spot_img
Home Blog Page 2179

ଐତିହାସିକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ, 5T ଉପକ୍ରମରେ ଷ୍ଟାଡିୟମର ହେବ ପୁନଃନିର୍ମାଣ

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ । ପାଇବ ଓ୍ବାର୍ଲ୍ଡ କ୍ଲାସ କ୍ରିକେଟ ଫିଲ୍ଡର ମାନ୍ୟତା । ଫାଇଭ-ଟି ଉପକ୍ରମରେ ଷ୍ଟାଡିୟମର ହେବ ପୁନଃନିର୍ମାଣ । ଆଜି ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଘୋଷଣା କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ କଟକର କ୍ରୀଡ଼ାଜଗତ ଓ ରାଜନୈତିକ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମକୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଛି । କାର୍ଯ୍ୟକ୍ରମରେ ଯୋଗଦେବେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଇରଫାନ ପଠାନ, ପ୍ରଜ୍ଞାନ ଓଝା, ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ।

ବାରବାଟୀରେ 30 ହଜାର ଦର୍ଶକଙ୍କ ଉପସ୍ଥିତରେ ଏକ ସୁନ୍ଦର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବ । ନେହା କକ୍କରଙ୍କ ପରି ସେଲିବ୍ରେଟି ଏଥିରେ ଯୋଗଦେବେ । ଫାଇଭ-ଟି ଉପକ୍ରମରେ 600 କୋଟି ଟଙ୍କା ବ୍ୟୟ ବରାଦରେ ଷ୍ଟାଡିୟମର ହେବ ପୁନଃନିର୍ମାଣ । ଆସନ୍ତା ତିନି ବର୍ଷ ମଧ୍ୟରେ ବଦଳିବ ସମ୍ପୂର୍ଣ୍ଣ ରୂପରେଖ । ଏହି ଐତିହାସିକ ପଦକ୍ଷେପ ସହ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମିତ 41ଟି କ୍ରିକେଟ ଏକାଡେମୀର ମଧ୍ୟ ଉଦଘାଟନ କରିବେ । ଯାହାଦ୍ବାର ଉପାନ୍ତରୁ ଉପକୂଳ ସବୁଠି ପ୍ରତିଭାବାନ କ୍ରିକେଟ ଖେଳାଳି ସାମ୍ନାକୁ ଆସିବେ । ରାଜ୍ଯ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ଓ କ୍ରୀଡାବିତ।

ପୋଖରୀରେ ବୁଡ଼ି ଭାଇ, ଭଉଣୀଙ୍କ ମୃତ୍ୟୁ

ପିପିଲି: ପୋଖରୀରେ ବୁଡି ଭାଇ, ଭଉଣୀଙ୍କ ସଲିଳ ସମାଧି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆଳିପଡା ପଞ୍ଚାୟତ ହୁମର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଗାଁ ଶଙ୍କର ରାଉତଙ୍କ ପୁଅ ଶୁଭେନ୍ଦ୍ର ରାଉତ ଏବଂ ଝିଅ ଶୁଭଲକ୍ଷ୍ମୀ ରାଉତ ପୋଖରୀରେ ଗାଧୋଇବାବେଳେ ବୁଡ଼ି ପ୍ରାଣହରାଇଛନ୍ତି । ଗାଁର ଜଣେ ବ୍ୟକ୍ତି ଶିଶୁ ଦୁହିଁଙ୍କୁ ପାଣିରୁ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ଘଟଣାକୁ ନେଇ ହୁମର ଓ ଆଖପାଖ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ଏନେଇ ଡେଲାଙ୍ଗ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଦୁଃଖଦ ଖବର ପାଇ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଘଟଣା ସ୍ଥଳରେ ପହଁଚି ପରିବାରକୁ ସମବେଦନା ଜଣାଇବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ତହସିଲଦାର ଓ CDMOଙ୍କ ସହ ଆଲୋଚନା କରି କହିଛନ୍ତି ।

ପୌର ପ୍ରଶାସନରେ ୮୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ବର: ମ୍ୟୁନିସିପାଲ ପ୍ରଶାସନ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ପୌର ପ୍ରଶାସନରେ ୮୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ । 5T ଅଧୀନରେ ଦକ୍ଷତା, ସ୍ୱଚ୍ଛତା ଓ ଗୋଷ୍ଠୀ ଯୋଗଦାନକୁ ବୃଦ୍ଧି କରିବା ପାଇଁ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୬୧ ଜଣ ଅମିନ ଓ ୨୮ ଜଣ ଅଡିଟର ଅଛନ୍ତି ।

ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଯୁବକ ଯୁବତୀମାନଙ୍କୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ନିଯୁକ୍ତି ପର୍ବ’ରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ସହରାଞ୍ଚଳ ରୂପାନ୍ତରୀକରଣ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥି ଭାଥନନ ସୂଚନା ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର  ସୁଲୋଚନା ଦାସ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସଂପର୍କରେ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ଉପଦେଶ ଦେଇଥିଲେ ।

ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା, ଅଛନ୍ତି ୩୦ ବାଘ

ଭୁବନେଶ୍ବର: ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା । ଅଛନ୍ତି ୩୦ ବାଘ । ଏହାସହ ୮ଟି ଛୁଆ ମଧ୍ୟ ଅଛନ୍ତି । ଅଲ ଓଡିଶା ଟାଇଗର ଏଷ୍ଟିମେସନ ଅନୁସାରେ ୧୪ଟି ବାଘୁଣୀ ଓ ୧୩ଟି ବାଘଙ୍କୁ କ୍ଯାମେରା ଜରିଆରେ ଠାବ କରାଯାଇଥିବାବେଳେ ଆଉ ୩ଟି ବାଘ ଶିମିଳିପାଳରେ ଥିବା ସୂଚନା ମିଳିଛି। ଏହି ୩ଟି ବାଘଙ୍କୁ କ୍ଯାମେରା ଜରିଆରେ ଠାବ କରାଯାଇପାରିନାହିଁ । ରାଜ୍ଯରେ ବାଘ ସଂଖ୍ଯା ବୃଦ୍ଧି ନେଇ ଖୁସି ବ୍ଯକ୍ତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ବାଘଙ୍କ ଲାଗି ଓଡ଼ିଶା ବର୍ତ୍ତମାନ ଅନୁକୂଳ ପରିବେଶ ସୃଷ୍ଟି କରିଛି ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ୨୪ଟି, କେନ୍ଦୁଝର ଡିଭିଜନରେ ଗୋଟିଏ, ପାରଳାଖେମୁଣ୍ଡି ଡିଭିଜନରେ ଗୋଟିଏ, ହାରାକୁଦ ଡିଭିଜନରେ ଗୋଟିଏ ବାଘ ଥିବା ଜଣାଯାଇଛି । ରାଜ୍ୟରେ ବାଘ ଗଣନା ଲାଗି ମୋଟ ୧୪୩୨ଟି କ୍ୟାମେରା ବ୍ଯବହୃତ ହୋଇଥିବାବେଳେ ୨୦୨୩ ଅକ୍ବୋବର ୧୫ରୁ ଫେବୃଆରୀ ୧୦ ଯାଏଁ କ୍ଯାମେରା ଜରିଆରେ ବାଘଙ୍କ ଗତିବିଧି ଲକ୍ଷ୍ଯ କରାଯାଇଥିଲା । ବାଘ ଗଣନା ପ୍ରକ୍ରିୟା ୪୭ଟି ଡିଭିଜନରେ କରାଯାଇଥିଲା । କ୍ଯାମେରାରେ ୫୬୭ଟି ଫଟୋଗ୍ରାଫ ଉଠାଯାଇଥିବାବେଳେ ମୋଟ ବାଘ ସଂଖ୍ୟା ୩୦ ଓ ବାଘଛୁଆ ସଂଖ୍ଯା ୮ ବୋଲି ଜଣାପଡ଼ିଛି । ଗତ ୨୦୨୨ରେ ରାଜ୍ଯରେ ୨୦ ବାଘ ଥିଲେ ।

ବାରବାଟୀ ଷ୍ଟାଡିୟମର ହେବ ନବକଳେବର, ବିଶ୍ବରେ ପୁଣି ଚମକିବ ବାରବାଟୀ

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ । 5T ଉପକ୍ରମରେ ଷ୍ଟାଡିୟମର ହେବ ପୁନଃନିର୍ମାଣ । ଯାହା ବିଶ୍ଵକ୍ରୀଡା ଜଗତରେ କଟକକୁ ଆଣି ଦେବ ସୁନାମ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅନୁଷ୍ଠାନିକ ଭାବେ କରିବେ ଘୋଷଣା । ଯାହାକୁ ନେଇ କଟକର କ୍ରୀଡ଼ାଜଗତ ଓ ରାଜନୈତିକ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମକୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଛି ।

