ଆଜି ଦୁଇ ଜିଲ୍ଲାରେ ସିଭିଅର ହିଟ୍‌ୱେଭ, ୩୦ ସୁଦ୍ଧା ବଦଳିପାରେ ପାଗ

1 min read

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ ପ୍ରବାହ । ରାଜ୍ୟକୁ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗରୁ ପ୍ରଚୁର ମାତ୍ରାରେ ପ୍ରବେଶ କରୁଥିବା ଗରମ ଶୁଷ୍କ ପବନ ପ୍ରଭାବରେ ଏଭଳି ସ୍ଥିତି ଲାଗି ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହିଟ୍ଓ୍ବେଭ୍ ସ୍ଥିତି ଲାଗି ରହିବ । ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।

ଆଜି ସିଭିୟର ହିଟ୍ଓ୍ବେଭ୍ ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସିଭିୟର ହିଟ୍ଓ୍ବେଭ ପାଇଁ ୨୩ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୩୦ ତାରିଖ ବେଳକୁ ରାଜ୍ୟରେ ସାମାନ୍ୟ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖାଦେବ । ସିଭିୟର ହିଟ୍ଓ୍ବେଭ୍ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।