ନନ୍ଦିଘୋଷ ବ୍ୟୁରୋ: ଇନଭିଟ୍ରୋ ଫର୍ଟିଲାଇଜେସନ ନେଇ ବୟସ ସୀମା ନିର୍ଦ୍ଧାରଣ କଲେ କେନ୍ଦ୍ର ସରକାର। ଗ୍ଯାଙ୍ଗୱାରରେ ନିହତ ପଞ୍ଜାବ ଗାୟକ ସିଦ୍ଧୁ ମୋସେୱାଲାଙ୍କ ବାପା-ମା ଆଇଭିଏଫ ଜରିଆରେ ଏକ ସନ୍ତାନର ଜନକ-ଜନନୀ ସାଜିବା ପରେ ଏହାକୁ ନେଇ ଦେଖାଦେଇଥିଲା ବିବାଦ। ଗତ ସପ୍ତାହରେ ସେମାନେ ଆଇଭିଏଫ ଜରିଆରେ ଦ୍ବିତୀୟ ସନ୍ତାନ ଲାଭ କରିଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଜିଲ୍ଲା ପ୍ରଶାସନ ସେମାନଙ୍କୁ ହରକତ କରୁଛି ବୋଲି ଅଭିଯୋଗ କରିଥିଲେ ମୋସେୱାଲାଙ୍କ ବାପା ବଲକୌର ସିଂ। ମୋସୱାଲାଙ୍କୁ ହତ୍ଯା କରାଯିବା ଘଟଣାର ପ୍ରାୟ ୨ ବର୍ଷ ପରେ ଗତ ଶନିବାର ମୋସେୱାଲାଙ୍କ ୫୮ ବର୍ଷ ବୟସ୍କା ମା ଚରଣ ସିଂ ଆଇଭିଏଫ ଜରିଆରେ ଏକ ପୁତ୍ର ସନ୍ତାନ ହାସଲ କରିଥିଲେ। ଏହାକୁ ନେଇ ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପଞ୍ଜାବ ସରକାରଙ୍କଠାରୁ ଏକ ରିପୋର୍ଟ ତଲବ କରିଥିଲେ। ଏହି ରିପୋର୍ଟ ପ୍ରାପ୍ତ ହେବା ପରେ କେନ୍ଦ୍ର ସରକାର ଦର୍ଶାଇଥିଲେ ଆଇଭିଏଫ ଲାଗି ବୟସ ସୀମା ରହିଛି ୨୧ରୁ ୫୦ ବର୍ଷ। କେନ୍ଦ୍ର ସରକାର ଜାରି କରିଥିବା ପତ୍ରରେ ଦର୍ଶାଇଛନ୍ତି ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜି ନିୟାମକ ଆଇନ ୨୦୨୧ର ଧାରା ୨୧(ଜି)(୧) ଅନୁସାରେ ଆଇଭିଏଭର ବୟସ ସୀମା ରହିଛି ୨୧ରୁ ୫୦ ବର୍ଷ। ଗତ ୨୦୨୨ ମେ ୨୯ ତାରିଖରେ ପଞ୍ଜାବର ମାନସାରେ ମୋସେୱାଲାଙ୍କୁ ଗୁଳି କରି ହତ୍ଯା କରାଯାଇଥିଲା।
ଉଦ୍ଧାର ହେବେ ୯ ହଜାର ଶିଶୁ, ଋଷ-ୟୁକ୍ରେନ ସୀମାରେ ବିପନ୍ନ ଶିଶୁଙ୍କ ଜୀବନ
ବ୍ୟୁରୋ ରିପୋର୍ଟ: ଋଷ-ୟୁକ୍ରେନ ସୀମାରେ ବିପନ୍ନ ଶିଶୁଙ୍କ ଜୀବନ। ତୁରନ୍ତ ୯ ହଜାର ଶିଶୁଙ୍କୁ ଉଦ୍ଧାର ଲାଗି ଆରମ୍ଭ ହେବ ରେସ୍କ୍ୟୁ ଅପରେସନ। ୟୁକ୍ରେନ ପକ୍ଷରୁ ବାରମ୍ବାର ବୋମା ବର୍ଷଣ କରାଯାଉଥିବାରୁ ସେମାନଙ୍କୁ ନିରାପତ୍ତା ସ୍ଥାନକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ବେଲଗୋରୋଡରୁ ଶିଶୁମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଗଭର୍ଣ୍ଣର ଭି. ଗ୍ଲାଡକୋଭ। ସୀମା ସୁରକ୍ଷା ଲାଗି ଏକ ବଫର ଜୋନ କରାଯିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିବାର ଦିନକ ପରେ ଶିଶୁଙ୍କୁ ରକ୍ଷା କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ବୋଲଗୋରୋଡ ଅଞ୍ଚଳରେ ଥିବା ତୈଳ ରିଫାଇନେରୀଗୁଡିକ ଉପରେ ୟୁକ୍ରେନ ପକ୍ଷରୁ ମିସାଇଲ ଆକ୍ରମଣ କରାଯାଉଛି । ସ୍ଥାନୀୟ ଲୋକମାନେ ବି ମୃତାହତ ହେଉଛନ୍ତି । ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ଶିଶୁ । ଏହି ଅଞ୍ଚଳରେ ଗତ ସପ୍ତାହରେ ୧୬ଜଣଙ୍କ ମୃତ୍ଯୁ ହେବା ସହ ୯୮ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ତୁରନ୍ତ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ତେଣେ ଋଷ ପକ୍ଷରୁ ବିଭିନ୍ନ ଧରଣର ଉନ୍ନତମାନର ମିସାଇଲ, ୩୨୦ଟି ସାହିଦ ଡ୍ରୋନ, ୯୦୦ଟି ଗାଇଡେଡ ଏୟାର ବମ୍ବ ବ୍ୟବହୃତ ହୋଇଥିବା ଅଭିଯୋଗ କରିଛି ୟୁକ୍ରେନ।
ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ସହ ଫତେଗଡ ରାମ ମନ୍ଦିରରୁ ଚୋରି
ବାଲେଶ୍ୱର: ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ଶୈବପୀଠରୁ ହୁଣ୍ଡିବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍। ଗ୍ୟାସ କଟର ସହାୟତାରେ ହୁଣ୍ଡି ବାକ୍ସ କଟା ଯାଇଥିବା ଅନୁମାନ। ସକାଳୁ ଟ୍ରଷ୍ଟ ସଦସ୍ୟ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୬ ମାସ ହେବ ହୁଣ୍ଡି ବାକ୍ସ ଖୋଲାଯାଇନଥିଲା। ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ବାବାଙ୍କୁ ଦର୍ଶନ କରି ହୁଣ୍ଡି ବାକ୍ସରେ ଦାନ ଦେଇଥାନ୍ତି। ବିଳମ୍ବିତ ରାତିରେ ଲଗାଣ ବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତ ହୁଣ୍ଡିବାକ୍ସ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ମାନେଜର।
ଅନ୍ୟପଟେ ଫତେଗଡ ପାହାଡ ଉପରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି ହୋଇଛି। ବିଳମ୍ୱିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୁପା ଲୁଟିନେଲେ ଦୁର୍ବୃତ୍ତ। ଚୋରି କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ, ଘଟଣାସ୍ଥଳରେ ଫତେଗଡ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁଯାୟୀ, ସକାଳୁ ମନ୍ଦିର ପୂଜାରୀ ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏହାସହ ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ତେବେ ହୁଣ୍ଡିରେ ଭକ୍ତ ଦାନ ଦେଇଥିବା ଟଙ୍କା, ସୁନା, ରୁପା ଏବଂ ଅନ୍ୟାନ୍ୟ ଜିନିଷକୁ ଦୁର୍ବୃତ୍ତମାନେ ଚୋରି କରି ଫେରାର ହୋଇଯାଇଛନ୍ତି। ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ଶତ୍ରୁକୁ ସଂହାର କରିବ ସାଗର କବଚ, ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଇଦିନିଆ ମିଳିତ ସମରାଭ୍ୟାସ
ପୁରୀ: ଶତ୍ରୁକୁ ସଂହାର କରିବ ସାଗର କବଚ। ଆତଙ୍କବାଦୀ ଧରିବାକୁ ନୌସେନା ପ୍ରସ୍ତୁତ। ଶତ୍ରୁକୁ ସଂହାର କରିବା ସହ ଆତଙ୍କବାଦୀଙ୍କୁ ପ୍ରବେଶ ନକରାଇବା ପାଇଁ ନୌସେନାର ଅଭିନବ ପ୍ରୟାସ। ପୁରୀ ଜିଲ୍ଲାର ଅସ୍ତରଙ୍ଗ, କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି।
ସମୁଦ୍ରରେ ‘ସାଗର କବଚ’ର ସମରାଭ୍ୟାସ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବ। ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଂଚଳର ନୂଆଗଡ, କାଳିଆକଣ, ସହନ, କୋଣାର୍କ ଚନ୍ଦ୍ରଭାଗା ଅଂଚଳରେ ନୌସେନା ଓ ପୋଲିସର ରଣକୌଶଳ ପ୍ରଦର୍ଶନ। ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ଯରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ। ଭାରତୀୟ ତଟରଖି ବାହିନୀ, ମେରାଇନି ପୋଲିସ, ଅସ୍ତରଙ୍ଗ ପୋଲିସ ଏଥିରେ ସାମିଲ ହୋଇଛନ୍ତି ।