ବାରବାଟୀ ପାଇବ ଓ୍ବାର୍ଲ୍ଡ କ୍ଲାସ କ୍ରିକେଟ ଫିଲ୍ଡର ମାନ୍ୟତା । ଏଥିପାଇଁ ସଜେଇ ହେଉଛି ବାରବାଟୀ ଗ୍ରାଉଣ୍ଡ । ବିରାଟ ଷ୍ଟେଜକୁ ଏଲଇଡ଼ି ଫେମ ୱାଲ ଖଞ୍ଜା ଚାଲିଛି । ସମସ୍ତଙ୍କ ପାଇଁ ପଡୁଛି ଚେୟାର । 5T ଉପକ୍ରମରେ ୬ ଶହ କୋଟି ବ୍ୟୟ ବରାଦରେ ଷ୍ଟାଡିୟମର ହେବ ପୁନଃନିର୍ମାଣ । ଆସନ୍ତାକାଲି ଷ୍ଟାଡିୟମରେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହା ଘୋଷଣା କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଗଦେବେ ଇରଫାନ ପଠାନ, ପ୍ରଜ୍ଞାନ ଓଝା, ନେହା କକ୍କରଙ୍କ ପରି ସେଲିବ୍ରେଟି । ଏନେଇ ଓସିଏ କର୍ତ୍ତୃପକ୍ଷ ବେଶ ଖୁସି ପ୍ରକାଶ କରିବା ସହ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଥିବା କହିଛନ୍ତି ।

ଏହି ଐତିହାସିକ ପଦକ୍ଷେପ ସହ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ରାଜ୍ୟ ବିଭିନ୍ନ ଜିଲ୍ଲାରେ ନିର୍ମିତ ୪୧ଟି କ୍ରିକେଟ ଏକାଡେମୀର ମଧ୍ୟ ଉଦଘାଟନ କରିବେ । ଉପାନ୍ତରୁ ଉପକୂଳ ସବୁଠି ପ୍ରତିଭାବାନ କ୍ରିକେଟ ଖେଳାଳି ସାମ୍ନାକୁ ଆସିବେ । ଯାହା ରାଜ୍ୟ କ୍ରୀଡା ଜଗତ ପାଇଁ ସ୍ୱର୍ଣ୍ଣିମ ଦିବସ । ଓସିଏ ପ୍ରସ୍ତୁତ କରିଥିବା ୨୦୨୪ ଭିଜନକୁ ଏହା ସାକାର କରିବ । ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବଂ କ୍ରୀଡାବିତ ।

ଆସନ୍ତା ତିନି ର୍ବଷ ମଧ୍ୟରେ ବଦଳିବ ସମ୍ପୂର୍ଣ୍ଣ ରୂପରେଖ । ବୁଧବାର ସକାଳୁ ଷ୍ଟାଡିୟମ ବୁଲି ପୂରା ପ୍ରକଳ୍ପର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସବକା ସାଥ୍, ସବକା ବିକାଶ କେବଳ ଭାଷଣ: ଦେଶରେ ବଢୁଛି ଧନୀ-ଗରିବଙ୍କ ମଧ୍ୟରେ ତାରତମ୍ୟ, କମୁଛି ଲୋକଙ୍କ କ୍ରୟଶକ୍ତି

ଭୁବନେଶ୍ବର: ଦେଶରେ ବଢୁଛି ଧନୀ ଗରିବ ତାରତମ୍ୟ । କମୁଛି ଲୋକଙ୍କ କ୍ରୟଶକ୍ତି । ପୁଣି ଥରେ ଏହି କଥାକୁ ସ୍ପଷ୍ଟ କରିଛି ଜାତୀୟ ନମୁନା ସର୍ଭେକ୍ଷଣ ରିପୋର୍ଟ । ସଦ୍ୟ ପ୍ରକାଶିତ ରିପୋର୍ଟ ସ୍ପଷ୍ଟ କରିଛି ଗ୍ରାମାଞ୍ଚଳରେ ରୋଜଗାର ଅଭାବରୁ ପରିବାର ପିଛା ୪୫ ଟଙ୍କାରୁ କମ୍ ଖର୍ଚ୍ଚ କରିପାରୁଛନ୍ତି ଲୋକେ । ସହରାଞ୍ଚଳରେ ଗରିବଙ୍କ ବ୍ୟୟ ପରିବାର ପିଛା ମାତ୍ର ୬୭ ଟଙ୍କାରେ ସୀମିତ । ଦେଶ ପ୍ରଗତି ପଥରେ ଆଗେଇଛି ବୋଲି କେନ୍ଦ୍ର ସରକାର ଡିଣ୍ଡିମ ପିଟୁଥିବାବେଳେ ଏନଏସଏସଓ ରିପୋର୍ଟ ଭାରତ ସରକାରଙ୍କ ଦାବିକୁ ଏକ ପ୍ରକାର ପାଣିଚିଆ କରିଦେଇଛି ।

