ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଲେନିନ୍ ମହାନ୍ତି

1 min read

ବ୍ୟୁରୋ ରିପୋର୍ଟ: ଓଡିଆ ଅସ୍ମିତା ପ୍ରତି ପ୍ରଶ୍ନ ଉଠାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ କରିଛନ୍ତି କଣ ? ଓଡିଶାବାସୀ ପ୍ରତ୍ୟାକ୍ଷିତ କରିଥିବାରୁ ରାଗରେ ଓଡିଶାର ଯୁବକଙ୍କୁ ଉପେକ୍ଷିତ କରି ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଯୁବକଙ୍କୁ ନିଯୁକ୍ତିି ଦେଇଛନ୍ତି ଧର୍ମେନ୍ଦ୍ର। ସମ୍ବଲପୁରରେ ନାମାଙ୍କନ ଦାଖଲ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଯଦି ସତ ସାହାସ ଅଛି ତେବେ ଦାୟିତ୍ୱ ନେବା ପରଠାରୁ ଆଇଓସିଏଲରେ କେତେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦେଇଛ, ତାହାର ଉତ୍ତର ଦେବାକୁ ଧର୍ମେନ୍ଦ୍ରଙ୍କୁ ଆହ୍ବାନ ଦେଇଛନ୍ତି ଲେନିନ୍। ଏହାସହ ଓଡିଶା ପାଇଁ କେତେ ସିଏସଆର ଫଣ୍ଡ ଦେଇଛ ? ପଦ୍ମ କାହିଁକି ଘୁଞ୍ଚି ଘୁଞ୍ଚି ଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଆଜି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଘେରିଛନ୍ତି ଲେନିନ୍।

ବାରମ୍ବାର ଓଡିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଇ ଲୋକଙ୍କ ନିକଟତର ହେବାର ନାଟକ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅସଲ ମୁଖା ଖୋଲିଦେଇଛି ବିଜେଡି। କେନ୍ଦ୍ରରେ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ସମୟରେ ଓଡିଆଙ୍କ ପାଇଁ କଣ କରିଛ ବୋଲି ପ୍ରଶ୍ନ କରିଛନ୍ତି। ଯଦି ସତ୍ ସାହାସ ଅଛି ଆସନ୍ତାକାଲି ସମ୍ବଲପୁରରେ ନାମାଙ୍କନ ପାତ୍ର ଦାଖଲ କରିବା ପୂର୍ବରୁ ଏହାର ଉତ୍ତର ଦେବାକୁ ଦାବି କରିଛି ବିଜେଡି। ମନ୍ତ୍ରୀ ଥାଇ ଓଡିଶା ପାଇଁ କିଛି କରିବାକୁ ସୁଯୋଗ ଥିବା ସମୟରେ କରିପାରିଲେନି।  ନିଜ ଅଞ୍ଚଳରେ ଫୁଟ ଓଭର ବ୍ରିଜ୍ କରିପାରୁନାହାନ୍ତି। ଏବେ ସେ ସମ୍ବଲପୁରବାସୀଙ୍କ ପାଇଁ କଣ କରିବେ। ଏନଏଚ – ୫୫ ପ୍ରସଙ୍ଗରେ ପୂର୍ବରୁ ବାଃହା ବାଃ ନେଉଥିଲେ। ଏବେ କିନ୍ତୁ ଏନଏଚ- ୫୫ର କାମ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ବିଳମ୍ବ ହେଉଛି । ପୂର୍ବରୁ ବାଃହା ବାଃ ନେଉଥିବା ବ୍ୟକ୍ତି ଏବେ କହୁଛନ୍ତି ମୁଁ ରାସ୍ତା ବିଭାଗର ମନ୍ତ୍ରୀ ନୁହେଁ ବୋଲି। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସମ୍ବଲପୁରବାସୀଙ୍କ ଅବଦାନ ଅନେକ। କିନ୍ତୁ ଓଡିଶାକୁ ଉପେକ୍ଷିତ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ବୁଲିବୁଲି ସମ୍ବଲପୁରରେ ନିର୍ବାଚନ ଲଢିବାକୁ ଭୋଟ ଭିକ୍ଷା କରୁଛନ୍ତି। ସମ୍ବଲପୁର ଅଞ୍ଚଳର ବାମରାକୁ ଯାଇ ଧର୍ମେନ୍ଦ୍ର ବାବୁ ଭୋଟ ମାଗୁଛନ୍ତି। କିନ୍ତୁ ବାମରାରେ ଥିବା ରେଳ ଷ୍ଟେସନର ଦୁର୍ଗତି ବିଷୟରେ କେବେ ଥରେ ହେଲେ ଚିନ୍ତା କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଲେନିନ୍ ମହାନ୍ତି । ସମ୍ବଲପୁରବାସୀ ଜ୍ଞାନୀଗୁଣି ଲୋକ। ଉଚିତ ସମୟରେ ଜନତା ଉଚିତ ଜବାବ ଦେବେ ବୋଲି କହିଛନ୍ତି ଲେନିନ୍ ମହାନ୍ତି।