକୁ ଉଦ୍ୟମ କରିଥିଲା ପାକିସ୍ତାନୀ ବୋଟ। ଡଙ୍ଗାରେ ଥିବା ୬ ଜଣ ପାକିସ୍ତାନୀଙ୍କୁ ଭାରତୀୟ ସୁରକ୍ଷାକର୍ମୀ କାବୁ କରିଥିଲେ।

ସୂଚନା ଅନୁଯାୟୀ, ବୋଟରୁ ୪୮୦ କୋଟି ଟଙ୍କାର ଡ୍ରଗ୍ସ  ଜବତ ହୋଇଛି। ଆରବ ସାଗରରେ ପାଟ୍ରୋଲିଂ ବେଳେ ପାକିସ୍ତାନୀ ବୋଟକୁ ଠାବ କରିଥିଲା ଭାରତୀୟ କୋଷ୍ଟ ଗାର୍ଡ। ଅପରେସନରେ ତଟରକ୍ଷୀ ବାହିନୀ ସହ ଏନସିବି ଓ ଗୁଜରାଟ  ପୋଲିସର ଆତଙ୍କୀ ନିରୋଧ ସ୍କ୍ୱାଡ ସାମିଲ ହୋଇଥିଲେ। ସନ୍ଦିଗ୍ଧ ବୋଟକୁ ଠାବ କରିବା ଡୋର୍ନିଅର ଏୟାରକ୍ରାଫ୍ଟ ମଧ୍ୟ ନିୟୋଜିତ ହୋଇଥିଲା ବଡ଼ଧରଣର ସର୍ଚ୍ଚ ଅପରେସନ ବେଳେ ଗୋଟିଏ ଡଙ୍ଗା ସନ୍ଦିଗ୍ଧ ଭାବେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସନ୍ଦେହ ବଢିବାରୁ ଡଙ୍ଗାକୁ ଜବତ କରିଥିଲା କୋଷ୍ଟ ଗାର୍ଡ। ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଟରକ୍ଷୀ ବାହିନୀ ସୂଚନା ଦେଇଛନ୍ତି।

 

ପାଣିରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କେଶଡିହା ଗାଁର ଭଗନାସାହିରେ ଅଭାବନୀୟ ଘଟଣା । ପାଣିରେ ପୁଡି ଦୁଇ ଶିଶୁଙ୍କ ମୃତ୍ୟୁ । ୨ ଶିଶୁ ପୋଖରୀରେ ଗାଧଉଥିବାବେଳେ ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି  । ମୃତ ଦୁଇ ଶିଶୁ ହେଲେ ଚାମାରା ହନହାଗାଙ୍କ ପୁଅ ସମ୍ବିତ ହନହାଗା ଓ ରାଉତ ମହାକୁଡ଼ଙ୍କ ପୁଅ ରାଜେଶ ମହାକୁଡ଼ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭତ୍ତି କରିଥିଲେ । ହେଲେ ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ରାଜ୍ୟ କଂଗ୍ରେସରେ ଟିକେଟ ଟେନସନ, ପ୍ରଗମନ ଆପ ଆବେଦନ ଚୟନରେ କେଁ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପୁଣି ଟିକେଟ୍ ଟେନସନ । ପ୍ରଗମନ ଆପରେ ଆବେଦନରୁ ଚୟନ ପ୍ରକ୍ରିୟାରେ କେଁ । ବହୁ ହେଭିଓ୍ବେଟ୍ ନେତା ପ୍ରଗମନ ଆପରେ ଟିକେଟ ଆବେଦନ କରି ନଥିବାରୁ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ବଙ୍କ ଚିନ୍ତା ବଢ଼ିଛି । ବରିଷ୍ଠ ନେତାଙ୍କ ମତ, ବିଜୟ ସମ୍ଭାବନା ଦେଖି ପ୍ରାର୍ଥୀ ଚୟନ ହେବ, ପ୍ରଗମନ ଆପ୍ କେବଳ ଏକ ପ୍ରୟାସ । ଅନ୍ୟପଟେ ସୁର ଓ ପ୍ରସାଦଙ୍କ ଭଳି ବହୁ ବରିଷ୍ଠ ନେତା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଟିକେଟ ବଣ୍ଟନ ପୂର୍ବରୁ ଘୋଷଣା କରିଛନ୍ତି । ଯାହା ହାତ ଶିବିରକୁ ଉଷ୍ମ କରିଛି ।