ଦେଶରେ ଅଭିବୃଦ୍ଧି ସହିତ ତାଳ ଦେଇ ବଢୁନି ଲୋକଙ୍କ ମୁଣ୍ଡପିଛା ଆୟ । ସବକା ସାଥ୍ ସବକା ବିକାଶ କେଉଁଠି ? ଏ ନେଇ ଆଇନା ଦେଖାଇଛି ଖୋଦ ଜାତୀୟ ନମୁନା ସର୍ଭେକ୍ଷଣ ରିପୋର୍ଟ । ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ୨୦୧୧-୧୨ରୁ ୨୦୨୨-୨୩ ଭିତରେ ଧନୀ ଓ ଗରିବଙ୍କ ଭିତରେ ତାରତମ୍ୟ କମିବା ପରିବର୍ତ୍ତେ ଦିନକୁ ଦିନ ବଢି ଚାଲିଛି । ରିପୋର୍ଟ ଅନୁସାରେ ମୋଟ ଜନସଂଖ୍ୟାର ୫ ପ୍ରତିଶତ ଉତ୍କଟ ଦାରିଦ୍ର୍ୟ ଭିତରେ ଗତି କରୁଛନ୍ତି । ସେମାନଙ୍କ ଦିନକୁ ବ୍ୟୟ ମାତ୍ର ୪୫ ଟଙ୍କାରୁ କମ୍ । ଅଥଚ ଗ୍ରାମାଞ୍ଚଳ ଧନୀଙ୍କ ଦୈନିକ ବ୍ୟୟ ପରିମାଣ ୩୫୦ ଟଙ୍କା । ସେହିପରି ରୋଜଗାର ସଂକୁଚିତ ହେବାରୁ ସହରାଞ୍ଚଳରେ ଲୋକଙ୍କ କ୍ରୟ ଶକ୍ତି କମି ଚାଲିଛି । ସହରାଞ୍ଚଳରେ ଗରିବ ମାତ୍ର ୬୭ ଟଙ୍କା ଖର୍ଚ୍ଚ କରିପାରୁଥିବାବେଳ ଧନୀଙ୍କ ହାରାହାରି ଖର୍ଚ୍ଚ ୬୯୫ ଟଙ୍କା । ଏଥିପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନା ଦାୟୀ ବୋଲି ଅଭିଯୋଗ ହୋଇଛି ।

ଗ୍ରାମାଞ୍ଚଳ ଲୋକଙ୍କ ଖର୍ଚ୍ଚ କମ୍ ନେଇ କିଛି ଭିନ୍ନ ମତ ବି ପ୍ରକାଶ ପାଇଛି । ଗ୍ରାମାଞ୍ଚଳରେ ଲୋକଙ୍କ ଅର୍ଥ ସଞ୍ଚୟ ପାଇଁ କେନ୍ଦ୍ର ସରକାର ସେପରି ଯୋଜନା କରିନାହାନ୍ତି । ଅନ୍ୟପଟେ ଓଡ଼ିଶା ଭଳି ରାଜ୍ୟ ସ୍ବାସ୍ଥ୍ୟ, ଶିକ୍ଷା ଓ ସହରାଞ୍ଚଳ ଗରିବଙ୍କ ରୋଜଗାର ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି । ମାଗଣା ରାସନ୍ ପ୍ରଦାନ ଯୋଗୁଁ ସେମାନଙ୍କ ଖର୍ଚ୍ଚ ବି କମୁଛି । ଅନ୍ୟପଟେ ସଚେତନତା ଅଭାବରୁ ଗାଁର ଗରିବ ଲୋକ ଖର୍ଚ୍ଚ କରିପାରୁନାହାନ୍ତି । ଓଡ଼ିଶା ସରକାର ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି କରିବା ସହିତ ଦାରିଦ୍ର୍ୟ ହ୍ରାସ କରିବାରେ ଦେଶରେ ରେକର୍ଡ କରିଛନ୍ତି ।

ଧନୀ ଗରିବଙ୍କ ମଧ୍ୟରେ ବଢୁଥିବା ବ୍ୟବଧାନ ପ୍ରମାଣ କରୁଛି ଅଲ୍ ଇଜ୍ ନଟ୍ ଓ୍ବେଲ୍ । ବଜାର ଦର ନିୟନ୍ତ୍ରଣକୁ ଆସିପାରୁନି କି ଖାଉଟିଙ୍କ ପକେଟକୁ ସୁହାଇଲା ଭଳି ପଦକ୍ଷେପ ନିଆଯାଉନି । ଏଭଳି ବିଚିତ୍ର ସ୍ଥିତି କେବେ ପୂର୍ବରୁ ନଥିଲା । କେତେଦିନ ସରକାର ଏପରି ଆଖି ବୁଜିଥିବେ ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।

