ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସହିତ ମୈଦାନରେ ବିଜେଡ଼ିର ୩୪ ମହିଳା ପ୍ରାର୍ଥୀ

1 min read

ଭୁବନେଶ୍ୱର : ବିଜେଡ଼ ସୋମବାର ଦିନ ଏହାର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସପ୍ତମ ପର୍ଯ୍ୟାୟରେ ଦଳ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । । ଏହି ୬ ପ୍ରାର୍ଥୀଙ୍କୁ ମିଶାଇ ବିଜେଡ଼ିର ମୋଟ ଘୋଷିତ ପ୍ରାର୍ଥୀଙ୍କ ସଂଖ୍ୟା ୧୪୧ରେ ପହଂଚିଛି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ୩୪ ଜଣ ମହିଳା ପ୍ରାର୍ଥୀ । ସୋମବାର ଦିନ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ମହିଳା ପ୍ରାର୍ଥୀ । ସେମାନେ ହେଲେ ଅର୍ଚ୍ଚନାରେଖା ବେହେରା ଓ ରଞ୍ଜିତା ମାରାଣ୍ଡି । ଅର୍ଚ୍ଚନା ଦଳ ଟିକେଟରେ ରଘୁନାଥପଲ୍ଲୀରୁ ନିର୍ବାଚନ ଲଢିବେ । ଏହା ତାଙ୍କର ପ୍ରଥମ ନିର୍ବାଚନ ହେବାକୁ ଯାଉଛି । ସେହିଭଳି ରଞ୍ଜିତା ମାରାଣ୍ଡି ମଧ୍ୟ ପ୍ରଥମ ଥର ପାଇଁ ବାଙ୍ଗିରୀପୋଷିରୁ ନିର୍ବାଚନ ଲଢିବେ ।

ମୈଦାନରେ ୩୪ ମହିଳା ପ୍ରାର୍ଥୀ

ବିଧାନସଭା ଓ ସଂସଦରେ ମହିଳାଙ୍କୁ ସଂରକ୍ଷଣ ଦେବାକୁ ଜାତୀୟ ସ୍ତରରେ ଦାବି ହୋଇ ଆସୁଛି । ବିଭିନ୍ନ ଦଳ ଏନେଇ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ଏହାକୁ କେବଳ ବିଜେଡି ହିଁ କରି ଦେଖାଉଛି । ବିଜେଡ଼ିର ବିଧାନସଭା ପ୍ରାର୍ଥୀ ତାଲିକା ଏହାର ଉଦାହରଣ । ଏପର୍ଯ୍ୟନ୍ତ ବିଜେଡ଼ି ୭ ଟି ପର୍ଯ୍ୟାୟରେ ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୩୪ ଜଣ ମହିଳା ପ୍ରାର୍ଥୀ । ଆସନ୍ତୁ ନଜର ପକାଇବା ବିଜେଡ଼ିର ମହିଳା ପ୍ରାର୍ଥୀଙ୍କ ଉପରେ ଯେଉଁମାନେ ମୈଦାନରେ ବିରୋଧୀଙ୍କୁ ଦେବାକୁ ଯାଉଛନ୍ତି ଟକ୍କର ।

ବିଜେଡ଼ିର ୩୪ ମହିଳା ପ୍ରାର୍ଥୀ, କିଏ କେଉଁଠାରୁ ଲଢୁଛନ୍ତି ?

ରାୟଗଡ଼ା – ଅନୁସୟା ମାଝି                   ବିଜେପୁର – ରୀତା ସାହୁ                                        ଅତାବିରା – ସ୍ନେହାଙ୍ଗିନି ଛୁରିଆ
ବସ୍ତା – ସୁବାସିନୀ ଜେନା                        ବିଞ୍ଝାରପୁର – ପ୍ରମିଳା ମଲ୍ଲିକ                                ଯାଜପୁର – ସୁଜାତା ସାହୁ
ଟିଟଲାଗଡ଼ – ଟୁକୁନି ସାହୁ                      ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ                      ଭବାନୀପାଟଣା – ଲତିକା ନାୟକ
କବିସୂର୍ଯ୍ୟନଗର – ଲତିକା ପ୍ରଧାନ            ସୋରଡ଼ା – ସଂଘମିତ୍ରା ସ୍ୱାଇଁ                                 ଝାରସୁଗୁଡ଼ା – ଦୀପାଳି ଦାସ
ବ୍ରଜରାଜନଗର – ଅଳକା ମହାନ୍ତି              ବଡସାହି – ଅନୂସୟା ପାତ୍ର                                   ମୋରୋଡ଼ା – ପ୍ରିତିନନ୍ଦା କାନୁନଗୋ
ଫୁଲବାଣୀ – ଜୟଶ୍ରୀ କହଁର                     ଆସ୍କା – ମଞ୍ଜୁଳା ସ୍ୱାଇଁ                                         କେନ୍ଦୁଝର – ଶ୍ରୀମତୀ ମୀନା ମାଝୀ
ରାଇରଙ୍ଗପୁର – ରାଇସେନ ମୁର୍ମୁ             ଲକ୍ଷ୍ମୀପୁର – ପ୍ରଭୁ ଜାନୀ                                      ପାରାଦୀପ – ଗୀତାଞ୍ଜଳି ରାଉତରାୟ
ନର୍ଲା – ମନୋରମା ମହାନ୍ତି                     ଚିତ୍ରକୋଣ୍ଡା – ଲକ୍ଷ୍ମୀପିୟା ନାୟକ                           ପଦ୍ମପୁର – ବର୍ଷା ସିଂହ ବରିହା
ଅନୁଗୁଳ – ସଞ୍ଜୁକ୍ତା ସିଂ                            ଦେବଗଡ଼ – ଅରୁନ୍ଧତୀ କୁମାରୀ ଦେବୀ                  ଜୟପୁର – ଇନ୍ଦିରା ନନ୍ଦ
କରଞ୍ଜିଆ-  ବାସନ୍ତି ହେମ୍ବ୍ରମ                    ସିମୂଳିଆ- ସୁଭାଶିନୀ ସାହୁ                                      ରେମୁଣା- ବିଦ୍ୟାସ୍ମିତା ମହାଳିକ
ବଡଚଣା- ବର୍ଷା ପ୍ରିୟଦର୍ଶିନୀ                    ରଘୁନାଥପଲ୍ଲୀ:   ଅର୍ଚ୍ଚନାରେଖା ବେହେରା                  ବାଙ୍ଗିରୀପୋଷି:   ରଞ୍ଜିତା ମାରାଣ୍ଡି
ସାନଖେମୁଣ୍ଡି – ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