ତିହାର ଜେଲ ପ୍ରଶାସନ ମିଛ କହୁଛନ୍ତି: ମୁଁ ପ୍ରତିଦିନ ଇନସୁଲିନ ମାଗୁଥିଲି: ଅରବିନ୍ଦ କେଜ୍ରିଓ୍ବାଲ

1 min read

ନନ୍ଦିଘୋଷ ବ୍ୟୁରୋ: ତିହାର ଜେଲ ପ୍ରଶାସନ ଉପରେ ଗୁରୁତର ଆରୋପ ଲଗାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିଓ୍ବାଲ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି କି, ମୋ ସ୍ବାସ୍ଥ୍ୟ ସମ୍ପର୍କରେ ଜେଲ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ତଥ୍ୟ ସମ୍ପୂର୍ଣ୍ଣ ମିଛ । ମୋର ସୁଗାର ଲେବଲ ଏବଂ ଇନସୁଲିନ ପ୍ରସଙ୍ଗରେ ଦିଆଯାଇଥିବା ତଥ୍ୟ ଭୁଲ୍ । ମୁଁ ପ୍ରତିଦିନ ଇନସୁଲିନ ପାଇଁ କହୁଥିବାବେଳେ ଏହାକୁ ଶୁଣା ଯାଉନଥିଲା । ଏପରିକି ପ୍ରଶାସନ ରାଜେନୖତିକ ଚାପରେ ପଡ଼ି ମିଛ ତଥ୍ୟ ଦେଉଛନ୍ତି । ମୁଁ ଖବରକାଗଜରୋ ପଢିଥିବା ରିପୋର୍ଟରେ ଯେଭଳି ପ୍ରକାଶ ପାଇଛି ତାହା ମଧ୍ୟ ମିଛ । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଜଣେ ବରିଷ୍ଠ ଚିକିତ୍ସକ ମୋ ସହ ଭିଡିଓ କଲରେ କଥା ହୋଇ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସେ ମଧ୍ୟ ମୋତେ ସ୍ବାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଦେଇଥିବା କୁହାଇଛି । କିନ୍ତୁ ଏଭଳି କିଛି ହୋଇନାହିଁ ।

ଅନ୍ୟପଟେ ଯେତେବେଳେ ବି ମୋତେ ଡାକ୍ତର ଚିକିତ୍ସା ପାଇଁ ଆସନ୍ତି ମୁଁ ସେତେବେଳେ ତାଙ୍କୁ ଜଣାଇଛି କି, ମୋର ସୁଗାର ଲେବଲ ଅଧିକ ରହିଛି । ମାତ୍ର ଏହାକୁ ସେ ଶୁଣିନାହାନ୍ତି । ଏପରିକି ମୋତେ ଇନସୁଲିନ ଦରକାର ବୋଲି କହିଛି । ମୋର ସୁଗାର ଲେବର ୨୫୦-୩୨୦ ପର୍ଯ୍ୟନ୍ତ ପହଞ୍ଚିଛି । କିନ୍ତୁ ରାଜେନୖତିକ ଚାପରେ କୌଣସି ଚିକିତ୍ସା ମଧ୍ୟ କରାଯାଇନାହିଁ ।