ନବୀନଙ୍କ ଉପରେ ବଢୁଛି ଆସ୍ଥା: ୨୪ ନିର୍ବାଚନ ଟିକେଟ ପାଇଁ ଆସିଲା ୧୦ ହଜାର ଆଶାୟୀଙ୍କ ଆବେଦନ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଉପରେ ବଢୁଛି ଆସ୍ଥା । ବିଜେଡି ଉପରେ ଦୃଢ଼ ବିଶ୍ବାସ । ଆଗାମୀ ନିର୍ବାଚନରେ ଦଳର ଐତିହାସିକ ବିଜୟ ନେଇ ବିଭିନ୍ନ ସର୍ଭେ ରିପୋର୍ଟ ଆସିବା ପରେ ଟିକେଟ୍ ପାଇଁ ପ୍ରାୟ ୧୦ ହଜାର ଆବେଦନ ଆସିଛି । ଜାତୀୟ ଦଳ ନେତାଙ୍କଠାରୁ ଆରମ୍ଭ କରି ପେସାଦାର ବ୍ଯକ୍ତି ବିଶେଷ ବିଜେଡି ଟିକେଟ୍ ପାଇଁ ଆବେଦନ କରିଛନ୍ତି । ସେପଟେ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା ହୋଇଥିବା ନେତାଙ୍କୁ ନେଇ ବିରୋଧୀ ବୃଥା ପ୍ରୟାସ କରୁଥିବା ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ହେଉଛି ।

ବିଜେଡି ମୁହାଁ ନେତା ଓ ପେସାଦାର ବ୍ୟକ୍ତି ବିଶେଷ । ସର୍ଭେ କହୁଛି, ଶଙ୍ଖମୟ ହେବ ଓଡ଼ିଶା । ୧୨୮ ବିଧାୟକ ଓ ୧୮ ସାଂସଦ ଆସନ ପାଇ ନବୀନ ରଚିବେ ଇତିହାସ । ପ୍ରଣବଙ୍କ ଟ୍ବିଟ୍ ପରେ ସ୍ବର ମିଳାଇଲେ ବିଜେଡି ନେତା । ବିଜେଡିରୁ ବିଦା ଜନ ବିରୋଧୀ ନେତାଙ୍କୁ ଆପଣାଉଛନ୍ତି ବିରୋଧୀ । ଦେଶର ସବୁଠାରୁ ଶକ୍ତିଶାଳୀ ଆଞ୍ଚିଳିକ ଦଳ ଭାବେ ଉଭା ହୋଇଛି ବିଜେଡି । ନବୀନ ନେତା ନମ୍ବର ଓ୍ବାନ । ୨୦୨୪ରେ ଐତିହାସିକ ବିଜୟ ଲାଭ କରିବ ବିଜେଡି । ଦେଶର ରାଜନୀତିରେ ଲେଖାହେବ ନୂଆ ଇତିହାସ । ନବୀନ ପଟ୍ଟନାୟକ ଦେଶର ଲମ୍ବା ସମୟ ଓ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ପୁଣି ୧ ନମ୍ବର ହେବେ । ଓଡ଼ିଶାବାସୀ ଏପରି ମନସ୍ଥ କରିଛନ୍ତି । ଯାହାକୁ ଖୋରାକ୍ ଯୋଗାଇଛି ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ । ୨୦୨୨ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ବିଜେଡି ଦଖଲ କରିଛି । ଏହାକୁ ନଜରରେ ରଖି ଆଗାମୀ ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ିବା ପାଇଁ ଏଯାଏଁ ୧୦ ହଜାରରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜାତୀୟ ଦଳର ନେତା ଓ ବହୁ ପେସାଦାର ବ୍ୟକ୍ତି ବିଶେଷ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ସୋସିଆଲ ମିଡିଆ ଏକ୍ସରେ ଏହା ଲେଖିଛନ୍ତି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ବିଜେଡି ଆଗାମୀ ନିର୍ବାଚନରେ ଐତିହାସିକ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ଦଳ କହିଛି ।

ଅନ୍ୟପଟେ ଦୁଇ ଜାତୀୟ ଦଳ ବିଜେଡିରୁ ବିଦା ହୋଇଥିବା ଜନ ବିରୋଧୀ ନେତାଙ୍କୁ ନିଜ ଦଳରେ ସାମିଲ କରି ପ୍ରାର୍ଥୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଜନବିରୋଧୀ ନେତାଙ୍କୁ  ନେଇ ବିରୋଧୀ କୌଣସି ଫାଇଦା ପାଇବେ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଆରମ୍ଭ ହେଲା ନୂଆ-ଓ ସ୍କଲାରସିପ୍, ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ବ୍ଯାଙ୍କ ଖାତାକୁ ଆସିଲା ସ୍କଲାରସିପ ଟଙ୍କା । ଆଜିଠାରୁ ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ନୂଆ-ଓ ସ୍କଲାରସିପ । ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ଏହି ଯୋଜନା । ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି । ମାର୍ଚ୍ଚ ୫ ତାରିଖରେ ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ । ସେପଟେ ଖୁବଶୀଘ୍ର ସରକାର ଆଣିବାକୁ ଯାଉଛନ୍ତି ୟୁଥ୍ ବଜେଟ୍ । ରାଜ୍ୟ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ । ଯୁବକଙ୍କ ସବୁ ସ୍ଵପ୍ନକୁ ସାକାର କରିବେ ରାଜ୍ୟ ସରକାର ।

ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଯୋଜନାରେ ସ୍କଲାରସିପ ବାଣ୍ଟିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ଯେପରି କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଂଚିତ ନହୁଅନ୍ତି ସେଥିଲାଗି ଏହି ଯୋଜନା କରାଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଛାତ୍ରଛାତ୍ରୀଙ୍କ ଲାଗି ଆଉ ପାଠ ପଢାରେ ରହିବନି ଅର୍ଥର ଅଭାବ । ବାପାମାଆଙ୍କ ଉପରେ ଯାହା ବୋଝ ପଡୁଥିଲା ସେଇଟାକୁ କିଛିମାତ୍ରାରେ କମ କରିବା ଲାଗି ମୁଖ୍ୟମନ୍ତ୍ରୀ ଏହି ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି । ଏହି ଯୋଜନା ନୂଆ ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବ । ଆଜିର ଦିନ ଛାତ୍ରଛାତ୍ରୀଙ୍କ ଲାଗି ଐତିହାସିକ ଦିନ ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ଯୁବବର୍ଗଙ୍କୁ ସଶକ୍ତ କରିବାକୁ ସରକାର ଆଣିବେ ୟୁଥ ବଜେଟ । ଦେଶରେ ପ୍ରଥମ ରାଜ୍ୟଭାବେ ଓଡ଼ିଶା ଏହି ୟୁଥ୍ ବଜେଟ୍ ଆଣିବ । ଯୁବବର୍ଗଙ୍କ ବିକାଶ ଦିଗରେ ଏହି ବଜେଟରୁ ଅର୍ଥ ଖର୍ଚ୍ଚ ହେବ ।  ୨୦୩୬ ସୁଦ୍ଧା ନୂଆ ଓ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ଯ ରଖିଛନ୍ତି ସରକାର । ଏଥିଲାଗି ରାଜ୍ୟ ପ୍ରଶାସନକୁ ୨୦୩୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟାର୍ଗେଟ ଦେଇଛନ୍ତି । ୧୦ ବର୍ଷରେ ଓଡ଼ିଶାକୁ ସବୁ ଦିଗରୁ ସଶକ୍ତ କରିବାକୁ ଲକ୍ଷ୍ଯ ରହିଛି । ଲକ୍ଷ୍ୟ ହାସଲରେ ଯୁବକଙ୍କ ଭୂମିକା ହେବ ଗୁରୁତ୍ବପୂର୍ଣ୍ଣ । ରାଜ୍ଯ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ । ଯୁବକଙ୍କ ସବୁ ସ୍ବପ୍ନକୁ ସାକାର କରିବେ ରାଜ୍ୟ ସରକାର । ଯୁବ ଶକ୍ତିକୁ ସାମର୍ଥ୍ୟ ଯୋଗାଇବାକୁ ଏବେଠୁ କାମ ଆରମ୍ଭ ହୋଇଛି । ରାଜ୍ୟର ୬ ହଜାର ୮୫୦ ହାଇସ୍କୁଲର ହୋଇଛି ରୂପାନ୍ତରୀକରଣ । ଯୁବକ ଯାହା ସ୍ଵପ୍ନ ଦେଖିବ, ତାକୁ ସାକାର କରିପାରିବ । ଏହା ରାଜ୍ଯ ପାଇଁ ସୁବର୍ଣ୍ଣ ଯୁଗ ହେବ ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ଆଗକୁ ଯୁକ୍ତତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ପ୍ରଦାନ କରାଯିବ । ମାର୍ଚ୍ଚ ୫ରେ ଏ ନେଇ ପଞ୍ଜୀକରଣ ଆରମ୍ଭ ହେବ । ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା ଓ ଯାତ୍ରାରେ ରିହାତି ସହ କ୍ଯାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ । ଏଥିରେ କାର୍ଡକୁ ସିଲଭର, ଗୋଲ୍ଡ, ପ୍ଲାଟିନମ କାର୍ଡକୁ ଉନ୍ନୀତ କରିବାକୁ ମଧ୍ୟ ସୁଯୋଗ ରହିଛି । ନୂଆ-ଓ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ଵପ୍ନକୁ ସାକାର କରିବାକୁ ବଳ ଯୋଗାଇବ ।

ସ୍କଲାରସିପ୍ ମିଳିବା ପରେ ଭାବ ବିହ୍ଵଳ ହୋଇ ପଡିଥିଲେ ଅନେକ ଛରତ୍ରଛାତ୍ରୀ । ଅଭାବ ଅସୁବିଧାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହା ବରଦାନ ସଦୃଶ ହୋଇଛି । ପାଠ୍ୟ ପୁସ୍ତକ ସହ ଅନ୍ୟ ପାଠ୍ୟ ଉପକରଣ କିଣିବାରେ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ପାଠପଢାରେ ସରକାର ଛାତ୍ରବୃତ୍ତି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।