ସୁର ଦୋହରାଇଲେ ଲଢ଼ିବେନି । ବିଧାନସଭା ନିର୍ବାଚନ ଲଢ଼ିବାକୁ ଶରତ ରାଉତ ନାରାଜ । ବଦଳିବ କି କଂଗ୍ରେସର ଟିକେଟ ଚୟନ ପ୍ରକ୍ରିୟା ? ସମୟ ସରିଗଲା; କିନ୍ତୁ ଟିକେଟ୍ ଆବେଦନ କରିନାହାନ୍ତି କଂଗ୍ରେସର ହେଭିଓ୍ବେଟ୍ ନେତା । ଓଡ଼ିଶାରେ ଆଗୁଆ ଟିକେଟ ବଣ୍ଟନ ପାଇଁ କଂଗ୍ରେସ ହାଇକମାଣ୍ଡ ପ୍ରଗମନ ଆପ୍ ଜରିଆରେ ପ୍ରାର୍ଥୀ ଚୟନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ, ଦଳର ଆଗଧାଡ଼ିର ନେତାମାନେ ପ୍ରଗମନ ଆପରେ ଟିକେଟ ଆବେଦନ କରିନାହାନ୍ତି । ଯାହାକୁ ନେଇ ହାତ ଶିବିରରେ ଟେନସନ ବଢ଼ିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଯୁକ୍ତି ହେଉଛି, ପ୍ରଗମନ ଆପ୍ ଟିକେଟ ଚୟନର ଏକମାତ୍ର ମାପଦଣ୍ଡ ନୁହେଁ । ଏଆଇସିସି  ସମ୍ପାଦକ ଶରତ ରାଉତ ବି ସମାନ ଯୁକ୍ତି ବାଢ଼ିଛନ୍ତି । ଏହାସହ ୨୦୨୪ ନିର୍ବାଚନରେ ସେ  ବିଧାନସଭା ନୁହେଁ, ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ବୋଲି ଶରତ କହିଛନ୍ତି ।

ପ୍ରଗମନ ଆପରେ ବିଧାୟକ ପାଇଁ ୩ ହଜାର ଓ ସାଂସଦ ପଦ ପାଇଁ ୭୦୦ ଆଶାୟୀ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରିବା ପାଇଁ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ଓଡ଼ିଶାରୁ ଦିଲ୍ଲୀ ଯାଏଁ କସରତ ଜାରି ରଖିଛନ୍ତି । ହେଲେ ହେଭିଓ୍ବେଟ ନେତାମାନେ ଟିକେଟ ଆବେଦନ କରି ନଥିବାରୁ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବଦଳାଇବା ଆରମ୍ଭ କରିଥିବା ନେତା କହୁଛନ୍ତି । ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦୋହରାଇଛନ୍ତି । ତାଙ୍କ ପୁଅକୁ ଦଳୀୟ ଟିକେଟ ନମିଳିଲେ, ପୁଅକୁ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଛାଡ଼଼ିବେ ବୋଲି କହିଛନ୍ତି । ଅନ୍ୟପଟେ ବହୁଦିନ ପରେ କଂଗ୍ରେସକୁ ଫେରିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କେଉଁଠୁ ନିର୍ବାଚନ ଲଢ଼ିବେ, ତାହା ଜାଣି ନଥିବା କହିଛନ୍ତି ।

୨୦୨୪ରେ ୯ରୁ ୯୦ ମିଶନର ନାରା ଦେଇଥିବା କଂଗ୍ରେସ ପାଇଁ ଦିନକୁ ଦିନ ଟିକେଟ ଅଡୁଆ ବଢୁଛି । ତେଣୁ ପ୍ରଗମନ ନୁହେଁ, ପାରମ୍ପରିକ ଢାଞ୍ଚାରେ ଯେ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଆପଣାଇବ, ତାହା ଜଳଜଳ ଦିଶିଲାଣି ।

ନିର୍ବାଚନୀ ବଣ୍ଡ ପ୍ରସଙ୍ଗ: ନିର୍ବାଚନ କମିଶନଙ୍କ ପାଖରେ ତଥ୍ୟ ଦାଖଲା କଲା SBI

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡିକୁ ଅର୍ଥ ପ୍ରଦାନ ମାମଲା । ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଦାଖଲ କଲା ଏସବିଆଇ । ଗତକାଲି ସୁପ୍ରିମକୋର୍ଟଙ୍କ ଦାଗିଦ ପରେ ଆଜି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ତଥ୍ୟ ଦାଖଲ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ନିର୍ବାଚନ କମିଶନଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ପ୍ରଦାନ କରିଛନ୍ତି ଏସବିଆଇ ଅଧ୍ୟକ୍ଷ ।

ତଥ୍ୟ ପ୍ରଦାନ କରିବା ସହ ଏ ପ୍ରସଙ୍ଗ ନେଇ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି । ଏହାସହ ଆସନ୍ତା ଶୁକ୍ରବାର ଅପରାହ୍ନ ୫ଟା ସୁଦ୍ଧା ଏହି ତଥ୍ୟ ଅଫିସିଆଲ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ପୂର୍ବରୁ ସୁପ୍ରିମକୋର୍ଟ ଷ୍ଟେଟ ବ୍ଯାଙ୍କକୁ ଚଳିତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ କହିଥିଲେ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଏହା କରି ନଥିଲା । ଏହାପରେ ଆଜି ସୁଦ୍ଧା ଏହି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଯଦି ଏହି ନିର୍ଦ୍ଦେଶକୁ ନେଇ ଷ୍ଟେଟ ବ୍ଯାଙ୍କ ତଥ୍ୟ ଦାଖଲ ନକରେ, ଜାଣିଶୁଣି ଏହି ତଥ୍ୟ ପ୍ରଦାନ କରାଯାଉ ନଥିବା ଧରାୟିବ । ଏଥିଲାଗି ଷ୍ଟେଟ ବ୍ଯାଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ ବୋଲି ଦାଗିଦ କରିଥିଲେ ସୁପ୍ରିମକୋର୍ଟ ।