ଆମ ହସ୍ପିଟାଲ ଯୋଜନାରେ ୬୭ ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୧୫ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଜବୁତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ସରକାରଙ୍କ ‘ଆମ ହସ୍ପିଟାଲ’ ଯୋଜନାରେ ଏହି ଚିକିତ୍ସାଳୟ ଲୋକାର୍ପଣ ହୋଇଛି । ଏଥିସହ ସୁବର୍ଣ୍ଣପୁରର ୩୦୦ ଶଯ୍ୟା ବିଶିଷ୍ଟ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ାରେ ବିଏମ ଆରସି ହୃଦରୋଗ ଚିକିତ୍ସାଳୟର ମଧ୍ୟ ଉଦଘାଟନ ହୋଇଛି ।

ଆମ ହସ୍ପିଟାଲ ଯୋଜନାର ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲାରେ ୬, ବଲାଙ୍ଗୀରର ୫, ଦେବଗଡ଼ର ୧, ସୁବର୍ଣ୍ଣପୁରର ୨, ବାଲେଶ୍ଵରରେ ୮, ଭଦ୍ରକରେ ୪, କଟକରେ ୮, ଯାଜପୁରରେ ୫, ନୟାଗଡ଼ରେ ୩, ପୁରୀରେ ୫, ଖୋର୍ଦ୍ଧାରେ ୭ , ବୌଦ୍ଧରେ ୨, କୋରାପୁଟରେ ୪, ନବରଙ୍ଗପୁରରେ ୩, ଗଜପତିରେ ୨ଟି ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ହସ୍ପିଟାଲ ଯୋଜନାର ପ୍ରଥମ ପର୍ଯ୍ୟାୟର ୭୩ଟି ରୂପାନ୍ତରିତ ଚିକିତ୍ସାଳୟର ଲୋକାର୍ପଣ କରାଯାଇଥିଲା ।

ଜୟା ବଚ୍ଚନଙ୍କୁ ବାରମ୍ବାର ରାଜ୍ୟସଭାକୁ କାହିଁକି ପଠାଉଛି ସମାଜବାଦୀ ପାର୍ଟି, ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ପୁଣି ଥରେ ଜୟା ବଚ୍ଚନଙ୍କୁ ରାଜ୍ୟସଭାକୁ ପଠାଇବାକୁ ଯାଉଛି । ଯଦି ଜୟା ରାଜ୍ୟ ସଭାକୁ ଯାଆନ୍ତି ଏହା ତାଙ୍କର ୫ମ ପାଳି ହେବ । ତେବେ ଜୟାଙ୍କ ପ୍ରାର୍ଥିତ୍ବକୁ ନେଇ ନିଜ ଦଳ ମଧ୍ୟରେ ଆଲୋଚନା ହେବା ଆରମ୍ଭ ହୋଇଯାଇଛି । ଜୟା ବଚ୍ଚନଙ୍କ ପାଖରେ ଏମିତି କ’ଣ ଅଛି, ଯେଉଁ କାରଣରୁ ସମାଜବାଦୀ ପାର୍ଟି ତାଙ୍କୁ ବାରମ୍ବାର ରାଜ୍ୟସଭାକୁ ପଠାଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଳରେ ବହୁତ ବରିଷ୍ଠ ନେତା ଓ କର୍ମକର୍ତ୍ତା ଥିଲେ ବି ଜୟାଙ୍କୁ ବାରମ୍ବାର ରାଜ୍ୟସଭାକୁ ପଠାଯିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଏପରିକି ଦଳର ଶୀର୍ଷ ନେତାଙ୍କୁ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି ।

ଏହି କ୍ରମରେ ପଲ୍ଲବୀ ପଟେଲ ପ୍ରଥମେ ବିରୋଧର ସ୍ବର ଉଠାଇଥିଲେ । ଏମିତିରେ ତ ପଲ୍ଲବୀଙ୍କୁ ସମାଜବାଦୀ ପାର୍ଟିର ବିଧାୟକ କୁହାଯାଏ, ତେବେ ତାଙ୍କ ଦଳ ଆପନା ଦଲ୍ ରାଜ୍ୟସଭା ନିର୍ବାଚନକୁ ନେଇ ନିଜ ପକ୍ଷ ରଖି ସାରିଛି । ରାଜ୍ୟସଭା ପ୍ରାର୍ଥୀ ଆଲୋକ ରଙ୍ଗନ ଏବଂ ଜୟା ବଚ୍ଚନଙ୍କୁ ସମର୍ଥନ ନଦେବାକୁ ଦଳ ସ୍ପଷ୍ଟ କରିସାରିଛି । ଏବେ ପ୍ରଶ୍ନ ଉଠୁଛି ଏତେ ବିରୋଧ ପରେ ବି ସମାଜବାଦୀ ପାର୍ଟି କାହିଁକି ଜୟାଙ୍କୁ ରାଜ୍ୟସଭା ପଠାଇବାକୁ ଚାହୁଁଛି ।

ଆଜି ଆମେ ଏଠାରେ ଏମିତି ୫ଟି କାରଣ କହିବାକୁ ଯାଉଛି, ଯାହା ପାଇଁ ଦଳ ଜୟାଙ୍କୁ ବାରମ୍ବାର ରାଜ୍ୟସଭାକୁ ପଠାଉଛି ଦଳ । ଆସନ୍ତୁ ଜାଣିବା ଏହି ୫ଟି କାରଣ ସମ୍ପର୍କରେ…

କାରଣ ନମ୍ବର ୧

ଜୟା ସମାଜବାଦୀ ପାର୍ଟିରୁ ୫ମ ଥର ରାଜ୍ୟସଭା ପ୍ରାର୍ଥୀ ହେବାର ସବୁଠାରୁ ବଡ କାରଣ ହେଲା ଯାଦବ ପରିବାର ସହ ତାଙ୍କର ଘନିଷ୍ଠତା । ମୁଲାୟମ ସିଂ ଯାଦବ ୪ ଥର ଜୟାଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ଏବେ ଅଖିଳେଶ ଯାଦବ ୫ମ ଥର ତାଙ୍କୁ ପଠାଯାଉଛନ୍ତି । କୁହାଯାଉଛି ମୁଲାୟମଙ୍କ ପରିବାର ସହ ଜୟାଙ୍କର ପାରିବାରିକ ସମ୍ପର୍କ ବହୁତ ଦୃଢ଼ । ଏପରିକି ଅମର ସିଂଙ୍କୁ ଯେତେବେଳେ ଦଳ ଓ ଯାଦବ ପରିବାରରୁ ବାହାର କରିଦିଆଯାଇଥିଲା ସେତେବେଳେ ବି ଜୟା ମୁଲାୟମ ଓ ତାଙ୍କ ପରିବାର ସହ ରହିଥିଲେ ।

କାରଣ ନମ୍ବର ୨

କୁହାଯାଏ ଜୟା, ଡିମ୍ପଲ ଯାଦବଙ୍କ ବହୁତ ପ୍ରିୟ । ସଂସଦରେ ଉଭୟଙ୍କ କେମେଷ୍ଟ୍ରୀକୁ ପରଫେକ୍ଟ କୁହାଯାଇଥାଏ । ଡିମ୍ପଲଙ୍କ ପରେ ରାମଗୋପାଳ ଯାଦବ ବି ଜୟାଙ୍କୁ ବହୁତ ପସନ୍ଦ କରନ୍ତି ।

କାରଣ ନମ୍ବର ୩

ତୃତୀୟ ବଡ଼ କାରଣ ହେଲା ଜୟା ଆସୁଥିବା ସମୂଦାୟ ଉତ୍ତର ପ୍ରଦେଶରେ ପ୍ରାୟ ଅଧା । ଏହି ଜାତିର ପ୍ରତିନିଧିତ୍ବ ସମାଜବାଦୀ ପାର୍ଟି କରୁଛି ବୋଲି ଜୟାଙ୍କୁ ରାଜ୍ୟସଭାକୁ ପଠାଇ ଦଳ ଦେଖାଇବାକୁ ଚାହୁଁଛି । ରାଜ୍ୟସଭାରେ ଜୟା ଦଳର ଜଣେ ପ୍ରମୁଖ ମହିଳା ଚେହେରା ।

କାରଣ ନମ୍ବର ୪

ଜୟା ବଚ୍ଚନ ଜଣେ ସେଲିବ୍ରେଟି ଓ ବିଗ୍ ବିଙ୍କ ପତ୍ନୀ । ଦଳକୁ ଲାଗୁଛି ରାଜ୍ୟସଭାରେ ଜୟା ଏମିତି ଚେହେରା ଯିଏ ବିଚାରଧାରାରୁ ଊର୍ଦ୍ଧ୍ବରେ ଦଳ ଭିତରେ କଳା ଓ ସଂସ୍କୃତିର ପ୍ରତିନିଧିତ୍ବ କରିଥାନ୍ତି ।

କାରଣ ନମ୍ବର ୫

ଜୟା ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ କେବେ ହସ୍ତକ୍ଷେପ ନକରିବା ଆଉ ଏକ କାରଣ ବୋଲି କୁହାଯାଏ । ସଙ୍ଗଠନ ହେଉ କି ଟିକେଟ ବଣ୍ଟନ କେବେ ବି କୌଣସି ନିଷ୍ପତ୍ତିକୁ ନେଉ ପ୍ରଶ୍ନ ଉଠାନ୍ତି ନାହିଁ ଜୟା । ଦଳ ଯାହା ନିଷ୍ପତ୍ତି ନିଏ ଜୟା ତାହାକୁ ମାନି ନେଇଥାନ୍ତି ।